ନିମ୍ନମାନର ପାଇଖାନା ନିର୍ମାଣକୁ ନେଇ ଚିନ୍ତା

ନୂଆଗାଁ,୨୫।୩(ଡି.ଏନ.ଏ.): ନୟାଗଡ଼ ଜିଲା ନୂଆଗାଁ ବ୍ଲକରେ କେନ୍ଦ୍ର ସରକାରଙ୍କ ସ୍ବଚ୍ଛ ପରିମଳ ଯୋଜନା ମାଧ୍ୟମରେ ପାଇଖାନା ନିର୍ମାଣ ନାମରେ ଚାଲିଛି ହରିଲୁଟ। ପାଇଖାନା ନ ଥାଇ ବାହ୍ୟ ମଳମୁକ୍ତ ଅଞ୍ଚଳ ବୋଲି ଏକାଧିକ ଗ୍ରାମକୁ ଘୋଷଣା କରାଯାଇଛି । କେତେକ ସ୍ଥାନରେ ଫଳକ ଲଗାଯାଇଛି। ଏହି ସୁଯୋଗରେ ଅତି ନିମ୍ନମାନର ପାଇଖାନା ନିର୍ମାଣ କରାଯାଉଛି । ଇଟା ବଦଳରେ ବାଲି, ବଜୁରି ପିସ୍‌ ବ୍ୟବହାର କରାଯାଉଥିବା ଅଭିଯୋଗ ହେଉଛି ।
ମହାତ୍ମା ଗାନ୍ଧୀଙ୍କ ସ୍ବପ୍ନକୁ ସାକାର କରିବାକୁ କେନ୍ଦ୍ର ସରକାର ସ୍ବଚ୍ଛ ପରିମଳ ଯୋଜନା ଅନୁଯାୟୀ, ସମସ୍ତ ପରିବାରରେ ପାଇଖାନା ନିର୍ମାଣ କରିବାକୁ ଘୋଷଣା କରିଥିଲେ । ଏଥିପାଇଁ ହିତାଧିକାରୀଙ୍କୁ ୧୨ ହଜାର ଟଙ୍କା ଲେଖାଏ ଦେବାକୁ ପ୍ରସ୍ତାବ ଦିଆଯାଇଥିଲା। ସେହି ଅନୁଯାୟୀ ୨୦୧୩ରୁ ନୟାଗଡ଼ ଜିଲା ନୂଆଗାଁ ବ୍ଲକ୍‌ ୨୨ ପଞ୍ଚାୟତର ୨୭୭ ଗାଁରେ ପାଇଖାନା ନିର୍ମାଣ କରିବାକୁ ଲକ୍ଷ୍ୟ ରଖାଯାଇଥିଲା । ଏଥିପାଇଁ ଜଳ ଓ ପରିମଳ ବିଭାଗର ଯନ୍ତ୍ରୀ ଏବଂ କର୍ମଚାରୀମାନେ ଦାୟିତ୍ୱ ନେଇ ଗାଁ ଗାଁ ବୁଲି ପାଇଖାନା କାର୍ଯ୍ୟର ତଦାରଖ କଲେ । କିନ୍ତୁ ଇତିମଧ୍ୟରେ ୮ ବର୍ଷ ବିତି ଯାଇଥିଲେ ମଧ୍ୟ ପାଇଖାନା ନିର୍ମାଣ କାର୍ଯ୍ୟ ଶେଷ ନ ହୋଇ ଅଧାପନ୍ତରିଆ ଭାବେ ପଡ଼ିରହିଛି । ପ୍ରଥମେ ହିତାଧିକାରୀ ନିଜେ ପାଇଖାନା ନିର୍ମାଣ କରୁଥିବା ବେଳେ ଏବେ ପାଇଖାନା ନିର୍ମାଣ ଦାୟିତ୍ୱ ବ୍ଲକ ବାହାର ଠିକାଦାରଙ୍କ ହାତରେ ଟେକି ଦେଇଛି ବ୍ଲକ ପ୍ରଶାସନ ।
ଆଦିବାସୀ ଅଧ୍ୟୁଷିତ ଜାକେଡ଼ା ପଞ୍ଚାୟତର ଜାକେଡା, ସାନଜିରି, ତୁକୁଡ଼ା, ବଡ଼ଜିରି, ଲୁଣି, ବାଗିଆମ୍ବା, ଦୁରୁଙ୍ଗି, ବାଡ଼ିବାରି, କରଚୁଲି ଆଦି ଗାଁରେ ହାତଗଣତି କେତୋଟି ପାଇଖାନା ନିର୍ମାଣ କରାଯାଇ ବାହ୍ୟ ମଳମୁକ୍ତ ଗାଁ ଘୋଷଣା କରାଯିବା ସହିତ ଫଳକ ଲଗାଇ ଦିଆଯାଇଥିଲା। ନିର୍ମାଣ ହୋଇଥିବା ପାଇଖାନା ମଧ୍ୟରୁ ଅଧିକାଂଶ ସ୍ଥାନରେ ଯନ୍ତ୍ରୀଙ୍କ ନିର୍ଦ୍ଦେଶ ଓ ଠିକାଦାରଙ୍କ ମାଧ୍ୟମରେ ନିମ୍ନମାନର କାମ ହୋଇଥିଲା । ଫଳରେ ତାହା ବ୍ୟବହାର ଅନୁପଯୋଗୀ ହୋଇ ମାଟିରେ ମିଶିଛି। ଏ ନେଇ ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ ଜିଲା ପ୍ରଶାସନ କିମ୍ବା ବ୍ଲକ ଅଧିକାରୀମାନେ କର୍ଣ୍ଣପାତ କରୁ ନ ଥିବା ଅଭିଯୋଗ ହେଉଛି। ଠିକାଦାର ନିମ୍ନମାନର କାର୍ଯ୍ୟ କରୁଥିଲେ ମଧ୍ୟ ମୋଟା ଅଙ୍କର ପିସି ନେଇ ବିଭାଗୀୟ ଅଧିକାରୀମାନେ ସେମାନଙ୍କ ବିଲ୍‌ ପାସ୍‌ କରି ଦେଉଛନ୍ତି। ଫଳରେ ଦିନକୁ ଦିନ ଦୁର୍ନୀତି ବଢ଼ିଚାଲିଛି। ଜାକେଡା ପଞ୍ଚାୟତରେ ଠିକାଦାର ପାଇଖାନା ନିର୍ମାଣ କରିଥିଲେ ମଧ୍ୟ ତାହା ଅତି ନିମ୍ନମାନର ହେଉଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏପରି କି ନିର୍ମାଣ କାର୍ଯ୍ୟରେ ଇଟା ବ୍ୟବହାର ନ କରି ବାଲି ଏବଂ ବଜୁରିରେ ନିର୍ମିତ ପିସ୍‌ରେ ପାଇଖାନା ଘରର କାନ୍ଥ ନିର୍ମାଣ କରାଯାଇଛି । ସେଥିରେ ସିମେଣ୍ଟ ବଦଳରେ ଡଷ୍ଟ ପାଉଡର ବ୍ୟବହାର କରାଯାଉଥିବା ନେଇ ମଧ୍ୟ ଅଭିଯୋଗ ହେଉଛି। ପାଇଖାନା ଟାଙ୍କିରେ କମ ବଜୁରି ଦେଇ ନିର୍ମାଣ କରାଯାଉଛି। ଏଥିପାଇଁ ପାଇଖାନାର ସ୍ଥାୟିତ୍ୱ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ସିମେଣ୍ଟ ବଦଳରେ ଡଷ୍ଟ ପାଉଡର ବ୍ୟବହାର କରୁଥିବା ବିଷୟରେ ଜଳ ଯୋଗାଣ ଓ ପରିମଳ ବିଭାଗର ଜଣେ କର୍ମଚାରୀଙ୍କୁ ପଚାରିବାରେ ଠିକାଦାର ଭୁଲରେ ଡଷ୍ଟପାଉଡର ଆଣିଥିଲେ, କିନ୍ତୁ ବ୍ୟବହାର କରାଯାଇ ନ ଥିବା ସେ କହିଛନ୍ତି। ଅନ୍ୟପକ୍ଷେ ତଦନ୍ତ ପରେ ଅନିୟମିତତା ଜଣାପଡିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନୂଆଗାଁ ବିଡିଓ ପ୍ରମୋଦ କୁମାର ନାୟକ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ମା’ ଧାମୁରାଇଙ୍କୁ ପୂଜା କରି ପ୍ରଚାର ଆରମ୍ଭ କଲେ କଂଗ୍ରେସ ପ୍ରାର୍ଥୀ

ଚାନ୍ଦବାଲି,୧୬।୪(କିଷାନ ପାତ୍ର)- ଭଦ୍ରକ ଜିଲା ଚାନ୍ଦବାଲି ନିର୍ବାଚନୀ ମଣ୍ଡଳୀ କଂଗ୍ରେସ କଂଗ୍ରେସ ପ୍ରାର୍ଥୀ ଅମୀୟ ମହାପାତ୍ର ମଙ୍ଗଳବାର ଧାମରାଠାରେ ମା’ଧାମୁରାଇଙ୍କ ଦର୍ଶନ କରି ପ୍ରଚାର ଆରମ୍ଭ...

ଶୁଣାଣି ଚାଲିଥିବା ବେଳେ କୋର୍ଟ ଛାତରୁ ଡେଇଁ ପଡ଼ିଲେ ଅଭିଯୁକ୍ତ

ଝାରସୁଗୁଡ଼ା,୧୬।୪: ଝାରସୁଗୁଡ଼ା ଜିଲା ଦୌରାଜଜଙ୍କ ଅଦାଲତର ଦ୍ୱିତୀୟ ମହଲାରୁ ମଙ୍ଗଳବାର ଜଣେ ଅଭିଯୁକ୍ତ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଅଭିଯୁକ୍ତ ଜଣକ ହେଲେ ବେଲପାହାଡ଼ ଥାନା...

ଫେରାର କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ

କାଳିଆ ପାଣି,୧୬।୪:(ଅସିତ ମହାନ୍ତ): ଯାଜପୁର ଜିଲା କାଳିଆପାଣି ଥାନା ଅଧୀନ ପାନାସିଆ ଗାଁର ଜଣେ ବିଚାରଧୀନ ଫେରାର କଏଦୀଙ୍କ ମଙ୍ଗଳବାର ସନ୍ଦେହଜନକ ମୃତ୍ୟୁ ଘଟିଛି। ସେ...

ମହିଷମର୍ଦ୍ଦିନୀ ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୧୬।୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଇଷ୍ଟଦେବୀ ମା’ତାରାତାରିଣୀଙ୍କ ଚତୁର୍ଥପାଳି ଚୈତ୍ର ମଙ୍ଗଳବାର ଯାତ୍ରାରେ ପ୍ରବଳ ଜନ ସମାଗମ ହୋଇଛି। ଏନେଇ ରତ୍ନଗିରି ପାହାଡ଼...

ଏହି ଆସନରେ ପ୍ରାର୍ଥୀ ବଦଳାଇଲା ଭାଜପା: କର୍ମୀଙ୍କ ମଧ୍ୟରେ ଖୁସିର ମାହୋଲ

ପଟ୍ଟାଙ୍ଗି,୧୬।୦୪(ଶରତ ଧଳ): କୋରାପୁଟ ଲୋକ ସଭା ଅଧିନସ୍ଥ ପଟ୍ଟାଙ୍ଗି ନିର୍ବାଚନ ମଣ୍ଡଳୀକୁ ହାତେଇବା ପାଇଁ ତିନି ଦଳ ମଧ୍ୟରେ ଆଗଭର ଦେଖାଦେଇଛି। ଏଥିପାଇଁ ଦଳୀୟ କର୍ମୀଙ୍କ...

ଦଳରେ ମିଶୁମିଶୁ ମିଳିଗଲା ଟିକେଟ

ଭୁବନେଶ୍ୱର,୧୨।୪: ଭାଜପା ମଙ୍ଗଳବାର ୨୧ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ କୋରାପୁଟ ଜିଲା ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀ ପାଇଁ ପୂର୍ବତନ ବିଧାୟକ କୈଳାଶ...

ସାଙ୍ଗରେ ପ୍ରଚାର କରୁଛନ୍ତି ଅରୂପ, ରୁଦ୍ର

ପୁରୀ,୧୬।୪: ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ନେତାଙ୍କ ପ୍ରଚାର ମଧ୍ୟ ଜୋର ଧରିଛି। ଏହି ପରିପ୍ରେକ୍ଷୀରେ ବିଜେଡି ପକ୍ଷରୁ ସୋମବାର ପୁରୀ ନିର୍ବାଚନମଣ୍ଡଳୀରେ ପ୍ରଚାରକୁ...

ସିରିଜ ଦୁର୍ଘଟଣା: ୨ ମୃତ, ଜଣେ ଗୁରୁତର

କେନ୍ଦୁଝର,୧୬।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସହର ଏନଏଚ ୨୦ର ଧୃପଦା ନିକଟରେ ଏକ ସିରିଜ ଦୁର୍ଘଟଣା ଘଟିଛି। ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟଜଣେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri