ମହାନଦୀ ଉପରେ ସେତୁ ନିର୍ମାଣ କାର୍ଯ୍ୟ ମନ୍ଥର

ଜଗତ୍‌ସିଂହପୁର ଅଫିସ, ୧୯ା୯:ବରିଷ୍ଠ ବିଜେଡି ନେତା ତଥା ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଚରଣ ଦାସଙ୍କ ବିୟୋଗ ପରେ ଏହି ଆସନ ପାଇଁ ୩।୧୧।୨୦୨୦ରେ ଉପନିର୍ବାଚନ ହୋଇଥିଲା। ଏନେଇ ରାଜନୈତିକ ପରିବେଶ ଚଳଚଞ୍ଚଳ ହୋଇଉଠିଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକଙ୍କ ଆସ୍ଥା ବଢ଼ାଇବା ପାଇଁ ସେମାନଙ୍କ ଦୀର୍ଘ ଦିନର ଦାବି ଥିବା ୨ଟି ସେତୁ ନିର୍ମାଣ କରିବାକୁ ସେତେବେଳେ ପ୍ରତିଶ୍ରୁତି ଦେଇଥିଲେ । ଏହି ଅନୁଯାୟୀ, ୨୮ା୯ା୨୦୨୦ରେ ମହାନଦୀ ଉପରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ତିର୍ତ୍ତୋଲ-ପୋସଲ ଓ ପୂର୍ତ୍ତ ବିଭାଗ ଦ୍ୱାରା ଜଇପୁର-କଟିକଟା ହାଇଲେଭଲ୍‌ ସେତୁର ଶିଳାନ୍ୟାସ ହୋଇଥିଲା। ମୁଖ୍ୟମନ୍ତ୍ରୀଙ୍କ ଏହି ପଦକ୍ଷେପ ଉପନିର୍ବାଚନ ପାଇଁ ତିର୍ତ୍ତୋଲବାସୀଙ୍କୁ ଭେଟି ବୋଲି ଆଲୋଚନା ଜୋର ଧରିଥିଲା । କିନ୍ତୁ ଏଥିମଧ୍ୟରେ ୨ ବର୍ଷ ଅତିକ୍ରାନ୍ତ ହୋଇ ଯାଇଥିଲେ ସୁଦ୍ଧା ଉଭୟ ସେତୁ ନିର୍ମାଣ କାମ ଅଧା ହୋଇନାହିଁ । ନିର୍ମାଣ କାର୍ଯ୍ୟରେ ବିଳମ୍ବକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।
ଶିଳାନ୍ୟାସ ସମୟରେ ତିର୍ତ୍ତୋଲ-ପୋସଲ ହାଇଲେଭଲ୍‌ ସେତୁ ନିର୍ମାଣ ପାଇଁ ୧୧୮.୫୬ କୋଟି ଟଙ୍କା ବ୍ୟୟ କରାଯିବ ବୋଲି ସୂଚନା ଦିଆଯାଇଥିଲା। ପାଖାପାଖି ୯୦୦ ମିଟର ଦୈର୍ଘ୍ୟ ଓ ଷ୍ଟିଲ୍‌ ପୋଲ ହେବାର ଥିବାରୁ ବ୍ୟୟ ଅଟକଳ ଅଧିକ ଥିବା ଜଣାଯାଇଥିଲା। କିନ୍ତୁ ପରେ ଏହି ପୋଲ ଡିଜାଇନ୍‌ ବଦଳିଯାଇଥିଲା। ଅର୍ଥାତ୍‌ ଷ୍ଟିଲ୍‌ ବଦଳରେ କଂକ୍ରିଟ୍‌ ପୋଲ କରିବାକୁ ସ୍ଥିର କରାଯାଇଥିଲା। ଫଳରେ ବ୍ୟୟ ଅଟକଳ ପାଖାପାଖି ୫୩ କୋଟି ଟଙ୍କାକୁ ଖସି ଆସିଥିଲା। ସେହିପରି ଜଇପୁର-କଟିକଟା ହାଇଲେବୁଲ୍‌ ସେତୁ ନିର୍ମାଣ ନିମନ୍ତେ ୮୨.୫୫ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଥିଲା । ପାଖାପାଖି ୧୩୦୦ ମିଟର ଦୈର୍ଘ୍ୟ ବିଶିଷ୍ଟ ଏହି ସେତୁ ନିର୍ମାଣ ପାଇଁ ବ୍ୟୟ ଅଟକଳ ଅପରିବର୍ତ୍ତିତ ରହିଥିଲା। ଏହି ୨ଟି ସେତୁ ନିର୍ମାଣ ହେଲେ ତିର୍ତ୍ତୋଲ ସହ କଟକ ଓ କେନ୍ଦ୍ରାପଡ଼ା ଜିଲାର ୨୮ ପଞ୍ଚାୟତର ଦେଢଲକ୍ଷ ଲୋକ ଉପକୃତ ହେବେ। ଏ ସମ୍ପର୍କରେ ଜଗତ୍‌ସିଂହପୁର ଗ୍ରାମ୍ୟ ଉନ୍ନୟନ ନିର୍ବାହୀ ଯନ୍ତ୍ରୀ ଅନନ୍ତ ଗୋପାଳ ଶତପଥୀ ଓ ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ନିମାଇଁ ଚରଣ ଦାସଙ୍କୁ ପଚାରିବାରୁ ପୋଲ ଖୁଣ୍ଟି ପାଇଁ ୱେଲ୍‌ ନିର୍ମାଣ ଆପାତତଃ ସରିଛି । ବନ୍ୟା ଯୋଗୁ କାମ ଅଟକିଛି । ବର୍ଷାଦିନ ସରିଲେ ଅର୍ଥାତ୍‌ ଦଶହରା ପରେ ପୁଣି କାମ ଆରମ୍ଭ ହେବ । ଏନେଇ ଆଉ ପାଖାପାଖି ୨ ବର୍ଷ ଅର୍ଥାତ୍‌ ୨୦୨୪ ସୁଦ୍ଧା ପୋଲ ଉଦ୍‌ଘାଟନ ହେବ ବୋଲି କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ଏକ ଲଘୁଚାପ, ୬ ଦିନ ଯାଏ ପ୍ରବଳ ବର୍ଷା, ଏସବୁ ଜିଲାକୁ ରେଡ୍‌ ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୮ା୮(ବନ୍ଦନା ସେଠୀ) – ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳ ଅଞ୍ଚଳରେ ଉପରିବାୟୁ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଶନିବାର ଏହା ପ୍ରଭାବରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର…

ଏମ୍‌ପି ସୁଜିତ କୁମାରଙ୍କଠାରୁ ୫୦ ଲକ୍ଷର ଠକେଇ: ପୂର୍ବତନ ମନ୍ତ୍ରୀଙ୍କ ପୁଅ ଗିରଫ

ଭୁବନେଶ୍ୱର,୨୮ା୮(ତ୍ରିନାଥ ମହାନ୍ତି): ଜମି ଠକେଇ ମାମଲାରେ ପୂର୍ବତନ ମନ୍ତ୍ରୀ ତଥା ଢେଙ୍କାନାଳ ଜିଲା ପରଜଙ୍ଗ ବିଧାନସଭା କ୍ଷେତ୍ରର ପୂର୍ବତନ ବିଜେଡି ବିଧାୟକ ନୃସିଂହ ଚରଣ ସାହୁଙ୍କ ପୁଅ…

ଯଜ୍ଞସ୍ଥଳରୁ ଆନ୍ଦୋଳନକାରୀ ହିରାମଲ୍‌ଙ୍କୁ ଉଠାଇ ନେଲା ପୋଲିସ: କୋର୍ଟ ଚାଲାଣ ନକରି ଥାନାରେ ରଖିବାକୁ ନେଇ…

ଥୁଆମୂଳ ରାମପୁର, ୨୮।୮ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଅଞ୍ଚଳର ଡିଜିମାଳି ପାହାଡ଼ରେ ଖଣି ଖନନକୁ ନେଇ ବିରୋଧ ଓ ଆନ୍ଦୋଳନ ଚାଲିଥିବା ବେଳେ…

ଯୋଗ- ପ୍ରାଣାୟାମ ସାଙ୍ଗକୁ ବକ୍ତୃତା ପ୍ରତିଯୋଗିତା

ଦିଗପହଣ୍ଡି, ୨୮/୮ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍ଏସି ସ୍ମାର୍ଟ ପାର୍କ ପରିସରରେ ସ୍ଥାନୀୟ ଏନ୍ଏସି କାର୍ଯ୍ୟାଳୟ ପକ୍ଷରୁ ସ୍ୱାୟତ୍ତ ଶାସନ ସପ୍ତାହ ପାଳନ…

ବାରାହା ଫାସରେ ଶାଳୀ-ଭିଣୋଇ: ମୃତ ଶରୀରରକୁ ଉଠାଇ ନେଇ ଗୁମ୍ଫା ଭିତରେ….

ବଲାଙ୍ଗୀର, ୨୮/୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଲରମ୍ଭା ଥାନା ଅନ୍ତର୍ଗତ ଗୁଞ୍ଜାଡ଼ିହି ଜଙ୍ଗଲରେ ବାରାହା ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ୍ ତାରରେ ଲାଗି ଜଣେ…

୫ ଦିନ ହେଲା ଅନ୍ଧାରରେ ଗାଁ

ନବରଙ୍ଗପୁର,୨୮।୮(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ୍‌ ବିରିଗୁଡ଼ା ଗାଁ ଗତ ୫ ଦିନ ହେଲା ଅନ୍ଧକାରରେ ରହିଛି। ଲଗାଣ ବର୍ଷା ଓ ପବନ ଯୋଗୁ ଟ୍ରାନ୍ସଫର୍ମରରୁ…

ହିମାଳୟରେ ମହାସଙ୍କଟ! ୨୦୫୦ ସୁଦ୍ଧା ତରଳିଯିବ ୪୫% ଗ୍ଲେସିୟର: ଭାରତ ଉପରେ ବଢ଼ିବ ମହାବନ୍ୟାର ବିପଦ!

ନୂଆଦିଲ୍ଲୀ,୨୮।୮: ନେପାଳରେ ନିକଟରେ ଘଟିଥିବା ଗ୍ଲେସିୟର ବିପର୍ଯ୍ୟୟ ହିମାଳୟ ପାର୍ବତ୍ୟ ଅଞ୍ଚଳରେ ଦ୍ରୁତ ଗତିରେ ବଦଳୁଥିବା ପରିବେଶକୁ ନେଇ ପୁଣି ଥରେ ଗମ୍ଭୀର ଚିନ୍ତା ବଢ଼ାଇ ଦେଇଛି…

ଛାତ୍ରଙ୍କ ମୃତଦେହ ଜବତ ପରେ ହଷ୍ଟେଲ ଛାଡ଼ିଲେ ୫୪ ପିଲା

ବୋରିଗୁମ୍ମା,୨୮ା୮(ଗୋପାଳ ହରିଜନ): କୋରାପୁଟ ଜିଲା ବୋରିଗୁମ୍ମା ବ୍ଲକ୍‌ ଗୁମୁଡ଼ା ଏସ୍‌ଏସ୍‌ଡି ସରକାରୀ ଉଚ୍ଚ ବିଦ୍ୟାଳୟ ପଛ ପଟେ ଥିବା ନାଳରୁ ଗତ ବୁଧବାର ଜଣେ ୮ମ ଶ୍ରେଣୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri