Advertisement

ଟ୍ରମ୍ପ୍‌ଙ୍କ ଭିଟୋକୁ ରଦ୍ଦ କଲା କଂଗ୍ରେସ

ଓ୍ବାଶିଂଟନ୍‌, ୩।୧(ଆଇଏଏନ୍‌ଏସ୍‌): ଏକ ପ୍ରତିରକ୍ଷା ବିଲ୍‌ ଉପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଭିଟୋ କ୍ଷମତାକୁ କଂଗ୍ରେସ ରଦ୍ଦ କରି ଦେଇଛି। ଟ୍ରମ୍ପ୍‌ଙ୍କ ୪ ବର୍ଷର ଶାସନ ମଧ୍ୟରେ ପ୍ରଥମ ଥର ତାଙ୍କ ଭିଟୋ ବିରୋଧରେ କଂଗ୍ରେସ ଭୋଟ ଦେଇଛି। ଶୁକ୍ରବାର ନୂଆବର୍ଷ ସ୍ବତନ୍ତ୍ର ଅଧିବେଶନରେ ସିନେଟ ୭୪୦.୫ ବିଲିୟନ ପ୍ରତିରକ୍ଷା ନୀତି ବିଲ୍‌ ବିରୋଧରେ ୮୧:୧୩ରେ ଭୋଟ ଦେଇଥିଲା। ଡେମୋକ୍ରାଟ ନିୟନ୍ତ୍ରଣରେ ଥିବା ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭ୍ସରେ ମଧ୍ୟ ବିଲ୍‌ ବିରୋଧରେ ଭୋଟ ପଡ଼ିଥିଲା। ଫଳରେ ୨୦୨୧ ଆର୍ଥତ୍କ ବର୍ଷ ପାଇଁ ନ୍ୟାଶନାଲ ଡିଫେନ୍ସ ଅଥରାଇଜେଶନ ଆକ୍ଟ (ଏନ୍‌ଡିଏଏ) ରଦ୍ଦ ହୋଇଯାଇଛି। ନୂଆ ଆମେରିକା କଂଗ୍ରେସ ଶପଥ ଗ୍ରହଣ କରିବାର ଦୁଇଦିନ ପୂର୍ବରୁ ଏଭଳି ଘଟିଛି। ଗତ ସପ୍ତାହରେ ଟ୍ରମ୍ପ୍‌ ଭିଟୋ ପ୍ରୟୋଗ କରି ୨୦୨୧ ସେପ୍ଟେମ୍ବର ପର୍ଯ୍ୟନ୍ତ ବିନିଯୋଗ ଏବଂ ପେଣ୍ଟାଗନ୍‌ର କାର୍ଯ୍ୟକ୍ରମ ପାଇଁ ନୀତି ପ୍ରଣୟନ ଲାଗି କର୍ତ୍ତୃପକ୍ଷଙ୍କୁ ଅନୁମତି ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥମ କିନ୍ନର ନ୍ୟୁଜ୍‌ ଆଙ୍କର, ମାର୍ଚ୍ଚ ୮ରୁ ପଢ଼ିବେ ଖବର

ଢାକା,୬।୩: ଇତିମଧ୍ୟରେ ବାଂଲାଦେଶ ସ୍ବାଧୀନତା ପାଇବା ୫୦ ବର୍ଷ ପୂରଣ କରିଛି। ଏହି ଦେଶକୁ ପ୍ରଥମଥର ପାଇଁ କିନ୍ନର ନ୍ୟୁଜ ଆଙ୍କର ମିଳିଛନ୍ତି। ଏଠାକାର ଏକ...

ଭାରତ-ରୁଷିଆ ପ୍ରତିରକ୍ଷା ସମ୍ପର୍କ:ଆମେରିକା କଟକଣା ପ୍ରଭାବହୀନ

ଭ୍ଲାଡିଭୋଷ୍ଟକ୍‌,୬-୯ (ପି.ଟି.):ଭାରତ-ରୁଷିଆ ସମ୍ପର୍କରେ ଆମେରିକା କଟକଣା ପ୍ରତିବନ୍ଧକ ହୋଇପାରିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ପ୍ରତିରକ୍ଷା ଓ ଶକ୍ତି କ୍ଷେତ୍ରରେ ଦୁଇଦେଶ ମଧ୍ୟରେ...

ଚାଲର୍‌ସଙ୍କ ରାଜାଭିଷେକ ଆଜି

ବ୍ରିଟେନ/ନୂଆଦିଲ୍ଲୀ,୧୦ା୯: ବ୍ରିଟେନର ଦିବଙ୍ଗତ ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ପରେ ତାଙ୍କ ବଡ଼ପୁଅ ପ୍ରିନ୍ସ ଚାଲ୍ସଙ୍କୁ ଦେଶର ନୂଆ ରାଜା ଘୋଷଣା କରାଯାଇଛି। ଏଥିସହ ସେ କିଙ୍ଗ୍‌...

ଭାରତ ଗସ୍ତରେ ଆମେରିକାର ପ୍ରତିରକ୍ଷା ସଚିବ

ୱାଶିଂଟନ/ନୂଆଦିଲ୍ଲୀ,୧୯।୩: ଆମେରିକାର ପ୍ରତିରକ୍ଷା ସଚିବ ଲୟଡ ଜେ ଅଷ୍ଟିନ ୩ ଦିନିଆ ଭାରତ ଗସ୍ତରେ ଆସି ଶୁକ୍ରବାର ଦିଲ୍ଲୀରେ ପହଞ୍ଚିଛନ୍ତି। ଏହି ଗସ୍ତ ସମୟରେ ଶନିବାର...

ବିଡେନ୍‌ଙ୍କ କ୍ୟାମ୍ପେନ୍‌ ଡିଜିଟାଲ ଚିଫ୍‌ ମେଧା ରାଜ୍‌

ଓ୍ବାଶିଂଟନ,୧।୭: ପ୍ରବାସୀ ଭାରତୀୟ ମେଧା ରାଜ୍‌ଙ୍କୁ ଆମେରିକାର ରାଷ୍ଟ୍ରପତି ଦୌଡ଼ରେ ଥିବା ଡେମୋକ୍ରାଟିକ୍‌ ପାର୍ଟି ନେତା ଜୋ ବିଡେନ୍‌ଙ୍କ ଡିଜିଟାଲ ପ୍ରଚାର ମୁଖ୍ୟ ଭାବେ ନିଯୁକ୍ତି...

ଚାଇନା ସାଗରରେ ଟ୍ରାଫିକ୍‌ ଜାମ୍‌…

ବେଜିଂ, ୨୦।୪ : ଚାଇନାରେ କରୋନା ପୁଣି କରୋନା ସଂକ୍ରମଣ ଯୋଗୁ ଏହାର ଆର୍ଥିକ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ରାଜଧାନୀ ସାଂଘାଇରେ ସର୍ବାଧିକ...

ଚିକେନ୍‌ରେ କରୋନା ଭୂତାଣୁ !

ବେଜିଂ, ୧୩।୮: କରୋନା ଭୂତାଣୁର ଏନ୍ତୁଡିଶାଳ ପାଲଟି ଥିବା ଚାଇନା ଏବେ ନୂଆ ଦାବି କରିଛି। ବ୍ରାଜିଲ୍‌ରୁ ଆସିଥିବା ଫ୍ରୋଜେନ୍‌ ଚିକେନ୍‌ରେ କରୋନା ଭୂତାଣୁ ଥିବା...

ତୁର୍କୀ ଭୂକମ୍ପ: ୧୮ ଆହତ

ଅଙ୍କାରା,୧୫।୬: ତୁର୍କୀର ବିଙ୍ଗୋଲ ଅଞ୍ଚଳରେ ରବିବାର ହୋଇଥିବା ଭୁକମ୍ପରେ ୧୮ ଜଣ ଲୋକ ଆହତ ହୋଇଥିବା ସୂଚନା ମିଳିଛି। ସମସ୍ତ ଆହତ ଏବେ ସୁସ୍ଥ ରହିଛନ୍ତି।...

Advertisement
Archives

Model This Week