Posted inଜାତୀୟ

ରାଜସ୍ଥାନ-ପଞ୍ଜାବରେ ରାଜନୈତିକ ସଙ୍କଟ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଡ଼କାଇଲେ ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ,୨୧।୬: ରାଜସ୍ଥାନ ଓ ପଞ୍ଜାବରେ ଦେଖାଦେଇଥିବା ରାଜନୈତିକ ସଙ୍କଟ ମଧ୍ୟରେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଜୁନ ୨୪ରେ ଏକ ବଡ଼ ବୈଠକ ଡ଼କାଇଛନ୍ତି। ଏହି ବୈଠକରେ ଦଳର ସମସ୍ତ ମହାସଚିବ, ରାଜ୍ୟ ପ୍ରଭାରୀ ଓ ରାଜ୍ୟର ସଭାପତି ଆଦି ଭିଡ଼ିଓ କନ୍‌ଫରେନ୍ସିଂରେ ସାମିଲ ହେବେ। ଏହି ବୈଠକରେ ବର୍ତ୍ତମାନର ରାଜନୈତିକ ସ୍ଥିତି ଓ ମହଙ୍ଗା ଦର ଉପରେ ଚର୍ଚ୍ଚା ହେବ ବୋଲି ସୂଚନା ରହିଛି। ସୂଚନାଯୋଗ୍ୟ, ଆସନ୍ତା ବର୍ଷ ଉତ୍ତରପ୍ରଦେଶ, ପଞ୍ଜାବ ସମେତ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ପୂର୍ବରୁ ଦଳକୁ ମଜଭୂତ କରିବା ପାଇଁ କଂଗ୍ରେସ ଅଣ୍ଟା ଭିଡ଼ିଛି। ଅନ୍ୟପଟେ ଦେଶରେ ମହଙ୍ଗା ଦରକୁ ନେଇ କେନ୍ଦ୍ରକୁ ଘେରିବା ପାଇଁ କଂଗ୍ରେସ ଏହି ବୈଠକରେ ଏକ ବ୍ଲୁ ଫ୍ରିଣ୍ଟ ପସ୍ତୁତ କରିବ। ଦେଶରେ ବଢ଼ୁଥିବା ଡିଜେଲ ଓ ପେଟ୍ରୋଲର ଦାମ୍‌ ଓ ମହଙ୍ଗା ଦର ବିରୋଧରେ ଆନ୍ଦୋଳନ କରିବାକୁ କଂଗ୍ରେସ ନେତା ରଣନୀତି ପ୍ରସ୍ତୁତ କରିବେ ବୋଲି ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମୋଦି ନେତା, ରାଜନାଥ ଉପନେତା

ନୂଆଦିଲ୍ଲୀ,୧୩ା୬(ପି.ଟି.): ଭାଜପା ସଂସଦୀୟ ଦଳ କାର୍ଯ୍ୟକାରିଣୀ କମିଟି ବୁଧବାର ଘୋଷଣା କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକ ସଭାରେ ଏହାର ନେତା ହୋଇଥିବାବେଳେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ...

୧୧ ବଳାତ୍କାରୀଙ୍କୁ ଛାଡ଼ିଦେଲା ଗୁଜରାଟ

ଅହମଦାବାଦ/ନୂଆଦିଲ୍ଲୀ,୧୭ା୮: ଗୁଜରାଟ ଦଙ୍ଗା ବେଳେ ୫ ମାସର ଗର୍ଭବତୀ ଥିବା ବିଲ୍‌କିସ୍‌ ବାନୋଙ୍କୁ ବଳାତ୍କାର ଓ ତାଙ୍କ ପରିବାରର ୭ ସଦସ୍ୟଙ୍କୁ ହତ୍ୟା କରି ଆଜୀବନ...

ମମତାଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ: ଆଲୋଚନା କରି ଡାକ୍ତର ଆନ୍ଦୋଳନ ମାମଲା ସମାଧାନ କର

କୋଲକତା, ୧୪।୬: କୋଲକତାରେ ଜୁନିଅର ଡାକ୍ତରଙ୍କୁ ଆକ୍ରମଣର ପ୍ରତିବାଦ କରିବାକୁ ଚାଲିଥିବା ଆନ୍ଦୋଳନକୁ ସମର୍ଥନ ଜଣାଇ ଦିଲ୍ଲୀ, ମୁମ୍ବାଇ, ମଧ୍ୟପ୍ରଦେଶ ଏବଂ ମହାରାଷ୍ଟ୍ରରେ ଡାକ୍ତରମାନେ ସମର୍ଥନ...

ନ୍ୟୁମୋକୋକଲ ଟିକାର ଅଭାବ ଖବର ସମ୍ପୂର୍ଣ୍ଣ ମିଥ୍ୟା: କେନ୍ଦ୍ର ସରକାରଙ୍କ ଜବାବ…

ନୂଆଦିଲ୍ଲୀ,୮।୧୦ : କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଶନିବାର କହିଛି ଯେ ନନ୍ୟୁମୋକୋକଲ ଟିକା ଅଭାବ ବିଷୟରେ ସମ୍ପ୍ରତି ଗଣମାଧ୍ୟମରେ ପ୍ରକାଶିତ ଖବର ସମ୍ପୂର୍ଣ୍ଣ ମିଥ୍ୟା ଏବଂ...

ବିହାର ବିଧାନସଭା ନିର୍ବାଚନ: ମହିଳା ଭୋଟରଙ୍କ ଉପରେ କଂଗ୍ରେସ ନଜର, ପ୍ରିୟଙ୍କା କରିବେ ମହିଳା କ୍ରାନ୍ତି ମହାସମ୍ମିଳନୀ

ପାଟନା, ୨୭।୯: ବିହାର ବିଧାନସଭା ନିର୍ବାଚନ ପାଇଁ ଦିନ ପାଖେଇ ଆସୁଛି। ଚଳିତ ନିର୍ବାଚନରେ କଂଗ୍ରେସ ପକ୍ଷରୁ ରାଜ୍ୟର ମହିଳା ଭୋଟରଙ୍କୁ ଆକର୍ଷିତ କରିବାର ଯୋଜନା...

କଂଗ୍ରେସ ବିନା ତୃତୀୟ ସାମ୍ମୁଖ୍ୟ ଗଠନ ହେବ ନାହିଁ…

ମୁମ୍ବାଇ,୨୧।୨ : କଂଗ୍ରେସ ବିନା ସେ କୌଣସି ରାଜନୈତିକ ସାମ୍ମୁଖ୍ୟ ଗଠନ କରିବେ ନାହିଁ ବୋଲି ସୋମବାର ଶିବସେନା ଏମ୍‌ପି ସଞ୍ଜୟ ରାଉତ କହିଛନ୍ତି। ତେବେ...

ଟୁଲ୍‌କିଟ୍‌: ରମଣ ସିଂ, ସମ୍ବିତ୍‌ ପାତ୍ରଙ୍କ ନଁ।ରେ ଏତଲା

ନୂଆଦିଲ୍ଲୀ, ୨୪।୫: ଏଆଇସିସିର ଗବେଷଣା ବିଭାଗ ଲେଟରହେଡ୍‌କୁ ଜାଲିଆତି କରି ସେଥିରେ ମିଥ୍ୟା ଓ ଜାଲ୍‌ ତଥ୍ୟ ଛାପିବା ଅଭିଯୋଗରେ ଭାଜପା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ରମଣ...

ଦୁଇ ମହାମାରୀ ସହିତ ଲଢୁଛି ପୃଥିବୀ…

ନୂଆଦିଲ୍ଲୀ, ୧୬।୧: ପୃଥିବୀରେ କରୋନା ମହାମାରୀର ନୂଆ ଭାରିଆଣ୍ଟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ବୈଜ୍ଞାନିକମାନେ ଏହି ଭୂତାଣୁର ପ୍ରକୃତି ଏବଂ ପରିବର୍ତ୍ତନ ବିଷୟରେ...

Advertisement
Archives

Model This Week