ତ୍ୱରାନ୍ବିତ ହେବ ରାୟଗଡ଼ା ରେଳ ଡିଭିଜନ୍‌ ନିର୍ମାଣ

ରାୟଗଡ଼ା ଅଫିସ,୨୨ା୧୧: ରେଳ ଡିଭିଜନ୍‌ ନିର୍ମାଣ ପାଇଁ ରାୟଗଡ଼ା ଜିଲା ବାସିନ୍ଦା ସ୍ବପ୍ନ ଦେଖୁଥିବା ବେଳେ ବିଳମ୍ବରେ ହେଲେ ମଧ୍ୟ ଏବେ ରେଲ୍‌ଓ୍ବେ ପକ୍ଷରୁ ନିର୍ମାଣ ପ୍ରକ୍ରିୟା ଜାରି ରହିଛି। ରେଳ ଡିଭିଜନ୍‌ ପାଇଁ ବିଭାଗର ମୁଖ୍ୟ ସମସ୍ୟା ହେଲା ରେଲ୍‌ଓ୍ବେ ଜମିରେ ଗଢ଼ି ଉଠିଥିବା ବେଆଇନ୍‌ ବସ୍ତି। ୨୦୧୯ ରୁ ବାରମ୍ବାର ନୋଟିସ୍‌ ଦିଆଗଲେ ମଧ୍ୟ ସ୍ଥାନୀୟ ବାସିନ୍ଦା ବସ୍ତି ଖାଲି କରୁନାହାନ୍ତି। ତଥାପି ରେଳ ଡିଭିଜନ୍‌ ନିର୍ମାଣ ହେବ ବୋଲି ବିଭାଗୀୟ ଅଧିକାରୀ ପ୍ରତିଶ୍ରୁତି ଦେଇଛନ୍ତି। କିଛି ସ୍ଥାନରୁ ଜବରଦଖଲକାରୀଙ୍କୁ ହଟାଯାଇଛି। ରେଲ୍‌ଓ୍ବେ ଜମିରେ ଗଢ଼ି ଉଠିଥିବା ବସ୍ତିଗୁଡ଼ିକୁ ଡିସେମ୍ବର ସୁଦ୍ଧା ଖାଲି କରିବା ପାଇଁ ରେଲ୍‌ଓ୍ବେ ପକ୍ଷରୁ ନୋଟିସ୍‌ ମଧ୍ୟ ଜାରି କରାଯାଇଛି। ପୂର୍ବରୁ ୨୦୧୯ ରୁ ବସ୍ତି ଖାଲି କରିବା ପାଇଁ ନୋଟିସ୍‌ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନ ଥିଲା। ଚଳିତ ଥରର ନୋଟିସ୍‌ ଫାଇନାଲ ବୋଲି ବସ୍ତି ବାସିନ୍ଦାଙ୍କୁ ରେଳ କର୍ତ୍ତୃୃପକ୍ଷ ତାଗିଦା କରିଥିବା ଜଣାପଡ଼ିଛି। ଏ ନେଇ ସୋମବାର ବିଶାଖାପାଟଣା ସ୍ଥିତ ଡିଆରଏମ୍‌ କାର୍ଯ୍ୟାଳୟକୁ ଡାକି ବସ୍ତିବାସିନ୍ଦାଙ୍କୁ ଶୀଘ୍ର ନିଜ ବ୍ୟବସ୍ଥା କରିବାକୁ କହିଛନ୍ତି।
ପୂର୍ବରୁ ଯେଉଁ ନୋଟିସ୍‌ ଦିଆଯାଇଥିଲା ତାହାକୁ ଗ୍ରହଣ କରାଯାଇ ନ ଥିବା ଇଷ୍ଟେଟ୍‌ ଅଫିସର ଅଭିଯୋଗ କରିଛନ୍ତି। ଶୀଘ୍ର ନିଜ ବ୍ୟବସ୍ଥା କରିବାକୁ କହିବା ସହ କମ୍‌ ଦିନ ମଧ୍ୟରେ ଜବରଦଖଲ ଉଚ୍ଛେଦ କରାଯିବ ବୋଲି ବିଭାଗୀୟ କର୍ତ୍ତୃପକ୍ଷ ଜଣାଇଥିବା ଜଣେ ବସ୍ତିବାସିନ୍ଦା ସୂଚନା ଦେଇଛନ୍ତି। ତେବେ ସେମାନଙ୍କୁ ସେଠାରୁ ଉଚ୍ଛେଦ କରାଗଲେ କେଉଁଠାରେ ଥଇଥାନ ହେବେ ବୋଲି ରେଲ୍‌ଓ୍ବେ ଅଧିକାରୀଙ୍କୁ ପଚାରିବାରୁ ତାହା ରେଳବାଇର କାମ ନୁହେଁ ବୋଲି ଉତ୍ତର ମିଳିଛି। ଜିଲା ପ୍ରଶାସନ ଏବଂ ରାଜ୍ୟ ସରକାର ସହିତ ଆଲୋଚନା କରି ଅନ୍ୟତ୍ର ଥଇଥାନ ବ୍ୟବସ୍ଥା କରିବା ପାଇଁ ରେଲ୍‌ଓ୍ବେ ଇଷ୍ଟେଟ୍‌ ଅଫିସର୍‌ କହିଥିବା ସେ ଜଣାଇଛନ୍ତି। ଏମିତିକି ମାସେ ମଧ୍ୟରେ ନିଜର ବ୍ୟବସ୍ଥା କରିବା ପାଇଁ କୁହାଯାଇଥିବା କୋଇଲାପଡ଼ା ବସ୍ତିବାସିନ୍ଦା ପ୍ରତିନିଧି ସୂଚନା ଦେଇଛନ୍ତି ା ହେଲେ ଏବେ ନିଜ ପରିବାରକୁ ନେଇ କୁଆଡ଼େ ଯିବେ ଏବଂ କେମିତି ରହିବେ ବସ୍ତିବାସିନ୍ଦା ସେ ଚିନ୍ତାରେ ରହିଛନ୍ତି ବୋଲି କୋଇଲାପଡ଼ାର ଦେବ ପଣ୍ଡା, ଗଣେଷ ପଣ୍ଡା ଏବଂ ଗୌର ରାଉତ କହିଛନ୍ତି। ପ୍ରକାଶଯୋଗ୍ୟ, ରାୟଗଡ଼ା ସହରରେ ୪୫ ବସ୍ତି ରହିଥିବା ବେଳେ ସେଥିମଧ୍ୟରୁ ୨୫ ବସ୍ତି ରେଲ୍‌ଓ୍ବେ ଜମିରେ ରହିଛି। ଆଗାମୀ ଦିନରେ ରେଲ୍‌ଓ୍ବେ ନିଜ ଜମିରୁ ସମସ୍ତ ବସ୍ତି ଖାଲି କରିବ ବୋଲି ସୂଚନା ମିଳିଛି। ହେଲେ ହଜାର ହଜାର ବସ୍ତିବାସିନ୍ଦାଙ୍କ ସ୍ଥାୟୀ ଥଇଥାନ ପାଇଁ କୌଣସି ପଦକ୍ଷେପ ନିଆଯାଇ ନାହିଁ। ବସ୍ତିବାସିନ୍ଦା ନିଜ ଥଇଥାନ ଲାଗି ବହୁବାର ଜିଲାପାଳଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସମାଧାନ ହୋଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବସ୍‌ଷ୍ଟାଣ୍ଡରେ ବିକୁଥିଲେ କଫ୍‌ସିରପ୍‌, ମାଡ଼ି ବସିଲା ପୋଲିସ

ବରଗଡ଼,୨୩।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ପୋଲିସ ଶନିବାର ରାତିରେ ବେଆଇନ ଭାବେ ଚାଲିଥିବା କଫସିରପ୍‌ କାରବାରକୁ ଠାବ କରିଛି। ପୋଲିସ ଏହି କାରବାରରେ ୨ଜଣ…

ଅନଲାଇନ ପେମେଣ୍ଟ କଲେ ଦିଗପହଣ୍ଡି ଚାଷୀଙ୍କୁ ମିଳୁଛି ସାର, ହନ୍ତସନ୍ତ ହେଉଛନ୍ତି….

ଦିଗପହଣ୍ଡି,୨୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିରେ ଚଳିତବର୍ଷ ଅନଲାଇନ୍ ଜରିଆରେ ଚାଷୀଙ୍କୁ ସାର ବିକ୍ରୀ ବ୍ୟବସ୍ଥାକୁ ନେଇ…

ବସରୁ ଜବତ ହେଲା ୭ କାର୍ଟୁନ ଗୁଟଖା, ଅଡ଼ବା ପୋଲିସ…

ମୋହନା,୨୩।୮(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ପୋଲିସ ପକ୍ଷରୁ ଅବୈଧ ଭାବେ ଗୁଟଖା ଚାଲାଣ ବିରୋଧରେ ଚଢ଼ାଉ କରାଯାଇ ୭ ଗୋଟି ଗୁଟଖା କାର୍ଟୁନ ଜବତ କରିଛି…

ଅବ୍ୟବସ୍ଥାରେ ବଡ଼ଛତ୍ରଙ୍ଗ ହାଇସ୍କୁଲ, ଛାତରୁ ଝରୁଛି ପାଣି, ନାହାନ୍ତି ଶିକ୍ଷକ

ଥୁଆମୂଳ ରାମପୁର,୨୩।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଐତିହାସିକ ସରକାରୀ ଉଚ୍ଚ ବିଦ୍ୟାଳୟ ବଡ଼ଛତ୍ରଙ୍ଗରେ ଶିକ୍ଷାବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ୧୯୬୬ରୁ ସ୍ଥାପିତ ଏହି…

କଲମ୍ବୋ ଟେଷ୍ଟରେ ଗିଲଙ୍କ ରେକର୍ଡ: ଭାଙ୍ଗିଲେ କୋହଲି-ଧୋନିଙ୍କ ରେକର୍ଡ

ନୂଆଦିଲ୍ଲୀ,୨୩।୮: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମୁକାବିଲା କଲମ୍ବୋର SSC ଗ୍ରାଉଣ୍ଡରେ ଖେଳାଯାଉଛି । ଟସ୍ ଜିତି ଭାରତୀୟ ଅଧିନାୟକ ଶୁଭମନ…

ଲଗାଣ ବର୍ଷାରେ ପାପଡ଼ାହାଣ୍ଡିରେ ବନ୍ୟା, ଭାଙ୍ଗିଲା ୩୮ ଘର, ୧୦୦ଜଣଙ୍କୁ ସ୍ଥାନାନ୍ତର

ପାପଡ଼ାହାଣ୍ଡି, ୨୩।୮(ସ୍ବପ୍ନଜିତ ପଟ୍ଟନାୟକ): ଗତ ୨ ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷାରେ ରବିବାର ପାପଡ଼ାହାଣ୍ଡି ବ୍ଲକରେ ବନ୍ୟା ପରିସ୍ଥିତି ଉପୁଜିଛି। ପାପଡ଼ାହାଣ୍ଡି ସଦର ସମେତ…

ଦୋକାନ ଭିତରୁ ମିଳିଲା ମାଲିକାଣୀଙ୍କ ରକ୍ତାକ୍ତ ମୃତଦେହ, ଭାଇ ଆଣିଲେ ହତ୍ୟା ଅଭିଯୋଗ

କେନ୍ଦୁଝର,୨୩।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅଧୀନ ଘୁଟୁରୁରେ ଥିବା ଏକ ଶୋରୁମ ଭିତରୁ ଜଣେ ମହିଳାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ତାଙ୍କ ନାମ…

ରନ୍ଧନ ଗ୍ୟାସକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିୟମ: ଏହା ଥିଲେ ବନ୍ଦ ହେବ LPG ସିଲିଣ୍ଡର

ନୂଆଦିଲ୍ଲୀ,୨୩।୮: ଦେଶର ଘରୋଇ ରୋଷେଇ ଗ୍ୟାସ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବା ଦିଗରେ କେନ୍ଦ୍ର ସରକାର ପଦକ୍ଷେପ ନେଉଛନ୍ତି । ଯେଉଁ ଅଞ୍ଚଳରେ ପୂର୍ବରୁ PNG (Piped…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri