ବଇଣ୍ଡାରେ ବହୁ ବିଳମ୍ବ

ବଇଣ୍ଡା, ୧୬ା୧୦ (ଡି.ଏନ.ଏ.): ଚାରି ଲେନ୍‌ ହେବ କଟକ-ସମ୍ବଲପୁର ୫୫ନଂ. ଜାତୀୟ ରାଜପଥ। ଏଥିପାଇଁ ୪ ବର୍ଷ ତଳୁ ହୋଇଛି ଉଚ୍ଛେଦ କାର୍ଯ୍ୟ। ବହୁ ବାସଗୃହ, ବଜାର ଆଦିକୁ ଭାଙ୍ଗି ଦିଆଯାଇଛି। ଡ୍ରେନ୍‌, ଓଭରବ୍ରିଜ୍‌ ନିର୍ମାଣ ପାଇଁ ରାସ୍ତା ପାର୍ଶ୍ୱ ଖୋଳାଯାଇଛି। ଇତିମଧ୍ୟରେ ପୁରୁଣା ଠିକା ସଂସ୍ଥା ସ୍ଥାନରେ ନୂଆ କମ୍ପାନୀ କାର୍ଯ୍ୟ ହାତେଇସାରିଛି। ହେଲେ ଅନୁଗୋଳ ଜିଲା ବଇଣ୍ଡାଠାରେ ନିର୍ମାଣ କାର୍ଯ୍ୟ ବହୁ ବିଳମ୍ବ ହୋଇଚାଲିଛି। କିଛି ମାସ ତଳେ ଆରମ୍ଭ ହୋଇଥିବା କାମ ଅତି ମନ୍ଥର ଗତିରେ ହେଉଛି। ଅସ୍ଥାୟୀ ରାସ୍ତାକୁ ମଧ୍ୟ ମରାମତି କରାଯାଉ ନାହିଁ। ଏହାକୁ ନେଇ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି। ସେହିପରି ୧୦ଟି ସ୍ଥାନରେ ନୂତନ ରାସ୍ତା ଫାଟି ଯାଇଥିବା ବଇଣ୍ଡାବାସୀ ଶୁକ୍ରବାର ଜିଲାପାଳଙ୍କ ଠାରେ ଅଭିଯୋଗ କରିଛନ୍ତି।

ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟ ପ୍ରଥମେ ଠିକା ସଂସ୍ଥା ଗାୟତ୍ରୀ ନେଇଥିଲା। ନିର୍ମାଣ କାମ ଆରମ୍ଭ ହେବ ବୋଲି କହି ୨୦୧୮ ମେ ୧୭ ଓ ୧୮ ତାରିଖରେ କିଶୋରନଗର ବ୍ଲକର ବଇଣ୍ଡାରୁ ଉଚ୍ଛେଦ କାର୍ଯ୍ୟ କରିଥିଲା। କ୍ଷତିଗ୍ରସ୍ତଙ୍କୁ ଠିକ୍‌ ପରିମାଣର କ୍ଷତିପୂରଣ ନ ଦେଇ ବହୁ ଘର, ଦୋକାନ ଆଦି ଭାଙ୍ଗି ଦେଇଥିବା ସେତେବେଳେ ପ୍ରଶାସନ ପାଖରେ ଅଭିଯୋଗ ହୋଇଥିଲା। ଏହାକୁ ନେଇ ହାଇକୋର୍ଟରେ ମାମଲା ମଧ୍ୟ କରାଯାଇଥିଲା। ତେବେ ଉଚ୍ଛେଦର ୪ ବର୍ଷ ପରେ ଓ ଗାୟତ୍ରୀ ସ୍ଥାନରେ ନୂଆ ଠିକା ସଂସ୍ଥା ଏଆଇପିଏଲ ଦାୟିତ୍ୱ ନେଇଥିଲେ ମଧ୍ୟ କାର୍ଯ୍ୟ ଜୋର୍‌ ଧରିବା ପରିବର୍ତ୍ତେ ଅଧିକ ବିଳମ୍ବ ହୋଇଚାଲିଛି। ବଇଣ୍ଡାଠାରେ ଫ୍ଲାଏ ଓଭର ବ୍ରିଜ୍‌ କାର୍ଯ୍ୟ ଏବେ ଆରମ୍ଭ ହୋଇଛି। ଏଥିପାଇଁ ପ୍ରଶାସନ ପକ୍ଷରୁ ସେପ୍ଟେମ୍ବର ୧୭ରେ ପୁଣି ଉଠାଦୋକାନୀକୁ ଉଚ୍ଛେଦ କରାଯାଇଛି। କିନ୍ତୁ ନିର୍ମାଣ କାମ ସନ୍ତୋଷଜନକ ଭାବେ ଆଗେଇପାରୁ ନାହିଁ। ନୂଆ ଠିକାସଂସ୍ଥା କାମ କରିବା ପୂର୍ବରୁ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲା। ଅସ୍ଥାୟୀ ରାସ୍ତାକୁ ଶୀଘ୍ର ପିଚୁ କରିବା ସହ ଡ୍ରେନ୍‌ କାର୍ଯ୍ୟ ପାଇଁ ପ୍ରତିଶ୍ରୁତି ଦେଇଥିଲା। କିନ୍ତୁ ଡ୍ରେନ ନିର୍ମାଣ ହେଉ ନ ଥିବାରୁ ବର୍ଷା ବେଳେ ଲୋକଙ୍କ ଘରେ ପାଣି ପଶିଯାଉଛି। ସେହିପରି ଅସ୍ଥାୟୀ ରାସ୍ତା ଅତି ଶୋଚନୀୟ ହୋଇପଡିଛି। ତୁରନ୍ତ ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହୋଇଛି। ଠିକାସଂସ୍ଥା ଏଆଇପିଏଲ ପରିଚାଳକ ଆର୍‌. ପଟ୍ଟନାୟକ କହିଛନ୍ତି, ସମ୍ପ୍ରସାରଣ କାର୍ଯ୍ୟ କମ୍ପାନୀ ପକ୍ଷରୁ ଦ୍ରୁତଗତିରେ କରାଯାଉଛି। ଅସ୍ଥାୟୀ ରାସ୍ତା ମରାମତି କରିବା ଉପରେ ଦୃଷ୍ଟି ଦିଆଯିବ।

ବ୍ୟବସାୟ ହରାଇଛନ୍ତି ଉଠା ଦୋକାନୀ
ବଇଣ୍ଡା ଅଞ୍ଚଳରେ ରାଜପଥ ସମ୍ପ୍ରସାରଣ କାର୍ଯ୍ୟ ବିଳମ୍ବ ହେଉଥିବା ବେଳେ ଉଠା ଦୋକାନୀଙ୍କୁ ଥଇଥାନ କରାଯାଉ ନାହିଁ। ରାଜପଥ କାମ ସରୁ ନ ଥିବାରୁ ଲୋକେ ହଇରାଣ ହେଉଛନ୍ତି। ଏଣେ ବ୍ୟବସାୟ ହରାଇ ଉଠା ଦୋକାନୀ ବେରୋଜଗାର ହୋଇଯାଇଛନ୍ତି।
-ଉଗ୍ରସେନ ସେଠୀ, ଆଇନଜୀବୀ

ନୂଆ ରାସ୍ତା ଫାଟି ଗଲାଣି
ରାସ୍ତା କାର୍ଯ୍ୟ ଶେଷ ହେଉ ନ ଥିବାବେଳେ ନୂତନ ରାସ୍ତା ମଧ୍ୟ ଫାଟି ଗଲାଣି। ଠିକାସଂସ୍ଥା ପକ୍ଷରୁ ଠିକ୍‌ ଭାବେ କାମ କରାଯାଉ ଥିବା ଯୋଗୁ ରାସ୍ତା ଅଳ୍ପ ଦିନରେ ଫାଟିଯାଉଛି। କାର୍ଯ୍ୟ ତ୍ୱରାନ୍ବିତ ସହ ଅଧିକ ଯତ୍ନବାନ ହେବା ଦିଗରେ ପଦକ୍ଷେପ ନିଆଯାଉ।
-ଭାଗୀରଥି ପ୍ରଧାନ, ଭଜପା ନେତା

୨୦ ପ୍ରତିଶତ କାମ ହୋଇନି
ରାସ୍ତା ପାଇଁ ୪ ବର୍ଷ ତଳୁ ଉଚ୍ଛେଦ କାର୍ଯ୍ୟ କରାଯାଇଥିଲେ ମଧ୍ୟ ଏଯାଏ ୨୦ ପ୍ରତିଶତ କାମ କରାଯାଇ ନାହିଁ। ଡ୍ରେନ୍‌ ନିର୍ମାଣ ହେଉ ନ ଥିବାରୁ ବର୍ଷା ହେଲେ ଲୋକଙ୍କ ଘରେ ପାଣି ପଶିଯାଉଛି। ଯେତେ ଅଭିଯୋଗ କଲେ ମଧ୍ୟ କେହି ଶୁଣୁନାହାନ୍ତି।
-ପାପୁନା ମହାପାତ୍ର, ବଇଣ୍ଡା

ପ୍ରଶାସନର ଅବହେଳା ଦାୟୀ
ପ୍ରଶାସନର ଅବହେଳା ଯୋଗୁ ଠିକାସଂସ୍ଥା ଏପରି ବିଳମ୍ବ କରୁଛି। ବିଶେଷକରି ଅସ୍ଥାୟୀ ରାସ୍ତାଗୁଡିକ ପିଚୁ କରାଯାଉ ନ ଥିବା ବେଳେ ବଡ ବଡ ଗର୍ତ୍ତ ସୃଷ୍ଟି ହୋଇଛି। ଫଳରେ ଦୈନିକ ଦୁର୍ଘଟଣା ଘଟୁଛି। ସମସ୍ତ ଅସ୍ଥାୟୀ ରାସ୍ତାକୁ ପ୍ରଥମେ ପିଚୁ କରାଯାଉ।
-ଅମିତ ବିକ୍ରମ ନାୟକ

ଠିକା ସଂସ୍ଥାକୁ ନିର୍ଦ୍ଦେଶ ଦିଆଯିବ
ଜାତୀୟ ରାଜପଥ କାର୍ଯ୍ୟ ନେଇଥିବା ଠିକା ସଂସ୍ଥା କିପରି ଅସ୍ଥାୟୀ ରାସ୍ତା ମରାମତି କରିବ, ସେ ନେଇ ଠିକାସଂସ୍ଥାକୁ ନିର୍ଦ୍ଦେଶ ଦିଆଯିବ। ଏଥିସହ ଠିକ୍‌ ଭାବେ ନିର୍ମାଣ କାମ କରିବାକୁ ପରାମର୍ଶ ଦିଆଯିବ।
-ତରଣୀ ସୁନା, ଆଠମଲ୍ଲିକ ଉପଜିଲାପାଳ


Enter your email to get our daily news in your inbox.

All Right Reserved By Dharitri.Com

ଗ୍ରୀଷ୍ମଛୁଟି ସତ୍ତ୍ୱେ ଚାଲିଲା ସ୍କୁଲ

ମଙ୍ଗୁଳି-ଜଗତପୁର,୨୬।୪(ମାନସ ସାମଲ): ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ରାଜ୍ୟ ସରକାର ଏପ୍ରିଲ ୨୫ରୁ ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟଗୁଡ଼ିକୁ ଗ୍ରୀଷ୍ମଛୁଟି ଘୋଷଣା କରିଛନ୍ତି। ତେବେ...

ବିଜେଡିରୁ ପ୍ରାର୍ଥୀ ଦୌଡ଼ରେ ୪ ମହିଳା

ଖୋର୍ଦ୍ଧା,୨୬ା୪(ପ୍ରଭାତ ପାଣିଗ୍ରାହୀ): ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଆସନ୍ତା ମେ’୨୫ତାରିଖରେ ଭୁବନେଶ୍ୱର ଲୋକ ସଭା ସଂସଦୀୟ କ୍ଷେତ୍ରରେ ନିର୍ବାଚନ ହେବ।...

୮ ବର୍ଷ ହେଲା ସରୁନି ବିଦ୍ୟୁତ୍‌ ସବ୍‌ଷ୍ଟେଶନ କାର୍ଯ୍ୟ

କୋଣାର୍କ,୨୬।୪(ଜ୍ୟୋତିରାଜ ମହାନ୍ତି): କୋଣାର୍କ ନିକଟସ୍ଥ ସୁତନ ପଞ୍ଚାୟତର ୬ଟି ଗ୍ରାମକୁ ନିରବଛିନ୍ନ ବିଦ୍ୟୁତ୍‌ ଯୋଗାଣ ନିମନ୍ତେ ୨୦୧୬ରେ ଓପିଟିସିଏଲ୍‌ ମାଧ୍ୟମରେ ଆରମ୍ଭ ହୋଇଥିବା ସୁତନ ୩୩...

ଭାଜପା ରାଜ୍ୟ ସମ୍ପାଦକ ଦଳ ଛାଡ଼ିଲେ, ଆଜି ବିଜେଡିରେ ମିଶିବେ

ଭଞ୍ଜନଗର/ସୋରଡ଼ା,୨୬।୪(ବାବୁଲା ପ୍ରଧାନ/ଲମ୍ବୋଦର ପାଣିଗ୍ରାହୀ): ଗଞ୍ଜାମ ଜିଲା ସୋରଡ଼ା ନିର୍ବାଚନ ମଣ୍ଡଳୀର ପୂର୍ବତନ ଭାଜପା ବିଧାୟକ ପ୍ରାର୍ଥୀ ତଥା ବର୍ତ୍ତମାନର ଭାଜପା ରାଜ୍ୟ କୃଷକ ମୋର୍ଚ୍ଚା ସମ୍ପାଦକ...

୩ ଜଣଙ୍କୁ ଚାପିଦେଲା ଟ୍ରକ୍‌

ସୁନ୍ଦରଗଡ଼,୨୬ା୪: ସୁନ୍ଦରଗଡ଼ ଜିଲା ଭସ୍ମା ଥାନା ଅନ୍ତର୍ଗତ ଦର୍ଲିପାଲି ଏନ୍‌ଟିପିସି ପାଓ୍ବାର ପ୍ଲାଣ୍ଟ ନିକଟରେ ଏକ ଟ୍ରକ୍‌ ୩ ବାଇକ୍‌ ଆରୋହୀଙ୍କ ଉପରେ ମାଡ଼ିଯିବାରୁ ଘଟଣାସ୍ଥଳରେ...

ଚାଷୀ ଦେଉଛନ୍ତି ଜଳକର, ଜମିରେ ମାଡୁନି ପାଣି

ନୂଆଗାଁ,୨୬।୪( ଧନେଶ୍ୱର ସାହୁ): ଚାଷ ଜମିକୁ ଜଳସେଚନର ସୁବିଧା ଯୋଗାଇ ଦେବା ପାଇଁ ସରକାର ଅନେକ କୋଟି ଟଙ୍କା ବ୍ୟୟ କରୁଛନ୍ତି। ଜଳସେଚନ ପ୍ରକଳ୍ପ ନିର୍ମାଣ...

ପ୍ରଶାସନିକ ଅବହେଳା, ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ

ପଟ୍ଟାମୁଣ୍ଡାଇ, ୨୬ା୪ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲାର ପଟ୍ଟାମୁଣ୍ଡାଇ ଅଞ୍ଚଳରେ କାର୍ଯ୍ୟରତ ସରକାରୀ କର୍ମଚାରୀ, ଜନପ୍ରତିନିଧିମାନେ ସାମ୍ବିଧାନିକ ବିଧି ବ୍ୟବସ୍ଥାର ନୀତିନିୟମ ଓ ଆଇନକୁ ଉଲ୍ଲଂଘନ...

ଲଢ଼େଇରେ ନୂଆ ବନାମ ଅଭିଜ୍ଞ

ରାଜକନିକା,୨୬ା୪(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲାର ଶେଷ ସୀମା ହେଉଛି ଆଳି ନିର୍ବାଚନମଣ୍ଡଳୀ। ରାଜକନିକାର ୨୯ଟି ପଞ୍ଚାୟତ ଓ ଆଳିର ୩୪ଟି ପଞ୍ଚାୟତକୁ ମିଶାଇ ଆଳି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri