ରୋହିତ ଶର୍ମାଙ୍କୁ ‘ମୋଟା’ କହି ଫସିଲେ କଂଗ୍ରେସ ନେତ୍ରୀ: ସଫେଇ ଦେଇ କହିଲେ…

ନୂଆଦିଲ୍ଲୀ,୩।୩: କଂଗ୍ରେସ ନେତ୍ରୀ ଡକ୍ଟର ଶମା ମହମ୍ମଦ ତାଙ୍କର ଏକ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଫସିଯାଇଛନ୍ତି। ରୋହିତ ଶର୍ମାଙ୍କ ଉପରେ ତାଙ୍କର ମନ୍ତବ୍ୟ ପାଇଁ କ୍ରିକେଟ ପ୍ରଶଂସକଙ୍କଠାରୁ ଆରମ୍ଭ କରି ରାଜନୈତିକ ଦଳ ପର୍ଯ୍ୟନ୍ତ ସମସ୍ତେ ତାଙ୍କୁ ସମାଲୋଚନା କରୁଛନ୍ତି। ସେ ତାଙ୍କ ପୋଷ୍ଟରେ ରୋହିତଙ୍କୁ ମୋଟା ବୋଲି କହିଛନ୍ତି। ପରେ ବିବାଦ ବଢିବାରୁ ଶମା ସ୍ପଷ୍ଟୀକରଣରେ କହିଛନ୍ତି, ବିରାଟ କୋହଲିଙ୍କ ସ୍ପଷ୍ଟୀକରଣକୁ ଦେଖନ୍ତୁ।
ଚାମ୍ପିଅନ୍ସ ଟ୍ରଫିରେ ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚ ସମୟରେ, ଶମା ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଲେଖିଥିଲେ, ରୋହିତ ଶର୍ମା ଜଣେ ଖେଳାଳି ଭାବରେ ମୋଟା। ତାଙ୍କୁ ଓଜନ ହ୍ରାସ କରିବାକୁ ପଡିବ! ନିଃସନ୍ଦେହରେ ସେ ଭାରତର ସବୁଠାରୁ ପ୍ରଭାବହୀନ ଅଧିନାୟକ।

ଶମାଙ୍କ ଏହି ମନ୍ତବ୍ୟ ଉପରେ ଜଣେ ପାକିସ୍ତାନୀ ସାମ୍ବାଦିକ ରୋହିତ ଶର୍ମାଙ୍କୁ ବିଶ୍ୱସ୍ତରୀୟ ପ୍ରଦର୍ଶନକାରୀ ବୋଲି କହିଥିଲେ। ଶମା ଉତ୍ତର ଦେଇଥିଲେ, ଗାଙ୍ଗୁଲି, ତେନ୍ଦୁଲକର, ଦ୍ରାବିଡ, ଧୋନୀ, କୋହଲି, କପିଲ ଦେବ, ଶାସ୍ତ୍ରୀଙ୍କ ପରି ପୂର୍ବତନ ଅଧିନାୟକଙ୍କ ତୁଳନାରେ ରୋହିତଙ୍କ ଭିତରେ ଏତେ ବିଶ୍ୱସ୍ତରୀୟ କ’ଣ। ଜଣେ ସାଧାରଣ ଅଧିନାୟକ ହେବା ବ୍ୟତୀତ, ସେ ଜଣେ ସାଧାରଣ ଖେଳାଳି ମଧ୍ୟ ଯିଏ ଭାରତର ଅଧିନାୟକ ହେବାର ସୌଭାଗ୍ୟ ପାଇଥିଲେ।

ସୋସିଆଲ ମିଡିଆରେ ଶମାଙ୍କ କମେଣ୍ଟ ଆସିବା ମାତ୍ରେ ଭାରତୀୟ କ୍ରିକେଟ ପ୍ରଶଂସକମାନେ ତାଙ୍କୁ ତୀବ୍ର ସମାଲୋଚନା କରିବା ଆରମ୍ଭ କରିଦେଲେ। କେତେକ ରୋହିତ ଶର୍ମାଙ୍କ ପରିସଂଖ୍ୟାନ କହିଥିଲେ ତ ଅନ୍ୟମାନେ ଅଧିନାୟକ ଭାବରେ ତାଙ୍କର ବିଜୟ ରେକର୍ଡ ଦେଖାଇଥିଲେ। ଏସବୁ ମଧ୍ୟରେ, ଭାଜପା ଏହା ମଧ୍ୟ କହିଛି ଯେ, କଂଗ୍ରେସ ଏବେ ରାହୁଲ ଗାନ୍ଧୀଙ୍କୁ କ୍ରିକେଟ ପଡ଼ିଆକୁ ଆଣିବାକୁ ଚାହୁଁଛି କି? ଭାଜପା ମୁଖପାତ୍ର ପ୍ରଦୀପ ଭଣ୍ଡାରୀ ଏହାକୁ ପ୍ରତ୍ୟେକ ଦେଶଭକ୍ତଙ୍କ ପ୍ରତି ଅପମାନ ବୋଲି କହିଛନ୍ତି।

ଇଣ୍ଡିଆ ଆଲାଏନ୍ସ ପାର୍ଟି ‘ଶିବସେନା (ୟୁବିଟି)’ର ଏମ୍‌ପି ପ୍ରିୟଙ୍କା ଚତୁର୍ବେଦୀ ମଧ୍ୟ ଶମା ମହମ୍ମଦଙ୍କ କମେଣ୍ଟକୁ ବିରୋଧ କରିଥିଲେ। ସେ ଏକ୍ସରେ ଲେଖିଛନ୍ତି, ମୁଁ କ୍ରିକେଟର ଜଣେ ବଡ଼ ପ୍ରଶଂସକ ନୁହେଁ, କିନ୍ତୁ ଖେଳ ପ୍ରତି ମୋର ସୀମିତ ଆଗ୍ରହ ସତ୍ତ୍ୱେ ମୁଁ କହିପାରିବି ଯେ ରୋହିତ ଶର୍ମା, ତାଙ୍କର ଓଜନ ବଢ଼ିଛି କି ନାହିଁ ମୁଁ ଜାଣନାହିଁ, କିନ୍ତୁ ସେ ଭାରତୀୟ ଦଳକୁ ନୂତନ ଉଚ୍ଚତାରେ ପହଞ୍ଚାଇଛନ୍ତି।ସେମାନଙ୍କର ପ୍ରତିବଦ୍ଧତା ହିଁ ଗୁରୁତ୍ୱପୂର୍ଣ୍ଣ।

 


Enter your email to get our daily news in your inbox.

All Right Reserved By Dharitri.Com

ଜୀବନ ସଂଘର୍ଷରେ ହାରିଗଲେ ଚାଷୀ

ଦିଗପହଣ୍ଡି,୧୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ଗ୍ରାମର ଜଣେ ଚାଷୀ ସାପ କାମୁଡ଼ାରେ ଗୁରୁତର ହୋଇ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା…

କାର୍‌ରେ ଚାଲାଣ ହେଉଥିଲା ଗଞ୍ଜେଇ, ଯାଞ୍ଚ ସମୟରେ ମହାରାଷ୍ଟ୍ରର ୨ ଅଭିଯୁକ୍ତଙ୍କୁ ଧରି…

ଦାରିଙ୍ଗବାଡ଼ି,୧୨ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ସିମନବାଡ଼ି ପଞ୍ଚାୟତ ଟୋଲଗେଟ ନିକଟରେ ପୋଲିସ ବ୍ଲକିଂ କରି ଯାଞ୍ଚ କରିବା ସମୟରେ ଗୋଟିଏ କାର୍‌ରୁ ୪୨ କେଜି…

କାନପୁରରେ ବାରମ୍ବାର ଖସୁଛି ଅତଡ଼ା: ସ୍ଥିତି ଅନୁଧ୍ୟାନ କଲେ ଅଧିକାରୀ

ଛେନାପଦୀ/ହାଟଡିହୀ,୧୨l୯(ନିରାକାର ପରିଡା/ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ସୋସୋ ପଞ୍ଚାୟତ କାନପୁର ଗ୍ରାମର ଦକ୍ଷିଣ ପାର୍ଶ୍ୱ ସାଳନ୍ଦୀ ନଦୀ ଦ୍ୱାରା ବାରମ୍ବାର ଅତଡ଼ା ଖସି କାନପୁର…

ରାସ୍ତାରେ ଯାଉଯାଉ ବାଇକ୍‌ ସହ କଚାଡ଼ି ହୋଇପଡ଼ିଗଲେ ଯୁବକ, ୮ ଘଣ୍ଟା ପରେ ଘଟିଲା…

ଦିଗପହଣ୍ଡି,୧୨ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଫାସିଗୁଡ଼ା -ଛଣମେରି ଗ୍ରାମ ମଧ୍ୟବର୍ତ୍ତୀ ମୁଖ୍ୟରାସ୍ତା ୟରେ ଶନିବାର ମଧ୍ୟାହ୍ନରେ ସଡ଼କ ଦୁର୍ଘଟଣାରେ ଗୁରୁତର ହୋଇଥିବା ଜଣେ…

୨ ଦିନ ହେଲା ବସ୍‌ଷ୍ଟାଣ୍ଡ ବାସିନ୍ଦା ଜଳବନ୍ଦୀ, ନିଦ୍ରାରେ ପ୍ରଶାସନ

ଦିଗପହଣ୍ଡି,୧୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ବସ୍‌ଷ୍ଟାଣ୍ଡ ବାସିନ୍ଦା ୨ ଦିନ ହେଲା ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି। ଦିଗପହଣ୍ଡି ସହର ଜିଲାର ଏକ ପ୍ରମୁଖ…

ଗ୍ରାମ ସଭାପତିଙ୍କୁ ହତ୍ୟା ମାମଲା: ଆଜୀବନ କାରାଦଣ୍ଡ ଭୋଗିବେ ଦ୍ୱିତୀୟ ଅଭିଯୁକ୍ତ

ଭଞ୍ଜନଗର,୧୨ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଦଣ୍ଡିପଦର ଗ୍ରାମରେ ୨୦୧୬ରେ ଗ୍ରାମ ସଭାପତି ପରୀକ୍ଷିତ ପ୍ରଧାନଙ୍କୁ ହତ୍ୟା କରାଯାଇଥିଲା। ଉକ୍ତ ମାମଲାର ରାୟ ଶୁକ୍ରବାର ପ୍ରକାଶ…

ନିଖୋଜ ଥିଲେ, କେନାଲରୁ ମିଳିଲା ମହିଳାଙ୍କ ମୃତଦେହ

କୋକସରା,୧୨।୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ଲଡୁଗାଁ ପିତବାସପୁର କେନାଲ ବ୍ରିଜ ନିକଟରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତା ମହିଳା ଜଣକ…

ବ୍ରିକ୍ସ ସମ୍ମିଳନୀରେ କୋରାପୁଟ କଫି ଚାଖିବେ ବିଶ୍ୱ ପ୍ରତିନିଧି, ବଢ଼ିଲା ଓଡ଼ିଶାର ଗୌରବ

କୋରାପୁଟ,୧୨ା୯(ଅମିତାଭ ବେହେରା): କୋରାପୁଟର ପାହାଡ଼ିଆ ଅଞ୍ଚଳରେ ଆଦିବାସୀ ଚାଷୀଙ୍କ ଦ୍ୱାରା ଉତ୍ପାଦିତ ସୁଗନ୍ଧିତ କଫି ଏବେ ବିଶ୍ୱ ମଞ୍ଚରେ ପହଞ୍ଚିଛି। ନୂଆଦିଲ୍ଲୀରେ ଚାଲିଥିବା ୧୮ତମ ବ୍ରିକ୍ସ ଶିଖର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?