Posted inଜାତୀୟ

୫ରାଜ୍ୟର ଫଳାଫଳ ପରେ ସଙ୍କଟରେ କଂଗ୍ରେସ

ନୂଆଦିଲ୍ଲୀ,୧୧।୩: ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନରେ ଖରାପ ପ୍ରଦର୍ଶନ ପରେ ଏବେ କଂଗ୍ରେସରେ ବଡ଼ ସଙ୍କଟ ଦେଖାଦେଇଛି। ବର୍ତ୍ତମାନ ସଂସଦର ଉପର ଗୃହ (ରାଜ୍ୟ ସଭା)ର ସଂଖ୍ୟା ଉପରେ ବିଶେଷ ପ୍ରଭାବ ପଡ଼ିବା ସହ କଂଗ୍ରେସ ବିରୋଧୀ ଦଳର ନେତା ମାନ୍ୟତା ହରାଇପାରେ। ଚଳିତ ବର୍ଷ ମାର୍ଚ୍ଚ ୩୧ରେ ରାଜ୍ୟ ସଭାର ଦ୍ୱିବର୍ଷୀୟ ନିର୍ବାଚନ ଅନୁଷ୍ଠିତ ହେବା ଏହାପରେ କଂଗ୍ରେସର ସଂଖ୍ୟା ଐତିହାସିକ ଭାବେ କମ୍‌ ରହିବ ବୋଲି କୁହାଯାଉଛି। ତେବେ ବିରୋଧୀଦଳର ନେତାଙ୍କ ସ୍ଥିତି ବଜାୟ ରଖିବା ପାଇଁ କଂଗ୍ରେସକୁ ସର୍ବନିମ୍ନ ଆବଶ୍ୟକତା ରହିଛି। ଯଦି ଚଳିତ ବର୍ଷ ଗୁଜୁରାଟ ନିର୍ବାଚନରେ ଏବଂ ଆସନ୍ତା ବର୍ଷ କର୍ନାଟକ ବିଧାନସଭା ନିର୍ବାଚନରେ କଂଗ୍ରେସ ଭଲ ପ୍ରଦର୍ଶନ କରିବାରେ ବିଫଳ ହୁଏ ତେବେ ଗୃହରେ ବିରୋଧୀ ଦଳର ନେତାଙ୍କ ଦବ୍‌ଦବା ହରାଇବ। ବର୍ତ୍ତମାନ ଉପର ଗୃହରେ କଂଗ୍ରେସର ୩୪ ଜଣ ସଦସ୍ୟ ଅଛନ୍ତି ଏବଂ ଚଳିତ ବର୍ଷ ରେକର୍ଡ କମ୍‌ ହେବାରୁ ଅତି କମ୍‌ରେ ଦଳକୁ ୭ଟି ସିଟ୍‌ ହରାଇବାକୁ ପଡ଼ିବ। ନିୟମ ଅନୁଯାୟୀ, ଗୋଟିଏ ଦଳ ନିକଟରେ ଗୃହର ମୋଟ ସଦସ୍ୟତା ଅତିକମ୍‌ରେ ୧୦ ପ୍ରତିଶତ ରହିବା ଆବଶ୍ୟକ। ସେତେବେଳେ ଯାଇ ସେମାନେ ନିଜ ନେତାଙ୍କ ପାଇଁ ବିରୋଧୀ ଦଳର ନେତା ମାନ୍ୟତା ପାଇପାରିବେ। ରାଜ୍ୟ ସଭାରେ ବିରୋଧୀଦଳର ନେତାଙ୍କ ସ୍ଥିତି ବଜାୟ ରଖିବା ପାଇଁ ଗୋଟିଏ ଦଳର ଅତି କମ୍‌ରେ ୨୫ ଜଣ ସଦସ୍ୟ ରହିବା ଉଚିତ ବୋଲି ରାଜ୍ୟ ସଭା ଅଧିକାରୀ କହିଛନ୍ତି। ବର୍ତ୍ତମାନ ମଲ୍ଲିକାର୍ଜୁନ ଖର୍ଗେ କଂଗ୍ରେସର ନେତା ତଥା ଗୃହରେ ବିରୋଧୀ ଦଳର ନେତା ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆକ୍ରମଣ ମାମଲା: ବାପ-ପୁଅଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଖଜୁରୀପଦା ଗ୍ରାମର ରବୀନ୍ଦ୍ର ସାହୁଙ୍କୁ ଆକ୍ରମଣ ଘଟଣାରେ ପାଟପୁର ପୋଲିସ ସୋମବାର ଅଭିଯୁକ୍ତ ବାବୁ ସାହୁ…

ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ ମଙ୍ଗଳ: ୪ ରାଶିର କ୍ୟାରିୟରରେ ହେବ ବଡ଼ ଉନ୍ନତି, ବ୍ୟବସାୟରେ…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଆସନ୍ତା ୨୪ ସେପ୍ଟେମ୍ବର ୨୦୨୬, ଗୁରୁବାର ସକାଳ ୫ଟା ୫୦ ମିନିଟରେ ମଙ୍ଗଳ ଗ୍ରହ ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ। ଶନିଙ୍କ ନକ୍ଷତ୍ର…

ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଲେ ସଇତାନ ପୁଅ! କୁମ୍ଭାରପଡ଼ାରେ ହଇଚଇ

ପୁରୀ,୨୪।୮(ଅଜିତ କୁମାର ମହାନ୍ତି): ପୁରୀ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ନିଜ ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଇଛନ୍ତି ଜଣେ ସଇତାନ ପୁଅ! ପୁରୀ କୁମ୍ଭାରପଡ଼ାରେ…

ଆରକ୍ଷଣକୁ ନେଇ ଅଭିଜିତ ଦୀପକେଙ୍କ ବଡ଼ ବୟାନ, କହିଲେ- ‘ମୁଁ ଦଳିତ ପରିବାରରୁ ଆସିଛି, ମୋ ବାପା …’

ନୂଆଦିଲ୍ଲୀ,୨୪।୮: ଦେଶର ବିଭିନ୍ନ ସ୍ଥାନରେ ଏବେ ଆରକ୍ଷଣ ବ୍ୟବସ୍ଥା ଏବଂ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC)ର ଇକ୍ୱିଟି ନିୟମକୁ ନେଇ ପ୍ରଦର୍ଶନ ଚାଲିଛି। ପ୍ରଦର୍ଶନକାରୀମାନେ ଜାତିଭିତ୍ତିକ ଆରକ୍ଷଣ…

ଛାତ୍ରୀ ନିବାସକୁ ନାହିଁ ରାସ୍ତା: ସମସ୍ୟା ଭୋଗୁଛନ୍ତି ୨୩୦ ଆଦିବାସୀ ଛାତ୍ରୀ

ମୋହନା,୨୪।୮(ମନ୍ମଥ ମିଶ୍ର): ଛାତ୍ରୀ ନିବାସ ଅଛି। ଛାତ୍ରୀ ଅଛନ୍ତି। ପାଠପଢ଼ା ପାଇଁ ସବୁ ବ୍ୟବସ୍ଥା ଅଛି। ହେଲେ ବିଦ୍ୟାଳୟରେ ପହଞ୍ଚିବା ପାଇଁ ନାହିଁ ଭଲ ରାସ୍ତା। ଫଳରେ…

ବିବାଦରେ ଫସିଲେ କ୍ରିତି ସାନନ, ସୋସିଆଲ ମିଡିଆରେ ଉଠିଲା ଝଡ଼

ମୁମ୍ବାଇ: ଗୋଟିଏ ପର୍ବ, ଦାମୀ ବିଜ୍ଞାପନ, ବଲିଉଟର ଜଣେ ବଡ଼ ଚେହେରା ଏବଂ ସୋସିଆଲ ମିଡିଆରେ ବିବାଦ। ରକ୍ଷାବନ୍ଧନ ପାଇଁ ତିଆରି ହୋଇଥିବା ଏକ ଜୁଏଲାରୀ ବିଜ୍ଞାପନକୁ…

ବିଶ୍ୱକପ୍‌ ଜିତିବା ସ୍ବପ୍ନ ଧୂଳିସାତ୍‌! ଆର୍ଜେଣ୍ଟିନାଠାରୁ ଲଜ୍ଜାଜନକ ପରାଜୟ ପରେ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିଲା ଟିମ ଇଣ୍ଡିଆ

ନୂଆଦିଲ୍ଲୀ,୨୪।୮: ଭାରତୀୟ ଦଳ ୨୦୨୬ ହକି ବିଶ୍ୱକପ୍‌ରେ ସୋମବାର (୨୪ ଅଗଷ୍ଟ) ଆର୍ଜେଣ୍ଟିନା ବିପକ୍ଷ ମ୍ୟାଚରେ ୫-୩ ଗୋଲ୍‌ରେ ଲଜ୍ଜାଜନକ ପରାଜୟର ସାମ୍ନା କରିଛି। ଆମ୍ସଟେଲଭିନର ୱାଗନର୍‌…

ଆନ୍ଦୋଳନକୁ ଓହ୍ଲାଇଲେ ଚାଷୀ: ୨୪ ଘଣ୍ଟାରେ ଦାବି ପୂରଣ ନ ହେଲେ…

ଝାରବନ୍ଧ,୨୪।୮(ଦେବେନ୍ଦ୍ର ସାହୁ): ଧାନ ବିକ୍ରି ପାଇଁ ଆଟ କିସମ ଜମି ପଞ୍ଜିକରଣ ହେଉ ନ ଥିବାରୁ ଚାଷୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି l ଆଟ କିସମକୁ ପଞ୍ଜିକରଣ କରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri