Posted inଜାତୀୟ

ସହମତିରେ ଶାରୀରିକ ସମ୍ପର୍କ ନୁହେଁ ବଳାତ୍କାର: ହାଇକୋର୍ଟଙ୍କ ରାୟ…

ମୁମ୍ବାଇ,୨୮।୧୦ : ପ୍ରଥମେ ସହମତିରେ ଶାରୀରିକ ସମ୍ପର୍କ ସ୍ଥାପନ ଏବଂ ଯେତେବେଳେ ବ୍ରେକଅପ ହେଲା, ସମ୍ପୃକ୍ତ ଯୁବତୀ ଅଭିଯୋଗ କଲେ ମୋତେ ବଳାତ୍କାର କରାଯାଇଛି। ଏହି ମାମଲା ହାଇକୋର୍ଟରେ ପହଞ୍ଚିଛି । ଖଣ୍ଡପୀଠ ଉଭୟ ପକ୍ଷର ଶୁଣାଣି ପରେ ରାୟ ଦେଇଛନ୍ତି। ଖଣ୍ଡପୀଠଙ୍କ ରାୟ ଅନୁସାରେ ସହମତିରେ ଶାରୀରିକ ସମ୍ପର୍କକୁ ଧାରା ୩୭୬ ଅନୁଯାୟୀ ବଳାତ୍କାର ବୋଲି ବିବେଚନା କରାଯାଇପାରିବ ନାହିଁ। ବମ୍ବେ ହାଇକୋର୍ଟର ଜଷ୍ଟିସ ନିତିନ ସାମ୍ବ୍ରେ ଏବଂ ଜଷ୍ଟିସ ଏନ.ଆର ବୋରକର ଏହି ରାୟ ଦେଇଛନ୍ତି ଏବଂ ଅପରାଧିକ ଆବେଦନକୁ ଖାରଜ କରିଛନ୍ତି।

ଉଭୟ ଅଭିଯୁକ୍ତ ଏବଂ ପୀଡିତା ପୁଣେର ବାସିନ୍ଦା। ପୀଡିତା ଯୁବକଙ୍କ ବିରୋଧରେ ଅଭିଯୋଗ କରିଥିଲେ ସେ ତାଙ୍କ ସହ ଏକ ସଂଗଠନରେ କାମ କରୁଥିଲେ। ଏହି ସମୟ ମଧ୍ୟରେ ସେମାନେ ବନ୍ଧୁ ହେଲେ। ଦିନେ ଯୁବକ ଜଣକ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ କିନ୍ତୁ ସେ ଏହାକୁ ବିରୋଧ କରିଥିଲେ। ଏହି କାରଣରୁ ସେ ଯୁବକଙ୍କର ଆଚରଣକୁ ଆଦୌ ପସନ୍ଦ କରୁ ନ ଥିବାରୁ ଦୁହିଁଙ୍କର ବ୍ରେକଅପ ହୋଇ ଯାଇଥିଲା। ଏନେଇ ପୋଲିସ ଥାନାରେ ଏଫଆଇଆର୍‌ ପଞ୍ଜୀକୃତ ହୋଇଥିଲା। ଓକିଲ ହର୍ଷଲ ସୁନୀଲ ପାଟିଲ ପୀୟୁଷ ତୋଶନିୱାଲଙ୍କ ବିରୋଧରେ ଆସିଥିବା ଅଭିଯୋଗ ନେଇ ଅଭିଯୁକ୍ତ ଯୁବକ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।
ପଚରାଉଚରା ବେଳେ ଯୁବତୀ ଜଣକ ସ୍ବୀକାର କରିଥିଲେ ସେ ସ୍ବଇଚ୍ଛାରେ ଯୌନ ସମ୍ପର୍କ ରଖିଛନ୍ତି।

ପ୍ରାପ୍ତ ସୂଚନା ଅନୁଯାୟୀ, ବଳାତ୍କାର ଓ ଧମକ ଧାରା ଅନ୍ତର୍ଗତ ୩୦ ଏପ୍ରିଲ ୨୦୨୨ ରେ ଅଭିଯୁକ୍ତଙ୍କ ବିରୋଧରେ ଏକ ଏଫଆଇଆର ପଞ୍ଜୀକୃତ ହୋଇଥିଲା। ଏହି ଅପରାଧ ଜାନୁଆରୀ୨୦୧୯ ରୁ ୩ ଏପ୍ରିଲ ୨୦୨୨ ମଧ୍ୟରେ ଘଟିଥିଲା । ଯୁବକ ଜଣକ ତାଙ୍କ ସପକ୍ଷରେ ସ୍ପଷ୍ଟୀକରଣ ଦେବାବେଳେ ଅଭିଯୋଗକାରୀଙ୍କ ସହ ସହମତି ଭିତ୍ତିରେ ସମ୍ପର୍କ ଥିବା କହିଥିଲେ। ଏହି ପରିପ୍ରେକ୍ଷୀରେ ପୀଡିତା କୋର୍ଟରେ ଏକ ଆଫିଡେଭିଟ ଦାଖଲ କରିଥିଲେ। ଅଭିଯୁକ୍ତ ପୀଡିତାଙ୍କୁ ହୋଇଥିବା କ୍ଷତିର କ୍ଷତିପୂରଣ ଦେଇଛନ୍ତି। ଓକିଲଙ୍କ ପଚରାଉଚରା ବେଳେ ସେ ଏହା ସହମତିରେ ହୋଇଥିବା ସ୍ବୀକାର କରିଥିଲେ। ଏହି ଆଧାରରେ, ହାଇକୋର୍ଟ ଏହି ମାମଲାକୁ ବନ୍ଦ କରିବା ଉଚିତ, କାରଣ ଏହି ଅପରାଧରେ ବଳାତ୍କାର ଧାରା ପ୍ରଯୁଜ୍ୟ ନୁହେଁ ବୋଲି ରାୟ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଆମେରିକା-ଚାଇନାକୁ ନେଇ ବଡ଼ ଖୁଲାସା କଲେ ଜୟଶଙ୍କର, ବିଶ୍ବରେ ହଇଚଇ!

ନୂଆଦିଲ୍ଲୀ,୪।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?