Posted inଜାତୀୟ

କଂଗ୍ରେସର ବିରୋଧ ସତ୍ତ୍ୱେ ଆର୍‌ଏସ୍‌ଏସ୍‌ କାର୍ଯ୍ୟାଳୟରେ ପହଞ୍ଚିଯାଇଥିଲେ ପ୍ରଣବ: ଆଉ ତା’ ପରେ କରିଥିଲେ ସର୍ଜିକାଲ ଷ୍ଟ୍ରାଇକ୍‌ !

ନୂଆଦିଲ୍ଲୀ,୧।୯: ପୂର୍ବତନ ରାଷ୍ଟ୍ରପତି ଭାରତରତ୍ନ ପ୍ରଣବ ମୁଖାର୍ଜୀ ଆଉ ନାହାନ୍ତି। ସୋମବାର ସେ ଶେଷ ନିଶ୍ୱାସ ତ୍ୟାଗ କରିଥିବା ବେଳେ ମଙ୍ଗଳବାର ତାଙ୍କର ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଛି। ଦୀର୍ଘ ୫ ଦଶନ୍ଧି ଧରି ସେ ରାଜନୀତି ସହ ଜଡ଼ିତ ଥିବା ବେଳେ କଂଗ୍ରେସର ନେତା ରହିଥିଲେ। ହେଲେ ନିଜର ଅନ୍ୟ ବିଚାରଧାରାକୁ ନେଇ ତାଙ୍କୁ ସମ୍ମାନ ମିଳୁଥିଲା। ତାଙ୍କର ପରଲୋକ ହେବା ନେଇ ଖବର ମିଳିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ଆରମ୍ଭ କରି ସୋନିଆ ଗାନ୍ଧୀ ପର୍ଯ୍ୟନ୍ତ ନିଜର ଶୋକବ୍ୟକ୍ତ କରିଥିଲେ। ଏପରିକି ଆର୍‌ଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତ ମଧ୍ୟ ପରିବାରକୁ ସମବେଦନା ଜଣାଇଛନ୍ତି।

ପ୍ରଣବଙ୍କ ପ୍ରଶଂସା କରି ମୋହନ କହିଛନ୍ତି, ପ୍ରଣବଦା ସଂଘର ମାର୍ଗଦର୍ଶକ ଥିଲେ। ସେ ରାଜନୀତିରେ ଛୁଆଁଅଛୁଆଁ ଭଳି ଭାବନାକୁ ବିଶ୍ୱାସ କରୁ ନ ଥିଲେ। ରାଜନୈତିକ ଦୃଷ୍ଟିକୋଣରୁ ସେ କଂଗ୍ରେସର ଥିଲେ ହେଁ ଏକଦା ଆର୍‌ଏସ୍‌ଏସ୍‌ ପକ୍ଷରୁ ତାଙ୍କୁ ନିମନ୍ତ୍ରଣ କରାଯାଇଥିଲା। ସଂଘ-ଶିକ୍ଷାବର୍ଗର ତୃତୀୟ ବର୍ଷ ପୂର୍ତ୍ତୀ ସମାରୋହରେ ସେ ମୁଖ୍ୟ ଅତିଥି ଭାବେ ଯୋଗଦେବାକୁ ନାଗପୁରରେ ଥିବା ମୁଖ୍ୟାଳୟରେ ପହଞ୍ଚିଯାଇଥିଲେ। ଏହାକୁ ନେଇ ସେତେବେଳେ ଅନେକ ବିବାଦ ଉପୁଜିଥିଲା। ଅନେକ କଂଗ୍ରେସ ନେତା ଏହାକୁ ବିରୋଧ କରିଥିଲେ। ବିରୋଧ କରୁଥିବା ବ୍ୟକ୍ତିଙ୍କ ତାଲିକାରେ ତାଙ୍କ ଝିଅ ତଥା କଂଗ୍ରେସ ନେତ୍ରୀ ଶର୍ମିଷ୍ଠା ମୁଖାର୍ଜୀ ମଧ୍ୟ ଥିଲେ। ହେଲେ ପ୍ରଣବ ଚୁପ୍‌ ରହିଥିଲେ। ତାଙ୍କୁ ଆମନ୍ତ୍ରଣ କରିବା ପଛରେ କେବଳ ଏତିକି ଉଦ୍ଦେଶ୍ୟ ଥିଲା କି ସଂଘ କେବଳ ଗାନ୍ଧୀ ପରିବାରକୁ ବିରୋଧ କରେ କଂଗ୍ରେସକୁ ନୁହେଁ।

ଅପରପକ୍ଷେ ପ୍ରଣବ କାର୍ଯ୍ୟକ୍ରମରେ ଯୋଗଦେବା ସମୟରେ ସଂଘର ପତାକାକୁ ପ୍ରଣାମ କରି ନ ଥିଲେ। ଏହାଛଡ଼ା ସେ ପ୍ରାର୍ଥନା ମଧ୍ୟ କରି ନ ଥିଲେ। ଏହାପରେ ସେ ଭାଷଣ ଦେଇ ସମସ୍ତ କଂଗ୍ରେସ ନେତାଙ୍କୁ ଚୁପ୍‌ କରାଇ ଦେଇଥିଲେ। ସେ ସଂଘକୁ ନେହେରୁ ଏବଂ ଗାନ୍ଧୀଙ୍କ ରାଷ୍ଟ୍ରବାଦର ପାଠ ପଢ଼ାଇଥିଲେ। ସେ କହିଥିଲେ, ଗାନ୍ଧୀ କହିଛନ୍ତି ଭାରତୀୟ ରାଷ୍ଟ୍ରବାଦ ବିଭେଦକାରୀ ନୁହେଁ, ନା ବିଧ୍ୱଂସକ। ଏହା ସେହି ରାଷ୍ଟ୍ରବାଦ ଯାହାକୁ ଡିସ୍କଭରି ଅଫ୍‌ ଇଣ୍ଡିଆରେ ବିସ୍ତୁତ ଭାବେ ପଣ୍ଡିତ ଜବାହାର ଲାଲ ନେହେରୁ ଦେଖାଇଛନ୍ତି। ରାଷ୍ଟ୍ରବାଦ ହିନ୍ଦୁ, ମୁସଲମାନ, ଶିଖ୍‌ ଏବଂ ଅନ୍ୟ ସମ୍ପ୍ରଦାୟର ଟଣାଯାଇଥିବା ରେଖାରୁ ବାହାରିପାରିବ। ଏହାର ଅର୍ଥ ନୁହେଁ ଯେ କୌଣସି ସମୂହ ସମ୍ପୂର୍ଣ୍ଣ ଲୋପ ପାଇଯିବ। ଏହାର ଅର୍ଥ ଏଭଳି ରାଷ୍ଟ୍ରିୟ ଦୃଷ୍ଟିକୋଣ ପ୍ରସ୍ତୁତ ହେଉ ଯାହା ସର୍ବୋପରେ ରହିବ। ପ୍ରଣବଙ୍କ ଏହି କଥା ଶୁଣି କଂଗ୍ରେସ ନେତା ଖୁସି ହୋଇଯାଇଥିଲେ। ଏପରିକି ସଂଘର ଘରେ ପଶି ସେ ସର୍ଜିକାଲ ଷ୍ଟ୍ରାଇକ୍‌ କରିଥିବା ପ୍ରତିକ୍ରିୟା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଡିଜେ ଶବ୍ଦରେ ଖସିଲା ଘର ପ୍ଲାଷ୍ଟର, ଗାଁରେ ଉତ୍ତେଜନା

ହିଞ୍ଜିଳିକାଟୁ, ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅନ୍ତର୍ଗତ ଗିରିଆ ଗ୍ରାମରେ ରବିବାର ରାତିରେ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଡିଜେର ଉଚ୍ଚ ଶବ୍ଦକୁ ନେଇ…

ମନିପର୍ସ ଖୋଜିବା ବାହାନାରେ ଦୋକାନରୁ ୩୦ ହଜାର ଲୁଟ୍‌ , ସିସିଟିଭିରେ…

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡରେ ଲୁଟେରାଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି। ଲୋକଙ୍କ ଘର ଝରକା, କବାଟ ତାଡି ଲୁଟ୍‌ ହେଉଛି। ପୋଲିସ…

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଡ୍ରାଇଭରଙ୍କୁ ମାରଣାନ୍ତକ ଆକ୍ରମଣ ପରେ ଟ୍ରକରେ ଲଗାଇ ଦେଲେ ନିଆଁ

ହିଞ୍ଜିଳିକାଟୁ ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ତହଁର ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ରବିବାର ରାତିରେ ଏକ ଟ୍ରକ ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଇଥିଲା। ଏହାକୁ…

ଅର୍ଥମନ୍ତ୍ରୀଙ୍କ ଭାଇରାଲ୍ ଭିଡିଓ ଉପରେ ଚନ୍ଦ୍ରବାବୁ ନାଇଡୁଙ୍କ ବଡ଼ ବୟାନ, କହିଲେ ମୁଁ ଭିଡ଼କୁ….

ନୂଆଦିଲ୍ଲୀ,୪।୧୦: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଏକ ଭାଇରାଲ୍ ଭିଡିଓକୁ ନେଇ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ ଓ କଂଗ୍ରେସ ରାଜ୍ୟ ସଭା ଏମପି ଜୟରାମ…

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?