ତ୍ୱରାନ୍ବିତ ହେବ ରାୟଗଡ଼ା ରେଳ ଡିଭିଜନ୍‌ ନିର୍ମାଣ

ରାୟଗଡ଼ା ଅଫିସ,୨୨ା୧୧: ରେଳ ଡିଭିଜନ୍‌ ନିର୍ମାଣ ପାଇଁ ରାୟଗଡ଼ା ଜିଲା ବାସିନ୍ଦା ସ୍ବପ୍ନ ଦେଖୁଥିବା ବେଳେ ବିଳମ୍ବରେ ହେଲେ ମଧ୍ୟ ଏବେ ରେଲ୍‌ଓ୍ବେ ପକ୍ଷରୁ ନିର୍ମାଣ ପ୍ରକ୍ରିୟା ଜାରି ରହିଛି। ରେଳ ଡିଭିଜନ୍‌ ପାଇଁ ବିଭାଗର ମୁଖ୍ୟ ସମସ୍ୟା ହେଲା ରେଲ୍‌ଓ୍ବେ ଜମିରେ ଗଢ଼ି ଉଠିଥିବା ବେଆଇନ୍‌ ବସ୍ତି। ୨୦୧୯ ରୁ ବାରମ୍ବାର ନୋଟିସ୍‌ ଦିଆଗଲେ ମଧ୍ୟ ସ୍ଥାନୀୟ ବାସିନ୍ଦା ବସ୍ତି ଖାଲି କରୁନାହାନ୍ତି। ତଥାପି ରେଳ ଡିଭିଜନ୍‌ ନିର୍ମାଣ ହେବ ବୋଲି ବିଭାଗୀୟ ଅଧିକାରୀ ପ୍ରତିଶ୍ରୁତି ଦେଇଛନ୍ତି। କିଛି ସ୍ଥାନରୁ ଜବରଦଖଲକାରୀଙ୍କୁ ହଟାଯାଇଛି। ରେଲ୍‌ଓ୍ବେ ଜମିରେ ଗଢ଼ି ଉଠିଥିବା ବସ୍ତିଗୁଡ଼ିକୁ ଡିସେମ୍ବର ସୁଦ୍ଧା ଖାଲି କରିବା ପାଇଁ ରେଲ୍‌ଓ୍ବେ ପକ୍ଷରୁ ନୋଟିସ୍‌ ମଧ୍ୟ ଜାରି କରାଯାଇଛି। ପୂର୍ବରୁ ୨୦୧୯ ରୁ ବସ୍ତି ଖାଲି କରିବା ପାଇଁ ନୋଟିସ୍‌ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନ ଥିଲା। ଚଳିତ ଥରର ନୋଟିସ୍‌ ଫାଇନାଲ ବୋଲି ବସ୍ତି ବାସିନ୍ଦାଙ୍କୁ ରେଳ କର୍ତ୍ତୃୃପକ୍ଷ ତାଗିଦା କରିଥିବା ଜଣାପଡ଼ିଛି। ଏ ନେଇ ସୋମବାର ବିଶାଖାପାଟଣା ସ୍ଥିତ ଡିଆରଏମ୍‌ କାର୍ଯ୍ୟାଳୟକୁ ଡାକି ବସ୍ତିବାସିନ୍ଦାଙ୍କୁ ଶୀଘ୍ର ନିଜ ବ୍ୟବସ୍ଥା କରିବାକୁ କହିଛନ୍ତି।
ପୂର୍ବରୁ ଯେଉଁ ନୋଟିସ୍‌ ଦିଆଯାଇଥିଲା ତାହାକୁ ଗ୍ରହଣ କରାଯାଇ ନ ଥିବା ଇଷ୍ଟେଟ୍‌ ଅଫିସର ଅଭିଯୋଗ କରିଛନ୍ତି। ଶୀଘ୍ର ନିଜ ବ୍ୟବସ୍ଥା କରିବାକୁ କହିବା ସହ କମ୍‌ ଦିନ ମଧ୍ୟରେ ଜବରଦଖଲ ଉଚ୍ଛେଦ କରାଯିବ ବୋଲି ବିଭାଗୀୟ କର୍ତ୍ତୃପକ୍ଷ ଜଣାଇଥିବା ଜଣେ ବସ୍ତିବାସିନ୍ଦା ସୂଚନା ଦେଇଛନ୍ତି। ତେବେ ସେମାନଙ୍କୁ ସେଠାରୁ ଉଚ୍ଛେଦ କରାଗଲେ କେଉଁଠାରେ ଥଇଥାନ ହେବେ ବୋଲି ରେଲ୍‌ଓ୍ବେ ଅଧିକାରୀଙ୍କୁ ପଚାରିବାରୁ ତାହା ରେଳବାଇର କାମ ନୁହେଁ ବୋଲି ଉତ୍ତର ମିଳିଛି। ଜିଲା ପ୍ରଶାସନ ଏବଂ ରାଜ୍ୟ ସରକାର ସହିତ ଆଲୋଚନା କରି ଅନ୍ୟତ୍ର ଥଇଥାନ ବ୍ୟବସ୍ଥା କରିବା ପାଇଁ ରେଲ୍‌ଓ୍ବେ ଇଷ୍ଟେଟ୍‌ ଅଫିସର୍‌ କହିଥିବା ସେ ଜଣାଇଛନ୍ତି। ଏମିତିକି ମାସେ ମଧ୍ୟରେ ନିଜର ବ୍ୟବସ୍ଥା କରିବା ପାଇଁ କୁହାଯାଇଥିବା କୋଇଲାପଡ଼ା ବସ୍ତିବାସିନ୍ଦା ପ୍ରତିନିଧି ସୂଚନା ଦେଇଛନ୍ତି ା ହେଲେ ଏବେ ନିଜ ପରିବାରକୁ ନେଇ କୁଆଡ଼େ ଯିବେ ଏବଂ କେମିତି ରହିବେ ବସ୍ତିବାସିନ୍ଦା ସେ ଚିନ୍ତାରେ ରହିଛନ୍ତି ବୋଲି କୋଇଲାପଡ଼ାର ଦେବ ପଣ୍ଡା, ଗଣେଷ ପଣ୍ଡା ଏବଂ ଗୌର ରାଉତ କହିଛନ୍ତି। ପ୍ରକାଶଯୋଗ୍ୟ, ରାୟଗଡ଼ା ସହରରେ ୪୫ ବସ୍ତି ରହିଥିବା ବେଳେ ସେଥିମଧ୍ୟରୁ ୨୫ ବସ୍ତି ରେଲ୍‌ଓ୍ବେ ଜମିରେ ରହିଛି। ଆଗାମୀ ଦିନରେ ରେଲ୍‌ଓ୍ବେ ନିଜ ଜମିରୁ ସମସ୍ତ ବସ୍ତି ଖାଲି କରିବ ବୋଲି ସୂଚନା ମିଳିଛି। ହେଲେ ହଜାର ହଜାର ବସ୍ତିବାସିନ୍ଦାଙ୍କ ସ୍ଥାୟୀ ଥଇଥାନ ପାଇଁ କୌଣସି ପଦକ୍ଷେପ ନିଆଯାଇ ନାହିଁ। ବସ୍ତିବାସିନ୍ଦା ନିଜ ଥଇଥାନ ଲାଗି ବହୁବାର ଜିଲାପାଳଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସମାଧାନ ହୋଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

ମହାନଦୀରେ ବୁଡିଲା ଡଙ୍ଗା: ଜଣେ ମୃତ, ୬ ନିଖୋଜ

ଝାରସୁଗୁଡା,୧୯।୪: ମହାନଦୀରେ ବୁଡିଲା ଡଙ୍ଗା। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣଙ୍କର ପତ୍ତା ମିଳୁନି। ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଶରଧା ନିକଟ...

ବୃଦ୍ଧଙ୍କୁ ପଥରରେ ଛେଚି ହତ୍ୟା

ପାଇକମାଳ,୧୯ା୪(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ବ୍ଲକ ଅନ୍ତର୍ଗତ ଭୁବନେଶ୍ୱରପୁର(ଚେରିମୁଣ୍ଡା) ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୬୫ ବର୍ଷର ବୃଦ୍ଧଙ୍କୁ ପଥରରେ ଛେଚି...

ଗଞ୍ଜେଇ ଚାଲାଣକାରୀଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୧୯।୪(ସୁବାସ ଚନ୍ଦ୍ର ପାଢ଼ୀ): ଅତିରିକ୍ତ ଜିଲା ଦୌରା ଜଜ୍‌(ଏଡିଜେ)-୩ ଡ. ଇନ୍ଦୁ ଶର୍ମା ଶୁକ୍ରବାର ଦୁଇ ଗଞ୍ଜେଇ ଚାଲାଣକାରୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସେମାନେ ହେଲେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri