Posted inଜାତୀୟ

୫ ନ୍ୟାୟ, ୨୫ ଗ୍ୟାରେଣ୍ଟିକୁ କଂଗ୍ରେସର ଫୋକସ୍‌

ନୂଆଦିଲ୍ଲୀ,୨୦।୩: କଂଗ୍ରେସ କାଯର୍ର୍‌ୟକାରୀ କମିଟି (ସିଡବ୍ଲ୍ୟୁସି) ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇ ଲୋକ ସଭା ନିର୍ବାଚନ ପାଇଁ ଦଳର ଇସ୍ତାହାର ସମ୍ପର୍କରେ ବ୍ୟାପକ ବିଚାରବିମର୍ଶ କରାଯାଇଥିଲା। ଏଥିରେ ମୁଖ୍ୟତଃ ୫ ନ୍ୟାୟ ଏବଂ ୨୫ଟି ଗ୍ୟାରେଣ୍ଟିକୁ ଫୋକସ୍‌ କରାଯାଇଥିଲା। ଭାରତ ଯୋଡ଼ୋ ନ୍ୟାୟ ଯାତ୍ରାରେ ସୃଷ୍ଟି ହୋଇଥିବା ମାହୋଲକୁ ବଜାୟ ରଖିବା ଦିଗରେ ଦଳ କାର୍ଯ୍ୟ କରିବ ବୋଲି କଂଗ୍ରେସ ନେତା କେ.ସି. ବେଣୁଗୋପାଳ ଏବଂ ଜୟରାମ ରମେଶ କହିଛନ୍ତି। ଯାତ୍ରା ସମୟରେ ଦଳ ଦେଇଥିବା ୫ ଗ୍ୟାରେଣ୍ଟି ଓ ପ୍ରତିଶ୍ରୁତିକୁ ତୃଣମୂଳ ସ୍ତରକୁ ନେବା ଦିଗରେ ଦଳ କାର୍ଯ୍ୟ କରିବ। କଂଗ୍ରେସର ୫ ନ୍ୟାୟ ମଧ୍ୟରେ ରହିଛି ହିସେଦାରି ନ୍ୟାୟ, କିଷାନ ନ୍ୟାୟ, ଶ୍ରମିକ ନ୍ୟାୟ, ଯୁବ ନ୍ୟାୟ ଏବଂ ନାରୀ ନ୍ୟାୟ।
ଜନସାଧାରଣଙ୍କୁ ହିସେଦାରି ନ୍ୟାୟ ଦେବାକୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସଂଗ୍ରହ ପାଇଁ ବିସ୍ତୃତ ସାମାଜିକ, ଅର୍ଥନୈତିକ ଓ ଜାତି ଜନଗଣନା କରାଯିବ। ଅନୁସୂଚିତ ଜାତି, ଜନଜାତି ଓ ପଛୁଆବର୍ଗଙ୍କ ପାଇଁ ସଂରକ୍ଷଣ କ୍ଷେତ୍ରରେ ରହିଥିବା ୫୦ ପ୍ରତିଶତ ସୀମା ଉଚ୍ଛେଦ ପାଇଁ ସମ୍ବିଧାନରେ ସଂଶୋଧନ କରାଯିବ। ଫଳରେ ସମସ୍ତ ଯୋଗ୍ୟ ବ୍ୟକ୍ତିଙ୍କୁ ସମାନ ସୁବିଧା ମିଳିପାରିବ। ଏସ୍‌ସି/ଏସ୍‌ଟି ଉପଯୋଜନାରେ ଲୋକସଂଖ୍ୟା ଅନୁପାତରେ ସେମାନଙ୍କ ପାଇଁ ଅନୁରୂପ ସ୍ବତନ୍ତ୍ର ବଜେଟର ପ୍ରସ୍ତାବ ରଖାଯାଇଛି। ଜଙ୍ଗଲ ଅଧିକାର ଆଇନ ଅଣାଯାଇ ଅନୁସୂଚିତ ଜନଜାତିମାନଙ୍କୁ ଜଙ୍ଗଲ ଜମି ଉପରେ ଅଧିକାର ପ୍ରଦାନ କରାଯିବ। ସେହିପରି କିଷାନ ନ୍ୟାୟ ଗ୍ୟାରେଣ୍ଟିରେ ଚାଷୀଙ୍କୁ ସହାୟତା ପାଇଁ କଂଗ୍ରେସ ବିସ୍ତୃତ ପ୍ୟାକେଜ୍‌ ଆଣିବ। ସ୍ବାମୀନାଥନ ସୂତ୍ର ଅନୁଯାୟୀ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ଧାର୍ଯ୍ୟ କରାଯିବ। ବକେୟା ଋଣ ଛାଡ଼ ପାଇଁ କମିଶନ ଗଢ଼ାଯାଇ କୃଷକଙ୍କୁ ସହାୟତା ପ୍ରଦାନ କରାଯିବ। ଫସଲ କ୍ଷତିଗ୍ରସ୍ତ ହେଲେ ୩୦ ଦିନରେ ବୀମା ରାଶି ପ୍ରଦାନର ଗ୍ୟାରେଣ୍ଟି ଦିଆଯିବ। କୃଷି ଉତ୍ପାଦଗୁଡ଼ିକ ପାଇଁ ସ୍ଥାୟୀ ଆମଦାନୀ-ରପ୍ତାନୀ ନୀତି କାର୍ଯ୍ୟକାରୀ କରାଯିବ। ଏଥିସହିତ କୃଷିଜାତ ସମାଗ୍ରୀକୁ ଜିଏସ୍‌ଟିରୁ ବାଦ୍‌ ଦିଆଯିବ।
ଶ୍ରମିକ ନ୍ୟାୟ ଗ୍ୟାରେଣ୍ଟିରେ ସ୍ବାସ୍ଥ୍ୟ ଅଧିକାର ଉପକ୍ରମ ଆଣିବା ପାଇଁ କଂଗ୍ରେସ ପ୍ରସ୍ତାବ ରଖିଛି। ଏଥିପାଇଁ ସ୍ବାସ୍ଥ୍ୟ ଅଧିକାର ଆଇନ ଅଣାଯାଇ ସମସ୍ତଙ୍କୁ ସ୍ବାସ୍ଥ୍ୟସେବା ସୁନିଶ୍ଚିତ କରାଯିବ। ଶ୍ରମ କା ସମ୍ମାନ ଯୋଜନାରେ ସର୍ବନିମ୍ନ ଦୈନିକ ମଜୁରି ୪୦୦ ଟଙ୍କା ହେବ। ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଅଧୀନରେ ଶ୍ରମିକମାନଙ୍କୁ ଏହି ହାରରେ ମଜୁରି ମିଳିବ। ସହରୀ ଲୋକଙ୍କୁ ନିଶ୍ଚିତ କାମ ଯୋଗାଇ ଦେବାକୁ ସହରୀ ରୋଜଗାର ଗ୍ୟାରେଣ୍ଟି ଯୋଜନା ପ୍ରଚଳନ କରାଯିବ। ଯୁବ ନ୍ୟାୟ ଗ୍ୟାରେଣ୍ଟିରେ କେନ୍ଦ୍ର ସରକାରରେ ୩୦ ଲକ୍ଷ ନୂଆ ପଦବୀ ସୃଷ୍ଟି ଲକ୍ଷ୍ୟରେ ଭାରତୀ ଭରୋସା ଉପକ୍ରମ ଅଣାଯିବ। ପେହେଲି ନୌକରୀ ପକ୍କି ଯୋଜନାରେ ଶିକ୍ଷିତ ଯୁବବର୍ଗଙ୍କୁ ଗୋଟିଏ ବର୍ଷ ଆପ୍ରେଣ୍ଟିସ୍‌ଶିପ୍‌ର ପ୍ରତିଶ୍ରୁତି ଦିଆଯିବ। ଫଳରେ ସେମାନଙ୍କୁ ଦକ୍ଷତା ବିକାଶ ହେବା ସହ କାର୍ଯ୍ୟ ଅଭିଜ୍ଞତା ସୃଷ୍ଟି ହୋଇପାରିବ। ପେପର ଲିକ୍‌ରୁ ମୁକ୍ତି ପାଇଁ କଂଗ୍ରେସ କଠୋର ଆଇନ କାର୍ଯ୍ୟକାରୀ କରିବାକୁ ଲକ୍ଷ୍ୟ ରଖିଛି, ଯାହା ଫଳରେ ପରୀକ୍ଷା ପ୍ରକ୍ରିୟା ସ୍ବଚ୍ଛ ହୋଇପାରିବ। ଅସ୍ଥାୟୀ କର୍ମଚାରୀଙ୍କ କାର୍ଯ୍ୟ ସ୍ଥିତିରେ ଉନ୍ନତି ଲାଗି ୫,୦୦୦ କୋଟି ଟଙ୍କାର ଷ୍ଟାର୍ଟଅପ୍‌ ଫଣ୍ଡ ପ୍ରତିଷ୍ଠା ହେବ।
ନାରୀ ନ୍ୟାୟ ଗ୍ୟାରେଣ୍ଟିରେ ଗରିବ ପରିବାରରେ ଆର୍ଥତ୍କ ସ୍ଥିରତା ସୁନିଶ୍ଚିତ କରିବା ପାଇଁ ମହାଲକ୍ଷ୍ମୀ ଇନିସିଏଟିଭ୍‌ ଅଣାଯିବ। ଯେଉଁଥିରେ ପ୍ରତି ଗରିବ ପରିବାରର ଜଣେ ମହିଳାଙ୍କୁ ବର୍ଷକୁ ଲକ୍ଷେ ଟଙ୍କା ଯୋଗାଇଦିଆଯିବ। କେନ୍ଦ୍ର ସରକାରୀ ନିଯୁକ୍ତିରେ ମହିଳାଙ୍କ ପାଇଁ ୫୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ରହିବ। ଆଶା, ଅଙ୍ଗନଓ୍ବାଡ଼ି, ମଧ୍ୟାହ୍ନ ଭୋଜନ ପାଚିକାଙ୍କ ଜୀବନଧାରଣ ମାନ ବଢ଼ାଇବା ପାଇଁ କେନ୍ଦ୍ରୀୟ ବେତନ ଅନୁଦାନ ଦୁଇଗୁଣା କରାଯିବ। ମହିଳାମାନଙ୍କୁ ଆଇନଗତ ଅଧିକାରର ସୁରକ୍ଷା ପାଇଁ ପ୍ରତି ଗ୍ରାମରେ ଅଧିକାର ମୈତ୍ରୀମାନଙ୍କୁ ନିଯୁକ୍ତି ମିଳିବ। ଦସ୍ତାବିଜ୍‌୍‌କୁ ଚୂଡ଼ାନ୍ତ କରିବା ପାଇଁ ସିଡବ୍ଲ୍ୟୁସି ଦଳ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କୁ କ୍ଷମତା ପ୍ରଦାନ କରିଥିବା ବେଣୁଗୋପାଳ ଏବଂ ଜୟରାମ ଗଣମାଧ୍ୟମକୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାମ୍ନାକୁ ଆସିଲା ବଡ଼ ଘୋଟାଲା, କମିଶନ୍‌ ନେଇ ୨୦୦ କୋଟିର ନକଲି ବିଲ୍‌ ପାସ୍‌

ନୂଆଦିଲ୍ଲୀ, ୨୬।୦୭: କରୋନା ସମୟରେ ୨୦୦ କୋଟି ଟଙ୍କାର ଏକ ବଡ ଦୁର୍ନୀତିର ଖୁଲାସା କରିଛି ଦୁର୍ନୀତି ନିବାରଣ ବ୍ୟୁରୋ ବା ଏସିବି । ଏହି...

ପ୍ରକାଶ ପାଇଲା ନିଟ୍‌ର ସଂଶୋଧିତ ତାଲିକା, ୬୭ରୁ ୧୭କୁ ଖସିଲେ ଟପ୍ପର

ନୂଆଦିଲ୍ଲୀ, ୨୬।୦୭: ଗତ କିଛିଦିନ ଧରି ବିବାଦରେ ରହିଥିବା ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ବା ଏନ୍‌ଟିଏ ମେଡିକାଲ୍‌ ପ୍ରବେଶିକା ପରୀକ୍ଷା ନିଟ୍‌-ୟୁଜିର ଫାଇନାଲ୍‌ ରେଜଲ୍ଟ ପ୍ରକାଶ...

୯୯ରେ ସାପ କାମୁଡ଼େ, କଂଗ୍ରେସକୁ ଏମିତି କହିଦେଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ, ୨୬।୦୭: ବରିଷ୍ଠ ଜନତା ଦଳ ୟୁନାଇଟେଡ (ଜେଡିୟୁ) ନେତା ତଥା କେନ୍ଦ୍ର ମନ୍ତ୍ରୀ ରାଜୀବ ରଂଜନ (ଲଲନ ସିଂ) ଶୁକ୍ରବାର ଦିନ କଂଗ୍ରେସକୁ ଟାର୍ଗେଟ୍‌...

ମନୀଷ ସିସୋଦିଆଙ୍କୁ ପୁଣି କୋର୍ଟ ଝଟ୍‌କା, ବଢ଼ିଲା ନ୍ୟାୟିକ ହେପାଜତ ଅବଧି

ନୂଆଦିଲ୍ଲୀ, ୨୬।୦୭: ଦିଲ୍ଲୀ ମଦ ଦୁର୍ନୀତି ସହ ଜଡ଼ିତ ସିବିଆଇ ମାମଲାରେ ଆଜି ପୁଣିଥରେ କୋର୍ଟ ଶୁଣାଣି କରିଛନ୍ତି । ରାଉଜ ଆଭେନ୍ୟୁ କୋର୍ଟ ଦିଲ୍ଲୀର...

‘ଦିଲ୍ଲୀରୁ ଗୋଟିଚାଳନା ସରିଛି, ଉତ୍ତରପ୍ରଦେଶରେ କିଛି ବଡ଼ ହେବାକୁ ଯାଉଛି’

ନୂଆଦିଲ୍ଲୀ,୨୬।୭: ଆମ ଆଦମୀ ପାର୍ଟି(ଏଏପି)ର ଏମ୍‌ପି ସଞ୍ଜୟ ସିଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ନେଇ ଏକ ବଡ଼ ଦାବି କରିଛନ୍ତି। ସଞ୍ଜୟ ଶୁକ୍ରବାର କହିଛନ୍ତି...

ରାହୁଲ ଗାନ୍ଧୀଙ୍କ ନୂଆ ଠିକଣା: ବଙ୍ଗଳା ନମ୍ବର-୫, ସୁନ୍‌ହେରୀ ବାଗ୍‌ ରୋଡ…

ନୂଆଦିଲ୍ଲୀ,୨୬।୭: କଂଗ୍ରେସ ନେତା ଏବଂ ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଠିକଣା ବଦଳିବାକୁ ଯାଉଛି। ସୁନ୍‌ହରୀ ବାଗ୍‌ ରୋଡ୍‌, ବଙ୍ଗଳା ନମ୍ବର-୫...

ଗୁଗୁଲ ସିଇଓ ସୁନ୍ଦର ପିଚାଇଙ୍କୁ ଭାରତରୁ ମିଳିଲା ବଡ଼ ଉପାଧି, କହିଲେ…

ନୂଆଦିଲ୍ଲୀ, ୨୬।୦୭: ଲୋକପ୍ରିୟ ସର୍ଚ୍ଚ ଇଞ୍ଜିନ୍‌ ଗୁଗୁଲର ସିଇଓ ସୁନ୍ଦର ପିଚାଇଙ୍କୁ ନିଜେ ପଢ଼ୁଥିବା ଅନୁଷ୍ଠାନରୁ ବଡ଼ ଉପାଧି ମିଳିଛି । ଆଇଆଇଟି ଖଡ଼ଗପୁରରୁ ସେ...

ଫିଟିଗଲା ଗୁମର, କଂଗ୍ରେସ ସହ ହୋଇଛି ଭିତିରି ମେଣ୍ଟ!

ନୂଆଦିଲ୍ଲୀ,୨୬।୭:ନିର୍ବାଚନରେ ହାରିବା ଏବଂ ମୁଖ୍ୟମନ୍ତ୍ରୀ ପଦ ହରାଇବା ପରେ ଜଗନମୋହନ ରେଡ୍ଡୀଙ୍କ ଅଡୁଆ ବଢିବାରେ ଲାଗିଛି। ଚନ୍ଦ୍ରବାବୁ ନାଇଡୁ ଆନ୍ଧ୍ରପ୍ରଦେଶର ସିଏମ ହୋଇଛନ୍ତି ଏବଂ ଦାୟିତ୍ୱ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri