୨୦୦ ବୁଥ୍‌ରେ BLA-2 ସଭ୍ୟଙ୍କୁ ତାଲିମ; ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ କଂଗ୍ରେସର ସାଙ୍ଗଠନିକ ମନ୍ଥନ

ଦିଗପହଣ୍ଡି, ୧୦।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ କଇଠଖଣ୍ଡି ଗ୍ରାମରେ କଂଗ୍ରେସ ଦଳ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ସାଙ୍ଗଠନିକ ସଭା ଅନୁଷ୍ଠିତ ହୋଇଯାଇଛି। କଂଗ୍ରେସ ଦଳର ବିଏଲ୍‌ଏ-୨ (BLA-2) କର୍ମକର୍ତ୍ତାଙ୍କ ଦ୍ୱାରା ଆୟୋଜିତ ଏହି ସଭାରେ ପ୍ରଦେଶ କଂଗ୍ରେସ କମିଟି (PCC)ର ପୂର୍ବତନ ସମ୍ପାଦକ ସାକା ସୁଜିତ ଅଧ୍ୟକ୍ଷତା କରିଥିଲେ।

ଏହି କାର୍ଯ୍ୟକ୍ରମରେ କଂଗ୍ରେସ ନେତା ରବି ରଥ ମୁଖ୍ୟଅତିଥି ଭାବେ ଯୋଗଦେଇ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀରେ ଦଳୀୟ ସଙ୍ଗଠନକୁ ଅଧିକ କ୍ରିୟାଶୀଳ ଓ ସୁଦୃଢ଼ କରିବା ପାଇଁ ବିଏଲ୍‌ଏ-୨ ସଭ୍ୟମାନଙ୍କୁ ମାର୍ଗଦର୍ଶନ କରିଥିଲେ। ନିର୍ବାଚନ ମଣ୍ଡଳୀର ମୋଟ ୨୦୦ଟି ବୁଥ୍‌ରେ ନିଯୁକ୍ତ ବିଏଲ୍‌ଏ-୨ ସଭ୍ୟମାନଙ୍କୁ ଦଳ ପକ୍ଷରୁ ସ୍ୱତନ୍ତ୍ର ତାଲିମ ପ୍ରଦାନ କରାଯାଇଛି ବୋଲି ସେ ସୂଚନା ଦେଇଥିଲେ। ସଭାରେ ଉପସ୍ଥିତ ୬୦ ଜଣ BLA-2 ସଭ୍ୟଙ୍କୁ କଂଗ୍ରେସର ନୀତି ଓ ଆଭିମୁଖ୍ୟ ଗ୍ରାମାଞ୍ଚଳରେ ବ୍ୟାପକ ପ୍ରଚାର ପ୍ରସାର କରିବାକୁ ସେ ପରାମର୍ଶ ଦେଇଥିଲେ।

ସଭାରେ ତଥ୍ୟଭିତ୍ତିକ ଉପସ୍ଥାପନା କରି କୁହାଯାଇଥିଲା ଯେ, ବିଏଲ୍‌ଏ-୨ ସଭ୍ୟମାନଙ୍କ ସତର୍କତା, ପାରଦର୍ଶିତା ଓ ଦକ୍ଷ କାର୍ଯ୍ୟଶୈଳୀ ଯୋଗୁ ଅନ୍ୟ ନିର୍ବାଚନ ମଣ୍ଡଳୀ ତୁଳନାରେ ଦିଗପହଣ୍ଡିରେ ଯୋଗ୍ୟ ଭୋଟରଙ୍କ ନାମ କଟିବା ସଂଖ୍ୟା ଯଥେଷ୍ଟ କମ୍ ରହିଛି। ଅନେକ ଯୋଗ୍ୟ ଭୋଟରଙ୍କ ନାମ କଟିବାରୁ ରକ୍ଷା ପାଇଥିବାରୁ, ଏହା ଆଗାମୀ ଦିନରେ କଂଗ୍ରେସର ଭୋଟ ପ୍ରତିଶତ ବୃଦ୍ଧି କରିବାରେ ବେଶ୍ ସହାୟକ ହେବ ବୋଲି ମତପ୍ରକାଶ ପାଇଥିଲା।

ବିଭିନ୍ନ ସରକାରଙ୍କ ଅବହେଳା ଯୋଗୁ ଦିଗପହଣ୍ଡି ବ୍ଲକ ବିକାଶରୁ ବଞ୍ଚିତ ହୋଇ ରହିଛି ବୋଲି କଂଗ୍ରେସ ନେତା ସାକା ସୁଜିତ କହିଥିଲେ। ଏହାର ସମାଧାନ ପାଇଁ ଅଞ୍ଚଳବାସୀଙ୍କୁ ନେଇ ଲଢ଼େଇ ଜାରି ରଖିବା ସହ ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ଏବେଠାରୁ ସଙ୍ଗଠିତ ହେବାକୁ ସେ କର୍ମୀମାନଙ୍କୁ ଆହ୍ୱାନ ଦେଇଥିଲେ। ତୃଣମୂଳ ସ୍ତରରେ କଂଗ୍ରେସ କର୍ମୀମାନେ ଏକଜୁଟ ହୋଇ ନିଷ୍ଠାର ସହ ଲଢ଼େଇ କଲେ ଦଳର ପୂର୍ବ ଗୌରବ ଫେରିବା ସହ ଶାସକ ଭାଜପା ସରକାରର ପତନ ହେବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ।

ଏହି ସଭାରେ କଂଗ୍ରେସ ନେତା ଅଭିମନ୍ୟୁ ଜାନୀ, ପ୍ରକାଶ ଚନ୍ଦ୍ର ଗୌଡ଼, ବସନ୍ତ ପଟ୍ଟନାୟକ, ମହେଶ୍ଵର ପାତ୍ର, କୁରେଶୁ ରେଡ୍ଡୀ, ପ୍ରଶାନ୍ତ ରେଡ୍ଡୀ, ସୁଦାମ ଗୌଡ଼, ଶିବ ମହାରଣା, ସମିତିସଭ୍ୟ ଇନ୍ଦ୍ରଜିତ ସେଠୀ, ନରହରି ଗୌଡ଼, ଲଡ଼ୁ କିଶୋର ପାତ୍ରଙ୍କ ସମେତ ଗଞ୍ଜାମ ଜିଲା ସ୍ତରୀୟ ବହୁ ବରିଷ୍ଠ ନେତା, ପୂର୍ବତନ ସରପଞ୍ଚ, ସମିତି ସଭ୍ୟ ଓ ଦଳୀୟ କର୍ମୀ ଉପସ୍ଥିତ ଥିଲେ। ତୃଣମୂଳ ସ୍ତରରେ ଦଳକୁ ସୁଦୃଢ଼ କରି ରାହୁଲ ଗାନ୍ଧୀଙ୍କ ହାତମୁଠାକୁ ଟାଣ କରିବାକୁ ସଂକଳ୍ପ ନିଆଯାଇଥିଲା। କାର୍ଯ୍ୟକ୍ରମ ଶେଷରେ ଶିବରାମ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟର ୨ ଉପମୁଖ୍ୟମନ୍ତ୍ରୀ ପଦବୀକୁ ଚ୍ୟାଲେଞ୍ଜ, ଜନସ୍ବାର୍ଥ ମାମଲା ଖାରଜ କଲେ… 

କଟକ,୧୦।୮(କାର୍ତ୍ତିକ ସାହୁ): ଓଡ଼ିଶା ସରକାରଙ୍କ ୨ ଉପମୁଖ୍ୟମନ୍ତ୍ରୀ ପଦବୀର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ରୁଜୁ ଜନସ୍ବାର୍ଥ ମାମଲାକୁ ହାଇକୋର୍ଟ ଗୁରୁବାର ଖାରଜ କରିଛନ୍ତି। ହାଇକୋର୍ଟ…

ଘର ସାମ୍ନାରେ ଯୁବକଙ୍କୁ ଦଳି ଦେଲା ହାତୀ

ଜି.ଉଦୟଗିରି,୧୦ା୯(ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲା ଜି.ଉଦୟଗିରି ଓ ଟିକାବାଲି ବ୍ଲକ୍‌ ସୀମାନ୍ତରେ ଜଣେ ଯୁବକଙ୍କୁ ଦନ୍ତାହାଦୀ ଦଳି ଦେଇଛି। ସେ ହେଲେ ପିକରଡ଼ି ପଞ୍ଚାୟତ କାମ୍ବାନାଯୁ…

ଲାଞ୍ଜିଗଡ଼-ଜଗନ୍ନାଥପୁର ରାସ୍ତା ମରଣଜନ୍ତା: ବଂଶଧାରା ପୋଲ ନିକଟରେ ବିରାଟ ଘାଇ, କେତେବେଳେ ବି ଘଟିପାରେ…

ଲାଞ୍ଜିଗଡ଼, ୧୦।୯ (ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ଲାଞ୍ଜିଗଡ଼-ଜଗନ୍ନାଥପୁର ମୁଖ୍ୟ ରାସ୍ତାର ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ହୋଇପଡ଼ିଛି। ବଂଶଧାରା ନଦୀ ପୋଲ ନିକଟରେ…

ଗଜପତି ଉପଜିଲାପାଳ ଭାବେ ଦାୟିତ୍ୱ ଗ୍ରହଣ କଲେ IAS ଭାଗବତ ସାମଲ କଲ୍ୟାଣ ରାଓ

ପାରଳାଖେମୁଣ୍ଡି, ୧୦।୯ (ଗିରିଧାରୀ ପରିଛା): ଗଜପତି ଜିଲାର ନୂତନ ଉପଜିଲାପାଳ (ସବ୍‌-କଲେକ୍ଟର) ଭାବେ ୨୦୨୪ ବ୍ୟାଚ୍‌ର ଆଇଏଏସ୍ (IAS) ଅଧିକାରୀ ଭାଗବତ ସାମଲ କଲ୍ୟାଣ ରାଓ ଦାୟିତ୍ୱ…

ଲୋହରାଖଣ୍ଡି ନଦୀ ପାର ହେବା ବେଳେ ବୁଡ଼ିଯାଇ ଚାଲିଗଲା ଚାଷୀଙ୍କ ଜୀବନ, ଶୋକରେ…

ଭଞ୍ଜନଗର, ୧୦।୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ଗୋହିରୀବାଡ଼ି ଗ୍ରାମର ଜଣେ ଚାଷୀ ଲୋହରାଖଣ୍ଡି ନଦୀରେ ବୁଡ଼ି ପ୍ରାଣ ହରାଇଛନ୍ତି। ମୃତକ ଜଣଙ୍କ…

ସାମାନ୍ୟ କଥାରୁ କୁରାଢ଼ି ଚୋଟ: ଗୁରୁତର ବୃଦ୍ଧଙ୍କୁ ଚିକିତ୍ସା କରିବା ସମୟରେ ଛୁଞ୍ଚି-ସୂତା ଅଭାବ, ବାହାରୁ କିଣି ଚିକିତ୍ସା କଲେ ଡାକ୍ତର

ପାଟଣା, ୧୦।୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଡୁମୁରିଆ ପଞ୍ଚାୟତ ତୋଣ୍ଡ ଗ୍ରାମର ଜାମୁନାଳିଆ ସାହିରେ ସାମାନ୍ୟ ବଚସାକୁ କେନ୍ଦ୍ର କରି ଜଣେ…

ଉତ୍କଳ ଗୌରବ ଇଣ୍ଟରନ୍ୟାସନାଲ ସ୍କୁଲରେ ସିନେ ତାରକା ବାବୁଶାନ୍; ଉଦ୍‌ଘାଟିତ ହେଲା ‘ମନୋଜ ଦାସ ପାଠାଗାର’

ହାଟଡିହୀ/ଛେନାପଦୀ, ୧୦।୯ (ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବେରୁଣପଦୀସ୍ଥିତ ଉତ୍କଳ ଗୌରବ ଇଣ୍ଟରନେସନାଲ ସ୍କୁଲ (UGIS)ରେ ଗୁରୁବାର ନୂତନ ଭାବେ ନିର୍ମିତ ‘ମନୋଜ…

କଳାହାଣ୍ଡିରେ ବନ୍ଦ ରହିବ ଶିକ୍ଷାନୁଷ୍ଠାନ, ଜାଣନ୍ତୁ…

ଭବାନୀପାଟଣା,୧୦ା୯(ଉତ୍ତମ କୁମାର ଦାଶ): ଉତ୍ତର ବଙ୍ଗୋପସାଗର ସଂଲଗ୍ନ ବାଂଲାଦେଶ ଉପକୂଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇ ରାଜ୍ୟରେ ବିଭିନ୍ନ ଜିଲାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri