ଲକ୍ଷାଧିକ ଟଙ୍କା ବ୍ୟୟରେ କୋଠା ନିର୍ମାଣ: ଏବେ ଭୂତକୋଠି

ପଟ୍ଟାମୁଣ୍ଡାଇ, ୪ା୫(ସ୍ବ.ପ୍ର.): ସରକାରୀ ତହବିଲରୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୋଇ କୋଠା ନିର୍ମାଣ ହେଉଛି। କେଉଁଠି ଅଧାପନ୍ତରିଆ ହୋଇପଡିଛି ତ ଆଉ କେଉଁଠାରେ ଉଦ୍‌ଘାଟନ ବି ହୋଇଛି। ହେଲେ କୌଣସି କାରଣକୁ ନେଇ ଏହିସବୁ କୋଠା ଲୋକଙ୍କର କାମରେ ଆସୁନାହିଁ। ପରିତ୍ୟକ୍ତ ଭାବେ ପଡ଼ି ରହି ଅସାମାଜିକ ଯୁବକଙ୍କ ଆଡ୍ଡାସ୍ଥଳୀ ପାଲଟିଛି। ସରକାରୀ କାର୍ଯ୍ୟାଳୟ ଭଡ଼ାଘର ଓ ପୁରୁଣା କୋଠାରେ ଚାଲିଛି। ଏହିପରି ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ।
ପଟ୍ଟାମୁଣ୍ଡାଇ ସହରଠାରୁ ୪କି.ମି. ଦୂର ଖଡ଼ଇଣ୍ଟା ହାଇସ୍କୁଲ ସାମ୍ନାରେ ୩୩ ବର୍ଷ ହେଲା ଅଧାପନ୍ତରିଆ ହୋଇ ସରକାରୀ ଡାକବଙ୍ଗଳା ପଡ଼ି ରହିଛି। ସରକାରୀ ତହବିଲରୁ ୫୦ଲକ୍ଷ ଟଙ୍କା ବ୍ୟୟ କରାଯାଇ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୧୯୯୦ରେ ୮ଟି କୋଠରି ବିଶିଷ୍ଟ ଡାକବଙ୍ଗଳା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ୧୯୯୩ ମସିହା ସୁଦ୍ଧା ଶତକଡା ୮୦ ପ୍ରତିଶତ କାମ ଶେଷ ହୋଇ ସେବେଠାରୁ ପଡିରହିଛି। ତେବେ ବଙ୍ଗଳା କାର୍ଯ୍ୟ କ’ଣ ପାଇଁ ବନ୍ଦ ରହିଛି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସେହିପରି ୪ଲକ୍ଷ ୨୫ ହଜାର ଟଙ୍କା ବ୍ୟୟରେ ଖଡ଼ଇଣ୍ଟା ପ୍ରାଣୀ ଚିକିତ୍ସା କେନ୍ଦ୍ର ଓ ସମନ୍ବିତ ପ୍ରାଣୀ ଚିକିତ୍ସା କେନ୍ଦ୍ର ଭଡ଼ାଘରେ ଚାଲିଛି। ଏହି ଘରଭଡ଼ା ବାବଦ ଅର୍ଥ ପଟ୍ଟାମୁଣ୍ଡାଇ ପ୍ରାଣୀ ଚିକିତ୍ସା କେନ୍ଦ୍ର ବହନ କରୁଛି। ସେହିଭଳି ସେଠାରେ ଏଏନ୍‌ଏମ୍‌ କେନ୍ଦ୍ର ନିର୍ମିତ ହୋଇଥିଲେ ମଧ୍ୟ ତାହା ଏବେ ଭୂତକୋଠି ପାଲଟିଛି। ସେହିପରି ବଡ଼ପଡ଼ା ପଞ୍ଚାୟତରେ ୩୫ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏକ କଲ୍ୟାଣ ମଣ୍ଡପ ନିର୍ମାଣ ଅଧା ହୋଇ ପଡ଼ି ରହିଛି। ଅନ୍ୟପକ୍ଷରେ ପଟ୍ଟମୁଣ୍ଡାଇ ପୌରାଞ୍ଚଳରେ ୧୪ ଲକ୍ଷ ଓ ୨୮ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଅବକାରୀ ଥାନା ୨ଟା କୋଠା ନିର୍ମିତ ହୋଇଥିଲେ ହେଁ ଏବେ ତାହା ବନ୍ଦ ହୋଇ ରହିଛି। ମ୍ୟୁନିସିପାଲିଟି ପକ୍ଷରୁ ବସ୍‌ଷ୍ଟାଣ୍ଡ ନିକଟରେ ୭ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହୋଇଥିବା ବୟନିକା ଗୃହକୁ ପୌର କର୍ତ୍ତୃପକ୍ଷ ୯୦ ବର୍ଷର ଲିଜ୍‌ରେ ଜଣେ ବ୍ୟବସାୟଙ୍କୁ ଦେଇଥିବା ସାଧାରଣରେ ଦୃଢ଼ ଅଭିଯୋଗ ହୋଇଛି। ସେହିପରି ବସ୍‌ଷ୍ଟାଣ୍ଡ ଭିତରେ ଥିବା ଗୃହ କିଏ ଏବଂ କାହାକୁ ଲିଜ୍‌ ଦେଇଛି ପୌର କର୍ତ୍ତୃପକ୍ଷଙ୍କୁ ଜଣାନାହଁି। ଏହିଭଳି ପୌର ପରିଷଦ ଓ ବିଭିନ୍ନ ପଞ୍ଚାୟତରେ ଏଏନ୍‌ଏମ୍‌ କେନ୍ଦ୍ର, ଅଙ୍ଗନଓ୍ବାଡି କେନ୍ଦ୍ର, ପ୍ରାଣୀ ଚିକିତ୍ସା କେନ୍ଦ୍ର, ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ କେନ୍ଦ୍ର ପ୍ରଭୃତି ନିର୍ମାଣ ହୋଇଥିଲେ ମଧ୍ୟ ତାହା ଅଧାପନ୍ତରିଆ ହୋଇ ପଡିରହିଛି। ଏଭଳି ପରିସ୍ଥିତିରେ ଜନସାଧାରଣ ସେବା ନ ପାଇ ନାନା ହଇରାଣ ହେଉଛନ୍ତି। ରାଜ୍ୟ ସରକାର ଓ ବିଭାଗୀୟ କର୍ତ୍ତୃପକ୍ଷ ଉଚ୍ଚ ପଦଧିକାରୀମାନେ ଏଥିପ୍ରତି ଦୃଷ୍ଟିଦେଇ ବିହିତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?