Posted inଫୁରସତ

ସଂଯୋଗ

କେବେ କାହା ସହ ଦେଖାହେବ, କାହା ସହିତ କ’ଣ ଘଟିବ, ଏସବୁ ଭାଗ୍ୟର ଲେଖା ନା ସଂଯୋଗର କଥା। ନା ଭାଗ୍ୟ ଓ ସଂଯୋଗ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ। ତେବେ ଏତିକି କୁହାଯାଇପାରେ ଯେବେ ଯେବେ କିଛି ସଂଯୋଗ ଘଟେ ଲାଗେ ସତେଯେମିତି ଭଗବାନ ତାଙ୍କ ଉପସ୍ଥିତିର ପ୍ରମାଣ ଦେଉଛନ୍ତି । ଆଉ କିଛି ଅଲୌକିକ ଶକ୍ତି ଦ୍ୱାରା ଯେ ସମସ୍ତେ ପରିଚାଳିତ ତାହା ସମସ୍ତଙ୍କୁ ଚେତେଇ ଦେଉଛନ୍ତି ….

ଟାଇଟାନିକ୍‌ ଜାହାଜ ବୁଡ଼ିବା ପୂର୍ବରୁ ବୁଡ଼ି ସାରିଥିଲା: ୧୯୧୨, ଏପ୍ରିଲ ୧୫ ଉତ୍ତର ଆଟଲାଣ୍ଟିକ ମହାସାଗରରେ ଏକ ବରଫ ପାହାଡ଼ ସହ ଧକ୍କା ହୋଇ ବୁଡ଼ିଯାଇଥିଲା ବିରାଟକାୟ ଟାଇଟାନିକ ଜାହାଜ। ଏଥିରେ ୧୫୦୦ରୁ ଉର୍ଦ୍ଧ୍ୱ ଲୋକଙ୍କ ଜୀବନ ଯାଇଥିଲା। ଏତେ ବଡ଼ ଦୁର୍ଘଟଣାକୁ ଆଜି ବି କେହି ମନରୁ ଭୁଲାଇ ପାରିନାହାନ୍ତି। ତେବେ ଜାଣନ୍ତି କି ଟାଇଟାନିକ ବୁଡ଼ିବାର ୧୪ ବର୍ଷ ପୂର୍ବରୁ ୧୮୯୮ରେ ଆମେରିକୀୟ ଲେଖକ ମୋର୍ଗାନ ରବର୍ଟସନ୍‌ ‘ଦ ରେକ୍‌ ଅଫ୍‌ ଦି ଟାଇଟନ: ଅର୍‌, ଫ୍ୟୁଟିଲିଟି’ ନାମକ ଏକ ପୁସ୍ତକ ପ୍ରକାଶ କରିଥିଲେ। ସେଥିରେ ସେ ‘ଟାଇଟନ୍‌’ ନାମକ ଏକ ଜାହାଜର କାହାଣୀ ଲେଖିଥିଲେ, ଯାହାକି ଦୁର୍ଘଟଣାଗ୍ରସ୍ତ ହୋଇ ବୁଡ଼ିଯାଇଥିଲା। ପୁସ୍ତକରେ ବର୍ଣ୍ଣିତ ତାଙ୍କର ଟାଇଟନ୍‌ ଜାହାଜ ସହିତ ଟାଇଟାନିକ ଜାହାଜର ଥିଲା ଅନେକ ସାମଞ୍ଜସ୍ୟ। ଉଭୟ ଜାହାଜ ଅନ୍‌ସିଙ୍କେବଲ୍‌ ତଥା ନ ବୁଡିବା ପାଇଁ ସେଥିରେ ହୋଇଥିଲା ସମସ୍ତ ପ୍ରକାରର ବ୍ୟବସ୍ଥା। ଉଭୟର ଆକାର, ବେଗ ଓ ଜୀବନରକ୍ଷକ ସାମଗ୍ରୀ ଥିଲା ଏକାପ୍ରକାରର। ଉଭୟରେ ସବୁ ଯାତ୍ରୀଙ୍କ ପାଇଁ ଆବଶ୍ୟକୀୟ ମାତ୍ରାର ଲାଇଫ୍‌ ବୋଟ୍‌ ନ ଥିଲା। ଆଉ ସବୁଠୁ ବଡ଼ କଥା ଉଭୟ ଟାଇଟନ୍‌ ଓ ଟାଇଟାନିକ ଜାହାଜ ଆଇସ୍‌ ବର୍ଗ ବା ହିମଖଣ୍ଡ ସହ ଧକ୍କା ହୋଇ ବୁଡିଥିଲା। ସେ ପୁଣି ଉତ୍ତର ଆଟଲାଣ୍ଟିକ ମହାସାଗରରେ ଓ ଏପ୍ରିଲ ମାସରେ। ତେଣୁ ଯେବେ ଟାଇଟାନିକ ଜାହାଜ ଦୁର୍ଘଟଣାଗ୍ରସ୍ତ ହୋଇ ବୁଡିଗଲା ସମସ୍ତେ ମୋର୍ଗାନ୍‌ଙ୍କୁ ଭବିଷ୍ୟଦ୍ରଷ୍ଟା ମନେ କଲେ। ସେ ଆଗୁଆ ଟାଇଟାନିକ ଜାହାଜ ବୁଡିବ ବୋଲି ଜାଣିପାରିଥିଲେ ବୋଲି ଚର୍ଚ୍ଚା ହେଲା। ଆଉ ୧୯୧୨ରେ ତାଙ୍କ ପୁସ୍ତକକୁ ରିଭାଇଜ୍‌ କରାଯାଇ ‘ଦ ରେକ୍‌ ଅଫ୍‌ ଦି ଟାଇଟନ୍‌’ ନାମରେ ପୁନଃ ପ୍ରକାଶ କରାଗଲା ।
ଲିଙ୍କନ୍‌ ଓ କେନେଡିଙ୍କ ଭାଗ୍ୟର ସଂଯୋଗ: ଆବ୍ରାହମ ଲିଙ୍କନ୍‌ ଓ ଜନ୍‌ ଏଫ୍‌ କେନେଡି ଉଭୟେ ଥିଲେ ଆମେରିକାର ରାଷ୍ଟ୍ରପତି। ଏହି ଦୁଇ ରାଷ୍ଟ୍ରପତିଙ୍କ ଭାଗ୍ୟର ରେଖାକୁ ଯେମିତି କେହି ଜଣେ ଏକାପ୍ରକାରର ଲେଖି ଦେଇଥିଲେ। ଏଭଳି କହିବାର କାରଣ ହେଉଛି ଯେ, ସେମାନଙ୍କ ଜୀବନର ଅନେକ ଫର୍ଦ୍ଦ ଥିଲା ଏକାପରି। ଯେମିତିକି ଉଭୟଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା। ଆଉ ଗୁଳି ଦୁହିଁଙ୍କ ମୁଣ୍ଡରେ ବାଜିଥିଲା। ଉଭୟେ ଶୁକ୍ରବାର ଦିନ ଏବଂ ଏକ ଜାତୀୟ ଛୁଟିର ପୂର୍ବ ଦିନ ମୃତ୍ୟୁବରଣ କରିଥିଲେ। ଲିଙ୍କନ୍‌ ଇଷ୍ଟରର ପୂର୍ବଦିନ ପଡିଥିବା ଶୁକ୍ରବାରରେ ଏବଂ କେନେଡି ଥ୍ୟାଙ୍କସ୍‌ ଗିଭିଂ ପୂର୍ବଦିନର ଶୁକ୍ରବାର ମୃତ୍ୟୁବରଣ କରିଥିଲେ। ମୃତ୍ୟୁଦିନ ଉଭୟ ରାଷ୍ଟ୍ରପତି ନିଜ ନିଜର ପତ୍ନୀ ଓ ଅନ୍ୟ ଏକ ଦମ୍ପତି ସହ ଥିଲେ। ଉଭୟ ରାଷ୍ଟ୍ରପତିଙ୍କର ୪ଟି ସନ୍ତାନ ଥିଲେ। ଉଭୟଙ୍କ ନିକଟତମ ବନ୍ଧୁଙ୍କ ନାମ ବିଲ୍ଲି ଗ୍ରାହମ୍‌ ଥିଲା। ଆଉ ଏକ ମଜାଦାର କଥା କେନେଡିଙ୍କ ସେକ୍ରେଟାରିଙ୍କ ନାମ ‘ମିସେସ୍‌ ଲିଙ୍କନ’ ଥିବାବେଳେ ଲିଙ୍କନ୍‌ଙ୍କ ସେକ୍ରେଟାରିଙ୍କ ନାମ ଥିଲା ‘ଜନ୍‌’। ଆଉ ଉଭୟଙ୍କ ଉପ-ରାଷ୍ଟ୍ରପତିଙ୍କ ନାମ ଜନ୍‌ସନ୍‌ ଥିଲା। ତା’ସହ ଉଭୟ ରାଷ୍ଟ୍ରପତି ଡେମୋକ୍ରାଟ ଥିଲେ।
ଏଡଗାର୍‌ ଆଲନ୍‌ ପୋ’ଙ୍କର ଥିଲା କି ଟାଇମ୍‌ ମେଶିନ୍‌: ଟାଇଟନ୍‌ ଓ ଟାଇଟାନିକ୍‌ ମଧ୍ୟରେ ଥିବା ସାମଞ୍ଜସ୍ୟ ପାଇଁ ମୋର୍ଗାନ ରବର୍ଟସନ୍‌ଙ୍କୁ ଯେମିତି ଭବିଷ୍ୟଦ୍ରଷ୍ଟା କୁହାଯାଏ, ସେହିଭଳି ଆମେରିକୀୟ ଲେଖକ ଏଡଗାର୍‌ ଆଲନ୍‌ ପୋ’ଙ୍କର ମଧ୍ୟ ଭବିଷ୍ୟ ଦେଖିବାର କ୍ଷମତା ଥିଲା ବୋଲି ଅନେକେ କହନ୍ତି। କେହି କେହି ତ କହନ୍ତି ବୋଧହୁଏ ତାଙ୍କ ପାଖରେ ଟାଇମ୍‌ ମେଶିନ୍‌ ଥିଲା। ଏଭଳି କହିବାର କାରଣ ହେଉଛି ୧୮୩୮ରେ ପ୍ରକାଶ ପାଇଥିବା ତାଙ୍କର ବହି ‘ଦି ନାରେଟିଭ୍‌ ଅଫ୍‌ ଆରଥର୍‌ ଗରଡୋନ୍‌ ପାଇମ୍‌ ଅଫ୍‌ ନାନ୍‌ଟୁକେଟ୍‌’। ପୋ’ ଏଥିରେ ଚାରିଜଣ ନାବିକଙ୍କ କାହାଣୀ ବର୍ଣ୍ଣନା କରିଥିଲେ। ଯେଉଁମାନେକି ନୌକା ଦୁର୍ଘଟଣାରେ ବଞ୍ଚତ୍ୟାଇଥିଲେ। ହେଲେ ସମୁଦ୍ରରେ ହଜିଗଲେ। ଆଉ ଖାଇବା ପିଇବା ପାଇଁ ତାଙ୍କ ପାଖରେ କିଛି ନ ଥିଲା। ପରିସ୍ଥିତି ଏଭଳି ସୃଷ୍ଟି ହେଲା ଯେ, ଶେଷରେ ରିଚାର୍ଡ ପାର୍କର୍‌ ନାମକ ଜଣେ ଶିପ୍‌ବୟ ଅନ୍ୟ ସାଥୀଙ୍କୁ ବଞ୍ଚାଇବା ପାଇଁ ନିଜ ଜୀବନକୁ ବଳି ଦେଇଥିଲା। ଆଉ ସେମାନେ ପାର୍କରକୁ ଆହାରଭାବେ ଗ୍ରହଣ କରି ଜୀବନ ବଞ୍ଚାଇଥିଲେ। ସେତେବେଳେ ଏହି କାହାଣୀକୁ ଏଡଗାର ଆଲନ୍‌ ପୋ’ ଏକ ସତ କାହାଣୀ ବୋଲି ଦାବି କରିଥିଲେ। କିନ୍ତୁ ସେହି ସମୟ ପର୍ଯ୍ୟନ୍ତ ଏଭଳି କୌଣସି ଘଟଣା ଘଟି ନ ଥିଲା। ତେଣୁ କେହି ଏହି କାହାଣୀକୁ ବାସ୍ତବ ବୋଲି ମାନିବାକୁ ରାଜି ହୋଇ ନ ଥିଲେ। ହେଲେ ଏହି ପୁସ୍ତକ ପ୍ରକାଶ ପାଇବାର ଦୀର୍ଘ ବର୍ଷ ପରେ ୧୮୮୪ ମସିହାରେ ସତକୁ ସତ ‘ମିଗ୍‌ନୋନେଟ୍‌’ ନାମକ ଏକ ୟଟ୍‌ (ଏକ ପ୍ରକାରର ନୌକା) ସମୁଦ୍ରରେ ବୁଡିଗଲା। ଆଉ ୪ ଜଣ କ୍ର୍ୟୁ ସଦସ୍ୟ ଲାଇଫ୍‌ ବୋଟ୍‌ରେ କୌଶଳ କରି ଖସିଆସି ବଞ୍ଚତ୍ଗଲେ। ସେଥିମଧ୍ୟରେ ରିଚାର୍ଡ ପାର୍କର ନାମକ ଜଣେ ଯୁବକ ଥିଲେ। ପ୍ରବଳ ଶୋଷ ହେଉଥିବାରୁ ସେ ସମୁଦ୍ର ଜଳ ପିଇ ତୃଷ୍ଣା ମେଣ୍ଟାଇବାକୁ ଚାହିଁଲେ। ହେଲେ ସମୁଦ୍ରର ଲୁଣି ଜଳ ପିଇବା ଦ୍ୱାରା ଅସୁସ୍ଥ ହୋଇଗଲେ। ରିଚାର୍ଡଙ୍କର ଏଭଳି ଅବସ୍ଥା ଦେଖି ଅନ୍ୟ ସାଥୀ କ୍ର୍ୟୁ ସଦସ୍ୟ ନିଜକୁ ବଞ୍ଚାଇବା ପାଇଁ ରିଚାର୍ଡଙ୍କୁ ହତ୍ୟା କରି ତା’ର ରକ୍ତ ପିଇବାକୁ ନିଷ୍ପତ୍ତି ନେଲେ। ଆଉ ପାର୍କର ଅତ୍ୟଧିକ ରୋଗଗ୍ରସ୍ତ ହୋଇ ମରିବା ପୂର୍ବରୁ ତାକୁ ହତ୍ୟା କରି ତା’ର ରକ୍ତ ପିଇ କିଛିଦିନ ବଞ୍ଚତ୍ଗଲେ। ହେଲେ କୂଳକୁ ଫେରିବା ପରେ ସେମାନଙ୍କ ଉପରେ ହତ୍ୟା ଆରୋପ ଲଗାଯାଇଥିଲା। ଏଇ ଘଟଣା ଘଟିବା ପରେ ଚର୍ଚ୍ଚା ହେବାକୁ ଲାଗିଲା ଯେ, ଏଡଗାର ଆଲନ୍‌ ପୋ’ଙ୍କ ପାଖରେ ବୋଧହୁଏ ଟାଇମ୍‌ ମେଶିନ୍‌ ଥିଲା। ଆଉ ତାରି ସାହାଯ୍ୟରେ ସେ ୫୦ ବର୍ଷ ପରେ ଘଟିବାକୁ ଯାଉଥିବା ଘଟଣାକୁ ଆଗୁଆ ଜାଣିପାରିଥିଲେ।
୪ଟି ଜାହାଜ ଦୁର୍ଘଟଣା ମଧ୍ୟରେ ଗୋଟିଏ ସମାନତା ‘ହ୍ୟୁ ଓ୍ବିଲିୟମ୍‌ସ’: ଡିସେମ୍ବର ୫, ୧୬୬୪ରେ ଓ୍ବେଲ୍ସର ମେଇନ୍‌ ଷ୍ଟ୍ରେଟ୍‌ରେ ଏକ ଜାହାଜ ବୁଡି ଯାଇଥିଲା। ସେଥିରେ ଜଣଙ୍କୁ ଛାଡି ଅନ୍ୟ ସମସ୍ତଙ୍କର ମୃତ୍ୟୁ ହୋଇଥିଲା। ଜୀବିତ ରହିଯାଇଥିବା ସେହି ବ୍ୟକ୍ତିଙ୍କ ନାମ ଥିଲା ‘ହ୍ୟୁ ଓ୍ବିଲିୟମ୍‌ସ’। ସେହିଭଳି ଡିସେମ୍ବର ୫, ୧୭୮୫ରେ ଆଉ ଏକ ଜାହାଜ ସେହି ସ୍ଥାନରେ ବୁଡିଥିଲା। ଏଥିରେ ୧୨୭ ଜଣ ମୃତ୍ୟୁବରଣ କରିଥିଲେ। ହେଲେ ସୌଭାଗ୍ୟବଶତଃ ଜଣେ ବଞ୍ଚତ୍ୟାଇଥିଲେ। ସେହି ବ୍ୟକ୍ତିଙ୍କ ନାମ ମଧ୍ୟ ଥିଲା ‘ହ୍ୟୁ ଓ୍ବିଲିୟମ୍‌ସ’। ପୁଣି ୫ ଡିସେମ୍ବର, ୧୮୨୦ରେ ଥେମ୍‌ସ ନଦୀରେ ଏକ ପିକ୍‌ନିକ୍‌ ବୋଟ୍‌ ବୁଡି ଯାଇଥିଲା। ସେଥିରେ ବି ଜଣେ ବ୍ୟକ୍ତି ଜୀବିତ ରହି ଅନ୍ୟମାନେ ମୃତ୍ୟୁବରଣ କରିଥିଲେ। ସଂଯୋଗବଶତଃ ସେହି ବ୍ୟକ୍ତିଙ୍କ ନାମ ମଧ୍ୟ ଥିଲା ‘ହ୍ୟୁ ଓ୍ବିଲିୟମ୍‌ସ’।
ସେହିଭଳି ଜୁଲାଇ ୧୦, ୧୯୪୦ରେ ଏକ ବ୍ରିଟିଶ ବୋଟ୍‌ ବୁଡି ଯାଇଥିଲା। ସେଥିରେ ଦୁଇଜଣଙ୍କୁ ଛାଡି ଅନ୍ୟ ସମସ୍ତେ ମୃତ୍ୟୁବରଣ କରିଥିଲେ। ଆଉ ସବୁଠୁ ଆଶ୍ଚର୍ଯ୍ୟକର କଥା ସେହି ଦୁଇଜଣ ବ୍ୟକ୍ତିଙ୍କ ନାମ ବି ଥିଲା ହଘ୍‌ ଓ୍ବିଲିୟମ୍ସ। ତେଣୁ ଅନେକେ କହିବାକୁ ଲାଗିଲେ ଯେ ହଘ୍‌ ଓ୍ବିଲିୟମ୍ସ ନାମଟି ହେଉଛି ‘ଅନ୍‌ ସିଙ୍କେବଲ୍‌’।
ତିନୋଟି ଜାହାଜ ଦୁର୍ଘଟଣାରୁ ବଞ୍ଚତ୍ଥିବା ନର୍ସ: ଭାଓଲେଟ୍‌ ଜେସପ୍‌ ଆର୍ଜେଣ୍ଟିନାର ଜଣେ ନର୍ସ ଏବଂ ଓସେନ୍‌ ଲାଇନର୍‌ ଷ୍ଟଓ୍ବୋର୍ଡେସ୍‌ ଥିଲେ। ଯେକି ଜାହାଜରେ ଯାତ୍ରୀଙ୍କର କୌଣସି ରୋଗ ହେଲେ ଚିକିତ୍ସା କରିବା ସହ ସେମାନଙ୍କ ଖାଦ୍ୟ ପାନୀୟ କଥା ମଧ୍ୟ ବୁଝୁଥିଲେ। ତେବେ ସେ ସାରା ପୃଥିବୀରେ ‘ମିସ୍‌ ଅନସିଙ୍କେବଲ୍‌’ ନାମରେ ବେଶି ପରିଚିତ। କାରଣ ସେ ଦୁଇ ଦୁଇଟି ଜାହାଜ ଦୁର୍ଘଟଣାରେ ସୁରକ୍ଷିତଭାବେ ବଞ୍ଚତ୍ ଯାଇଥିଲେ। ୧୯୧୨ର ଆର୍‌ଏମ୍‌ଏସ୍‌ ଟାଇଟାନିକ ଜାହାଜ ଦୁର୍ଘଟଣାବେଳେ ଜେସପ୍‌ ସେଥିରେ ଥିଲେ। ଅଥଚ ସୁରକ୍ଷିତ ଭାବେ ବଞ୍ଚତ୍ୟାଇଥିଲେ। ସେହିଭଳି ୧୯୧୬ରେ ଟାଇଟାନିକ୍‌ର ସିଷ୍ଟର ସିପ୍‌ ଭାବେ ପରିଚିତ ଏଚ୍‌ଏମ୍‌ଏଚ୍‌ଏସ୍‌ ବ୍ରିଟାନିକ ଜାହାଜ ଦୁର୍ଘଟଣାବେଳେ ବି ଜେସ୍‌ପ ସେଥିରେ ଥିଲେ। ଆଉ ସେ ଏକ ଲାଇଫ୍‌ ବୋଟ୍‌ରେ ଚାଲିଆସିଥିଲେ। ଏମିତିକି ଲାଇଫ୍‌ ବୋଟ୍‌ଟି ଯେତେବେଳେ ଜାହାଜର ପ୍ରପେଲର୍‌ ନିକଟକୁ ଆସି ବୁଡିଯାଇଥିଲା ଜେସପ୍‌ ସେଥିରୁ ଡେଇଁ ବଞ୍ଚତ୍ୟାଇଥିଲେ। ଖାଲି ସେତିକି ନୁହେଁ ଆଉ ଏକ ଜାହାଜ ଆର୍‌ଏମ୍‌ଏସ୍‌ ଅଲିମ୍ପିକ୍‌ ଯେବେ ଏକ ଓ୍ବାର୍‌ ସିପ୍‌ ସହ ଧକ୍କା ହେଲା ସେତେବେଳେ ବି ସେ ଅଲିମ୍ପିକ ଜାହାଜରେ ଥିଲେ। ତେବେ ସୌଭାଗ୍ୟବଶତଃ ଅଲିମ୍ପିକ ଜାହାଜଟି ବୁଡି ନ ଥିଲା।
ଏନ୍‌ଜୋ ଫରାରୀ ଓ ମେସୁଟ ଓଜିଲ୍‌ ‘ଭିନ୍ନ ମଣିଷ ଚେହେରା ସମାନ’: ନାମୀଦାମୀ କାର୍‌ ବ୍ରାଣ୍ଡ ଫରାରୀର ପ୍ରତିଷ୍ଠାତା ହେଉଛନ୍ତି ଏନ୍‌ଜୋ ଫରାରୀ। ତାଙ୍କର ଦେହାନ୍ତ ୧୯୮୮, ୧୪ ଅଗଷ୍ଟରେ ହୋଇଥିଲା। ତେବେ ତାଙ୍କ ମୃତ୍ୟୁର ଏକ ମାସ ପରେ ୧୫ ଅକ୍ଟୋବରରେ ଜନ୍ମ ନେଇଥିଲେ ଜଣେ ପ୍ରସିଦ୍ଧ ବ୍ୟକ୍ତି। ନାଁ ତାଙ୍କର ମେସୁଟ୍‌ ଓଜିଲ। ଯେ କି ପରବର୍ତ୍ତୀ ସମୟରେ ହେଲେ ଜର୍ମାନୀର ଜଣେ ପ୍ରସିଦ୍ଧ ଫୁଟବଲ ଖେଳାଳି। ଏନ୍‌ଜୋ ଫରାରୀ ଓ ମେସୁଟ ଓଜିଲ ଦୁହେଁ ରକ୍ତ ସମ୍ପର୍କର ନୁହନ୍ତି। ଏମିତିକି ଦୂର ଦୂର ପର୍ଯ୍ୟନ୍ତ କୌଣସି ସମ୍ପର୍କ ସେମାନଙ୍କର ନାହିଁ। ହେଲେ ଦୁହିଁଙ୍କ ଚେହେରାରେ ରହିଛି ଅସମ୍ଭବ ସାମଞ୍ଜସ୍ୟ। ଆଖି, ନାକ, ପାଟି ସବୁକିଛି ଏକାପରି। ଲାଗେ ସତେ ଯେମିତି ଦୁହେଁ ଯାଆଁଳା ଭାଇ। ତେବେ ଏହାକୁ ପୁନର୍ଜନ୍ମ କୁହାଯିବ ନା ସଂଯୋଗ।
ହୁଭର୍‌ ଡ୍ୟାମ୍‌ ନିର୍ମାଣବେଳେ ବାପା ଓ ପୁଅଙ୍କ ମୃତ୍ୟୁ ସମାନ ତାରିଖରେ: ୟୁନାଇଟେଡ ଷ୍ଟେଟ୍‌ସ୍‌ ବ୍ୟୁରୋ ଅଫ୍‌ ରିକ୍ଲାମେସନ୍‌ ଅନୁଯାୟୀ ଆରିଜୋନା ଓ ନେଭାଡାକୁ ସଂଯୋଗ କରିବା ପାଇଁ କଲରାଡୋ ନଦୀ ଉପରେ ହେଉଥିବା ହୁଭର୍‌ ଡ୍ୟାମ ନିର୍ମାଣ ପାଇଁ କାର୍ଯ୍ୟ କରୁଥିବା ୨୧,୦୦୦ ଲୋକଙ୍କ ଭିତରେ ୧୧୨ ଜଣଙ୍କର ମୃତ୍ୟୁ କାର୍ଯ୍ୟ କରିବାବେଳେ ହୋଇଥିଲା। ଏମାନଙ୍କ ମଧ୍ୟରେ ପ୍ରଥମେ ଯିଏ ମୃତ୍ୟୁବରଣ କରିଥିଲେ ସେ ହେଉଛନ୍ତି ଜନ ଗ୍ରେଗୋରୀ ଟିଏର୍ନି। ଡିସେମ୍ବର ୨୦ ତାରିଖ ୧୯୨୨ ମସିହାରେ ସେ ଓ ତାଙ୍କ ସହଯୋଗୀ ନିର୍ମାଣ ପୂର୍ବରୁ ଡ୍ୟାମ୍‌ ପାଇଁ ଉପଯୁକ୍ତ ସ୍ଥାନ ବାଛିବା ଲାଗି ଭୂତାତ୍ତ୍ୱିକ ନିରୀକ୍ଷଣ(ଜିଓଲୋଜିକାଲ ସର୍ଭେ) କରିବାବେଳେ ହଠାତ୍‌ ବନ୍ୟା ଆସି ଭୟଙ୍କର କଲରାଡୋ ନଦୀ ଜଳରେ ବୁଡି ସେ ମୃତ୍ୟୁବରଣ କରିଥିଲେ। ଏହି ଘଟଣାର ୧୪ ବର୍ଷ ପରେ ଯେଉଁଦିନ ଟିଏର୍ନିଙ୍କ ମୃତ୍ୟୁବାର୍ଷିକୀ ଥିଲା ଅର୍ଥାତ୍‌ ଡିସେମ୍ବର ୨୦, ୧୯୩୫ରେ ଡ୍ୟାମ୍‌ ପ୍ରୋଜେକ୍ଟରଙ୍କ ଶେଷ ମୃତ୍ୟୁ ହୋଇଥିଲା। ଆଉ ଯିଏ ମୃତ୍ୟୁବରଣ କରିଥିଲେ ସେ ଥିଲେ ଟିଏର୍ନିଙ୍କ ପୁଅ ପାର୍ଟିକ ଓ୍ବିଲିୟମ୍‌ ଟିଏର୍ନି। ଲସ୍‌ ଭେଗାସ୍‌ ରିଭ୍ୟୁ ଜର୍ନାଲ ଅନୁଯାୟୀ ବାପାଙ୍କ ପଦାଙ୍କ ଅନୁସରଣ କରି ଡ୍ୟାମ୍‌ ନିର୍ମାଣ କାର୍ଯ୍ୟ କରୁଥିବା ପାର୍ଟିକ ଆରିଜୋନା ପଟରେ ଥିବା ଇନଟେକ୍‌ ଟାଓ୍ବାରରୁ ଖସି ମୃତ୍ୟୁବରଣ କରିଥିଲେ। ବାପା ପୁଅ ଗୋଟିଏ ତାରିଖରେ ମୃତ୍ୟୁବରଣ କରିବା ସଂଯୋଗ ଥିଲା ନା ଆଉ କିଛି।
ମାର୍କ ତ୍ୱେନ୍‌ଙ୍କ ଜନ୍ମ ଓ ମୃତ୍ୟୁର ସଂଯୋଗ: ସାମୁଏଲ ଲଙ୍ଗହର୍ନ କ୍ଲିମେନ୍‌ସ ନିଜର ପେନ୍‌ ନେମ୍‌ ମାର୍କ ତ୍ୱେନ ନାଁରେ ବେଶି ପରିଚିତ। ସେ ଜଣେ ଆମେରିକୀୟ ଲେଖକ, ପ୍ରକାଶକ, ଏଣ୍ଟପ୍ରେନ୍ୟୁର୍‌ ଥିଲେ। ତ୍ୱେନ ଆମେରିକାର ସବୁଠୁ ବଡ଼ ହ୍ୟୁମରିଷ୍ଟ ଭାବେ ମଧ୍ୟ ପରିଚିତ। ଓ୍ବିଲିମନ୍‌ ଫକନର୍‌ ତ ତାଙ୍କୁ ଆମେରିକୀୟ ଲିଟରେଚରର ଜନକ ବୋଲି ମଧ୍ୟ କହୁଥିଲେ। ମାର୍କ ତ୍ୱେନଙ୍କ ଜନ୍ମ ୧୮୩୫ରେ ହୋଇଥିଲା। ସେ ଜନ୍ମ ନେବା ଦିନ ହେଲିସ୍‌ କମେଟ୍‌ ନାମକ ଧୂମକେତୁ ବା ଲଞ୍ଜାତାରା ଆକାଶରେ ଦେଖାଦେଇଥିଲା। ଏହି ଧୂମକେତୁ ଆକାଶରେ ୭୬ ବର୍ଷରେ ଥରେ ଦେଖାଯାଏ। ଆଉ ୧୯୧୦ରେ ସେ ଯେବେ ମୃତ୍ୟୁବରଣ କଲେ ଏହି ଧୂମକେତୁ ଦ୍ୱିତୀୟ ଥର ଦେଖାଯାଇଥିଲା। ତା’ଠୁ ଆଶ୍ଚର୍ଯ୍ୟର କଥା ମାର୍କ ତ୍ୱେନ ନିଜେ ଅନୁମାନ କରି କହିଥିଲେ ଯେ, ‘ଆଇ କେମ୍‌ ଇନ୍‌ ଉଇଥ୍‌ ହାଲିସ୍‌ କମେଟ୍‌ ଇନ୍‌ ୧୮୩୫। ଇଟ୍‌ ଇଜ କମିଂ ଏଗେନ୍‌ ନେକ୍ସଟ୍‌ ଇୟର୍‌। ଆଣ୍ଡ ଆଇ ଏକ୍ସପେକ୍ଟ ଟୁ ଗୋ ଆଉଟ୍‌ ଉଇଥି ଇଟ୍‌। ଇଟ୍‌ ଓ୍ବିଲ୍‌ ବି ଗ୍ରେଟେଷ୍ଟ ଡିସଆପଏଣ୍ଟମେଣ୍ଟ ଅଫ୍‌ ମାଇଁ ଲାଇଫ୍‌ ଇଫ୍‌ ଆଇ ଡୋଣ୍ଟ ଗୋ ଆଉଟ୍‌ ଉଇଥ୍‌ ହେଲିସ୍‌ କମେଟ୍‌।’ ଆଉ ସତକୁ ସତ ତାଙ୍କର ଇଚ୍ଛା ପୂର୍ଣ୍ଣ ହୋଇଯାଇଥିଲା। ଆଉ ଦ୍ୱିତୀୟ ଥର ଆକାଶରେ ହେଲିସ୍‌ କମେଟ ଦେଖାଯିବା ଦିନ ତାଙ୍କର ଦେହାନ୍ତ ହେଲା।
ଜନି ବ୍ରାଭୋର କାର୍ଟୁନିଷ୍ଟ କ’ଣ ଆଗୁଆ ଜାଣିପାରିଥିଲେ ୯/୧୧ କଥା: ୨୦୦୧ ଏପ୍ରିଲ କାର୍ଟୁନ ନେଟଓ୍ବର୍କ ଚ୍ୟାନେଲ୍‌ରେ ଜନି ବ୍ରାଭୋ କାର୍ଟୁନ୍‌୍‌ର ଏକ ଏପିସୋଡ ପ୍ରସାରଣ ହୋଇଥିଲା। ସେଥିରେ ଏକ ମୁଭି ପୋଷ୍ଟର ଦେଖିବାକୁ ମିଳିଥିଲା, ଯେଉଁଥିରେ ଓ୍ବାର୍ଲଡ ଟ୍ରେଡ୍‌ ସେଣ୍ଟର ପରି ସୁଉଚ୍ଚ ବିଲ୍ଡିଂ ନିଆଁରେ ଜଳୁଥିବା ଦୃଶ୍ୟ ଥିଲା। ଆଉ ତା’ ଉପରେ ‘କମିଂ ସୁନ୍‌’ ବୋଲି ଲେଖାଯାଇଥିଲା। ଉକ୍ତ ଏପିସୋଡ ପ୍ରସାରଣର ମାତ୍ର ୫ ମାସ ପରେ ସେପ୍ଟେମ୍ବର ୧୧ରେ ଇସ୍‌ଲାମିକ୍‌ ଆତଙ୍କବାଦୀ ସଂଗଠନ ଅଲ୍‌ କାଏଦା ଏରୋପ୍ଲେନ ହାଇଜାକ୍‌ କରି ଓ୍ବାର୍ଲଡ ଟ୍ରେଡ୍‌ ସେଣ୍ଟରରେ ଧକ୍କା କରିଥିଲା। ଆଉ ଦେଖୁ ଦେଖୁ ପୃଥିବୀ ପ୍ରସିଦ୍ଧ ଏହି ଦୁଇ ବିଲ୍ଡିଂ ହୁତୁହୁତୁ ହୋଇ ଜଳିଗଲା। ତେଣୁ ଅନେକେ କହନ୍ତି ଜନି ବ୍ରାଭୋର କାର୍ଟୁନିଷ୍ଟଙ୍କୁ ଭବିଷ୍ୟତର ଆଭାସ ହୋଇଯାଇଥିଲା।
ବିଜୁଳି ସାଜିଥିଲା ବଇରୀ: ଓ୍ବାଲଟର୍‌ ସମରଫର୍ଡ ବ୍ରିଟେନ ନିବାସୀ ଥିଲେ। ଆଉ ଆର୍ମିରେ ଅଫିସର ଭାବେ କାମ କରୁଥିଲେ। ତେବେ ତାଙ୍କ ସହ ଲଗାତର ଏମିତି କିଛି ଘଟଣା ଘଟିଥିଲା ଯେ ସାରା ପୃଥିବୀ ଚକିତ ରହିଯାଇଥିଲା। ଆଉ ସେ ସବୁଠାରୁ ‘ଅନଲକି’ ବ୍ୟକ୍ତିଭାବେ ଗଣନା ହେଲେ। ୧୯୧୮ ବିଶ୍ୱଯୁଦ୍ଧ ସମୟରେ ତାଙ୍କର ପୋଷ୍ଟିଂ ବେଲଜିୟମ ହୋଇଥାଏ। ଦିନେ ସେ ଘୋଡ଼ାଚାଳନା କରୁଥାନ୍ତି, ହଠାତ୍‌ ତାଙ୍କ ଉପରେ ବଜ୍ରପାତ ହୋଇଥିଲା। ବଜ୍ରପାତର ପ୍ରଭାବରେ ଅଣ୍ଟାଠାରୁ ତଳକୁ ତାଙ୍କର ପକ୍ଷାଘାତ ହୋଇଗଲା। ତେବେ କିଛି ମାସର ଚିକିତ୍ସା ପରେ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଗଲେ। ନୂଆ କରି ଜୀବନ ଆରମ୍ଭ କରୁଥାନ୍ତି। ହେଲେ ପ୍ରଥମ ବଜ୍ରପାତର ଠିକ୍‌ ୬ ବର୍ଷ ପରେ ଅର୍ଥାତ୍‌ ୧୯୨୪ରେ ସେ ପୋଖରୀକୁ ଯାଇଥାନ୍ତି ମାଛ ଧରିବାକୁ। ଗଛ ତଳେ ବସି ମାଛ ଧରୁଥାନ୍ତି। ଏତିକିବେଳେ ପୁଣିଥରେ ହଠାତ ତାଙ୍କ ଉପରେ ବଜ୍ରପାତ ହେଲା। ଏଥର ତାଙ୍କର ଡାହାଣ ପଟ ଶରୀର ପକ୍ଷାଘାତ ହୋଇଗଲା। ହେଲେ ପୁଣିଥରେ ଚମତ୍କାର ହେବାଭଳି ଦୁଇ ବର୍ଷରେ ସେ ସୁସ୍ଥ ହୋଇଗଲେ। କିନ୍ତୁ ଦ୍ୱିତୀୟ ବଜ୍ରପାତର ପୁଣିଥରେ ଠିକ୍‌ ୬ ବର୍ଷ ପରେ ସେ ପାର୍କରେ ଖୁସିରେ ବୁଲିବାବେଳେ ହଠାତ ପାଣିପାଗ ବଦଳିଗଲା। ଆକାଶରେ କଳା ବାଦଲ ଘୋଟିଗଲା। ଆଉ ପୁଣିଥରେ ବଜ୍ରପାତ ତାଙ୍କ ଉପରେ ହେଲା। ଆଉ ଦୁଇ ବର୍ଷ ପର୍ଯ୍ୟନ୍ତ ସେ ଜୀବନ ସହ ସଂଘର୍ଷ କଲେ। ହେଲେ ଏଥର ସେ ଆଉ ବଜ୍ରପାତର ପ୍ରହାରରୁ ଜିତିପାରିଲେ ନାହିଁ। ୧୯୩୨ରେ ତାଙ୍କର ଦେହାନ୍ତ ହେଲା। ମୃତ୍ୟୁପରେ ତାଙ୍କ ମରଶରୀରକୁ କାନାଡା, ଭାନକୁଭରର ମାଉଣ୍ଟେନ ଭ୍ୟୁ ସମାଧିପୀଠରେ ପୋତାଗଲା। ତେବେ ସବୁଠାରୁ ଆଶ୍ଚର୍ଯ୍ୟକର କଥା ମୃତ୍ୟୁ ପରେ ବି ବଜ୍ରପାତ ତାଙ୍କ ପିଛା ଛାଡି ନ ଥିଲା। ଆଉ ୧୯୩୬ରେ ପୁଣିଥରେ ବଜ୍ରପାତ ତାଙ୍କ ସମାଧିପୀଠ ଉପରେ ହେଲା। ଫଳରେ ସମାଧିପୀଠର ପଥର ଫାଟି ଦୁଇ ଫାଳ ହୋଇଗଲା। ଏହି ବଜ୍ରପାତ ମଧ୍ୟ ତୃତୀୟ ବଜ୍ରପାତର ଠିକ୍‌ ୬ ବର୍ଷ ପରେ ଘଟିଥିଲା। ତେବେ ଓ୍ବାଲଟରଙ୍କ ଉପରେ ଏଭଳି ପ୍ରତି ୬ ବର୍ଷରେ ଥରେ କାହିଁକି ବଜ୍ରପାତ ହେଉଥିଲା ତାହା ଆଜି ବି ରହସ୍ୟରେ ରହିଛି। ଏହା ତାଙ୍କର ଦୁର୍ଭାଗ୍ୟ ଥିଲା ନା ସଂଯୋଗ ଅବା ଦୁର୍ଯୋଗ!

ଆଖପାଖରେ ଘଟିଯାଉଥିବା ଏହିଭଳି କିଛି ଘଟଣା ହିଁ ମନରେ ବିଶ୍ୱାସ ଜନ୍ମାଏ ଯେ, ସଂଯୋଗ ବୋଲି କିଛି ଅଛି। ତେବେ ଏହା ଭାଗ୍ୟର ରେଖା ଦ୍ୱାରା ପରିଚାଳିତ ହୁଏ ନା ଇଶ୍ୱରଙ୍କ ଇଙ୍ଗିତରେ ତାହା ନା କେହି ଜାଣିପାରିଛି ନା ଜାଣିପାରିବ।
-ଶିବାନୀ ମହାନ୍ତି

 


Enter your email to get our daily news in your inbox.

All Right Reserved By Dharitri.Com

ମହିଳାଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତ…

ଦିଗପହଣ୍ଡି,୧୧ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତ ମଙ୍ଗରାଜପୁର ଗ୍ରାମର ଏମ.ସସ୍ମିତା ରେଡ୍ଡୀଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ଦିଗପହଣ୍ଡି ପୋଲିସ ବୁଧବାର ଗ୍ରାମର…

ସମ୍ପର୍କରେ କଳଙ୍କ; ବୋହୂଙ୍କୁ ଯୌନ ନିର୍ଯାତନା ଦେଉଥିଲେ ଶ୍ବଶୁର, ଲିଫ୍ଟରେ କରୁଥିଲେ…

ବେଙ୍ଗାଲୁରୁ,୧୧ା୨: ଉତ୍ତର ବେଙ୍ଗାଲୁରୁରୁ ଏକ ଭୟଙ୍କର ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଏକ ଘରୋଇ ସ୍କୁଲରେ ପ୍ରିନ୍ସିପାଲ୍ ଭାବରେ କାର୍ଯ୍ୟ କରୁଥିବା ଜଣେ ମହିଳା ତାଙ୍କ ଶ୍ୱଶୁରଙ୍କ…

କନ୍ଧମାଳରୁ ଭୁବନେଶ୍ୱରକୁ ଚାଲାଣ ହେଉଥିଲା ଗଞ୍ଜେଇ, ରାସ୍ତା ମଝିରେ ଧରିଲା ପୋଲିସ

ଭଞ୍ଜନଗର,୧୧ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଏସ୍‌ଆଇ ଏଲ୍‌. ବିଶ୍ୱାଳଙ୍କ ନେତୃତ୍ୱରେ ନିଧିଆପଲ୍ଲୀ ଛକରେ ଯାନବାହନ ଯାଞ୍ଚ ଚାଲିଥିଲା। ଏହି ସମୟରେ ପୋଲିସ ଏକ ବିଶ୍ୱସ୍ତ…

ଜିରିଡା ପୋଲ ଉପରୁ ୪୦ ଫୁଟ ତଳକୁ ଡେଇଁ ପଡ଼ିଲେ ମହିଳା, ତାପରେ…

ଉଦଳା,୧୧।୨(ସନ୍ତୋଷ କୁମାର ବାଚ୍ଛିନୀ): ପୋଲ ଉପରୁ ନଦୀକୁ ଡେଇଁ ପଡିଲେ ମହିଳା। ନଦୀରେ ଥିବା ମାଛ ଧରାଳି ତାଙ୍କୁ ଉଦ୍ଧାର କରିଛନ୍ତି । ଏଭଳି ଘଟଣା ଘଟିଛି…

ଗୁଗ୍‌ଲକୁ ପଚାରିଲେ ଚୋରି କରିବାର ଉପାୟ, ଲୁଟେରା ପରେ ଯାହା କଲେ ଜାଣିଲେ…

ଜୟପୁର,୧୧ା୨: ଅନେକ ସମୟରେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା କାହାଣୀଗୁଡ଼ିକ ସିଧାସଳଖ କୌଣସି ଫିଲ୍ମର ସିନ୍‌ ପରି ମନେହୁଏ। ଜୟପୁରରଏକି ଚୋରି ଘଟଣା ଠିକ୍‌ ଫିଲ୍ମର କାହାଣୀ…

ଭାରତ-ପାକିସ୍ତାନ ମ୍ୟାଚ ପୂର୍ବରୁ ଭାରତୀୟ ଟିମରେ ଖେଳିଗଲା ଖୁସିର ଲହରି!

ନୂଆଦିଲ୍ଲୀ,୧୧।୨: ଭାରତୀୟ ଦଳ ଗୁରୁବାର T20 ବିଶ୍ୱକପ 2026 ରେ ନାମ୍ବିଆର ମୁକାବିଲା କରିବ। ତା’ପରେ ଭାରତୀୟ ଦଳ ଫେବୃଆରୀ ୧୫ରେ ପାକିସ୍ତାନ ସହିତ ମୁକାବିଲା କରିବ।…

ଝାଡ଼େଶ୍ୱର ବାବାଙ୍କୁ ଜଳ ଅର୍ପଣ କଲେ ଗାୟକ ସୋନୁ ନିଗମ, ବିମାନବନ୍ଦରରୁ…

ଝାରସୁଗୁଡା,୧୧।୨(ଆଶିଷ ରଞ୍ଜନ ଦାଶ): ହିନ୍ଦୀ ସହିତ ବିଭିନ୍ନ ଭାଷାରେ ଲୋକପ୍ରିୟ ଭଜନ, ଦେଶାତ୍ମବୋଧକ ତଥା ପ୍ରସିଦ୍ଧ ଚଳଚ୍ଚିତ୍ରରେ ଗୀତ ଗାଇଥିବା ପ୍ରସିଦ୍ଧ ଗାୟକ ସୋନୁ ନିଗମ ବୁଧବାର…

ଜଳିଲା କୁଲଡିହା ଅଭୟାରଣ୍ୟ

ନୀଳଗିରି,୧୧।୨: ବାଲେଶ୍ୱର ଜିଲା କୁଲଡିହା ଅଭୟାରଣ୍ୟରେ ବୁଧବାର ନିଆଁ ଲାଗିଛି। ଅଭୟାରଣ୍ୟର ମିରିଗିଡ଼ି ନିକଟ ପାହାଡ଼ ଉପରେ ଏକାଧିକ ସ୍ଥାନରେ ଅଗ୍ନିକାଣ୍ଡ ଘଟିଛି। କେଉଁ ପରିସ୍ଥିତିରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri