ଭୋଟରଙ୍କୁ କଂଗ୍ରେସ ଦେଉଛି ଏସବୁ ପ୍ରତିଶ୍ରୁତି

ମୋରଡ଼ା,୨୪ା୫(ସ୍ମାରକ ମାଜୀ): ସାଧାରଣ ନିର୍ବାଚନକୁ ଆଉ ଅଳ୍ପ କିଛିଦିନ ବାକି ଥିବା ବେଳେ ମୟୂରଭଞ୍ଜ ଜିଲା ମୋରଡ଼ା ନିର୍ବାଚନମଣ୍ଡଳୀର ଜାତୀୟ କଂଗ୍ରେସର ବିଧାୟକ ପ୍ରାର୍ଥୀ ପ୍ରଭାସକର ମହାପାତ୍ର ଗୋଟିଏ ପରେ ଗୋଟିଏ କାର୍ଯ୍ୟକ୍ରମ କରି ଚାଲିଛନ୍ତି। ମହାପାତ୍ର ପ୍ରତି ପଞ୍ଚାୟତର ପ୍ରତିଟି ବୁଥ୍‌ରେ କର୍ମୀ ସମ୍ମିଳନୀ କରି ଲୋକଙ୍କ ପ୍ରତି ଆସ୍ଥାଭାଜନ ହେଉଥିବାର ଦେଖିବାକୁ ମିଳିଛି। ଏହି ପରିପ୍ରେକ୍ଷୀରେ ମୋରଡ଼ା, ଶୁଳିଆପଦା ଓ ରାସଗୋବିନ୍ଦପୁର ବ୍ଲକର ବିଭିନ୍ନ ସ୍ଥାନରେ ବୁଥ୍‌ସ୍ତରୀୟ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଶୁଳିଆପଦା ବ୍ଲକର ପାକଟିଆ,ମୋରଡା ବ୍ଲକର ନୂଆଗାଁ,ରାସଗୋବିନ୍ଦପୁର ବ୍ଲକର ମାଣିଦା, ଖୁଣ୍ଟାପାଳ, ଛାତନା ପଞ୍ଚାୟତରେ ଶ୍ରୀ ମହାପାତ୍ର ନିଜର ସମର୍ଥକ ସହିତ ସ୍ଥାନୀୟ ଶତାଧିକ ଲୋକ ଓ କର୍ମୀଙ୍କ ସହିତ ଅଞ୍ଚଳର ସମସ୍ୟା, ସୁବିଧା, ଅସୁବିଧା ବାବଦରେ ଆଲୋଚନା କରିବା ସହିତ ଆଗାମୀ ନିର୍ବାଚନରେ କଂଗ୍ରେସ କିପରି ଭଲ କରିବ ଓ ସୁଦୃଢ ହେବ ସେ ବାବଦରେ ଆଲୋଚନା କରିଥିଲେ। କର୍ମୀ ବୈଠକ ସରିବା ପରେ ମହାପାତ୍ର ପ୍ରତେକ ବୁଥ୍‌ର ଘରକୁ ଘର ବୁଲି କଂଗ୍ରେସର ଗ୍ୟାରେଣ୍ଟି କାର୍ଡ ବାବଦରେ ବୁଝାଇବା ସହିତ ଲୋକଙ୍କଠୁ ଆଶୀର୍ବାଦ ଭିକ୍ଷା କରୁଥିବାର ଦେଖିବାକୁ ମିଳୁଛି। ପ୍ରଭାସଙ୍କୁ ଏଥର ସବୁ ସ୍ଥାନରେ ପ୍ରବଳ ଜନସମର୍ଥନ ମିଳୁଛି। ତେବେ ପୂର୍ବ ନିର୍ବାଚନ ଅପେକ୍ଷା କଂଗ୍ରେସ ଆସନ୍ତା ଜୁନ୍‌ ୧ରେ ହେବାକୁ ଥିବା ସାଧାରଣ ନିର୍ବାଚନରେ ପ୍ରମୁଖ ଦଳ ବିଜେଡି, ଭାଜପାକୁ ମାତ ଦେବାକୁ ସଜବାଜ ହେଉଥିବାର ସାଧାରଣରେ ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଗାଁ ଲୋକେ କରିଥିଲେ ଏଭଳି ଅପମାନ, ସହି ନପାରି ଜୀବନ ହାରିଲେ ୯ମ ଶ୍ରେଣୀ ଛାତ୍ର

ବେଲଗୁଣ୍ଠା/ ଭଞ୍ଜନଗର, ୨୭ା୭ (କୃଷ୍ଣଚନ୍ଦ୍ର ପଟ୍ଟନାୟକ/ ବାବୁଲା ପ୍ରଧାନ): ପିଲାଙ୍କ ଖେଳବେଳେ ଜଣେ ମହିଳାଙ୍କ ଦେହରେ ବଲ୍‌ ବାଜିଯିବା ଭଳି ସାମାନ୍ୟ ଘଟଣାକୁ ନେଇ ଥାନାରେ...

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

ବର୍ଷା ଅଭାବ: ଚାଷ ଜମିରେ ଚରିଲେ ଗୋରୁ

ଔପଦା, ୨୬।୭(ଧରିତ୍ରୀ ପଣ୍ଡା)-ଜୟ ଯବାନ, ଜୟ କିଷାନ ଧ୍ୱନିରେ ଚାଷ ଅଛି ଯାହାର, କି ଆନନ୍ଦ ତାହାର ଉକ୍ତିର ଆଜି ବିପରୀତ ଦେଖାଦେଇଛି। ଧାନ ଚାଷ...

ଗିରଫ ହେଲେ କୁବେର ଯନ୍ତ୍ରୀ, ଚଢାଉ ପରେ ଧରାପଡିଲା ଅମାପ ଅମାପ ସମ୍ପତ୍ତି

ଭୁବନେଶ୍ୱର,୨୬।୭: ଗିରଫ ହେଲେ କୁବେର ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତ। ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଶୁକ୍ରବାର ଯନ୍ତ୍ରୀ ସୁନୀଲ ରାଉତଙ୍କୁ ଗିରଫ କରିଛି...

ଅସହାୟ ପିଲାଙ୍କୁ ଶିକ୍ଷାଦାନ ପାଇଁ ହାତ ବଢାଇଲେ ଡାକ୍ତର

କେସିଙ୍ଗା,୨୬।୭(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କାଣ୍ଡେଲ ଗ୍ରାମର ପୂର୍ଣଚନ୍ଦ୍ର ହରିଜନ ଗତ ୪ବର୍ଷ ତଳେ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ...

ମହିଳାଙ୍କ ଉପରକୁ ଚଢ଼ିଗଲା ଟ୍ରକ୍‌

ବଡବିଲ,୨୬।୭(ଦେବପ୍ରିୟ ରଣା): ୫୨୦ ନମ୍ବର ଜାତୀୟ ରାଜପଥ କେନ୍ଦୁଝର ଜିଲା ରୁଗୁଡ଼ି ଥାନା କେନ୍ଦୁଡିହି ଛକରେ ଶୁକ୍ରବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଧକ୍କାରେ...

ଲକ୍ଷ୍ମୀବସ୍‌ର ମନମୁଖୀ କାର୍ଯ୍ୟ: ତାତିଲେ ଘରୋଇ ବସ୍‌ ମାଲିକ ସଂଘ

ଛତ୍ରପୁର,୨୬।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଲକ୍ଷ୍ମୀବସ ମନମୁଖୀ ଓ ବେନିୟମ ଭାବେ ଚଳାଚଳ ନେଇ ଏହାକୁ ଘରୋଇ ବସ୍‌ ମାଲିକ ସଂଘ ବିରୋଧ କରିଛନ୍ତି।...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri