ଧିମେଇ ଚାଲିଛି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ କୋଠା ନିର୍ମାଣ

ଚଣ୍ଡିଖୋଲ,୧୪ା୨(ଡି.ଏନ.ଏ.):ଚଣ୍ଡିଖୋଲସ୍ଥିତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପରିସରରେ ଏହାର ପରିବର୍ଦ୍ଧିତ କାର୍ଯ୍ୟାଳୟର ନୂତନ ଗୃହ ନିର୍ମାଣ ଦୀର୍ଘ ୩ ବର୍ଷ ହେଲା ଚାଲିଥିଲେ ମଧ୍ୟ ଶେଷ ହେବାର ନାଁ ଧରୁନି। ଚାରବାଟିଆ ପୂର୍ତ୍ତବିଭାଗ ଅଧୀନରେ ବଡ଼ଚଣା ଉପଖଣ୍ଡ କାର୍ଯ୍ୟାଳୟ ଦ୍ୱାରା କରାଯାଉଥିବା ଏହି ନିର୍ମାଣର ମନ୍ଥର ଗତିକୁ ନେଇ ପ୍ରଶ୍ନ ଉଠିଛି। ଉକ୍ତ କାର୍ଯ୍ୟାଳୟ ସମ୍ପ୍ରସାରଣ ପାଇଁ ୨୦୨୦ ଜୁନ୍‌ରେ ୫୦ଲକ୍ଷ ୨୯ ହଜାର ଟଙ୍କା ବ୍ୟୟ ବରାଦରେ ନିର୍ମାଣ କରାଯିବା ପାଇଁ ସ୍ଥିର ହୋଇଥିଲା। ଏହାର ଟେଣ୍ଡର ପ୍ରକ୍ରିୟା ମଧ୍ୟ ଚାଲିଥିଲା ବେଳେ ପୁର୍ତ୍ତବିଭାଗ ତରଫରୁ ଏହାକୁ ପୁନର୍ବାର ବଦଳାଇ ଦିଆଗଲା। ସେଥିପାଇଁ ୨୦୨୧ ଏପ୍ରିଲ ୧୫ରେ ଏହି କାର୍ଯ୍ୟାଳୟକୁ ୩ ମହଲା ବିଶିଷ୍ଟ କରାଯିବା ପାଇଁ ସ୍ଥିର କରାଗଲା। ସେଥିପାଇଁ ୪ କୋଟି ୬୨ଲକ୍ଷ ୫୦ହଜାର୧୬୭ଟଙ୍କା ବ୍ୟୟବରାଦ କରାଯାଇ ଚିଠା ପ୍ରସ୍ତୁତ କରାଗଲା। ଆଧୁନିକ ଶୈଳୀରେ ବିଲ୍‌ଡ଼ିଂର ନିର୍ମାଣ କରାଯିବ ବୋଲି ବିଭାଗ ତରଫରୁ କୁହାଯାଇ ଟେଣ୍ଡର କରାଯାଇଥିଲା ା ୨ବର୍ଷ ଅବଧି ମଧ୍ୟରେ ନିର୍ମାଣ କାର୍ଯ୍ୟ ଶେଷ ହେବ ବୋଲି ନିଷ୍ପତ୍ତି ନିଆଯାଇଥିଲା ା କାର୍ଯ୍ୟକୁ ନେଇଥିବା ଠିକାସଂସ୍ଥା ଅଦ୍ୟାବଧି ଏକ ମହଲା କାର୍ଯ୍ୟ ବି ଶେଷ କରିପାରି ନାହିଁ। ବିଭାଗ ତରଫରୁ ସମ୍ପୃକ୍ତ ସଂସ୍ଥାକୁ କୌଣସି କାରଣ ଦର୍ଶାଅ ନୋଟିସ ଜାରି କରାଯାଇ ନାହିଁ। ୨୦୨୩ ଏପ୍ରିଲରେ କାମ ଶେଷ ହେବାର ନିୟମ ରହିଥିବା ବେଳେ ଅଦ୍ୟାବଧି ପ୍ରାରମ୍ଭିକ କାର୍ଯ୍ୟ ମଧ୍ୟ ସରି ନାହିଁ। ୩ ମହଲା ବିଶିଷ୍ଟ ଏହି କାର୍ଯ୍ୟାଳୟକୁ ଆଧୁନିକିକରଣ କରିବା ସହ ଲିଫ୍‌ଟ ବ୍ୟବସ୍ଥା ମଧ୍ୟ କରାଯିବାର ନିୟମ ରହିଛି। କୋଠାକୁ ସମ୍ପୂର୍ଣ୍ଣ ବିପଦମୁକ୍ତ କରିବା ପାଇଁ ଅଗ୍ନୀନିର୍ବାପକ ବ୍ୟବସ୍ଥା କରାଯିବ। ଏଥି ସହିତ ଅନ୍ତରୀଣ ବିଦ୍ୟୁତ୍‌ ସଂଯୋଗ ଓ ବାହାର ଆଲୋକୀକରଣ କରାଯିବ। କୋଠାର ଚତୁଃପାର୍ଶ୍ୱ ଆପ୍ରୋଚ ରୋଡ଼ ତିଆରିହେବା ସହିତ ଫୁଲ ବଗିଚା ରହିବ ା ହେଲେ ଇତିମଧ୍ୟରେ ଅବଧି ଶେଷ ହେବାକୁ ଆଉ ମାତ୍ର ୧ମାସ ବାକି ଥିବାବେଳେ ଅଦ୍ୟାବଧି ଏହାର ପ୍ରଥମ ମହଲାର ଛାତ ମଧ୍ୟ ପଡ଼ି ନାହିଁ। ତେଣୁ ୩ ତାଲା ବିଶିଷ୍ଟ ହେବାକୁ ଥିବା ଏହି କାର୍ଯ୍ୟାଳୟର ଶେଷ କେବେ ହେବ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଗତ ଏକ ସପ୍ତାହ ତଳେ ବିଭାଗୀୟ ଅଧୀଗ୍ରହଣ ଯନ୍ତ୍ରୀ, ସହକାରୀ ନିର୍ବାହୀ ଯନ୍ତ୍ରୀ ଙ୍କ ସମେତ ବିଭାଗୀୟ ଅଧିକାରୀମାନେ କ୍ଷେତ୍ର ପରିଦର୍ଶନ କରି ଫେରି ଯାଇଛନ୍ତି। ତେବେ କେବଳ ଠିକା ସଂସ୍ଥାକୁ ତାଗିଦା କରି ଫେରିଯିବା ବିଭାଗୀୟ ଅଧିକାରୀଙ୍କ ଦକ୍ଷତାକୁ ନେଇ ପ୍ରଶ୍ନ ଉଠିଛି। ଏସମ୍ପର୍କରେ ପୂର୍ତ୍ତବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ସ୍ନିଗ୍ଧା ଦାସଙ୍କୁ ପଚାରିବାରେ ସେ କୁହନ୍ତି ମୁଁ ନୂଆ ଆସିଛି ତେଣୁ ସମ୍ପୂର୍ଣ୍ଣ ଭାବେ କାମ ବିଷୟରେ ଜାଣି ନାହିଁ ଖୁବ୍‌ ଶୀଘ୍ର ଠିକା ସଂସ୍ଥାକୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯିବ। ବୋଲି ସେ କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?