କାନୁପୁର ସ୍ପିଲ୍‌ ଚ୍ୟାନେଲ ପୋଲ ନିର୍ମାଣ ବିଳମ୍ବ

ଭୁବନେଶ୍ୱର,୨୭।୧୧(ବ୍ୟୁରୋ): ଜାତୀୟ ରାଜପଥ ୨୧୫ କାନୁପୁର ସ୍ପିଲ ଚ୍ୟାନେଲ ଉପରେ ୪ ଲାଇନ ବିଶିଷ୍ଟ ପୋଲ ନିର୍ମାଣ ବିଳମ୍ବ ହେବାରେ ଲାଗିଛି। ଦୀର୍ଘଦିନ ହେବ ଏହି ପୋଲ ନିର୍ମାଣ ହୋଇପାରୁ ନ ଥିବାରୁ ମୁଖ୍ୟମନ୍ତ୍ରୀ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଏହାର ନିର୍ମାଣ ତୁରନ୍ତ ଶେଷ କରିବାକୁ ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି ଲେଖି କେନ୍ଦ୍ର ଭୂପୃଷ୍ଠ ପରିବହନ, ଜାତୀୟ ରାଜପଥ ମନ୍ତ୍ରୀ ନୀତିନ ଗଡ୍‌କରୀଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି।
ମୁଖ୍ୟମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି , ବୈତରଣୀ ନଦୀରେ ଓଡ଼ିଶା ସରକାର କାନୁପୁର ବୃହତ୍‌ ଜଳସେଚନ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛନ୍ତି। ଏହାଦ୍ୱାରା ଆଦିବାସୀବହୁଳ କେନ୍ଦୁଝର ଜିଲାର ୨୯,୫୭୮ ହେକ୍ଟର ଜମିକୁ ଜଳସେଚନ ସୁବିଧା ଯୋଗାଇ ଦିଆଯାଇପାରିବ। ଏଆଇବିପି ପାଣ୍ଠିରୁ ଏହି ପ୍ରକଳ୍ପ ପାଇଁ କେନ୍ଦ୍ରୀୟ ସହାୟତା ଯୋଗାଇଦେବାର ବ୍ୟବସ୍ଥା ରହିଛି। ଏହି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ୨୦୦୪-୦୫ରୁ ଆରମ୍ଭ ହୋଇଥିଲେ ମଧ୍ୟ ବିଭିନ୍ନ କାରଣରୁ ଏ ପର୍ଯ୍ୟନ୍ତ ଶେଷ ହୋଇନାହିଁ। ପ୍ରକଳ୍ପର ଅଧିକାଂଶ ଭାଗ କାର୍ଯ୍ୟ ଶେଷ ହୋଇଥିବା ବେଳେ ନଦୀର ସ୍ପିଲ୍‌ ଚ୍ୟାନେଲ ଉପରେ ରିମୁଳି-ରକ୍ସି-ରାଜମୁଣ୍ଡା ସେକ୍ସନ ଏନ୍‌ଏଚ୍‌-୨୧୫ରେ ୪ ଲେନ୍‌ ବିଶିଷ୍ଟ ଏକ ପୋଲ ନିର୍ମାଣ ହେବାକୁ ରହିଛି। ଏହି ପୋଲ ଉକ୍ତ ପ୍ରକଳ୍ପ ପାଇଁ ସମସ୍ୟା ସୃଷ୍ଟି କରିଛି। ବିଭିନ୍ନ ସ୍ତରରେ ବହୁବାର ବୈଠକ ହେବା ପରେ ମଧ୍ୟ ଏନ୍‌ଏଚ୍‌ଏଆଇ ଉକ୍ତ କାର୍ଯ୍ୟ ଆରମ୍ଭ କରିନାହିଁ। ଏହି ପୋଲର ଅଟକଳ ପ୍ରଥମେ ୪୦.୬୮ କୋଟି ଟଙ୍କା ଧାର୍ଯ୍ୟ କରାଯାଇଥିଲା। ଏନ୍‌ଏଚ୍‌ଏଆଇ ସେଥିରୁ ୮୦ ପ୍ରତିଶତ ଖର୍ଚ୍ଚ ବହନ କରିବାକୁ ରାଜି ହୋଇଥିଲା। ପରେ ଭୌଗୋଳିକ ପରିସ୍ଥିତିକୁ ଦେଖି ପୋଲ ଡିଜାଇନ ପରିବର୍ତ୍ତନ କରାଯାଇଥିଲା। ଏଥିପାଇଁ ୧୦୦.୫୩ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଥିଲା। ତେବେ ସଂଶୋଧିତ ଅର୍ଥର ୮୦ ପ୍ରତିଶତ ବହନ କରିବାକୁ ଏନ୍‌ଏଚ୍‌ଏଆଇ ରାଜି ହେଉନାହିଁ। ଏ ନେଇ ୨୦୧୯ ମାର୍ଚ୍ଚ ୭ରେ ନୂଆଦିଲ୍ଲୀଠାରେ ବୈଠକ ହୋଇଥିଲେ ମଧ୍ୟ ଏନ୍‌ଏଚ୍‌ଏଆଇ ସଂଶୋଧିତ ପ୍ରକଳ୍ପ ମୂଲ୍ୟର ୮୦ ପ୍ରତିଶତ ବହନ କରିବାକୁ ସମ୍ମତି ପ୍ରକାଶ କରୁନାହିଁ। ଜିଲାର ଅର୍ଥନୈତିକ ବିକାଶ ପାଇଁ ଉକ୍ତ ପୋଲ ନିର୍ମାଣ କାର୍ଯ୍ୟ ଶୀଘ୍ର ଶେଷ କରିବା ଆବଶ୍ୟକ। ଏହି ପୋଲ ରାଜ୍ୟ ନୁହେଁ, କେନ୍ଦ୍ର ସରକାରଙ୍କ ପାଇଁ ମଧ୍ୟ ଜରୁରୀ। ତୁରନ୍ତ ନିର୍ମାଣ କାର୍ଯ୍ୟ ଆରମ୍ଭ କରା ନ ଗଲେ ଜଳସେଚନ ପ୍ରକଳ୍ପର ଖର୍ଚ୍ଚ ମୂଲ୍ୟ ବଢ଼ିଯିବ। ତୁରନ୍ତ ଏଥିରେ ହସ୍ତକ୍ଷେପ କରିବାକୁ ମୁଖ୍ୟମନ୍ତ୍ରୀ ଗଡ୍‌କରୀଙ୍କୁ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆକ୍ରମଣ ମାମଲା, ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ

ପାଟପୁର,୩ା୧-ଗଞ୍ଜାମ ଜିଲା ସାନଖେମୁଣ୍ଡି ଗ୍ରାମ ନ୍ୟାୟଳୟର ମାଜିଷ୍ଟେଟ ବିଷ୍ଣୁ ପ୍ରସାଦ ଦେବତା ଏକ ଆକ୍ରମଣ ମାମଲାର ଶୁଣାଣି କରି ପାଟପୁର ଥାନା ଜିଉରା ଗ୍ରାମର ଅଭିଯୁକ୍ତ...

ଘୁଞ୍ଚିଲା ଯୁକ୍ତ ୨ ପରୀକ୍ଷା

ଭୁବନେଶ୍ୱର,୨୦।୫(ବ୍ୟୁରୋ): ରାଜ୍ୟରେ ଏପ୍ରିଲ ୨୮ରୁ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ଏହା ମେ’ ୩୧ରେ ଶେଷ ହେବାର ଥିଲା। ହେଲେ ମେ’ ୩୧ରେ...

ଗଞ୍ଜାମ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ଅନ୍ତେବାସୀଙ୍କ ଦୀପ ଜାଳି ପ୍ରାର୍ଥନା, ସରପଞ୍ଚ ସଫାକଲେ ପାଇଖାନା

ଛତ୍ରପୁର, ୧୬।୫(ଡି.ଏନ୍‌.ଏ.)- ଗଞ୍ଜାମ ଜ଼ିଲାର କ୍ୱାରାଣ୍ଟାଇନ ସେଣ୍ଟର ମାନଙ୍କରେ ଯୋଗ, ବ୍ୟାୟାମଠାରୁ ଆରମ୍ଭ କରି ନୈତିକ ଶିକ୍ଷା, ସ୍ବାସ୍ଥ୍ୟକର୍ମୀ ତାଲିମ ଦିଆଯାଉଛି। ସେଣ୍ଟରରେ ଥିବା ଅନ୍ତେବାସୀମାନେ...

ସମୁଦ୍ର ଭିତରକୁ ନ ଯିବାକୁ ମତ୍ସ୍ୟଜୀବୀଙ୍କୁ କଡ଼ା ଚେତାବନୀ

ଭୁବନେଶ୍ବର,୧୦।୫(ବ୍ୟୁରୋ): ବଙ୍ଗୋପସାଗରରେ ସୃଷ୍ଟି ବାତ୍ୟା ‘ଅସାନି’ଏବେ ଉପକୂଳ ମୁହାଁ ହୋଇଛି। କେତେକ ସ୍ଥାନରେ ବର୍ଷା ଆରମ୍ଭ ହୋଇଯାଇଛି। ଏହାର ପ୍ରଭାବରେ ବେଳାଭୂମି ଅଶାନ୍ତ ହେଲାଣି। ତେଣୁ...

ଅତିବଡ଼ୀ ଜଗନ୍ନାଥ ଦାସ

ଓଡ଼ିଆ ସାହିତ୍ୟରେ ଜଗନ୍ନାଥ ଦାସ ହେଉଛନ୍ତି ଜଣେ ଅମର ସ୍ରଷ୍ଟା। ଓଡ଼ିଆ ଜାତି ପାଇଁ ଜଗନ୍ନାଥ ଦାସଙ୍କ ଓଡ଼ିଆ ଭାଗବତ ଏକ ଶ୍ରେଷ୍ଠ ଅବଦାନ। ତାଙ୍କ...

ଘୁଞ୍ଚିଲା ମେଡିକାଲ ଅଫିସର ପରୀକ୍ଷା

ଭୁବନେଶ୍ୱର, ୨୧।୪(ବ୍ୟୁରୋ): କରୋନା ସ୍ଥିତିକୁ ଦେଖି ରାଜ୍ୟ ସରକାର ଶନିବାର ଓ ରବିବାର ସମସ୍ତ ସହରାଞ୍ଚଳରେ ଶଟ୍‌ଡାଉନ୍‌ ଘୋଷଣା କରିଛନ୍ତି। ଏହା ଆସନ୍ତା ୨୪ତାରିଖରୁ ଲାଗୁ...

ରସିଦ୍‌ ସ୍କୁଲ, ଗଣଶିକ୍ଷା ବିଭାଗ ଅତିରିକ୍ତ ସଚିବ

ଭୁବନେଶ୍ୱର,୩୧।୧(ବ୍ୟୁରୋ): ୨୦୦୭ ବ୍ୟାଚ୍‌ର ଆଇଏଏସ୍‌ ଅଫିସର ରସିଦ୍‌ ଖାନ ସ୍କୁଲ ଓ ଗଣଶିକ୍ଷା ବିଭାଗର ନୂଆ ଅତିରିକ୍ତ ସଚିବ ଭାବେ ନିଯୁକ୍ତି ପାଇଛନ୍ତି। ରସିଦ୍‌ ବର୍ତ୍ତମାନ...

ଚୋରା ଶାଳ ଗଣ୍ଡି ସହ ଶଗଡ଼ ଜବତ, ୨ ଗିରଫ

ପରଜଙ୍ଗ,୧୮।୧୨(ଡି.ଏନ.ଏ.): ଢେଙ୍କାନାଳ ବନଖଣ୍ଡ ମହାବିରୋଡ଼ ରେଞ୍ଜ ଦଦରାଘାଟି ଫରେଷ୍ଟ ସେକ୍ସନ ଅଧିନ ଜାତୀୟ ରାଜପଥଠାରୁ କୁଲେଇ ଯାଇଥିବା ରାସ୍ତାର କୁଲେଇ ଗ୍ରାମ ନିକଟ ଆମ୍ବ ତୋଟା...

Advertisement
Archives

Model This Week