ଅପରିପକ୍ୱ ନିଷ୍ପତ୍ତିର ପରିଣାମ

ଡ. ସିଦ୍ଧାର୍ଥ କାନୁନ୍‌ଗୋ

ଇନ୍ଦିରା ପାର୍କରେ ପ୍ରାତଃଭ୍ରମଣ ସାରି ସିମେଣ୍ଟ ବେଞ୍ଚରେ ବସିଥିଲି। ମୋ ପାଖ ବେଞ୍ଚରେ ଦି’ଜଣ ବୟସ୍କ ବ୍ୟକ୍ତି କଥାବାର୍ତ୍ତା ହେଉଥିଲେ। ସେମାନଙ୍କ କଥାବାର୍ତ୍ତାରୁ ଜାଣିଲି, ଜଣେ ହେଉଛନ୍ତି ନରେଶବାବୁ ଏବଂ ଅନ୍ୟ ଜଣେ ନିତ୍ୟାନନ୍ଦବାବୁ। ଦୁହେଁ ଓଡ଼ିଶା ସରକାରଙ୍କ ଅଧୀନରେ କାମ କରି ଅବସର ନେଇଛନ୍ତି। ସେମାନଙ୍କର କଥାବାର୍ତ୍ତା ଆଡ଼କୁ ମୋର ଧ୍ୟାନ ଆକର୍ଷିତ ହେଲା।
ନରେଶବାବୁ କହିଲେ, ଜାଣିଛନ୍ତି! ଶ୍ରୀମନ୍ଦିର ପରିକ୍ରମା ନେଇ ଶଙ୍କରାଚାର୍ଯ୍ୟ ସରକାରଙ୍କ ଉପରେ ଖୁବ୍‌ କ୍ଷୁବ୍ଧ। ତାଙ୍କ କହିବା କଥା ହେଲା, ଶ୍ରୀମନ୍ଦିରର ବିକାଶ ନାମରେ ଚତୁଃପାର୍ଶ୍ୱ ମଠ ମନ୍ଦିର ଇତ୍ୟାଦିକୁ ଯେପରି ମାଟିରେ ମିଶାଇ ଦିଆଗଲା, ସେ ସମ୍ବନ୍ଧରେ ସରକାର ବା ଶ୍ରୀମନ୍ଦିର ପରିଚାଳନା କମିଟି କେହି ତାଙ୍କ ସହିତ ପରାମର୍ଶ କରିନାହାନ୍ତି। ନିତ୍ୟାନନ୍ଦବାବୁ କହିଲେ, ବର୍ତ୍ତମାନ ମାମଲାଟି ଉଚ୍ଚ ନ୍ୟାୟାଳୟରେ ବିଚାରାଧୀନ ଥିବାରୁ ସେ ବିଷୟରେ ମତବ୍ୟକ୍ତ କରିବା ଠିକ୍‌ ହେବନାହିଁ।
ନରେଶବାବୁ କହିଲେ, ଏ ଗୋଟିଏ କଥା ନୁହେଁ, ବହୁ କଥାରେ ସରକାରଙ୍କ ଅପରିପକ୍ୱ ନିଷ୍ପତ୍ତି ଲୋକମାନଙ୍କୁ ଅସୁବିଧାରେ ପକାଇବା ସଙ୍ଗେ ସଙ୍ଗେ ସରକାର ମଧ୍ୟ ନିନ୍ଦିତ ହେଉଛନ୍ତି ଏବଂ ମାଲିମକଦ୍ଦମାରେ ବହୁ ଅର୍ଥ ଶ୍ରାଦ୍ଧ ହେଉଛି। ଏକଥା କହି ସେ କହିଲେ- ଭାଇ! ଏଠି ତିନିପ୍ରକାର ଅଧ୍ୟାପକ ବେସରକାରୀ କଲେଜରେ କାମ କରନ୍ତି। ସମାନ କାମକୁ ସମାନ ଦରମା ପରିବର୍ତ୍ତେ ଅଧ୍ୟାପକମାନଙ୍କୁ ବର୍ଗୀକରଣ କରାଯାଇ ପ୍ରବରଣମଣ୍ଡଳୀ( ସିଲେକ୍‌ସନ ବୋର୍ଡ) ଦ୍ୱାରା ମନୋନୀତ ହୋଇ ବେସରକାରୀ କଲେଜରେ ଥିବା ଅଧ୍ୟାପକ, ସରକାରୀ କର୍ମଚାରୀଙ୍କ ହାରରେ ଦରମା ପାଉଥିବା ବେଳେ ଆଉ ଦଳେ ଅଧ୍ୟାପକ ଏବଂ ସବାଶେଷରେ ବ୍ଲକ୍‌ଗ୍ରାଣ୍ଟ ପାଉଥିବା ଅଧ୍ୟାପକଗଣ ଅଛନ୍ତି। ଏମାନେ ସମସ୍ତେ ଅନୁଦାନପ୍ରାପ୍ତ ଅଧ୍ୟାପିକା/ଅଧ୍ୟାପକ ହୋଇଥିଲେ ମଧ୍ୟ ପ୍ରବରଣମଣ୍ଡଳୀ ଦ୍ୱାରା ମନୋନୀତ ହୋଇ ବେସରକାରୀ ମହାବିଦ୍ୟାଳୟରେ ନିଯୁକ୍ତି ପାଇଥିବା ଅଧ୍ୟାପିକା/ ଅଧ୍ୟାପକମାନଙ୍କୁ ବିଶ୍ୱବିଦ୍ୟାଳୟ ମଞ୍ଜୁରୀ କମିଶନଙ୍କ ସୁପାରିସ ଆଧାରରେ ବେତନ ପ୍ରଦାନ କରାଯାଉଛି। ଆଉ ଦଳେ ଅଧ୍ୟାପକ ଯେଉଁମାନେ ପ୍ରବରଣମଣ୍ଡଳୀ ଦ୍ୱାରା ମନୋନୀତ ହୋଇନାହାନ୍ତି, କିନ୍ତୁ ସମ୍ପୃକ୍ତ ମହାବିଦ୍ୟାଳୟର ପରିଚାଳନା କମିଟିର ଅନୁକମ୍ପା ହେତୁ ସେହି ମହାବିଦ୍ୟାଳୟରେ ନିଯୁକ୍ତି ପାଇଛନ୍ତି, ସେମାନଙ୍କୁ ଭିନ୍ନ ହାରରେ ଅର୍ଥାତ୍‌ ରାଜ୍ୟ ସରକାରଙ୍କ ଦ୍ୱିତୀୟ ଶ୍ରେଣୀ କର୍ମଚାରୀ/ ପ୍ରଥମ ଶ୍ରେଣୀ କର୍ମଚାରୀ ହାରରେ ବେତନ ପ୍ରଦାନ କରାଯାଉଛି। ଆଉ କିଛି ଅଧ୍ୟାପକ ଅଛନ୍ତି, ସେମାନେ ସେହି ବିଦ୍ୟାଳୟ ପରିଚାଳନା କମିଟି ଦ୍ୱାରା କୌଣସି ପ୍ରକାରରେ ନିଯୁକ୍ତି ପାଇଥିବାରୁ ସେମାନଙ୍କୁ ସରକାର ସବୁଠାରୁ କମ୍‌ ହାରରେ, ଅର୍ଥାତ୍‌ ବ୍ଲକ୍‌ଗ୍ରାଣ୍ଟ ଅଧ୍ୟାପକ/ଅଧ୍ୟାପିକା କୁହାଯାଇ ଭିନ୍ନ ହାରରେ ଦରମା ପ୍ରଦାନ କରୁଛନ୍ତି। ଏଥିପାଇଁ ଅଧ୍ୟାପିକା ଅଧ୍ୟାପକମାନଙ୍କ ଭିତରେ ନାନା ଦ୍ୱନ୍ଦ୍ୱ ଏବଂ ଦରକାର ପଡ଼ିଲେ ବିଧାନସଭା ଘେରାଉ ଇତ୍ୟାଦି କାର୍ଯ୍ୟକ୍ରମ ସମୟକ୍ରମେ ହେଉଅଛି। ଆମ କହିବାର କଥା, ସରକାରଙ୍କର କୌଣସି ସ୍ପଷ୍ଟ ନିଯୁକ୍ତି ନୀତି ନ ଥିବାରୁ ଏପରି ତାରତମ୍ୟ ହେଉଛି। ଏସବୁ ଘଟଣା ପାଇଁ ଦାୟୀ କିଏ?
ତା’ପରେ ନିତ୍ୟାନନ୍ଦବାବୁ ନରେଶବାବୁଙ୍କୁ କହିଲେ,ଆମ୍ଭେମାନେ ଏକ ନିର୍ଦ୍ଦିଷ୍ଟ ବୟସରେ ସରକାରୀ ଚାକିରିରୁ ଅବସର ଗ୍ରହଣ କଲା ପରେ ପ୍ରାୟ ବେତନର ଅର୍ଦ୍ଧେକ ପେନ୍‌ସନ୍‌ ଆକାରରେ ପାଇଥାଉ। ଏଥିରେ ଦୁଃଖ ନାହିଁ। କିନ୍ତୁ ଆମ ରାଜନେତାଙ୍କ କଥା ଟିକେ ଭାବନ୍ତୁ ତ? ଏମାନେ ପାଞ୍ଚବର୍ଷ ପାଇଁ ବିଧାନସଭା ବା ଲୋକ ସଭାର ସଦସ୍ୟ ଭାବେ ନିର୍ବାଚିତ ହୋଇ ପେନ୍‌ସନ୍‌ ପାଇଥା’ନ୍ତି। ପୁଣିଥରେ ଏମାନେ ବିଧାନସଭା ସଦସ୍ୟ କିମ୍ବା ସାଂସଦ ଭାବେ ନିର୍ବାଚିତ ହେଲେ, ପାଉଥିବା ପେନ୍‌ସନ୍‌ ବୃଦ୍ଧି ହୁଏ। ଏପରି ଅସଂଗତି ଆପଣ କେଉଁଠି ଦେଖିଛନ୍ତି ବୋଲି ନିତ୍ୟାନନ୍ଦବାବୁ ପ୍ରଶ୍ନ କଲେ। ନରେଶବାବୁ କହିଲେ, ଆପଣ ଆଉ ଗୋଟିଏ କଥା ଛାଡ଼ିଗଲେ। ବର୍ତ୍ତମାନ ସରକାର କିଛି ଅବସରପ୍ରାପ୍ତ କର୍ମଚାରୀଙ୍କୁ ଚୁକ୍ତିଭିତ୍ତିରେ ନିଯୁକ୍ତି କରୁଛନ୍ତି। ଏଥିରେ ମଧ୍ୟ ତାରତମ୍ୟ ଅଛି। ଧରନ୍ତୁ ଜଣେ ଅତିରିକ୍ତ ଶାସନ ସଚିବ ବା ସ୍ବତନ୍ତ୍ର ଶାସନ ସଚିବ ଭାବେ ଅବସର ଗ୍ରହଣ କଲେ ଯଦି ସଚିବାଳୟରେ କୌଣସି ଖାଲି ପଦବୀ ଥାଏ, ତେବେ ତାଙ୍କୁ ମାସିକ ୪୨ ହଜାର ଟଙ୍କା ଦରମାରେ ରଖାଯାଉଛି। ଏହା ମଧ୍ୟ ସବୁ କ୍ଷେତ୍ରରେ ସମାନ ନୁହେଁ। କେତେକ କ୍ଷେତ୍ରରେ ଦେଖାଯାଉଛି, ସେହି ପାହ୍ୟାର କର୍ମଚାରୀ ଅବସର ଗ୍ରହଣ କଲାପରେ ତାଙ୍କୁ ସରକାରଙ୍କ ଅଧୀନରେ କାର୍ଯ୍ୟକଲେ ଚାକିରିରେ ଥିଲାବେଳେ ପାଉଥିବା ଦରମା-ପେନ୍‌ସନ ହାରରେ ଦରମା ମିଳୁଛି। ଏହାଦ୍ୱାରା ସେମାନେ ୪୨ ହଜାର ଟଙ୍କା ଦରମାରେ ନିଯୁକ୍ତି ପାଇଥିବା କର୍ମଚାରୀଙ୍କଠାରୁ ଯଥେଷ୍ଟ ଅଧିକ ଦରମା ପାଉଛନ୍ତି। ସରକାରଙ୍କୁ ଯିଏ ଖୋସାମତ କଲା, ସେ ଅବସର ପରେ ସେହି ସମାନ କାମପାଇଁ ଅନ୍ୟ ଅବସରପ୍ରାପ୍ତ ଚୁକ୍ତିଭିତ୍ତିକ କର୍ମଚାରୀଙ୍କଠାରୁ ଅଧିକ ଦରମା ପାଉଛି। ସେ ପୁଣି କହି ଚାଲିଲେ, ଏକ ନିର୍ଦ୍ଦିଷ୍ଟ ବିଭାଗରେ କୁହାଗଲା ଆମେ ଖର୍ଚ୍ଚଭାର କମେଇବା ପାଇଁ ପେପରଲେସ୍‌ ଟ୍ରାଞ୍ଜାକ୍‌ସନ୍‌ କରୁଛୁ। ଏହାଦ୍ୱାରା କାଳି କଲମ ଓ କାଗଜ ବାବଦରେ ଖର୍ଚ୍ଚ ହେଉଥିବା ଅର୍ଥକୁ ରୋକି ପାରିଛୁ ଏବଂ ଏହାଦ୍ୱାରା ସମୟ ମଧ୍ୟ ସଂଚୟ କରିପାରିଛୁ। ମାତ୍ର ଏଇ କେଇଦିନ ତଳେ ଏସବୁ କାମ ପାଇଁ କର୍ମଚାରୀମାନେ ପାଉଥିବା ପାରିତୋଷିକ ବୃଦ୍ଧି ପାଇଛି। ଏହା ଦିନ ଦ୍ୱିପ୍ରହରରେ ଲଣ୍ଠନ ଦେଖାଇବା ବ୍ୟତୀତ ଆଉ କ’ଣ ହୋଇପାରେ? ପୁଣି ଏକଥା କୁହାଯାଉଛି ଯେ, ଅବସର ପରେ ସରକାରୀ କର୍ମଚାରୀମାନେ ୬୫ ବର୍ଷ ପର୍ଯ୍ୟନ୍ତ ଚୁକ୍ତିଭିତ୍ତିରେ ରହିପାରିବେ। ଏଥିରେ ମଧ୍ୟ ବ୍ୟତିକ୍ରମ ଦେଖାଯାଉଛି। ୬୫ ବର୍ଷ ପରେ ମଧ୍ୟ କିଛି ବିଭାଗର କର୍ମଚାରୀ ଉପରିସ୍ଥ ହାକିମଙ୍କୁ ଖୋସାମତ କରି ରହୁଥିବାର ଦେଖାଯାଉଛି। ଏହାଦ୍ୱାରା ଅନ୍ୟ କର୍ମଚାରୀଙ୍କ ଅନ୍ତର୍ଦାହ ହେଉନାହିଁ କି? ସରକାର ଏସବୁ ଦିଗ ପ୍ରତି ଧ୍ୟାନ ଦେବା ଉଚିତ। ସେ ପୁଣି କହିଚାଲିଲେ ଅସଲ କଥା ହେଉଛି, ଓଡ଼ିଶାରେ ପ୍ରତିବାଦର ସ୍ବର କ୍ଷୀଣ। ଆମେ ଆନ୍ଦୋଳନ କଥା କହୁନାହୁଁ। ଶାସନରେ ଥିବା ଦଳ ଯଦି ଭୁଲ୍‌ କରେ, ତାକୁ ଚେତାଇ ଦେବା ପ୍ରତ୍ୟେକ ବୁଦ୍ଧିଜୀବୀଙ୍କର କର୍ତ୍ତବ୍ୟ ବୋଲି ଆମେ ମନେକରୁ। ଏପରି କରିବା ଦ୍ୱାରା ସରକାରଙ୍କ ଉଚ୍ଚାରଣ ଏବଂ ଆଚରଣରେ ସ୍ବଚ୍ଛତା ଆସିବ ଏବଂ ଜନସାଧାରଣ ମଧ୍ୟ ତାଙ୍କର ହକ୍‌ ବିଷୟରେ ସଚେତନ ହେବେ।
ନରେଶବାବୁ ଏବଂ ନିତ୍ୟାନନ୍ଦବାବୁ ସରକାରଙ୍କ ବିଧିବ୍ୟବସ୍ଥା ବିଷୟରେ ଆଉ କ’ଣ ଗପି ଚାଲିଥିଲେ। ମୋର ସମୟ ନ ଥିବାରୁ ମୁଁ ଘରମୁହଁା ହେଲି।
ମୋ: ୯୪୩୮୦୭୨୮୫୦


Enter your email to get our daily news in your inbox.

All Right Reserved By Dharitri.Com

ଆଧ୍ୟାତ୍ମିକତା ମୁଖା ତଳେ ସ୍ବାର୍ଥ

ଆଧୁନିକ ସମାଜରେ ଧର୍ମ ଏବଂ ଭକ୍ତିର ସ୍ବରୂପ ବଦଳିବାରେ ଲାଗିଛି । ସକାଳୁ ଉଠି ସୋସିଆଲ ମିଡିଆରେ ଦେବଦେବୀଙ୍କ ଫଟୋ ସହ ‘ଗୁଡ୍‌ ମର୍ନିଂ’ ମେସେଜ୍‌ ପଠାଇବା,…

କାଳୀଦାସ ବୁଦ୍ଧି

ଶୁଣାଯାଏ, ମହାକବି କାଳୀଦାସ ପ୍ରଥମ ଜୀବନରେ ଏତେ ନିର୍ବୁଦ୍ଧିଆ ଥିଲେ ଯେ ଏକଦା ସେ ଗୋଟିଏ ଗଛର ଡାଳରେ ବସି ସେହି ଡାଳକୁ ମୂଳରୁ ହାଣୁଥିଲେ। ଏବେ…

ବରାବର ଗୁମ୍ପାର ରହସ୍ୟ

ବିହାର ରାଜଗିର ନିକଟରେ ଶୋଭାପାଉଛି ବରାବର ଗୁମ୍ଫା। ଏହା ଭିତରକୁ ପ୍ରବେଶକଲେ ଯେ ଚମତ୍କାର ଅନୁଭବ ଆସେ। ଏହି ଗୁମ୍ଫାର କାନ୍ଥଗୁଡ଼ିକୁ ଏପରି ନିଖୁଣ ଭାବରେ ପଲିସ୍‌…

ପ୍ରଥା ଓ ପରମ୍ପରା

ବିଶ୍ୱର ସାମାଜିକ ଚଳଣିରେ ଅନେକ ପ୍ରଥା ଓ ପରମ୍ପରା ସନ୍ନିବେସିତ, ଯାହା ମଣିଷକୁ ଏକ ଅନୁଶାସନରେ ରହି ଶୃଙ୍ଖଳିତ ଜୀବନଯାପନ କରିବାକୁ ପ୍ରେରଣା ଦେଇଥାଏ। ବିଶ୍ୱ ସାମାଜିକ…

ଓଡ଼ିଶାରେ ସମବାୟ

୧୮୯୭ ମସିହାରେ ଉତ୍କଳ ଗୌରବ ମଧୁସୂଦନ ଦାସ ୟୁରୋପ ଦେଶଗୁଡ଼ିକୁ ଭ୍ରମଣ କାଳରେ ସେଠାରେ ଦେଖାଦେଇଥିବା ଶିଳ୍ପ ବିପ୍ଳବର ମୁକାବିଲା ପାଇଁ ସମବାୟଭିତ୍ତିକ ଅନୁଷ୍ଠାନଗୁଡ଼ିକ ସଫଳତାର ସହିତ…

ଫୁଟ୍‌ବଲରେ ଟ୍ରମ୍ପ୍‌ କାର୍ଡ

ବିଶ୍ୱକପ୍‌ ଫୁଟ୍‌ବଲ ୨୦୨୬ କ୍ରୀଡ଼ାପ୍ରେମୀଙ୍କୁ ଆବୋରି ରଖିଛି। ଏହି ସମୟରେ ଗୋଟେ ମିମ୍‌ ସୋସିଆଲ ମିଡିଆରେ ବେଶି ଘୂରି ବୁଲୁଥିବା ଦେଖାଯାଉଛି। ଆମେରିକା ଫୁଟ୍‌ବଲ ଦଳର ଷ୍ଟ୍ରାଇକର୍‌ଙ୍କୁ…

ହାତରୁ ଖସୁଛି ସୁରକ୍ଷା

ଭାରତରେ ହାତଟଣା ରିକ୍ସା ଓ ସାଇକେଲ-ରିକ୍ସା ସ୍ବଳ୍ପ ବାଟ ଯିବା ଆସିବାରେ ବହୁଳ ବ୍ୟବହୃତ ହେଉଥତ୍ଲା। ରିକ୍ସା ଚାଳକ ଉପରେ ଶାରୀରିକ କଷ୍ଟ, ଧତ୍ମା ଗତି ଓ…

ଏଇ ଭାରତରେ

ଅବସର ଜୀବନ ଶେଷ ନୁହେଁ। ଏହାପରେ ନିଜେ ଭଲ ପାଉଥିବା ଯେକୌଣସି ବୃତ୍ତିକୁ ଆପଣାଇ ପୁନର୍ବାର ରୋଜଗାର କରିବା ସହ ଏକ ସୁସ୍ଥ ଓ ଚଳଚଞ୍ଚଳ ଜୀବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri