Posted inଜାତୀୟ

ଲଖିମପୁର ଖେରି ହିଂସା: ରାଷ୍ଟ୍ରପତିଙ୍କୁ ଭେଟିବେ କଂଗ୍ରେସ ପ୍ରତିନିଧି ମଣ୍ଡଳ, ଉପସ୍ଥିତ ରହିବେ ପ୍ରିୟଙ୍କା-ରାହୁଲ

ନୂଆଦିଲ୍ଲୀ,୧୩ ।୧୦: ଉତ୍ତର ପ୍ରଦେଶ ଲଖିମପୁର ଖେରି ହିଂସା ଘଟଣାକୁ ନେଇ ବୁଧବାର କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଓ ପ୍ରତିନିଧି ମଣ୍ଡଳ ବୁଧବାର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ସକାଳ ୧୧ଟା ୩୦ରେ ଏମାନେ ରାଷ୍ଟ୍ରପତିଙ୍କୁ ସାକ୍ଷାତ୍ କରିବେ । ଏହି ସମୟରେ ଲଖିମପୁର ଖେରି ଘଟଣାର ତଥ୍ୟ ସହ ସମ୍ପୃକ୍ତ ଏକ ସ୍ମାରକପତ୍ର ପ୍ରଦାନ କରିବେ । କଂଗ୍ରେସର ଏହି ପ୍ରତିନିଧି ମଣ୍ଡଳରେ ରାହୁଲ, ପ୍ରିୟଙ୍କାଙ୍କ ବ୍ୟତୀତ ମଲ୍ଲିକାର୍ଜୁନ ଖଡଗେ, ବରିଷ୍ଠ ନେତା ଏକେ ଆଣ୍ଟୋନି, ଗୁଲାମ ନବି ଆଜାଦ, ଅଧିର ରଞ୍ଜନ ଚୌଧୁରି ଓ କେସି ବେଣୁଗୋପାଳ ପ୍ରମୁଖ ରହିବେ ବୋଲି ଜଣାପଡିଛି । ସୂଚନାଯୋଗ୍ୟ, ଉତ୍ତର ପ୍ରଦେଶର ଲଖିମପୁର ଖେରିରେ ବିରୋଧ ପ୍ରଦର୍ଶନ କରୁଥିବା କୃଷକଙ୍କ ଉପରେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ର ଗାଡି ମଡାଇ ଦେବାରୁ ୮ ଜଣଙ୍କ ମୃତ୍ୟୁ ଘଟଣା ଏବେ ସାରା ଦେଶର ରାଜନୀତିକୁ ଦୋହଲାଇ ଦେଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନ ବିଚାରପତିଙ୍କୁ ଚିଠି ଲେଖିଲେ ଅଷ୍ଟମ ଶ୍ରେଣୀ ଛାତ୍ରୀ

ତେଲେଙ୍ଗାନା,୪।୧୧: ତେଲେଙ୍ଗାନାର ଜଣେ ଅଷ୍ଟମ ଶ୍ରେଣୀର ଛାତ୍ରୀ ପ୍ରଧାନ ବିଚାରପତି ଏନ.ଭି ରମଣଙ୍କୁ ଚିଠି ଲେଖିଛନ୍ତି। ଚିଠିରେ ତାଙ୍କ ଗାଁକୁ ବସ ସେବା ପୁଣି ଆରମ୍ଭ...

ଦିଲ୍ଲୀ ସରକାରଙ୍କର ହୋମ୍‌ ଡେଲିଭରି ସେବାରେ ଯୋଡି ହେବ ଆଉ ୩୦ ସେବା

ନୂଆଦିଲ୍ଲୀ,୨୩।୬: ଦିଲ୍ଲୀ ସରକାରଙ୍କର ଆଉ ୩୦ଟି ସରକାରୀ ସେବା ହୋମ୍‌ ଡେଲିଭରି ମାଧ୍ୟମରେ ମିଳିପାରିବ ବୋଲି ଜଣାପଡିଛି। ଏଥିପାଇଁ ଏବେଠାରୁ କାମ ଆରମ୍ଭ ହୋଇଥିବା କୁହାଯାଇଛି।...

ସମସ୍ତ ଦେଶବାସୀଙ୍କୁ ମିଳିବ କରୋନା ଟିକା: ମୋଦି

ନୂଆଦିଲ୍ଲୀ,୨୯ ।୧୦: କରୋନା ଭାଇରସ ସଂକ୍ରମଣ ଦେଶଠାରୁ ବିଦେଶ ପର୍ଯ୍ୟନ୍ତ ସବୁଠାରେ ବୃ୍‌ଦ୍ଧି ପାଇବାରେ ଲାଗିଛି । ଇତିମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଖ୍ୟା ୮୦...

ଭାଜପା ପାଇଁ ଆରମ୍ଭ ହେଲା କର ବା ମର ଲଢ଼େଇ !

ନୂଆଦିଲ୍ଲୀ,୨୮।୪: ସୋମବାର ହେବ ଚତୁର୍ଥ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ। ଏହାପରେ ଆଉ ୩ଟି ପର୍ଯ୍ୟାୟରେ ଶେଷ ହେବ ୧୭ତମ ଲୋକ ସଭା ପାଇଁ ମତଦାନ।...

ବିଚାରପତି ମୁରଲିଧରଙ୍କ ବଦଳିକୁ ନେଇ ମୁହଁ ଖୋଲିଲେ ରବିଶଙ୍କର

ନୂଆଦିଲ୍ଲୀ,୨୭।୨: ଦିଲ୍ଲୀ ହାଇକୋର୍ଟର ବିଚାରପତି ଏସ୍‌. ମୁରଲିଧରଙ୍କ ରାତି ଅଧିଆ ବଦଳିକୁ ନେଇ ଏବେ ରାଜନୀତି ହୋଇଛି ସରଗରମ। ଏହାକୁ ନେଇ ବିରୋଧୀ କଂଗ୍ରେସ କେନ୍ଦ୍ର...

ଆର୍ଥିକ ପ୍ୟାକେଜ୍‌କୁ ରାହୁଲଙ୍କ ପ୍ରଶଂସା

ନୂଆଦିଲ୍ଲୀ,୨୭ା୩: କେନ୍ଦ୍ର ସରକାରଙ୍କ ଆର୍ଥିକ ପ୍ୟାକେଜ ଘୋଷଣାକୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଶଂସା କରିଛନ୍ତି। କରୋନା ସଂକ୍ରମଣର ମୁକାବିଲା ପାଇଁ ଚାଲିଥିବା ଲକ୍‌ଡାଉନ୍‌ ସମୟର...

ଅଡୁଆରେ ଅମରିନ୍ଦର

ଚଣ୍ଡିଗଡ଼,୨୩ ।୯: ପଞ୍ଜାବ କଂଗ୍ରେସର କଳହ ଏବେ ଦାଣ୍ଡରେ ପଡି ହାଟରେ ଗଡୁଛି । ନିକଟରେ ଦଳ ମଧ୍ୟରେ ଥିବା ଏହି କଳହ ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ...

ଭାଜପାର ବିଜୟ ଅବା ପରାଜୟ ପାଇଁ ମୁଁ ଦାୟୀ ରହିବି: ମନୋଜ

ନୂଆଦିଲ୍ଲୀ,୧୧।୨: ଦିଲ୍ଲୀ ବିଧାନସଭା ନିର୍ବାଚନର ଫଳାଫଳ ଉପରେ ଏବେ ସାରା ଦେଶର ନଜର। ମଙ୍ଗଳବାର ଭୋଟ ଗଣତି ଆରମ୍ଭ ହୋଇଥିବା ବେଳେ ଏବେ ପ୍ରାୟ ସବୁଦଳ...

Advertisement
Archives

Model This Week