Odisha Elections 2024

କଂଗ୍ରେସର ତୁଳସୀ ଯାତ୍ରା

ପୁରୀ,୨ା୧୨(ଅଜିତ୍‌ ମହାନ୍ତି): ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା, ରତ୍ନଭଣ୍ଡାର ମରାମତି ଓ ଅଳଙ୍କାର ଗଣତି ସମେତ ୬ଦଫା ଦାବି ନେଇ କଂଗ୍ରେସ ପକ୍ଷରୁ ଶୁକ୍ରବାର ତୁଳସୀ ଯାତ୍ରା କରାଯାଇଛି। ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ କୁମ୍ଭକର୍ଣ୍ଣ ନିଦ୍ରା ଭଙ୍ଗ ନିମନ୍ତେ ସାରା ରାଜ୍ୟରୁ ସଂଗୃହୀତ ତୁଳସୀ ଓ ସଜ ତୁଳସୀ ସହ କଂଗ୍ରେସ କର୍ମକର୍ତ୍ତା ଏବଂ ଜଗନ୍ନାଥପ୍ରେମୀମାନେ ଶରଧାବାଲିଠାରେ ଏକାଠି ହୋଇଥିଲେ। ପରେ ଗୁଣ୍ଡିଚା ମନ୍ଦିରଠାରୁ ଏକ ଶୋଭାଯାତ୍ରାରେ ବାହାରି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ନିକଟରେ ପହଞ୍ଚତ୍ଥିଲେ। ସେଠାରୁ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ତୁଳସୀ ଅର୍ପଣ କରିଥିଲେ।
ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, କିଛି ମାସ ତଳେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଘଣ୍ଟା ଘଣ୍ଟା ଧରି ଧାଡ଼ିରେ ଠିଆହୋଇଥିବା ଭକ୍ତଙ୍କ ମଧ୍ୟରୁ ପ୍ରାୟ ୩୦ ଜଣ ଦଳାଚକଟାରେ ଆହତ ହୋଇଥିଲେ। ଏପରିକି ଅନେକ ସମୟରେ ଭକ୍ତ ଅଚେତ ହେଉଥିବାବେଳେ ଦର୍ଶନ ନ ପାଇ ମନଦୁଃଖରେ ଫେରୁଛନ୍ତି। ମାତ୍ର ଏହାର ପ୍ରଭାବ ରାଜ୍ୟ ସରକାରଙ୍କ ଉପରେ ପଡ଼ୁନାହିଁ। ମହାପ୍ରଭୁଙ୍କୁ ଭକ୍ତମାନେ ନିଜ ଦୁଃଖ ଜଣାନ୍ତି। ମାତ୍ର ରାଜ୍ୟ ସରକାର ନିଜ ନିଷ୍ପତ୍ତି ଆଳରେ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ବାଡ଼ ସୃଷ୍ଟି କରୁଛନ୍ତି। ପବିତ୍ର ଧର୍ମ ମାସ କାର୍ତ୍ତିକରେ ଭକ୍ତମାନଙ୍କୁ ଶ୍ରୀମନ୍ଦିରକୁ ଅନାୟାସରେ ପ୍ରବେଶ ଓ ପ୍ରସ୍ଥାନ ପାଇଁ ଦାୟିତ୍ୱ ନିର୍ବାହ କରିବା ପରିବର୍ତ୍ତେ ଦ୍ୱାର ବନ୍ଦ କରି ରଖିବା ଜଗନ୍ନାଥ ସଂସ୍କୃତି ବିରୋଧୀ। ରାଜ୍ୟ ସରକାର ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଆଜିକୁ ପାଖାପାଖି ୩ ବର୍ଷରୁ ଅଧିକ ସମୟ ହେଲାଣି, ମାତ୍ର ଏ ପର୍ଯ୍ୟନ୍ତ ସମୁଦାୟ ପ୍ରକଳ୍ପର ୧୦ ଭାଗ କାମ ମଧ୍ୟ ହୋଇନାହିଁ। ସରକାରଙ୍କ ଏପରି କାର୍ଯ୍ୟକୁ କଂଗ୍ରେସ ବରଦାସ୍ତ କରିବ ନାହିଁ ବରଂ ଆନ୍ଦୋଳନ ଜାରି ରହିବ। ଅକ୍ଟୋବର ୧୬ରେ ରାଜ୍ୟ କଂଗ୍ରେସ ତରଫରୁ ବିରାଟ ଜନଆନ୍ଦୋଳନ କରାଯାଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ୬ଦଫା ଦାବି ସମ୍ବଳିତ ସ୍ମାରକପତ୍ର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦିଆଯାଇଥିଲା। ଅକ୍ଟୋବର ୨୮ ସୁଦ୍ଧା ଦାବି ପୂରଣ ପାଇଁ ସମୟ ଦିଆଯାଇଥିଲା। ସେହିପରି ନଭେମ୍ବର ୯ରେ ଶ୍ରୀମନ୍ଦିର ସମ୍ମୁଖରେ ସଂକୀର୍ତ୍ତନ ସତ୍ୟାଗ୍ରହ କରାଯାଇଥିଲା। ଏହାସତ୍ତ୍ୱେ ସରକାର କୌଣସି ପଦକ୍ଷେପ ନେଇ ନ ଥିଲେ। ତେଣୁ କଂଗ୍ରେସ ପକ୍ଷରୁ ତୁଳସୀ ଯାତ୍ରା କରାଯାଇଥିଲା। ପିସିସି ସଭାପତିଙ୍କ ନେତୃତ୍ୱରେ ଏହି ତୁଳସୀ ଯାତ୍ରାରେ ରାଜ୍ୟ ପ୍ରଭାରୀ ଏ. ଚେଲ୍ଲା କୁମାର, ସମ୍ପାଦକ ବିଶ୍ୱନାଥ ଦାସ, ଉପସଭାପତି ଶିବାନନ୍ଦ ରାୟ, ଜିଲା ସଭାପତି ଜୟରାମ ପଟ୍ଟନାୟକ, ପୂର୍ବତନ ମନ୍ତ୍ରୀ ପ୍ରସାଦ ହରିଚନ୍ଦନ, ଗଣେଶ୍ୱର ବେହେରା, ଜୟଦେବ ଜେନା, ବିଜୟଲକ୍ଷ୍ମୀ ଦାସ, ବିଧାୟକ ସନ୍ତୋଷ ସିଂ ସାଲୁଜା, ତାରାପ୍ରସାଦ ବାହିନୀପତି, ରମେଶ ଜେନା, ଭୁଜବଳ ମାଝି, ଅଂଶୁମାନ ମହାନ୍ତି, ସୁଜିତ୍‌ ମହାପାତ୍ର, ବିନାୟକ ଦାସମହାପାତ୍ର, ପୁରୀ ନଗର କଂଗ୍ରେସ (କ) ସଭାପତି ଛବିନ୍ଦ୍ର ପଢ଼ିଆରୀ, (ଖ) ଅମରେନ୍ଦ୍ର ପାଇକରାୟ, ସଦର ବ୍ଲକ ସଭାପତି ରାମଚନ୍ଦ୍ର ସାହୁ, ଜିଲା ଲିଗାଲ ସେଲ ସଭାପତି କାଳିପ୍ରସାଦ ନାୟକ, ଜିଲା ମୁଖପାତ୍ର ସ୍ବାଧୀନ କୁମାର ପଣ୍ଡା ଏବଂ ବିଦୁଲତା ଆଚାର୍ଯ୍ୟ ପ୍ରମୁଖ ସାମିଲ ଥିଲେ। ସୂଚନାଯୋଗ୍ୟ, ରାଜ୍ୟ କଂଗ୍ରେସ ଭବନ ଠାରେ ବିଭିନ୍ନ ଜିଲାରୁ ବହୁ କଂଗ୍ରେସ ନେତା ତୁଳସୀ ଧରି ଆସି ପହଞ୍ଚିଥିଲେ। ସେଠାରୁ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ବହୁ ନେତା, କର୍ମୀ ପଦଯାତ୍ରାରେ ରାଜମହଲ ପର୍ଯ୍ୟନ୍ତ ଯାଇଥିଲେ। ସେଠାରୁ ଗାଡ଼ି ଯୋଗେ ପୁରୀ ଅଭିମୁଖେ ବାହାରିଥିଲେ। ଏହି ପଦଯାତ୍ରାରେ ବହୁ ବରିଷ୍ଠ ନେତା ସାମିଲ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମହାପ୍ରଭୁଙ୍କ ଦର୍ଶନ ସାରି ମେଗା ରୋଡ ଶୋ’ କରିବେ ମୋଦି

ଭୁବନେଶ୍ୱର,୧୮ା୫:୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ଉଭୟ ଭାଜପା ଏବଂ କଂଗ୍ରେସର କେନ୍ଦ୍ରୀୟ ନେତାମାନେ ଘନଘନ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି କ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...

ଏନକାଉଣ୍ଟରରେ ନକ୍ସଲ ନିହତ

ମାଲକାନଗିରି,୧୮।୫(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ପୋଲିସକୁ ମିଳିଛି ପୁଣି ସଫଳତା। ପୋଲିସ ଏନକାଉଣ୍ଟରରେ ଜଣେ ନକ୍ସଲ ନିହତ ହୋଇଛି। ସୁକମା ଏସପି କିରଣ...

ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନରେ ୨୦ ପ୍ରତିଶତ ମତଦାନ କେନ୍ଦ୍ର ସମ୍ବେଦନଶୀଳ: ସିଇଓ

ଭୁବନେଶ୍ୱର,୧୮।୫: ଦ୍ବିତୀୟ ପର୍ଯ୍ୟାୟ ଭୋଟ ପ୍ରସ୍ତୁତି ନେଇ ସିଇଓ ନିକୁଞ୍ଜ ଧଳ ଶନିବାର ପ୍ରେସମିଟ କରିଛନ୍ତି। ୨ୟ ପର୍ଯ୍ୟାୟରେ ମୋଟ ୭୯ ଲକ୍ଷ ୬୯ ହଜାର...

ନିର୍ବାଚନ ପୂର୍ବରୁ ରାଜ୍ୟରେ ୧୭ କୋଟି ୧୮ ଲକ୍ଷ ନଗଦ ଟଙ୍କା ଜବତ: ଏହି ଜିଲାରୁ ଧରାପଡିଲା ସର୍ବାଧିକ

ଭୁବନେଶ୍ୱର,୧୮।୫: ନିର୍ବାଚନ ପୂର୍ବରୁ ରାଜ୍ୟରେ ୧୭ କୋଟି ୧୮ ଲକ୍ଷ ନଗଦ ଟଙ୍କା ଜବତ ହୋଇଛି। ଶନିବାର ପ୍ରେସମିଟରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ...

ଆୟୁଷ ଡାକ୍ତରରେ ଚାଲିଛି ସ୍ବାସ୍ଥ୍ୟସେବା

ଭଦ୍ରକ,୧୮ା୫(ସନାତନ ରାଉତ): ଭଦ୍ରକ ଜିଲା ବନ୍ତ ବ୍ଲକର ଆଗରପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନ ଅଡ଼ାଳପଙ୍କ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଦୀର୍ଘଦିନ ଧରି ଆୟୁଷ ଡାକ୍ତରରେ ସ୍ବାସ୍ଥ୍ୟସେବା ଚାଲିଛି।...

ଜାମୁସାହିରେ ପାଣି ପାଇଁ ହାହାକାର

ଓଡ଼ଗାଁ,୧୮ା୫(ଆଦର୍ଶ କୁମାର ପଟ୍ଟନାୟକ): କିଛିଦିନ ତଳେ ପାଣି ଯୋଗାଣକୁ ନେଇ ରଙ୍ଗଣିପାଟଣା ପଞ୍ଚାୟତ ଜାମୁସାହି ଗ୍ରାମବାସୀ ବିଦ୍ୟୁତ୍‌ କାର୍ଯ୍ୟାଳୟ ଘେରାଉ କରି ଲାଇନ୍‌ ସଂଯୋଗ ପାଇଁ...

ଦୁର୍ଦ୍ଦଶାରେ ଡେରାବିଶ ଆଦର୍ଶ ବିଦ୍ୟାଳୟ

ଡେରାବିଶ, ୧୮ା୫(ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡା ଜିଲା ଅନ୍ତର୍ଗତ ଡେରାବିଶ ବ୍ଲକ କୁରୁଜଙ୍ଗାଠାରେ ପ୍ରତିଷ୍ଠା ହୋଇଥିବା ଆଦର୍ଶ ବିଦ୍ୟାଳୟର ଦୁର୍ଦ୍ଦଶାର ଅନ୍ତ ଘଟୁନାହିଁ। ୨୦୨୨ ମସିହାରେ...

ନବ ଦାସଙ୍କ ପୁଅଙ୍କ ପିଏଙ୍କ ଘରେ ଆଇଟି ରେଡ୍‌

ଭୁବନେଶ୍ୱର,୧୮।୫: ଦିବଙ୍ଗତ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଳ ଦାସଙ୍କ ପିଏଙ୍କ ଘରେ ଶନିବାର ଆୟକର ବିଭାଗ ପକ୍ଷରୁ ଚଢାଉ କରାଯାଇଛି। ପର୍ସନାଲ ଆସିଷ୍ଟାଣ୍ଟ ଆଶିଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri