Posted inଜାତୀୟ

‘ଦେଶରେ କେବଳ ପ୍ରଧାନମନ୍ତ୍ରୀ, ଅରବପତି ବ୍ୟବସାୟୀଙ୍କୁ ଛାଡି କେହି ସୁରକ୍ଷିତ ନାହାନ୍ତି’

ବାରାଣସୀ,୧୦।୧୦: ଉତ୍ତର ପ୍ରଦେଶର ବାରାଣସୀରେ ଆୟୋଜିତ କିସାନ ନ୍ୟାୟ ସମାବେଶରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା କେନ୍ଦ୍ର ତଥା ରାଜ୍ୟରେ ଭାଜପା ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଦୁର୍ଗା ମନ୍ତ୍ର ସହିତ ଭାଷଣ ଆରମ୍ଭ କରି ପ୍ରିୟଙ୍କା ଲଖିମପୁର ଘଟଣା, କୃଷି ଆଇନ, ମୁଦ୍ରାସ୍ଫୀତି ଏବଂ ଅନ୍ୟାନ୍ୟ ପ୍ରସଙ୍ଗରେ ସରକାରଙ୍କ ବିରୋଧରେ ପ୍ରାୟ ଅଧ ଘଣ୍ଟା ଭାଷଣ ଦେଇଥିଲେ। ସେ ମୋଦି-ଯୋଗୀଙ୍କ ସରକାର ବିରୋଧରେ ଅନେକ ଅଭିଯୋଗ ମଧ୍ୟ କରିଛନ୍ତି। ଏହି ଦେଶରେ ପ୍ରଧାନମନ୍ତ୍ରୀ, ଭାଜପା ଏବଂ ସେମାନଙ୍କ ଶାସକ ଶ୍ରେଣୀ ସାଙ୍ଗମାନେ ସୁରକ୍ଷିତ ଅଛନ୍ତି। ଯେବେ ବି ମୁଁ ଲୋକଙ୍କ ନିକଟକୁ ଯାଇ କଥା ହୁଏ, ସେତେବେଳେ ଗୋଟିଏ କଥା ସାମ୍ନାକୁ ଆସେ, ଏହାଠାରେ କିଛି ନାହିଁ। ରୋଜଗାର ନାହିଁ, କୃଷକଙ୍କ ଯନ୍ତ୍ରଣା କହିଲେ ନ ସରେ, ମହିଳା ସୁରକ୍ଷିତ ନାହାନ୍ତି, ଦଳିତ ଭୟଭୀତ କିନ୍ତୁ ଗଣାମାଧ୍ୟମରେ ସବୁ ସୁରକ୍ଷିତ ଚାଲିଥିବା କୁହାଯାଏ। ଏହି ଦେଶରେ କେବଳ ୨ ପ୍ରକାର ଲୋକ ସୁରକ୍ଷିତ ଗୋଟିଏ ହେଉଛି ଭାଜପା ଏବଂ ଦ୍ୱିତୀୟଟି ହେଉଛି ସେମାନଙ୍କ ବନ୍ଧୁ କୋଟିପତି ବ୍ୟବସାୟୀ।
କୃଷକଙ୍କ ଆନ୍ଦୋଳନ ସମ୍ପର୍କରେ ପ୍ରିୟଙ୍କା କହିଛନ୍ତି ଯେ ଏତେ ଦିନ ମଧ୍ୟରେ ଏପର୍ଯ୍ୟନ୍ତ ୬୦୦ କୃଷକଙ୍କ ମୃତ୍ୟୁ ଘଟିଛି। ତଥାପି ଆନ୍ଦୋଳନ ଜାରି ରହିଛି କାରଣ କୃଷକମାନେ ଜାଣନ୍ତି ଯେ ଆମର ଫସଲର ମୂଲ୍ୟ ଠିକ ହେବ ନାହିଁ । ସେମାନେ ଜାଣନ୍ତି ଯେ କୃଷି ନିୟମ ସହିତ ସବୁକିଛି ପୁଞ୍ଜିପତିଙ୍କ ହାତକୁ ଯିବ । ପ୍ରଧାନମନ୍ତ୍ରୀ ମୋଦି ଆନ୍ଦୋଳନକାରୀ କୃଷକ ଆତଙ୍କବାଦୀ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭର୍ଚୁଆଲ ମାଧ୍ୟମରେ ୧.୭୮ କୋଟି ମାମଲାର ହୋଇଛି ଫଇସଲା…

ନୂଆଦିଲ୍ଲୀ, ୩୦।୭ : ପ୍ରଥମ ଅଲ ଇଣ୍ଡିଆ ଜିଲା ଆଇନ ସେବା ପ୍ରାଧିକରଣ ବୈଠକରେ ଯୋଗଦେଇ ସୁପ୍ରିମକୋର୍ଟର ଜଷ୍ଟିସ ଡକ୍ଟର ଡି.ଓ୍ବାଇ. ଚନ୍ଦ୍ରଚୂଡ଼ ନ୍ୟାୟପାଳିକାର ବୈଷୟିକ...

ମୁନ୍ନା ଭାଇ ଏମ୍‌ବିବିଏସ୍‌ ଭଳି ସଭିଙ୍କୁ ଚୁନା ଲଗାଇଲେ ଚା’ ବିକାଳିଙ୍କ ପୁଅ

ନୂଆଦିଲ୍ଲୀ,୧୧।୨: ବଲିଉଡ୍‌ ଫିଲ୍ମ ମୁନ୍ନା ଭାଇ ଏମ୍‌ବିବିଏସ୍‌ ଭଳି ଘଟଣା ସାମ୍ନାକୁ ଆସିଛି ଆସାମରୁ। ଫିଲ୍ମରେ ଯେଉଁଭଳି ମୁନ୍ନା ସଭିଙ୍କୁ ଠକୁଛନ୍ତି ଠିକ୍‌ ସେହିଭଳି ଗଣମାଧ୍ୟମଠାରୁ...

ଲାଲକିଲାରେ ଖଲିସ୍ତାନ ପତାକା ଉଡାଇବା ଯୋଜନା: ବଢିଲା ସୁରକ୍ଷା ବ୍ୟବସ୍ଥା

ନୂଆଦିଲ୍ଲୀ,୧୩।୮: ସ୍ବାଧିନତା ଦିବସକୁ ଆଉ ମାତ୍ର ୨ ଦିନ ବାକି ଥିବା ବେଳେ ସୁରକ୍ଷା ଏଜେନ୍ସି ହାଇ ଆଲର୍ଟରେ ଅଛନ୍ତି। ଭିଡ ସ୍ଥାନମାନଙ୍କରେ ସୁରକ୍ଷା ବ୍ୟବସ୍ଥାକୁ...

ଆତଙ୍କବାଦୀ ଶରଣକାରୀଙ୍କର ହେବ ପର୍ଦ୍ଦାଫାଶ୍‌: ମୋଦି

ନୂଆଦିଲ୍ଲୀ,୧୫।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ବାଧୀନତା ଦିବସ ଅବସରରେ ପାକିସ୍ତାନକୁ କରିଛନ୍ତି ସମାଲୋଚନା। ସେ ପାକିସ୍ତାନର ନାମ ନ ନେଇ କହିଛନ୍ତି ଯେ, ଆତଙ୍କବାଦୀ ଶରଣକାରୀଙ୍କର...

ସମସ୍ତ ପ୍ରାଥମିକ ବିଦ୍ୟାଳୟ ବନ୍ଦ ଘୋଷଣା

ନୂଆଦିଲ୍ଲୀ,୪।୧୧: ରାଜଧାନୀ ଦିଲ୍ଲୀର ଆଖପାଖରେ ବାୟୁ ପ୍ରଦୂଷଣ ବଢିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲ ଶୁକ୍ରବାର ଦିଲ୍ଲୀର ସମସ୍ତ ପ୍ରାଥମିକ ବିଦ୍ୟାଳୟ...

କ’ଣ ଚାଇନାର ରାଷ୍ଟ୍ରଦୂତଙ୍କ ସହ ନାଇଟ୍‌ କ୍ଲବ୍‌ରେ ଥିଲେ ରାହୁଲ? ପ୍ରଶ୍ନ ଉଠାଇଲେ ଭାଜପା ନେତା

ନୂଆଦିଲ୍ଲୀ,୩।୫: କାଠମାଣ୍ଡୁର ଏକ ନାଇଟ୍‌ କ୍ଲବରେ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ପାର୍ଟି କରୁଥିବାର ଏକ ଭିଡିଓ ଭାଇରାଲ ହେଉଛି। ଏହାକୁ ନେଇ ଭାଜପା-କଂଗ୍ରେସ...

ମୁମ୍ବାଇ କାରଖାନରେ ନିଆଁ

ମୁମ୍ବାଇ,୨୭।୧୨: ମହାରାଷ୍ଟ୍ର ମୁମ୍ବାଇର ଘଟକୋପାରରେ ଥିବା ଏକ କାରଖାନାରେ ଶୁକ୍ରବାର କୌଣସି କାରଣରୁ ନିଆଁ ଲାଗି ଯାଇଛି। ଏହାକୁ ଆୟତ୍ତ କରିବାକୁ ଘଟଣାସ୍ଥଳରେ ୧୫ଟି ଦମକଳ...

ସ୍ବାମୀ ଭାଗବଣ୍ଟା: ଜଣେ ସ୍ତ୍ରୀଙ୍କ ପାଖରେ ୩ ଦିନ ରହିବାକୁ ଚୁକ୍ତି

ଲକ୍ଷ୍ନୌ,୯ା୩: ଉତ୍ତରପ୍ରଦେଶର ରାମପୁର ଜିଲାରେ ସ୍ବାମୀ ଭାଗବଣ୍ଟାକୁ ନେଇ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ପୁରୁଷଙ୍କୁ ଦୁଇଜଣ ମହିଳା ବିବାହ କରିବାକୁ...

Advertisement
Archives

Model This Week