ବିନା ଏଷ୍ଟିମେଟରେ ଚାଲିଛି ପକ୍କାଗୃହ ନିର୍ମାଣ

ବାରିପଦା ଅଫିସ,୨୪।୪: ମୟୂରଭଞ୍ଜ ଜିଲା ପୂର୍ତ୍ତବିଭାଗ ଅଧୀନରେ ହେଉଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ମନମୁଖି ଭାବେ ଚାଲିଛି। ବିନା ଏଷ୍ଟିମେଟରେ ଲକ୍ଷ ଲକ୍ଷ ଟଙ୍କାର କାର୍ଯ୍ୟ କରାଯାଉଥିବା ଅଭିଯୋଗ ହୋଇଛି। ନିର୍ମାଣାଧିନ ଏକ ଅଫିସ ଗୃହ କାର୍ଯ୍ୟ ବିନା ଟେଣ୍ଡରରେ କରାଯିବା ନେଇ ଅଞ୍ଚଳବାସୀ ରାସ୍ତା ଓ ଗୃହ(ପୂର୍ତ୍ତ) ବିଭାଗ ସଚିବଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏହାର ବିଧିବଦ୍ଧ ତଦନ୍ତ କରା ନ ଗଲେ ଅଗାମୀ ଦିନରେ ଆନ୍ଦୋଳନାତ୍ମକପନ୍ଥା ଅବଲମ୍ବନ କରିବେ ବୋଲି ଲୋକେ ଚେତାବନୀ ଦେଇଛନ୍ତି।
ବାରିପଦା ସବଡିଭିଜନ-୨ ପୂର୍ତ୍ତ ବିଭାଗ(ରାସ୍ତା ଓ ଗୃହ)ର ଅତିରିକ୍ତ ନିର୍ବାହୀଯନ୍ତ୍ରୀଙ୍କ କାର୍ଯ୍ୟାଳୟର ଦ୍ୱିତୀୟ ମହଲା କାର୍ଯ୍ୟ ଚାଲୁ ରହିଛି ା ଅଫିସ କାର୍ଯ୍ୟ ଚାଲୁଥିବା ବିଲ୍ଡିଂ ଉପରେ ନୂତନ ଭାବେ ଅନ୍ୟ ଏକ ଗୃହ ନିର୍ମାଣ କରାଯାଉଥିବା ବେଳେ କାର୍ଯ୍ୟର ବିବିରଣୀ ସମ୍ପର୍କରେ କୌଣସି ସୂଚନା ପ୍ରଦାନ କରାଯାଇ ନାହିଁ। ଅଫିସର ଓ ଠିକାଦାରଙ୍କ ସଲାସୁତୁରାକୁ ନେଇ ବିଭାଗ ଦ୍ୱାରା ବିଭିନ୍ନ କାର୍ଯ୍ୟ ବିନା ଟେଣ୍ଡରରେ କରାଯାଉଥିବା ବେଳେ କାର୍ଯ୍ୟର ମାନକୁ ଠିକ୍‌ ଭାବେ ପରୀକ୍ଷା ନୀରିକ୍ଷା କରାଯାଉ ନାହିଁ। ଏପରିକି ୫ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର କାର୍ଯ୍ୟକୁ ଟେଣ୍ଡର ମାଧ୍ୟମରେ କରାଯିବା ସହ ଟେଣ୍ଡର ଆହ୍ବାନ କରିବା ପାଇଁ ନୋଟିସ ମଧ୍ୟ ଜାରି କରାଯାଇ ନାହିଁ ା ଫଳରେ ପୂତ୍ତର୍ର୍ ବିଭାଗ ଏବେ ଦୁହଁାଳିଆ ଗାଈ ସଦୃଶ ପାଲଟିଛି। ସେହିପରି ଜିଲାରେ ନିର୍ମାଣ ହେଉଥିବା ରାସ୍ତା ଓ ଗୃହଗୁଡ଼ିକ ଅତ୍ୟନ୍ତ ନିମ୍ନମାନର କରାଯାଉଥିବା ନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଛି। ଏ ସମ୍ପର୍କରେ ସହକାରୀ ନିର୍ବାହୀଯନ୍ତ୍ରୀ ଗୌରୀ ଚରଣ ଗିରିଙ୍କୁ ପଚାରିବାରୁ ରିପାୟାରିଂ ପାଣ୍ଠିରୁ ନୂତନ ଗୃହ ନିର୍ମାଣ କରାଯାଉଛି। ପାଣ୍ଠିରେ ଥିବା ଟଙ୍କାକୁ ନେଇ କାର୍ଯ୍ୟ କରାଯାଉଥିବା ବେଳେ କୌଣସି ଏଷ୍ଟିମେଣ୍ଟ କରାଯାଇ ନାହିଁ। ଟଙ୍କା ସରିଗଲେ କାର୍ଯ୍ୟ ବନ୍ଦ ରହିବ,ଟଙ୍କା ଆସିଲେ କାର୍ଯ୍ୟ ଚାଲୁ ରହିବ ବୋଲି କହିଛନ୍ତି। ତେବେ ନୂତନ କାର୍ଯ୍ୟଗୁଡ଼ିକ ବିନା ଏଷ୍ଟିମେଟରେ କିପରି କରାଯାଉଛି ଓ ଏଥିରେ କାହାର ସ୍ବାର୍ଥ ଲୁଚି ରହିଛି ତାହା ତଦନ୍ତ ସାପେକ୍ଷ ା


Enter your email to get our daily news in your inbox.

All Right Reserved By Dharitri.Com

କରୋନା ଯୋଦ୍ଧାଙ୍କ ପାଇଁ ସ୍ବତନ୍ତ୍ର ପୋର୍ଟାଲ

ଭୁବନେଶ୍ୱର,୨୫ା୪(ବ୍ୟୁରୋ)- କରୋନା ମହାମାରୀ ଏବେ ସାରା ବିଶ୍ୱ ପାଇଁ ଏକ ବିରାଟ ଆହ୍ବାନ ସୃଷ୍ଟିକରିଛି। ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ବିଭିନ୍ନ ମାଧ୍ୟମରେ ଏହି...

କରୋନା କଟକଣା କୋହଳ ଯୋଗୁଁ ଆରମ୍ଭ ହେଲା ଚାଷ କାର୍ଯ୍ୟ: ଜିଲାପାଳଙ୍କୁ ଧନ୍ୟବାଦ ଦେଲେ ଚାଷୀ

ପୁରୁଷୋତ୍ତମପୁର, ୨୧।୪(ଡି.ଏନ୍‌.ଏ.): କରୋନା ସହ ମୁକାବିଲା ପାଇଁ ସରକାର ଦୀର୍ଘ ଏକ ମାସରୁ ଊର୍ଦ୍ଧ୍ୱ ହେଲା ରାଜ୍ୟରେ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଏଥିଯୋଗୁ ଗଞ୍ଜାମରେ ବିଭିନ୍ନ...

ପୁଣି ଭକ୍ତଙ୍କୁ ମିଳିବ ଟଙ୍କତୋରାଣି

ପୁରୀ ଅଫିସ, ୩୦।୭: ପୁଣି ଭକ୍ତଙ୍କୁ ମିଳିବ ଟଙ୍କତୋରାଣି। ପ୍ରାୟ ୨ବର୍ଷ ଧରି ଆନନ୍ଦବଜାରରୁ ଉଭାନ ହୋଇଯାଇଥିବା ଟଙ୍କତୋରାଣି ଉପଯୁକ୍ତ ମାନ ସହ ଫେରିବ। ସୋମବାର...

ଗଞ୍ଜାମକୁ ପୁଣି ଡରାଉଛି କରୋନା

ଛତ୍ରପୁର,୧୪।୩: ମହାରାଷ୍ଟ୍ର ସମେତ ଦେଶର ୬ଟି ରାଜ୍ୟରେ ଏବେ କରୋନାର ଦ୍ୱିତୀୟ ଲହର ଦେଖିବାକୁ ମିଳିଛି। ମହାରାଷ୍ଟ୍ରର କେତେକ ସହରରେ ଏବେ ଲକ୍‌ଡାଉନ୍‌ ଚାଲିଛି। ଏପଟେ...

କୋର୍ଟରେ ହାଜର ହେଲେ ନାହିଁ ରାମ୍‌କୋ କର୍ତ୍ତୃପକ୍ଷ

ଯାଜପୁର ଅଫିସ,୧୪ା୪: ଯେତେ ନୀତିନିୟମ ଉଲ୍ଲଂଘନ କଲେ ବି ଶିଳ୍ପ କାରଖାନା କର୍ତ୍ତୃପକ୍ଷଙ୍କ ପ୍ରତି ସରକାର କେତେ ସହାନୁଭୂତିଶୀଳ ଏକଥା ରାମ୍‌କୋ ସିମେଣ୍ଟ କମ୍ପାନୀ କ୍ଷେତ୍ରରେ...

ବନ୍ୟାଜଳ ଦେଖିବାକୁ ଯାଇ ଭାସିଗଲେ ଶିଶୁକନ୍ୟା

ବରଗଡ଼ ଅଫିସ୍‌,୨୭।୮-ବରଗଡ଼ ବ୍ଲକ ସର୍ଲା ନିକଟରେ ବହି ଯାଇଥିବା ଦନ୍ତା ନଦୀର ବନ୍ୟାଜଳ ଦେଖିବାକୁ ଯାଇଥିବାବେଳେ ପୋଲ ଉପରୁ ଖସି ପଡ଼ି ବୁଧବାର ଏକ ଶିଶୁକନ୍ୟା...

ରାଜ୍ୟରୁ ୨୬୯ କରୋନା ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୧୦।୯(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟାରେ ୨୬୯ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୫୭ ଜଣ କ୍ୱାରାଣ୍ଟାଇନ୍‌ରୁ...

ଅଧ୍ୟକ୍ଷ ଆଶାୟୀ ତାଲିକା ଲମ୍ବୁଛି

ତାଳଚେର,୫ ।୩(ନି.ପ୍ର.) ଆସନ୍ତା ୨୪ ତାରିଖରେ ପୌର ନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ। ନାମାଙ୍କନପତ୍ର ଦାଖଲ ସମୟସୀମା ଶେଷ ହେବାକୁ ଆଉ ମାତ୍ର ୩...

Advertisement
Archives

Model This Week