Advertisement
Posted inଜାତୀୟ

ତୃଣମୂଳ କଂଗ୍ରେସକୁ ବଦନାମ କରିବାକୁ ଚାଲିଛି ଷଡଯନ୍ତ୍ର: ମମତା

କୋଲକାତା,୧୪।୧୧: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର ଭାଜପା ନେତୃତ୍ୱାଧୀନ କେନ୍ଦ୍ର ସରକାର ଉପରେ ବର୍ଷିଛନ୍ତି। ସେ କହିଛନ୍ତି, ପଶ୍ଚିମବଙ୍ଗ ବିରୋଧରେ ଏକ ଷଡଯନ୍ତ୍ର ରଚାଯାଇ ତୃଣମୂଳ କଂଗ୍ରେସକୁ ବଦନାମ କରିବାକୁ ଚେଷ୍ଟା କରାଯାଉଛି। କିଛି ଲୋକ ବେଙ୍ଗଲରେ ବସି ଖାଉଛନ୍ତି ଏବଂ ଷଡଯନ୍ତ୍ର କରୁଛନ୍ତି ଏବଂ ପଶ୍ଚିମବଙ୍ଗକୁ ଟଙ୍କା ନ ଦେବାକୁ ଦିଲ୍ଲୀରେ ଯାଇ କହୁଛନ୍ତି। ମୁଁ ଦିଲ୍ଲୀର ଟଙ୍କା ଚାହୁଁ ନାହିଁ। ବଙ୍ଗଳା ନିଜ ପାଦରେ ଠିଆ ହେବାକୁ ସକ୍ଷମ । ଆମର ଆତ୍ମ ସମ୍ମାନ ଆମ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ, ଆମେ ଏହାକୁ ଛଡ଼େଇ ନେବାକୁ ଦେବୁ ନାହିଁ।
ଦୁର୍ନୀତି ଅଭିଯୋଗରେ ଟିଏମସି ନେତାମାନେ ଗିରଫ ହେବା ଘଟଣାକୁ ନେଇ ମମତା କହିଛନ୍ତି, ରାଜ୍ୟ ବିରୋଧରେ ଦୁର୍ଭାଗ୍ୟପୂର୍ଣ୍ଣ ଅଭିଯାନ ଚାଲିଛି। ଯଦି କୌଣସି ବ୍ୟକ୍ତି ଭୁଲ କରିଛନ୍ତି, ତେବେ ତାଙ୍କୁ ସେହି ଭୁଲଗୁଡ଼ିକୁ ସଂଶୋଧନ କରିବାର ସୁଯୋଗ ଦିଆଯିବା ଉଚିତ। ଯଦି କୌଣସି ଭୁଲରେ କେହି ଜଡିତ ଅଛନ୍ତି, ତେବେ ଆଇନ ନିଜ କାମ କରିବ। କିନ୍ତୁ ଏଠାରେ ମିଡିଆ ଟ୍ରାଏଲ ଚାଲିଛି।
ନିକଟରେ ମମତା ଆସନ୍ତା ଡିସେମ୍ବର ମାସରେ ରାଜ୍ୟରେ ସାମ୍ପ୍ରଦାୟିକ ଦଙ୍ଗା ସୃଷ୍ଟି କରିବାର ସମ୍ଭାବନା ସମ୍ପର୍କରେ ଅଧିକାରୀମାନଙ୍କୁ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିନେ କମିଲେ ପୁଣି ବଢୁଛି…

ନୂଆଦିଲ୍ଲୀ,୨୧।୧୧: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାର ନାଁ ଧରୁନି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଗତ ୨୪...

ଲାଲୁ ଯାଦବଙ୍କ ସମେତ କିଛି ନେତାଙ୍କର କମିଲା ସୁରକ୍ଷା

ପାଟନା,୨୩।୭: ଗୃହ ମନ୍ତ୍ରଣାଳୟ ପକ୍ଷରୁ ବଡ଼ ବଡ଼ ନେତାଙ୍କୁ ଦିଆଯାଉଥିବା ସୁରକ୍ଷା ବ୍ୟବସ୍ଥା ଉପରେ ସଂଶୋଧନ କରାଯାଇଛି। ଏନେଇ ଏକ ନୋଟିସ ଜାରି କରାଯାଇଛି। ଏଥିରେ...

୨୮୦ କୋଟି ଟଙ୍କାର ହେରୋଇନ୍‌ ଜବତ

ଗାନ୍ଧିନଗର,୨୫।୪: ଆରବ ସାଗରରୁ ପାକିସ୍ତାନୀ ଡଙ୍ଗାକୁ ଧରିବା ପାଇଁ ଭାରତୀୟ ତଟରକ୍ଷୀ ବାହିନୀ ଏବଂ ଗୁଜରାଟ ଏଟିଏସକୁ ଗୁଳି ଚଳାଇବାକୁ ପଡିଛି। ପାକ ଡଙ୍ଗାରେ ଥିବା...

ମହାରାଷ୍ଟ୍ରରେ ବର୍ଷା ବିତ୍ପାତ: ୨୨ ଫୁଟ ଉଚ୍ଚ କାନ୍ଥ ତଳେ ଚାପି ହେଲେ ୧୭ ଲୋକ

ପୁଣେ,୨୯।୬: ପ୍ରବଳ ବର୍ଷା ଯୋଗୁ ମହାରାଷ୍ଟ୍ରରେ ସୃଷ୍ଟି ହୋଇଛି ଅଭାବନୀୟ ସ୍ଥିତି। ପୁଣେର କୋଣ୍ଡଓ୍ବାସ୍ଥିତ ତାଲାବ୍‌ ମସଜିଦ୍‌ ଅଞ୍ଚଳରେ ଏକ ୨୨ପୁଟ ଉଚ୍ଚ କାନ୍ଥ ପ୍ରବଳ...

ଆର୍‌ଇଇଟି ପରୀକ୍ଷା ଦେବାକୁ ଆସିଥିବା ଛାତ୍ରୀଙ୍କ ଫୁଲ୍‌ହାତ ପୋଷାକ କଟାଗଲା…

ଜୟପୁର,୨୬।୯: ରାଜସ୍ଥାନରେ ରବିବାର ଆର୍‌ଇଇଟି ପରୀକ୍ଷା ଆରମ୍ଭ ହୋଇଛି। ତେବେ ପୌଦ୍ୱାର ସ୍କୁଲ ସ୍ଥିତ ପରୀକ୍ଷା କେନ୍ଦ୍ରରେ କଡ଼ା କଟକଣା ଯୋଗୁ କେତେକ ଛାତ୍ରୀଙ୍କ ଫୁଲ୍‌ହାତ...

ବୁଧବାର ଉତ୍ତରପ୍ରଦେଶ ଗସ୍ତ କରିବେ ପ୍ରଧାନମନ୍ତ୍ରୀ

ଲକ୍ଷ୍ନୌ,୧୯।୧୦: ବିଧାନସଭା ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଉତ୍ତରପ୍ରଦେଶ କୁଶୀନଗର ଗସ୍ତ କରିବେ । ଏହି ଗସ୍ତ ଅବସରରେ ମୋଦି କୁଶୀନଗରରେ ଇଣ୍ଚରନ୍ୟାଶନାଲ...

୨ ହଜାର ବର୍ଷ ତଳେ ହରପ୍ପାନ୍‌ ସଭ୍ୟତାରେ ତିଆରି ହେଉଥିଲା ପିଜା

ଇନ୍ଦୋର,୨୯।୫: ପରିବର୍ତ୍ତିତ ଜୀବନ ଶୈଳୀରେ କେତେକ ପିଜା ଖାଇବାକୁ ପସନ୍ଦ କରିଥାନ୍ତି। ଏହାର ପ୍ରସ୍ତୁତି ଶୈଳୀର ପେଟେଣ୍ଟ ଅନ୍ୟ ରାଷ୍ଟ୍ର ନାମରେ ରହିଛି। ତେବେ ୨...

ମହିଳାଙ୍କ ପେଟରୁ ୨୪କିଲୋ ଓଜନର ଟ୍ୟୁମର ବାହାର କଲେ ଡାକ୍ତର

ଶିଲଙ୍ଗ,୫।୮: ମେଘାଳୟର ଓ୍ବେଷ୍ଟ ଗାରୋ ହିଲ୍ସ ଜିଲାରେ ଏକ ହସ୍ପିଟାଲରେ ଜଣେ ମହିଳାଙ୍କ ପେଟରୁ ୨୪ କିଲୋଗ୍ରାମ ଓଜନର ଟ୍ୟୁମର ବାହାର କରିଥିବା ଜଣାପଡ଼ିଛି। ଏନେଇ...

Advertisement
Archives

Model This Week