ନାକିଚି ଛକରେ ହେଉନି ସର୍ଭିସ ରାସ୍ତା ନିର୍ମାଣ

ବଇଣ୍ଡା,୬।୧୨(ପରିକ୍ଷିତ ସାହୁ): ଅନୁଗୋଳ ଜିଲା କିଶୋରନଗର ବ୍ଲକ ନାକିଚି ଛକ ଠାରେ ସର୍ଭିସ ରୋଡ ନିର୍ମାଣ ହେଉନାହିଁ। ବାରମ୍ବାର ଅଭିଯୋଗ କଲେ ମଧ୍ୟ ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ ଏ ସଂକ୍ରାନ୍ତରେ ଧ୍ୟାନ ଦେଉ ନ ଥିବାରୁ ସୋମବାର ନାକିଚି ଗ୍ରାମବାସୀ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଅଭିଯୋଗପତ୍ର ମାଧ୍ୟମରେ ଅବଗତ କରାଇଛନ୍ତି। ଏହାର ଏକ ନକଲ ଆଠମଲ୍ଲିକ ବିଧାୟକଙ୍କୁ ପ୍ରଦାନ କରାଯାଇଛି।
ଦାବିପତ୍ରରେ ଗ୍ରାମବାସୀ ଉଲ୍ଲେଖ କରିଛନ୍ତି, ଜାତୀୟ ରାଜପଥ ବିଭାଗ ପକ୍ଷରୁ ଏଠାରେ ୫୫ନଂ. ଜାତୀୟ ରାଜପଥର ସାମ୍ପ୍ରସାରଣ କରାଯାଇ ୪ ଟିକିଆ କରାଯାଇଛି। ହେଲେ ରାଜପଥ ପାର୍ଶ୍ୱରେ ସର୍ଭିସ ରୋଡ୍‌ ନିର୍ମାଣ କରାଯାଇନାହିଁ। ଫଳରେ ସ୍ଥାନୀୟ ଅଞ୍ଚଳ ବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଏହି ଛକ ଉପରେ ନାକିଚି, ଉରୁକୁଳା, ଅଙ୍ଗପଡା, ଧଡରପାଳ, ଠାକୁରଗଡ଼, କୃତ୍ତିବାସପୁର, ଠେଲକନାଳୀ, ଆମ୍ବପାଳ, କଟରଙ୍ଗା ଆଦି ପଞ୍ଚାୟତର ଲୋକେ ନିର୍ଭର କରୁଛନ୍ତି। ବିଶେଷକରି ଏହି ଛକରୁ ଠାକୁରଗଡ଼ ଓ କିଶୋରନଗର ବ୍ଲକ ଅଞ୍ଚଳକୁ ପୂର୍ତ୍ତ ବିଭାଗ ଜରିଆରେ ରାସ୍ତା ନିର୍ମାଣ କରାଯାଇଛି। ଅନେକ ଲୋକ ବସ୍‌ରେ ଯାତାୟାତ ପାଇଁ ଏହି ଛକ ଉପରେ ଅପେକ୍ଷା କରୁଛନ୍ତି। ହେଲେ ସର୍ଭିସ ରାସ୍ତା ନିର୍ମାଣ କରାଯାଉ ନ ଥିବା ଯୋଗୁ ଯାତ୍ରୀମାନେ ଅସୁରକ୍ଷିତ ମଣୁଛନ୍ତି। ମାଟି ରାସ୍ତାରୁ ନୂତନ ରାସ୍ତା ୨ ଫୁଟ ଉଚ୍ଚରେ ରହୁଥିବାରୁ ଲୋକେ ଯାତାୟାତରେ ଅନେକ ଅସୁବିଧା ସମ୍ମୁଖୀନ ହେଉଛନ୍ତି। ଅନେକ ଅଞ୍ଚଳରେ ସର୍ଭିସ ରାସ୍ତା ନିର୍ମାଣ କରାଯାଇଥିବା ବେଳେ ଏହି ଛକକୁ ଅଣଦେଖା କରାଯାଇଛି। ସେହିପରି ରାସ୍ତାର ଉଭୟ ପାର୍ଶ୍ୱରେ ଡ୍ରେନ ବ୍ୟବସ୍ଥା କରାଯାଇ ନ ଥିବା ଯୋଗୁ ସାମାନ୍ୟ ବର୍ଷା ହେଲେ ୨ ଫୁଟର ପାଣି ଜମି ରହୁଛି। ଏପରିକି ରାସ୍ତାପାର୍ଶ୍ୱରେ ଥିବା ଦୋକାନ ଗୁଡିକରେ ବର୍ଷା ଜଳ ପଶିଯାଉଛି। ଏ ନେଇ ରାସ୍ତା କାମ କରୁଥିବା ଠିକାସଂସ୍ଥାଙ୍କ ଠାରୁ ଆରମ୍ଭ କରି ଜିଲା ପ୍ରଶାସନ ଠାରେ ପୂର୍ବରୁ ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ତୁରନ୍ତ ଏଥିପ୍ରତି ଜାତୀୟ ରାଜପଥ ବିଭାଗ ଓ ଜିଲା ପ୍ରଶାସନ ଦୃଷ୍ଟି ଦେଇ ସର୍ଭିସ ରାସ୍ତା, ଡ୍ରେନ ନିର୍ମାଣ କରିବା ପାଇଁ ଗ୍ରାମର ଲମ୍ବୋଦର ସାହୁ, ଅଞ୍ଜନ କୁମାର ରାଉଳ, କୃଷ୍ଣଚନ୍ଦ୍ର ବେହେରା, ପଦ୍ମଲୋଚନ ବେହେରା, ରଞ୍ଜନ କୁମାର ବେହେରା, ସୁବାସ ଚନ୍ଦ୍ର ବେହେରା, କୁମୁନ୍ଦ ପ୍ରଧାନ, ଅକ୍ଷୟ କୁମାର ଦେହୁରୀ, ଧନଞ୍ଜୟ ସାହୁ, ପ୍ରଫୁଲ୍ଲ ବିଶ୍ୱାଳ, ପୀତାମ୍ବର ସାହୁ, ପ୍ରେମାଞ୍ଜନ ସାହୁ, ଦିଲେଶ୍ୱର ସାହୁ, ଅମର ସାହୁ, ଦିଗାମ୍ବର ସାହୁ, ପୀତାମ୍ବର ବେହେରା ପ୍ରମୁଖ ଦାବି କରିଛନ୍ତି। ନଚେତ ଆଗାମୀ ଦିନରେ ଏକ ବଡ଼ଧରଣର ଆନ୍ଦୋଳନ କରାଯିବ ବୋଲି ଗ୍ରାମବାସୀ କଡା ଚେତାବନୀ ଦେଇଛନ୍ତି। ଏ ନେଇ ଠିକାସଂସ୍ଥା ପରିଚାଳକ ଜେ. ବେହେରା କହିଛନ୍ତି, ନାକିଚି ଅଞ୍ଚଳରେ ସର୍ଭିସ ରାସ୍ତା ନିର୍ମାଣ ପାଇଁ କୌଣସି ପ୍ରସ୍ତାବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

ଟିଏମସି (TMC)କୁ ଲାଗିବ ଶକ୍ତ ଧକ୍କା, ଦଳ ଛାଡିଥିବା ନେତାଙ୍କୁ ଭାଜପା ଦେଲା ବଡ଼ ସୁଯୋଗ

ନୂଆଦିଲ୍ଲୀ,୪।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର (ଅକ୍ଟୋବର ୪) ରାଜ୍ୟ ସଭା ନିର୍ବାଚନ ପାଇଁ ଦୁଇଜଣ ପ୍ରମୁଖ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।…

ଭାଇରାଲ ହେଉଛି ସଞ୍ଜୟ ଦତ୍ତଙ୍କ ବୟାନ, ଭାରତରେ ଏବେ ପୂର୍ବଭଳି….

ମୁମ୍ବାଇ,୪।୧୦: ଅଭିନେତା ସଞ୍ଜୟ ଦତ୍ତଙ୍କୁ ଶେଖର ସୁମନଙ୍କ ଶୋ’ ‘ଶେଖର ଟୁନାଇଟ୍’ରେ ଦେଖିବାକୁ ମିଳିଛି । ଗାନ୍ଧୀ ଜୟନ୍ତୀ ସ୍ପେଶାଲ ଏପିସୋଡ୍‌ରେ ଯୋଗଦେଇ ସଞ୍ଜୟ ଦତ୍ତ ତାଙ୍କ…

ଛତୁ ତୋଳିବାକୁ ଯାଇ ଭାଲୁ ହାବୁଡ଼ରେ ପଡ଼ିଗଲେ ମହିଳା, ଆଉ ତା’ ପରେ…

ଆନନ୍ଦପୁର,୪ା୧୦(ସୁଶାନ୍ତ କୁମାର ସାହୁ): ଛତୁ ତୋଳିବାକୁ ଯାଇଥିବାବେଳେ ମହିଳା ଭାଲୁ ଆକ୍ରମଣରେ ଗୁରତର ଅବସ୍ଥାରେ ପ୍ରଥମେ ଆନନ୍ଦପୁର ମେଡିକାଲ ପରେ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?