Posted inଜାତୀୟ

ଫଳାଫଳ ପୂର୍ବରୁ କଂଗ୍ରେସ ବିଧାୟକଙ୍କ ଦାବି, ଆମେ ଜିତିବୁ ୧୨୦ ଆସନ, ଫେଲ ମାରିବ ଏକଜିଟ ପୋଲ

ଅହମଦାବାଦ,୮ ।୧୨: ଗୁଜରାଟ ବିଧାନସଭା ନିର୍ବାଚନର ଫଳାଫଳ ଗୁରୁବାର ଅର୍ଥାତ୍ ୮ ଡିସେମ୍ବରରେ ଆସିବ । ଏଥିପାଇଁ ଗୁରୁବାର ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଛି । ପ୍ରଥମେ ପୋଷ୍ଟାଲ ବାଲଟରୁ ଗଣତି ଆରମ୍ଭ ହେବା ସହ ଏହାପରେ ଇଭିଏମ ଖୋଲିଛି । ଏଥର ଗୁଜରାଟରେ ଆମ ଆଦମୀ ପାର୍ଟି(ଏଏପି)ର ଏଣ୍ଟ୍ରି ପରେ ମୁକାବିଲା ତ୍ରୀକୋଣୀୟ ହୋଇଛି ।
ତେବେ ଫଳାଫଳ ଆସିବା ପୂର୍ବରୁ ବିଧାୟକ ଜିଗ୍ନେଶ ମେୱାନି କହିଛନ୍ତି ଏଥର କଂଗ୍ରେସ ଗୁଜରାଟରେ ସାଇଲେଣ୍ଟ ଲହର ଆଣିବ । ସେ କହିଛନ୍ତି ଏହି ନିର୍ବାଚନ ଗୁଜରାଟ ଓ ଦେଶକୁ ଏକ ନୂଆ ଦିଗ ଦେବ, ରାଜ୍ୟରେ ପରିବର୍ତ୍ତନ ଜରୁରୀ । ସେ କହିଛନ୍ତି ଏହି ନିର୍ବାଚନ ନିରଙ୍କୁଶତା, ବେକାରୀ ସମସ୍ୟା ଓ ଦରଦାମ ବୃଦ୍ଧି ବିରୋଧରେ ହେବାକୁ ଯାଉଛି । ଜିଗ୍ନେଶ ଦାବି କରିଛନ୍ତି, ଏଥର ଫେଲ ମାରିବ ଏକଜିଟ ପୋଲ, କଂଗ୍ରେସକୁ ୧୨୦ ଆସନ ମିଳିବାକୁ ଯାଉଛି ।
ସୂଚନାଯୋଗ୍ୟ, ରାଜ୍ୟରେ ଗତ ୨୭ ବର୍ଷ ହେବ ଭାରତୀୟ ଜନତା ପାର୍ଟି(ଭାଜପା) ସରକାର ଚାଲି ଆସିଥିବା ବେଳେ ଏଥର ବି ଭାଜପା ସରକାର ଗଢିବ ବୋଲି ଆଶ୍ୱସ୍ତ ନଜର ଆସିଛି । ଏପଟେ ସମସ୍ତ ଏକଜିଟ ପୋଲର ଆକଳନ ବି କହୁଛି ଏଥର ଗୁଜରାଟରେ ଭାଜପା ଶାସନ କରିବ । ହେଲେ କଂଗ୍ରେସ ଦାବି କରୁଛି ଯେତେବେଳେ ଫଳାଫଳ ସାମ୍ନାକୁ ଆସିବ ସେତେବେଳେ ସବୁ ଏକଜିଟ ପୋଲ ଫେଲ ମାରିବ । କଂଗ୍ରେସ ବିଧାୟକ ଜିଗ୍ନେଶ ମେୱାନି ଦାବି କରିଛନ୍ତି ଏଥର ଗୁଜରାଟରେ କଂଗ୍ରେସ ସରକାର ଗଠନ କରିବ ।


Enter your email to get our daily news in your inbox.

All Right Reserved By Dharitri.Com

ରାହୁଲ, ପ୍ରିୟଙ୍କାଙ୍କ ବିରୋଧରେ ଏତଲା

ନୂଆଦିଲ୍ଲୀ,୮ା୧୦: କଂଗ୍ରେସ ପକ୍ଷରୁ ବୁଧବାର ବିକ୍ଷୋଭ ବେଳେ ପୋଲିସ କର୍ମଚାରୀଙ୍କୁ ମାଡ଼ ମାରିବା ଓ ସରକାରୀ କାର୍ଯ୍ୟରେ ବାଧା ଦେବା ଅଭିଯୋଗରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ…

ପ୍ରସ୍ତାବିତ ମଦ ଦୋକାନକୁ ବିରୋଧ, ବନ୍ଦ ନ କଲେ ହେବ ବଡ଼ ଆନ୍ଦୋଳନ

ପାଟଣା, ୮।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ସରକାରୀ ବସ୍‌ଷ୍ଟାଣ୍ଡ ନିକଟରେ ପ୍ରସ୍ତାବିତ ନୂତନ ବିଦେଶୀ ମଦ ଦୋକାନକୁ ପାଟଣା ବିକାଶ ମଞ୍ଚ ପକ୍ଷରୁ…

ମଦଭାଟି ବିରୋଧରେ ଗର୍ଜିଲେ ଗ୍ରାମବାସୀ, ୧୦ ତାରିଖ ସୁଦ୍ଧା ବନ୍ଦ ପାଇଁ ଚେତାବନୀ

ଅମରପାଲି,୮।୧୦(ପୀତାମୱର ସାହୁ): ଦୀର୍ଘ ୩୦ ବର୍ଷ ଧରି ଗ୍ରାମରେ ଚାଲି ଆସୁଥିବା ଲାଇସେନ୍ସ ପ୍ରାପ୍ତ ଦେଶୀ ମଦଭାଟିକୁ ନେଇ ପୀତାମହୁଲ ଗ୍ରାମରେ ଅସନ୍ତୋଷ ତେଜିଛି। ମଦଭାଟି ଯୋଗୁ…

TPWODLର ବଡ଼ ସୂଚନା, ଏହି ସମୟରୁ ହେବ ବିଦ୍ୟୁତ୍‌ କାଟ୍‌…

ବରଗଡ଼,୮।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ଶୁକ୍ରବାର କ୍ରମାଗତ ୬ଘଣ୍ଟା ଧରି ବିଦ୍ୟୁତ୍‌ ସେବା ବନ୍ଦ ରହିବ। ସକାଳ ୯ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ସହରରେ ବିଦ୍ୟୁତ୍‌ ସରବରାହ…

ବରଗଡ଼ରେ ହେବ ବଡ଼ ବିକ୍ଷୋଭ ସମାବେଶ, ଜାଣନ୍ତୁ…

ବରଗଡ଼,୮।୧୦(ପ୍ରେମାନନ୍ଦ ଖମାରୀ): ସମ୍ବିଧାନ ଏବଂ ଗଣତନ୍ତ୍ରର ସୁରକ୍ଷା ପାଇଁ ବରଗଡ଼ ଜିଲାର ବିଭିନ୍ନ ଜନ ସଂଗଠନ, କୃଷକ ସଂଗଠନ ଓ ନାଗରିକମାନଙ୍କୁ ନେଇ ସମ୍ବିଧାନ ଓ ଗଣତନ୍ତ୍ର…

୩ ରାଶି ଉପରେ କେତୁଙ୍କ କ୍ରୁର ଦୃଷ୍ଟି! ସାମାନ୍ୟ ଭୂଲ ପଡିବ ଭାରୀ, ଚାକିରିରେ ବଢିବ ଟେନଶନ

୩ ଅକ୍ଟୋବର ୨୦୨୬ରେ କେତୁ ସିଂହ ରାଶିରେ ଥିବା ନିଜର ମଘା ନକ୍ଷତ୍ରର ପ୍ରଥମ ପାଦରେ ପ୍ରବେଶ କରିସାରିଛି। ଏହି ନକ୍ଷତ୍ର ଗୋଚର ୫ ଡିସେମ୍ୱର ୨୦୨୬…

ପୋଖରୀରେ ବୁଡ଼ି ଚାଲିଗଲା ଦ୍ୱିତୀୟ ଶ୍ରେଣୀ ଛାତ୍ରଙ୍କ ଜୀବନ, ଗାଁରେ ଶୋକ

ଦିଗପହଣ୍ଡି,୮।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏରେନଡ୍ରା ପଞ୍ଚାୟତ ଆମ୍ବଠା ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ଦ୍ୱିତୀୟ ଶ୍ରେଣୀରେ ପଢୁୁଥିବା ଖଲିଙ୍ଗି…

ଜୁଆଆଡ୍ଡା ପରିଚାଳନାକୁ ନେଇ ୨ ଗୋଷ୍ଠୀଙ୍କ ମଧ୍ୟରେ ଉତ୍ତେଜନା, ଜେଲ ଗଲେ ଅଭିଯୁକ୍ତ

ଦିଗପହଣ୍ଡି,୮।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି.ତୁରୁବୁଡି ପଞ୍ଚାୟତ କାଣ୍ଡସର ଗାଁ ନିକଟରେ ଦୀର୍ଘ ଦିନ ହେଲା ଚାଲିଥିବା ଜୁଆଆଡ୍ଡା ପରିଚାଳନାକୁ କେନ୍ଦ୍ରକରି ୨…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?