Posted inଜାତୀୟ

ରାଜସ୍ଥାନ-ପଞ୍ଜାବରେ ରାଜନୈତିକ ସଙ୍କଟ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଡ଼କାଇଲେ ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ,୨୧।୬: ରାଜସ୍ଥାନ ଓ ପଞ୍ଜାବରେ ଦେଖାଦେଇଥିବା ରାଜନୈତିକ ସଙ୍କଟ ମଧ୍ୟରେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଜୁନ ୨୪ରେ ଏକ ବଡ଼ ବୈଠକ ଡ଼କାଇଛନ୍ତି। ଏହି ବୈଠକରେ ଦଳର ସମସ୍ତ ମହାସଚିବ, ରାଜ୍ୟ ପ୍ରଭାରୀ ଓ ରାଜ୍ୟର ସଭାପତି ଆଦି ଭିଡ଼ିଓ କନ୍‌ଫରେନ୍ସିଂରେ ସାମିଲ ହେବେ। ଏହି ବୈଠକରେ ବର୍ତ୍ତମାନର ରାଜନୈତିକ ସ୍ଥିତି ଓ ମହଙ୍ଗା ଦର ଉପରେ ଚର୍ଚ୍ଚା ହେବ ବୋଲି ସୂଚନା ରହିଛି। ସୂଚନାଯୋଗ୍ୟ, ଆସନ୍ତା ବର୍ଷ ଉତ୍ତରପ୍ରଦେଶ, ପଞ୍ଜାବ ସମେତ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ପୂର୍ବରୁ ଦଳକୁ ମଜଭୂତ କରିବା ପାଇଁ କଂଗ୍ରେସ ଅଣ୍ଟା ଭିଡ଼ିଛି। ଅନ୍ୟପଟେ ଦେଶରେ ମହଙ୍ଗା ଦରକୁ ନେଇ କେନ୍ଦ୍ରକୁ ଘେରିବା ପାଇଁ କଂଗ୍ରେସ ଏହି ବୈଠକରେ ଏକ ବ୍ଲୁ ଫ୍ରିଣ୍ଟ ପସ୍ତୁତ କରିବ। ଦେଶରେ ବଢ଼ୁଥିବା ଡିଜେଲ ଓ ପେଟ୍ରୋଲର ଦାମ୍‌ ଓ ମହଙ୍ଗା ଦର ବିରୋଧରେ ଆନ୍ଦୋଳନ କରିବାକୁ କଂଗ୍ରେସ ନେତା ରଣନୀତି ପ୍ରସ୍ତୁତ କରିବେ ବୋଲି ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମୋଦି ସରକାରର ଦୁଇ ମନ୍ତ୍ରୀଙ୍କ ମଧ୍ୟରେ ପ୍ରବଳ ଝଗଡା: ପରସ୍ପର ଇସ୍ତଫା କଲେ ଦାବି: ପଛରେ ରହିଛି ଏମିତି କାରଣ

ନୂଆଦିଲ୍ଲୀ,୩୧।୮: ମୋଦି କ୍ୟାବିନେଟର ଦୁଇ ମନ୍ତ୍ରୀ ଜିତନ ରାମ ମାଞ୍ଝି ଏବଂ ଚିରାଗ ପାସୱାନଙ୍କ ମଧ୍ୟରେ ଝଗଡା ଚରମସୀମାରେ ପହଞ୍ଚିଛି । ସେମାନଙ୍କ ମଧ୍ୟରେ ତିକ୍ତତା ଏପରି…

କଳା ଓ ସଙ୍ଗୀତରେ ଚମକିଲେ ଭାଇ-ଭଉଣୀ: ପ୍ରାଚୀଙ୍କ ସଙ୍ଗୀତରେ ଝୁମିଲେ ଦର୍ଶକ

ଗଞ୍ଜାମ, ୩୧/୮ (ବିଦ୍ୟାଧର ସାହୁ): ବିବିଧ ଫାଉଣ୍ଡେଶନ୍‌ କଳା ଓ ସଂସ୍କୃତି ପକ୍ଷରୁ ଆୟୋଜିତ ପ୍ରତିଯୋଗିତାରେ ପାରଦର୍ଶିତା ଦେଖାଇଛନ୍ତି ଗଞ୍ଜାମ ସହରର ଭାଇ-ଭଉଣୀ। ପ୍ରାଚୀଙ୍କ ସଙ୍ଗୀତର ମୂର୍ଚ୍ଛନାରେ…

ଦିନେ ମୋଦି କରିଥିଲେ ପ୍ରଶଂସା, ଏବେ ଜୀବିକା ହରାଇବେ ଏହି ମହିଳା: କାହାଣୀ ଶୁଣିଲେ…

ନୂଆଦିଲ୍ଲୀ,୩୧।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ମନ କି ବାତ’ର ୧୩୭ତମ ଏପିସୋଡରେ ବେଙ୍ଗାଲୁରୁର ଜଣେ ରାସ୍ତା ବିକ୍ରେତା ଟି.ଏସ. ନିଙ୍ଗାମ୍ମାଙ୍କ କାହାଣୀ ଶେୟାର କରିଥିଲେ। ପ୍ରଧାନମନ୍ତ୍ରୀ ତାଙ୍କ…

ଭୁବନେଶ୍ୱର, ଝାରସୁଗୁଡ଼ା ପରେ ଢେଙ୍କାନାଳରେ ଖୋଲିଲା ଚାଉଳ ଏଟିଏମ୍‌

ଢେଙ୍କାନାଳ,୩୧।୮(ରତନ ନାୟାର): ଭୁବନେଶ୍ୱର, ଝାରସୁଗୁଡା ପରେ ଢେଙ୍କାନାଳରେ ଖୋଲିଲା ଚାଉଳ ଏଟିଏମ୍‌। ସୋମବାର ସ୍ଥାନୀୟ ଜିଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ନିକଟରେ ଖାଦ୍ୟ, ଯୋଗାଣ ଓ ଖାଉଟି…

ଜିଲାସ୍ତରୀୟ ଜନଶୁଣାଣି: ୨୨୧ ଅଭିଯୋଗ ଶୁଣିଲେ ଜିଲାପାଳ-ଏସପି

ଦାରିଙ୍ଗବାଡି, ୩୧।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ଥିବା ସଭାଗୃହରେ ସୋମବାର ଜିଲାସ୍ତରୀୟ ଜନ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଏହି…

କନ୍ୟା ରାଶିରେ ବୁଧଙ୍କ ଗୋଚର: ୭ ସେପ୍ଟେମ୍ବରରୁ ଏହି ୫ ରାଶିଙ୍କ ଖୋଲିବ ଉନ୍ନତିର ରାସ୍ତା, ବଢ଼ିବ…

ବୈଦିକ ଜ୍ୟୋତିଷରେ ବୁଧଙ୍କୁ ବୁଦ୍ଧି, ବାଣୀ, ତର୍କ, ଗଣନା, ବ୍ୟବସାୟ ଓ ଯୋଗାଯୋଗର କାରକ ଗ୍ରହ ଭାବେ ମାନାଯାଏ। ତେଣୁ ବୁଧଙ୍କ ରାଶି ପରିବର୍ତ୍ତନର ପ୍ରଭାବ ଜାତକଙ୍କ…

ବନ୍ୟା ସ୍ରୋତରେ ଭାସିଗଲେ: ଜଣେ ଉଦ୍ଧାର, ଜଣେ ନିଖୋଜ

ପଟ୍ଟାମୁଣ୍ଡାଇ୩୧।୮(କଳ୍ପତରୁ ନାୟକ): କେନ୍ଦ୍ରପଡ଼ା ପଟ୍ଟାମୁଣ୍ଡାଇ ବ୍ଲକ ପେଣ୍ଠପାଳ ପଞ୍ଚାୟତ କୋଳଥିଆ ବ୍ରାହ୍ମଣ ସାହି ଘୋଷରା ନିକଟ ଘାଇରେ ଘଟିଛି ଏକ ଦୁଃଖଦ ଘଟଣା। ବନ୍ୟା ସ୍ରୋତରେ ଦୁଇଜଣ…

୫ ସେପ୍ଟେମ୍ବର CJP ଆନ୍ଦୋଳନକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ: ବଢିଲା ସରକାରଙ୍କ ଚିନ୍ତା, ଖୁସିହେଲେ ଦୀପକେ

ନୂଆଦିଲ୍ଲୀ,୩୧।୮: କକରୋଚ ଜନତା ପାର୍ଟି (CJP) ପକ୍ଷରୁ ଆସନ୍ତା ୫ ସେପ୍ଟେମ୍ବରରେ ଦିଲ୍ଲୀରେ ପୁଣି ଏକ ବିରୋଧ ମାର୍ଚ୍ଚ ଆୟୋଜନ କରାଯିବାକୁ ଘୋଷଣା ହୋଇଛି। ଏହି ପ୍ରସ୍ତାବିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri