କଂଗ୍ରେସର ତୁଳସୀ ଯାତ୍ରା

ପୁରୀ,୨ା୧୨(ଅଜିତ୍‌ ମହାନ୍ତି): ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା, ରତ୍ନଭଣ୍ଡାର ମରାମତି ଓ ଅଳଙ୍କାର ଗଣତି ସମେତ ୬ଦଫା ଦାବି ନେଇ କଂଗ୍ରେସ ପକ୍ଷରୁ ଶୁକ୍ରବାର ତୁଳସୀ ଯାତ୍ରା କରାଯାଇଛି। ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ କୁମ୍ଭକର୍ଣ୍ଣ ନିଦ୍ରା ଭଙ୍ଗ ନିମନ୍ତେ ସାରା ରାଜ୍ୟରୁ ସଂଗୃହୀତ ତୁଳସୀ ଓ ସଜ ତୁଳସୀ ସହ କଂଗ୍ରେସ କର୍ମକର୍ତ୍ତା ଏବଂ ଜଗନ୍ନାଥପ୍ରେମୀମାନେ ଶରଧାବାଲିଠାରେ ଏକାଠି ହୋଇଥିଲେ। ପରେ ଗୁଣ୍ଡିଚା ମନ୍ଦିରଠାରୁ ଏକ ଶୋଭାଯାତ୍ରାରେ ବାହାରି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ନିକଟରେ ପହଞ୍ଚତ୍ଥିଲେ। ସେଠାରୁ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ତୁଳସୀ ଅର୍ପଣ କରିଥିଲେ।
ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, କିଛି ମାସ ତଳେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଘଣ୍ଟା ଘଣ୍ଟା ଧରି ଧାଡ଼ିରେ ଠିଆହୋଇଥିବା ଭକ୍ତଙ୍କ ମଧ୍ୟରୁ ପ୍ରାୟ ୩୦ ଜଣ ଦଳାଚକଟାରେ ଆହତ ହୋଇଥିଲେ। ଏପରିକି ଅନେକ ସମୟରେ ଭକ୍ତ ଅଚେତ ହେଉଥିବାବେଳେ ଦର୍ଶନ ନ ପାଇ ମନଦୁଃଖରେ ଫେରୁଛନ୍ତି। ମାତ୍ର ଏହାର ପ୍ରଭାବ ରାଜ୍ୟ ସରକାରଙ୍କ ଉପରେ ପଡ଼ୁନାହିଁ। ମହାପ୍ରଭୁଙ୍କୁ ଭକ୍ତମାନେ ନିଜ ଦୁଃଖ ଜଣାନ୍ତି। ମାତ୍ର ରାଜ୍ୟ ସରକାର ନିଜ ନିଷ୍ପତ୍ତି ଆଳରେ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ବାଡ଼ ସୃଷ୍ଟି କରୁଛନ୍ତି। ପବିତ୍ର ଧର୍ମ ମାସ କାର୍ତ୍ତିକରେ ଭକ୍ତମାନଙ୍କୁ ଶ୍ରୀମନ୍ଦିରକୁ ଅନାୟାସରେ ପ୍ରବେଶ ଓ ପ୍ରସ୍ଥାନ ପାଇଁ ଦାୟିତ୍ୱ ନିର୍ବାହ କରିବା ପରିବର୍ତ୍ତେ ଦ୍ୱାର ବନ୍ଦ କରି ରଖିବା ଜଗନ୍ନାଥ ସଂସ୍କୃତି ବିରୋଧୀ। ରାଜ୍ୟ ସରକାର ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଆଜିକୁ ପାଖାପାଖି ୩ ବର୍ଷରୁ ଅଧିକ ସମୟ ହେଲାଣି, ମାତ୍ର ଏ ପର୍ଯ୍ୟନ୍ତ ସମୁଦାୟ ପ୍ରକଳ୍ପର ୧୦ ଭାଗ କାମ ମଧ୍ୟ ହୋଇନାହିଁ। ସରକାରଙ୍କ ଏପରି କାର୍ଯ୍ୟକୁ କଂଗ୍ରେସ ବରଦାସ୍ତ କରିବ ନାହିଁ ବରଂ ଆନ୍ଦୋଳନ ଜାରି ରହିବ। ଅକ୍ଟୋବର ୧୬ରେ ରାଜ୍ୟ କଂଗ୍ରେସ ତରଫରୁ ବିରାଟ ଜନଆନ୍ଦୋଳନ କରାଯାଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ୬ଦଫା ଦାବି ସମ୍ବଳିତ ସ୍ମାରକପତ୍ର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦିଆଯାଇଥିଲା। ଅକ୍ଟୋବର ୨୮ ସୁଦ୍ଧା ଦାବି ପୂରଣ ପାଇଁ ସମୟ ଦିଆଯାଇଥିଲା। ସେହିପରି ନଭେମ୍ବର ୯ରେ ଶ୍ରୀମନ୍ଦିର ସମ୍ମୁଖରେ ସଂକୀର୍ତ୍ତନ ସତ୍ୟାଗ୍ରହ କରାଯାଇଥିଲା। ଏହାସତ୍ତ୍ୱେ ସରକାର କୌଣସି ପଦକ୍ଷେପ ନେଇ ନ ଥିଲେ। ତେଣୁ କଂଗ୍ରେସ ପକ୍ଷରୁ ତୁଳସୀ ଯାତ୍ରା କରାଯାଇଥିଲା। ପିସିସି ସଭାପତିଙ୍କ ନେତୃତ୍ୱରେ ଏହି ତୁଳସୀ ଯାତ୍ରାରେ ରାଜ୍ୟ ପ୍ରଭାରୀ ଏ. ଚେଲ୍ଲା କୁମାର, ସମ୍ପାଦକ ବିଶ୍ୱନାଥ ଦାସ, ଉପସଭାପତି ଶିବାନନ୍ଦ ରାୟ, ଜିଲା ସଭାପତି ଜୟରାମ ପଟ୍ଟନାୟକ, ପୂର୍ବତନ ମନ୍ତ୍ରୀ ପ୍ରସାଦ ହରିଚନ୍ଦନ, ଗଣେଶ୍ୱର ବେହେରା, ଜୟଦେବ ଜେନା, ବିଜୟଲକ୍ଷ୍ମୀ ଦାସ, ବିଧାୟକ ସନ୍ତୋଷ ସିଂ ସାଲୁଜା, ତାରାପ୍ରସାଦ ବାହିନୀପତି, ରମେଶ ଜେନା, ଭୁଜବଳ ମାଝି, ଅଂଶୁମାନ ମହାନ୍ତି, ସୁଜିତ୍‌ ମହାପାତ୍ର, ବିନାୟକ ଦାସମହାପାତ୍ର, ପୁରୀ ନଗର କଂଗ୍ରେସ (କ) ସଭାପତି ଛବିନ୍ଦ୍ର ପଢ଼ିଆରୀ, (ଖ) ଅମରେନ୍ଦ୍ର ପାଇକରାୟ, ସଦର ବ୍ଲକ ସଭାପତି ରାମଚନ୍ଦ୍ର ସାହୁ, ଜିଲା ଲିଗାଲ ସେଲ ସଭାପତି କାଳିପ୍ରସାଦ ନାୟକ, ଜିଲା ମୁଖପାତ୍ର ସ୍ବାଧୀନ କୁମାର ପଣ୍ଡା ଏବଂ ବିଦୁଲତା ଆଚାର୍ଯ୍ୟ ପ୍ରମୁଖ ସାମିଲ ଥିଲେ। ସୂଚନାଯୋଗ୍ୟ, ରାଜ୍ୟ କଂଗ୍ରେସ ଭବନ ଠାରେ ବିଭିନ୍ନ ଜିଲାରୁ ବହୁ କଂଗ୍ରେସ ନେତା ତୁଳସୀ ଧରି ଆସି ପହଞ୍ଚିଥିଲେ। ସେଠାରୁ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ବହୁ ନେତା, କର୍ମୀ ପଦଯାତ୍ରାରେ ରାଜମହଲ ପର୍ଯ୍ୟନ୍ତ ଯାଇଥିଲେ। ସେଠାରୁ ଗାଡ଼ି ଯୋଗେ ପୁରୀ ଅଭିମୁଖେ ବାହାରିଥିଲେ। ଏହି ପଦଯାତ୍ରାରେ ବହୁ ବରିଷ୍ଠ ନେତା ସାମିଲ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀକୁ ବେଆଇନ ମଦ ଚାଲାଣ ବେଳେ ମାଡ଼ିବସିଲା ରମ୍ଭା ପୋଲିସ: କାର ସହ ୪୦୦ ଲିଟର ମଦ ଜବତ, ୩ ଗିରଫ

ରମ୍ଭା,୨୯।୯(ବିଦ୍ୟାଧର ସାହୁ): ପୁରୀ ଜିଲାକୁ ବେଆଇନ ଭାବେ କାର୍‌ ଯୋଗେ ମଦ ଚାଲାଣ ହେଉଥିବା ବେଳେ ରମ୍ଭା ଥାନା ପୋଲିସ ହାତରେ ଧରାପଡ଼ିଛନ୍ତି ମଦ ଚାଲାଣକାରୀ। ପୋଲିସ…

ବେଲଘର ଜଙ୍ଗଲରୁ ଛେଳି ଗୋଠ ସହ ଚାଲିଆସିଲା ହରିଣ ଛୁଆ: ଉଦ୍ଧାର ପରେ ଜଙ୍ଗଲରେ ଛାଡ଼ିଲା ବନ ବିଭାଗ

ବାଲିଗୁଡ଼ା/ତୁମୁଡ଼ିବନ୍ଧ,୨୯।୯ (ସଞ୍ଜୟ କୁମାର ପାଣିଗ୍ରାହୀ/ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ବ୍ଲକ୍ ଅନ୍ତର୍ଗତ ବେଲଘର ବନାଞ୍ଚଳରୁ ମଙ୍ଗଳବାର ସକାଳୁ ଏକ ହରିଣ ଛୁଆକୁ ସୁରକ୍ଷିତ ଭାବେ…

ବୁଧଙ୍କ ଓଲଟା ଚାଲି: ଅକ୍ଟୋବରରେ ଏହି ୩ ରାଶିଙ୍କ ବଢ଼ିବ ଟେନସନ, ପାଖରୁ ପଳେଇବ ସବୁ ଟଙ୍କା!

ବୁଧଙ୍କ ରାଶି ପରିବର୍ତ୍ତନ ସହିତ ତାଙ୍କର ମାର୍ଗୀ ଏବଂ ବକ୍ରୀ ହେବା ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିକୋଣରୁ ବିଶେଷ ମହତ୍ତ୍ୱ ବହନ କରେ। ଜ୍ୟୋତିଷୀୟ ମାନ୍ୟତା ଅନୁଯାୟୀ, ବୁଧଙ୍କ…

ବେଲଗୁଣ୍ଠା ଏନ୍‌ଏସିର ନୂଆ ଉପାଧ୍ୟକ୍ଷା ପ୍ରିୟମ୍ବଦା ସାମଲ: ନିର୍ବିରୋଧ ନିର୍ବାଚିତ, ୨ ବର୍ଷ ପରେ…

ବେଲଗୁଣ୍ଠା,୨୯।୯(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସି)ର ଉପାଧ୍ୟକ୍ଷା ପଦବୀ ପାଇଁ ମଙ୍ଗଳବାର ଉପ-ନିର୍ବାଚନ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ ହୋଇଛି। ଏଥିରେ ୪ ନମ୍ବର…

କ୍ରେନ ତଳେ ଚାପି ହୋଇ ଗଞ୍ଜାମର ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ

ଗଞ୍ଜାମ,୨୯।୯(ଅନାଥ ତରାଇ): ପେଟ ପାଇଁ ଆନ୍ଧ୍ରପ୍ରଦେଶର ତିରୁପତି ଯାଇଥିବା ଗଞ୍ଜାମ ଜିଲାର ଜଣେ ପ୍ରବାସୀ ଶ୍ରମିକଙ୍କର ଏକ ଅଭାବନୀୟ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଗଞ୍ଜାମ ବ୍ଲକ ପାଳିବନ୍ଧ…

ଏସିଡ ଆକ୍ରମଣ ବିରୋଧରେ ସଚେତନତା ସଭା ଓ ପଥପ୍ରାନ୍ତ ନାଟକ, ଛାତ୍ରୀଛାତ୍ର ସମ୍ୱର୍ଦ୍ଧିତ

ଥୁଆମୂଳ ରାମପୁର, ୨୯।୯ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତାଲୁକ ଆଇନ ସେବା ସମିତି (T.L.S.C.) ଆନୁକୂଲ୍ୟରେ ମଙ୍ଗଳବାର କୋର୍ଟ ସାମ୍ନା ମଣ୍ଡପଠାରେ ଏସିଡ…

ହଜିଗଲା ମାନବିକତା: ଗଞ୍ଜାମରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଲା ନିରାଶ୍ରୟା ବୃଦ୍ଧାଙ୍କ ମୃତଦେହ

ଗଞ୍ଜାମ,୨୯।୯(ଅନାଥ ତରାଇ ): ଗଞ୍ଜାମ ସହରରୁ ଆସିଥିବା ଏକ ହୃଦୟବିଦାରକ ଦୃଶ୍ୟ ଆଜି ସମାଜର ମୁଖା ଖୋଲିଦେଇଛି। ବଜାରର ଭିଡ଼ ମଝିରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଥିଲା…

ବଦଳିବ ଭଞ୍ଜନଗର ପର୍ଯ୍ୟଟନର ଚେହେରା: ଗଠନ ହେବ ଉପଖଣ୍ଡ ସ୍ତରୀୟ କମିଟି, ବୋଟିଂ-ଭାସମାନ ରେଷ୍ଟୁରାଣ୍ଟ…

ଭଞ୍ଜନଗର,୨୯।୯(ବାବୁଲା ପ୍ରଧାନ): ଭଞ୍ଜନଗର ଉପଖଣ୍ଡରେ ପର୍ଯ୍ୟଟନର ସାମଗ୍ରିକ ବିକାଶ, ପ୍ରମୁଖ ପର୍ଯ୍ୟଟନ ସ୍ଥଳୀଗୁଡ଼ିକର ଭିତ୍ତିଭୂମି ସୁଦୃଢ଼ୀକରଣ ଏବଂ ପର୍ଯ୍ୟଟକମାନଙ୍କୁ ଉନ୍ନତ ସୁବିଧା ପ୍ରଦାନ ନେଇ ମଙ୍ଗଳବାର ଉପଜିଲାପାଳଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?