Posted inଜାତୀୟ

କଂଗ୍ରେସର ଅଧ୍ୟକ୍ଷ ନାହାନ୍ତି, ଜଣାନାହିଁ କିଏ ନିଷ୍ପତ୍ତି ନେଉଛି: କପିଲ ସିବଲ

ନୂଆଦିଲ୍ଲୀ,୨୯।୯: କଂଗ୍ରେସର ଆଭ୍ୟନ୍ତରୀଣ ବିବାଦ ଥମିବାର ନାଁ ଧରୁନାହିଁ। ବୁଧବାର ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା କପିଲ ସିବଲ ଏକ ଖବରଦାତା ସମ୍ମିଳନୀ ଡକାଇ ନିଜର ଅସନ୍ତୋଷ ବ୍ୟକ୍ତ କରି କହିଛନ୍ତି। ସେ କହିଛନ୍ତି ଯେ, ଦୁର୍ଭାଗ୍ୟବଶତଃ କଂଗ୍ରେସର କୌଣସି ଅଧ୍ୟକ୍ଷ ନାହାନ୍ତି, ମୁଁ ଜାଣେ ନାହିଁ କଂଗ୍ରେସରେ କିଏ ନିଷ୍ପତ୍ତି ନେଉଛି। ଲୋକମାନେ ଦଳ ଛାଡୁଛନ୍ତି, ଏହା ବିଷୟରେ ଚିନ୍ତା କରିବାର ଆବଶ୍ୟକତା ଅଛି । ଏହି ସମୟରେ ସେ କଂଗ୍ରେସ କାର୍ଯ୍ୟ କମିଟିର ବୈଠକ ଡକାଇବାକୁ ସେ ଦାବି କରିଛନ୍ତି। ଗତ ବର୍ଷ ଅଗଷ୍ଟରେ ଆମେ ସିଡବବ୍ଲ୍ୟୁଡିସି ଏବଂ ଅଧ୍ୟକ୍ଷ ପଦବୀକୁ ନେଇ ନିର୍ବାଚନ କରିବାକୁ ହାଇକମାଣ୍ଡଙ୍କୁ ଚିଠି ଲେଖିଥିଲୁ। କିନ୍ତୁ ଏପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅପେକ୍ଷା କରିଛୁ। ଅପେକ୍ଷା କରିବାର ମଧ୍ୟ ସୀମା ଅଛି। ଆମେ କେତେ ସମୟ ଅପେକ୍ଷା କରିବୁ? ଆମେ କେବଳ ଏକ ଶକ୍ତିଶାଳୀ ସାଂଗଠନିକ ଗଠନ ଚାହୁଁ। କିଛି ଜିନିଷ ନିଶ୍ଚୟ ହେବ। ଯେକୌଣସି ପ୍ରସଙ୍ଗ ସିଡବବ୍ଲ୍ୟୁଡିସରେ ଆଲୋଚନା ହେବା ଉଚିତ୍‌। ପଞ୍ଜାବର ପରିସ୍ଥିତି ଉପରେ ଆଲୋଚନା ହେବା ଉଚିତ୍‌। ଆମେ କାହା ବିରୁଦ୍ଧରେ ନାହୁଁ, ଆମେ ଦଳ ସହ ଅଛୁ, କିନ୍ତୁ ପ୍ରକୃତ କଥା ହେଉଛି ଯେ ଆମ ଦଳର କୌଣସି ନିର୍ବାଚତ ଅଧ୍ୟକ୍ଷି ନାହାଁନ୍ତି। ଦିଲ୍ଲୀରୁ ପ୍ରଦେଶ କଂଗ୍ରେସ କମିଟି ନିୟନ୍ତ୍ରଣ କରାଯିବା ଉଚିତ ନୁହେଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫୯ ନୂଆ ଜିଲା ଅଧ୍ୟକ୍ଷ ନିଯୁକ୍ତ କଲା ଭାଜପା

ଲକ୍ଷ୍ନୌ,୨୮।୧୧: ଉତ୍ତର ପ୍ରଦେଶରେ ଭାରତୀୟ ଜନତା ପାର୍ଟି(ଭାଜପା) ୫୯ ନୂଆ ଜିଲା ଅଧ୍ୟକ୍ଷଙ୍କୁ ନିଯୁକ୍ତ କରିଥିବା ସୂଚନା ମିଳିଛି। ଏଥିରେ ନୂଆ ତଥା ଯୁବ ଚେହେରାଙ୍କୁ...

ଚାଷୀଙ୍କ ଆଗରେ ମୁଣ୍ଡ ନୁଆଁଇଲେ ପ୍ରଧାନମନ୍ତ୍ରୀ ମୋଦି: କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୧୯।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଦେଶକୁ ସମ୍ବୋଧିତ କରିଛନ୍ତି। ଦେବ ଦୀପାବଳି ଏବଂ ଗୁରୁ ନାନକ ଦେବ ଜୀଙ୍କର ପବିତ୍ର ପ୍ରକାଶ ପର୍ବର ଶୁଭେଚ୍ଛା...

୨୫ ଟଙ୍କା ମହଙ୍ଗା ହେଲା ଡିଜେଲ୍‌

ନୂଆଦିଲ୍ଲୀ,୨୦।୩: ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ହ୍ରାସ ପାଇବାର ପ୍ରଭାବ ଏବେ ବହୁଳ ବ୍ୟବହାରକାରୀଙ୍କ ଉପରେ ପଡିଛି। ତୈଳ ମାର୍କେଟିଂ କମ୍ପାନୀଗୁଡିକ ବହୁଳ ବ୍ୟବହାରକାରୀଙ୍କ...

କରୋନାରେ ସଂକ୍ରମିତ ହେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ

ରାଞ୍ଚି,୨୬ ।୯: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ବାବୁଲାଲ ମାରାଣ୍ଡି କରୋନାରେ ଆକ୍ରାନ୍ତ ହୋଇଥିବା ସୂଚନା ଦେଇଛନ୍ତି । ଟୁଇଟ୍ କରି କହିଛନ୍ତି ମୋ ନିକଟରେ କରୋନାର...

ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ଲଢ଼ିବ ଏଏପି

ନୂଆଦିଲ୍ଲୀ,୧୫।୧୨: ଆଗକୁ ୨୦୨୨ରେ ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏନେଇ ଆମ୍‌ ଆଦ୍‌ମୀ ପାର୍ଟି(ଏଏପି) ପକ୍ଷରୁ ବଡ଼ ଘୋଷଣା କରାଯାଇଛି। ରାଜ୍ୟରେ ମୁଖ୍ୟମନ୍ତ୍ରୀ ଯୋଗୀ...

ପ୍ରଥମଥର ମୁଖ୍ୟମନ୍ତ୍ରୀ ସିଂହାସନରେ ବସିବେ ଷ୍ଟାଲିନ୍‌: ୭ରେ ନେବେ ଶପଥ

ଚେନ୍ନାଇ,୩।୫: ଡିଏମକେ ସଭାପତି ଏମ.କେ ଷ୍ଟାଲିନ ଆସନ୍ତା ମେ ୭ରେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ। ସେ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ...

ଅସମ୍ଭବକୁ ସମ୍ଭବ କରିଛି ଭାରତ: ଦେଶରେ ପ୍ରସ୍ତୁତ ହେଉଛି ୩ କରୋନା ଟୀକା

ନୂଆଦିଲ୍ଲୀ, ୧୫।୮: କରୋନା ମହାମାରୀ ଲଢ଼େଇରେ ଭାରତ ଆଗୁଆ ରହିଛି। ଅସମ୍ଭବକୁ ଭାରତ ସମ୍ଭବ କରି ଦେଖାଇଛି। କରୋନାର ପ୍ରତିରୋଧ ପାଇଁ ଦେଶରେ ୩ ଟି...

ବାଂଲାଦେଶ-ମ୍ୟାନମାର୍‌କୁ ଗୁପ୍ତ ସୂଚନା ଦେବ ଆଇବି

ନୂଆଦିଲ୍ଲୀ,୨୬।୧୨: ଅନ୍ତର୍ଜାତୀୟ ସୀମାରେ ଆତଙ୍କବାଦୀ କାର୍ଯ୍ୟକଳାପ ଉପରେ ରୋକ ଲଗାଇବା ପାଇଁ ଭାରତ, ବାଂଲାଦେଶ ଏବଂ ମ୍ୟାନମାର୍‌ ମଧ୍ୟରେ ବୁଝାମଣା ହୋଇଛି। ଏହା ଅନ୍ତର୍ଗତ ଭାରତର...

Advertisement
Archives

Model This Week