ବିନା ଏଷ୍ଟିମେଟରେ ଚାଲିଛି ପକ୍କାଗୃହ ନିର୍ମାଣ

ବାରିପଦା ଅଫିସ,୨୪।୪: ମୟୂରଭଞ୍ଜ ଜିଲା ପୂର୍ତ୍ତବିଭାଗ ଅଧୀନରେ ହେଉଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ମନମୁଖି ଭାବେ ଚାଲିଛି। ବିନା ଏଷ୍ଟିମେଟରେ ଲକ୍ଷ ଲକ୍ଷ ଟଙ୍କାର କାର୍ଯ୍ୟ କରାଯାଉଥିବା ଅଭିଯୋଗ ହୋଇଛି। ନିର୍ମାଣାଧିନ ଏକ ଅଫିସ ଗୃହ କାର୍ଯ୍ୟ ବିନା ଟେଣ୍ଡରରେ କରାଯିବା ନେଇ ଅଞ୍ଚଳବାସୀ ରାସ୍ତା ଓ ଗୃହ(ପୂର୍ତ୍ତ) ବିଭାଗ ସଚିବଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏହାର ବିଧିବଦ୍ଧ ତଦନ୍ତ କରା ନ ଗଲେ ଅଗାମୀ ଦିନରେ ଆନ୍ଦୋଳନାତ୍ମକପନ୍ଥା ଅବଲମ୍ବନ କରିବେ ବୋଲି ଲୋକେ ଚେତାବନୀ ଦେଇଛନ୍ତି।
ବାରିପଦା ସବଡିଭିଜନ-୨ ପୂର୍ତ୍ତ ବିଭାଗ(ରାସ୍ତା ଓ ଗୃହ)ର ଅତିରିକ୍ତ ନିର୍ବାହୀଯନ୍ତ୍ରୀଙ୍କ କାର୍ଯ୍ୟାଳୟର ଦ୍ୱିତୀୟ ମହଲା କାର୍ଯ୍ୟ ଚାଲୁ ରହିଛି ା ଅଫିସ କାର୍ଯ୍ୟ ଚାଲୁଥିବା ବିଲ୍ଡିଂ ଉପରେ ନୂତନ ଭାବେ ଅନ୍ୟ ଏକ ଗୃହ ନିର୍ମାଣ କରାଯାଉଥିବା ବେଳେ କାର୍ଯ୍ୟର ବିବିରଣୀ ସମ୍ପର୍କରେ କୌଣସି ସୂଚନା ପ୍ରଦାନ କରାଯାଇ ନାହିଁ। ଅଫିସର ଓ ଠିକାଦାରଙ୍କ ସଲାସୁତୁରାକୁ ନେଇ ବିଭାଗ ଦ୍ୱାରା ବିଭିନ୍ନ କାର୍ଯ୍ୟ ବିନା ଟେଣ୍ଡରରେ କରାଯାଉଥିବା ବେଳେ କାର୍ଯ୍ୟର ମାନକୁ ଠିକ୍‌ ଭାବେ ପରୀକ୍ଷା ନୀରିକ୍ଷା କରାଯାଉ ନାହିଁ। ଏପରିକି ୫ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର କାର୍ଯ୍ୟକୁ ଟେଣ୍ଡର ମାଧ୍ୟମରେ କରାଯିବା ସହ ଟେଣ୍ଡର ଆହ୍ବାନ କରିବା ପାଇଁ ନୋଟିସ ମଧ୍ୟ ଜାରି କରାଯାଇ ନାହିଁ ା ଫଳରେ ପୂତ୍ତର୍ର୍ ବିଭାଗ ଏବେ ଦୁହଁାଳିଆ ଗାଈ ସଦୃଶ ପାଲଟିଛି। ସେହିପରି ଜିଲାରେ ନିର୍ମାଣ ହେଉଥିବା ରାସ୍ତା ଓ ଗୃହଗୁଡ଼ିକ ଅତ୍ୟନ୍ତ ନିମ୍ନମାନର କରାଯାଉଥିବା ନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଛି। ଏ ସମ୍ପର୍କରେ ସହକାରୀ ନିର୍ବାହୀଯନ୍ତ୍ରୀ ଗୌରୀ ଚରଣ ଗିରିଙ୍କୁ ପଚାରିବାରୁ ରିପାୟାରିଂ ପାଣ୍ଠିରୁ ନୂତନ ଗୃହ ନିର୍ମାଣ କରାଯାଉଛି। ପାଣ୍ଠିରେ ଥିବା ଟଙ୍କାକୁ ନେଇ କାର୍ଯ୍ୟ କରାଯାଉଥିବା ବେଳେ କୌଣସି ଏଷ୍ଟିମେଣ୍ଟ କରାଯାଇ ନାହିଁ। ଟଙ୍କା ସରିଗଲେ କାର୍ଯ୍ୟ ବନ୍ଦ ରହିବ,ଟଙ୍କା ଆସିଲେ କାର୍ଯ୍ୟ ଚାଲୁ ରହିବ ବୋଲି କହିଛନ୍ତି। ତେବେ ନୂତନ କାର୍ଯ୍ୟଗୁଡ଼ିକ ବିନା ଏଷ୍ଟିମେଟରେ କିପରି କରାଯାଉଛି ଓ ଏଥିରେ କାହାର ସ୍ବାର୍ଥ ଲୁଚି ରହିଛି ତାହା ତଦନ୍ତ ସାପେକ୍ଷ ା


Enter your email to get our daily news in your inbox.

All Right Reserved By Dharitri.Com

ହାଇଓ୍ବା ଧକ୍କାରେ ସ୍କୁଟିଚାଳକ ମୃତ: ୪ ଲକ୍ଷ ଟଙ୍କାର ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପୁରୁଷୋତ୍ତମପୁର,୨ା୭(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟରାସ୍ତାର ଭାଟକୁମରଡ଼ା କଲେଜ ନିକଟରେ ଏକ ହାଇଓ୍ବା ଟ୍ରକ୍‌କୁ ଦ୍ରୁତଗତିରେ ଆସି ଜଣେ ବାଇକ୍‌କୁ ଧକ୍କା…

ଜନଗହଳିପୂର୍ଣ୍ଣ ସ୍ଥାନରୁ ମଦ ଦୋକାନ ସ୍ଥାନାନ୍ତର ଦାବି, ମଦ୍ୟପଙ୍କ ଉପଦ୍ରବରେ…

ବଞ୍ଚୋ,୨ା୭(ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ସହରର ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଥିବା ବିଦେଶୀ ମଦ ଦୋକାନକୁ ଏକ ଉପଯୁକ୍ତ ଓ ଖୋଲା ସ୍ଥାନକୁ ସ୍ଥାନାନ୍ତର କରିବା ଦାବିରେ ଗୁରୁବାର ଆନନ୍ଦପୁର…

ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା; ତିଆରି ହେବ ମହାଲକ୍ଷ୍ମୀ କରିଡର, ୫୦୦ ମହିଳା…

ଭୁବନେଶ୍ବର,୨।୭: ୧ କୋଟି ସଂଶୋଧିତ ଲକ୍ଷ୍ମୀପୁରାଣ ବାଣ୍ଟିବେ ରାଜ୍ୟ ସରକାର । ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ସୂଚନା ଦେଇଛନ୍ତି । ନୂଆ ସଂଶୋଧିତ ଲକ୍ଷ୍ମୀପୁରାଣକୁ ନମିତା ଅଗ୍ରୱାଲ…

ଇସ୍ରୋ ମୁଖ୍ୟାଳୟ ଉଡାଇ ଦେବାକୁ ଆସିଲା ଧମକ: ତଦନ୍ତ ଆରମ୍ଭ

ବେଙ୍ଗାଲୁରୁ,୨।୭: ବେଙ୍ଗାଲୁରୁରେ ଥିବା ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ମୁଖ୍ୟାଳୟ ଉଡାଇଦେବାକୁ ଧମକ ମିଳିଛି। ଇସ୍ରୋ ମୁଖ୍ୟାଳୟକୁ ଇମେଲ ମାଧ୍ୟମରେ ଏହି ବୋମା ଧମକ ମିଳିଛି। ଏହାପରେ…

ନିଶାସକ୍ତ ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବନ କଲା ପ୍ରଶାସନ, ସ୍କୁଲ ନଯାଇ ମଦ ପିଇ କରୁଥିଲେ…

ଚାନ୍ଦବାଲି,୨।୭(ଅଶୋକ ପଣ୍ଡା): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ରାମପୁର ବୀଣାପାଣି ନୋଡାଲ UPME ସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀନାଥ ଦାସ ନିଲମ୍ବିତ ହୋଇଛନ୍ତି । ବିଇଓ ଗୁରୁବାର…

ରାସ୍ତା ଉପରେ ଜମୁଛି ନର୍ଦ୍ଦମା ପାଣି, ସ୍ଥାୟୀ ସମାଧାନ ଦାବିରେ ଜିଲାପାଳଙ୍କୁ ଭେଟି…

ଅମରପାଲି,୨ା୭(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଖଣ୍ଡହତା ଗ୍ରାମ ଦେଇ ଯାଇଥିବା ପୂର୍ତ୍ତ ବିଭାଗର ମୁଖ୍ୟ ରାସ୍ତା ଏବେ ସ୍ଥାନୀୟ ଲୋକଙ୍କ ପାଇଁ ଦୁର୍ଦ୍ଦଶାର…

କୂଳ ଲଂଘୁଛି ସମୁଦ୍ର ଜୁଆର, ଜିଲାପାଳ ଅଫିସ ଘେରାଉ କରିବାକୁ ଅଞ୍ଚଳବାସୀ ସଜବାଜ

ଗଞ୍ଜାମ,୨ା୭(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲାର ଗଞ୍ଜାମ ବ୍ଲକ ଅନ୍ତର୍ଗତ ଋଷିକୂଲ୍ୟା ମୁହାଣ ପୁରୁଣାବନ୍ଧ ଠାରୁ ପ୍ରୟାଗି ପର୍ଯ୍ୟନ୍ତ ଗତ କିଛି ମାସ ହେଲା ବେଳାଭୂମି ଦ୍ରୁତଗତିରେ ଅବକ୍ଷୟ…

ସ୍କୁଟି ଚାଳକଙ୍କୁ ଚାପିଦେଲା ମୋରମ ବୋଝେଇ ହାଇଓ୍ବା, ଲୋକେ ଚକାତଳୁ ମୃତଦେହ କାଢ଼ି…

ପୁରୁଷୋତ୍ତମପୁର,୨ା୭(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟ ରାସ୍ତାର ଭାଟକୁମରଡ଼ା କଲେଜ ନିକଟରେ ଏକ ହାଇଓ୍ବା ଦ୍ରୁତଗତିରେ ଆସି ସ୍କୁଟିକୁ ଧକ୍କାଦେଇଥିଲା। ଫଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri