Posted inଜାତୀୟ

୫ ନ୍ୟାୟ, ୨୫ ଗ୍ୟାରେଣ୍ଟିକୁ କଂଗ୍ରେସର ଫୋକସ୍‌

ନୂଆଦିଲ୍ଲୀ,୨୦।୩: କଂଗ୍ରେସ କାଯର୍ର୍‌ୟକାରୀ କମିଟି (ସିଡବ୍ଲ୍ୟୁସି) ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇ ଲୋକ ସଭା ନିର୍ବାଚନ ପାଇଁ ଦଳର ଇସ୍ତାହାର ସମ୍ପର୍କରେ ବ୍ୟାପକ ବିଚାରବିମର୍ଶ କରାଯାଇଥିଲା। ଏଥିରେ ମୁଖ୍ୟତଃ ୫ ନ୍ୟାୟ ଏବଂ ୨୫ଟି ଗ୍ୟାରେଣ୍ଟିକୁ ଫୋକସ୍‌ କରାଯାଇଥିଲା। ଭାରତ ଯୋଡ଼ୋ ନ୍ୟାୟ ଯାତ୍ରାରେ ସୃଷ୍ଟି ହୋଇଥିବା ମାହୋଲକୁ ବଜାୟ ରଖିବା ଦିଗରେ ଦଳ କାର୍ଯ୍ୟ କରିବ ବୋଲି କଂଗ୍ରେସ ନେତା କେ.ସି. ବେଣୁଗୋପାଳ ଏବଂ ଜୟରାମ ରମେଶ କହିଛନ୍ତି। ଯାତ୍ରା ସମୟରେ ଦଳ ଦେଇଥିବା ୫ ଗ୍ୟାରେଣ୍ଟି ଓ ପ୍ରତିଶ୍ରୁତିକୁ ତୃଣମୂଳ ସ୍ତରକୁ ନେବା ଦିଗରେ ଦଳ କାର୍ଯ୍ୟ କରିବ। କଂଗ୍ରେସର ୫ ନ୍ୟାୟ ମଧ୍ୟରେ ରହିଛି ହିସେଦାରି ନ୍ୟାୟ, କିଷାନ ନ୍ୟାୟ, ଶ୍ରମିକ ନ୍ୟାୟ, ଯୁବ ନ୍ୟାୟ ଏବଂ ନାରୀ ନ୍ୟାୟ।
ଜନସାଧାରଣଙ୍କୁ ହିସେଦାରି ନ୍ୟାୟ ଦେବାକୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସଂଗ୍ରହ ପାଇଁ ବିସ୍ତୃତ ସାମାଜିକ, ଅର୍ଥନୈତିକ ଓ ଜାତି ଜନଗଣନା କରାଯିବ। ଅନୁସୂଚିତ ଜାତି, ଜନଜାତି ଓ ପଛୁଆବର୍ଗଙ୍କ ପାଇଁ ସଂରକ୍ଷଣ କ୍ଷେତ୍ରରେ ରହିଥିବା ୫୦ ପ୍ରତିଶତ ସୀମା ଉଚ୍ଛେଦ ପାଇଁ ସମ୍ବିଧାନରେ ସଂଶୋଧନ କରାଯିବ। ଫଳରେ ସମସ୍ତ ଯୋଗ୍ୟ ବ୍ୟକ୍ତିଙ୍କୁ ସମାନ ସୁବିଧା ମିଳିପାରିବ। ଏସ୍‌ସି/ଏସ୍‌ଟି ଉପଯୋଜନାରେ ଲୋକସଂଖ୍ୟା ଅନୁପାତରେ ସେମାନଙ୍କ ପାଇଁ ଅନୁରୂପ ସ୍ବତନ୍ତ୍ର ବଜେଟର ପ୍ରସ୍ତାବ ରଖାଯାଇଛି। ଜଙ୍ଗଲ ଅଧିକାର ଆଇନ ଅଣାଯାଇ ଅନୁସୂଚିତ ଜନଜାତିମାନଙ୍କୁ ଜଙ୍ଗଲ ଜମି ଉପରେ ଅଧିକାର ପ୍ରଦାନ କରାଯିବ। ସେହିପରି କିଷାନ ନ୍ୟାୟ ଗ୍ୟାରେଣ୍ଟିରେ ଚାଷୀଙ୍କୁ ସହାୟତା ପାଇଁ କଂଗ୍ରେସ ବିସ୍ତୃତ ପ୍ୟାକେଜ୍‌ ଆଣିବ। ସ୍ବାମୀନାଥନ ସୂତ୍ର ଅନୁଯାୟୀ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ଧାର୍ଯ୍ୟ କରାଯିବ। ବକେୟା ଋଣ ଛାଡ଼ ପାଇଁ କମିଶନ ଗଢ଼ାଯାଇ କୃଷକଙ୍କୁ ସହାୟତା ପ୍ରଦାନ କରାଯିବ। ଫସଲ କ୍ଷତିଗ୍ରସ୍ତ ହେଲେ ୩୦ ଦିନରେ ବୀମା ରାଶି ପ୍ରଦାନର ଗ୍ୟାରେଣ୍ଟି ଦିଆଯିବ। କୃଷି ଉତ୍ପାଦଗୁଡ଼ିକ ପାଇଁ ସ୍ଥାୟୀ ଆମଦାନୀ-ରପ୍ତାନୀ ନୀତି କାର୍ଯ୍ୟକାରୀ କରାଯିବ। ଏଥିସହିତ କୃଷିଜାତ ସମାଗ୍ରୀକୁ ଜିଏସ୍‌ଟିରୁ ବାଦ୍‌ ଦିଆଯିବ।
ଶ୍ରମିକ ନ୍ୟାୟ ଗ୍ୟାରେଣ୍ଟିରେ ସ୍ବାସ୍ଥ୍ୟ ଅଧିକାର ଉପକ୍ରମ ଆଣିବା ପାଇଁ କଂଗ୍ରେସ ପ୍ରସ୍ତାବ ରଖିଛି। ଏଥିପାଇଁ ସ୍ବାସ୍ଥ୍ୟ ଅଧିକାର ଆଇନ ଅଣାଯାଇ ସମସ୍ତଙ୍କୁ ସ୍ବାସ୍ଥ୍ୟସେବା ସୁନିଶ୍ଚିତ କରାଯିବ। ଶ୍ରମ କା ସମ୍ମାନ ଯୋଜନାରେ ସର୍ବନିମ୍ନ ଦୈନିକ ମଜୁରି ୪୦୦ ଟଙ୍କା ହେବ। ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଅଧୀନରେ ଶ୍ରମିକମାନଙ୍କୁ ଏହି ହାରରେ ମଜୁରି ମିଳିବ। ସହରୀ ଲୋକଙ୍କୁ ନିଶ୍ଚିତ କାମ ଯୋଗାଇ ଦେବାକୁ ସହରୀ ରୋଜଗାର ଗ୍ୟାରେଣ୍ଟି ଯୋଜନା ପ୍ରଚଳନ କରାଯିବ। ଯୁବ ନ୍ୟାୟ ଗ୍ୟାରେଣ୍ଟିରେ କେନ୍ଦ୍ର ସରକାରରେ ୩୦ ଲକ୍ଷ ନୂଆ ପଦବୀ ସୃଷ୍ଟି ଲକ୍ଷ୍ୟରେ ଭାରତୀ ଭରୋସା ଉପକ୍ରମ ଅଣାଯିବ। ପେହେଲି ନୌକରୀ ପକ୍କି ଯୋଜନାରେ ଶିକ୍ଷିତ ଯୁବବର୍ଗଙ୍କୁ ଗୋଟିଏ ବର୍ଷ ଆପ୍ରେଣ୍ଟିସ୍‌ଶିପ୍‌ର ପ୍ରତିଶ୍ରୁତି ଦିଆଯିବ। ଫଳରେ ସେମାନଙ୍କୁ ଦକ୍ଷତା ବିକାଶ ହେବା ସହ କାର୍ଯ୍ୟ ଅଭିଜ୍ଞତା ସୃଷ୍ଟି ହୋଇପାରିବ। ପେପର ଲିକ୍‌ରୁ ମୁକ୍ତି ପାଇଁ କଂଗ୍ରେସ କଠୋର ଆଇନ କାର୍ଯ୍ୟକାରୀ କରିବାକୁ ଲକ୍ଷ୍ୟ ରଖିଛି, ଯାହା ଫଳରେ ପରୀକ୍ଷା ପ୍ରକ୍ରିୟା ସ୍ବଚ୍ଛ ହୋଇପାରିବ। ଅସ୍ଥାୟୀ କର୍ମଚାରୀଙ୍କ କାର୍ଯ୍ୟ ସ୍ଥିତିରେ ଉନ୍ନତି ଲାଗି ୫,୦୦୦ କୋଟି ଟଙ୍କାର ଷ୍ଟାର୍ଟଅପ୍‌ ଫଣ୍ଡ ପ୍ରତିଷ୍ଠା ହେବ।
ନାରୀ ନ୍ୟାୟ ଗ୍ୟାରେଣ୍ଟିରେ ଗରିବ ପରିବାରରେ ଆର୍ଥତ୍କ ସ୍ଥିରତା ସୁନିଶ୍ଚିତ କରିବା ପାଇଁ ମହାଲକ୍ଷ୍ମୀ ଇନିସିଏଟିଭ୍‌ ଅଣାଯିବ। ଯେଉଁଥିରେ ପ୍ରତି ଗରିବ ପରିବାରର ଜଣେ ମହିଳାଙ୍କୁ ବର୍ଷକୁ ଲକ୍ଷେ ଟଙ୍କା ଯୋଗାଇଦିଆଯିବ। କେନ୍ଦ୍ର ସରକାରୀ ନିଯୁକ୍ତିରେ ମହିଳାଙ୍କ ପାଇଁ ୫୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ରହିବ। ଆଶା, ଅଙ୍ଗନଓ୍ବାଡ଼ି, ମଧ୍ୟାହ୍ନ ଭୋଜନ ପାଚିକାଙ୍କ ଜୀବନଧାରଣ ମାନ ବଢ଼ାଇବା ପାଇଁ କେନ୍ଦ୍ରୀୟ ବେତନ ଅନୁଦାନ ଦୁଇଗୁଣା କରାଯିବ। ମହିଳାମାନଙ୍କୁ ଆଇନଗତ ଅଧିକାରର ସୁରକ୍ଷା ପାଇଁ ପ୍ରତି ଗ୍ରାମରେ ଅଧିକାର ମୈତ୍ରୀମାନଙ୍କୁ ନିଯୁକ୍ତି ମିଳିବ। ଦସ୍ତାବିଜ୍‌୍‌କୁ ଚୂଡ଼ାନ୍ତ କରିବା ପାଇଁ ସିଡବ୍ଲ୍ୟୁସି ଦଳ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କୁ କ୍ଷମତା ପ୍ରଦାନ କରିଥିବା ବେଣୁଗୋପାଳ ଏବଂ ଜୟରାମ ଗଣମାଧ୍ୟମକୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ବଳ ହେଲା ଅବପାତ; ରାଜ୍ୟରେ ୧୮ ଯାଏ ପ୍ରବଳ ବର୍ଷା, ଏସବୁ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୧୪।୮ (ବନ୍ଦନା ସେଠୀ)- ଝାଡ଼ଖଣ୍ଡ ଏବଂ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ଅବପାତ ସକ୍ରିୟ ରହିଛି। ଶୁକ୍ରବାର ପୂର୍ବାହ୍ନ ୧୧ଟା ୩୦ରେ ଏହା ଝାଡ଼ଖଣ୍ଡ ଉପରେ…

ମହିଳାଙ୍କୁ ମାରପିଟ, ଗାଳି ଗୁଲଜ ମାମଲାରେ ୮ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ, ଜେଲ ଦଣ୍ଡ

ଗୁଣପୁର,୧୪/୮(ସୁଜାତା ପାଢ଼ୀ):ମହିଳାଙ୍କୁ ମାରପିଟ,ଗାଳି ଗୁଲଜ ଏବଂ ଅସ ଅସଦାଚାରଣ କରିବା ଘଟଣାକୁ ନେଇ ରାୟଗଡା ଜିଲା ଗୁଣପୁର ଏସଡିଜେଏମଙ୍କ କୋର୍ଟରେ ଶୁକ୍ରବାର ରାୟ ପ୍ରକାଶ ପାଇଛି। ଅଭିଯୁକ୍ତ…

ଗମ୍ଭୀର-ଅଗରକରଙ୍କ BOSS ହେବେ VVS ଲକ୍ଷ୍ମଣ! ପ୍ରଥମ ଥର ଭାରତୀୟ କ୍ରିକେଟରେ ବଡ଼ ପରିବର୍ତ୍ତନ…

ନୂଆଦିଲ୍ଲୀ,୧୪।୮ : ଆଗାମୀ ଦିନରେ ଭାରତୀୟ କ୍ରିକେଟ୍‌ରେ ଏକ ବଡ଼ଧରଣର ପରିବର୍ତ୍ତନ ଦେଖିବାକୁ ମିଳିବ। ଏଯାବତ୍‌ ବୋର୍ଡର କ୍ରିକେଟ୍‌ ସମ୍ବନ୍ଧୀୟ ସମସ୍ତ ବଡ଼ ନିଷ୍ପତ୍ତି ସଭାପତି ଏବଂ…

ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତ ଗଲେ ଜେଲ , ମନ୍ଦିର ପରିବେଶ ସଫା କାହିଁକି କଲ ନାହିଁ ବୋଲି ଗାଳି କରି…

ଦିଗପହଣ୍ଡି,୧୪|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ଗ୍ରାମର ଶିବରାମ ସାହୁ ତାଙ୍କ ଗ୍ରାମର ବିଦେଶୀ ସାହୁଙ୍କୁ ମରଣାନ୍ତକ ଆକ୍ରମଣ କରି ହତ୍ୟା ଉଦ୍ୟମ…

ନଅ ଫୁଟ୍‌ ଲମ୍ବର ଅଜଗର ଉଦ୍ଧାର:ଚାଷ କାମ କରୁଥିବା ସମୟରେ…

କେସିଙ୍ଗା, ୧୪।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନସ୍ଥ ପଥର୍ଲା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାହାଦୁରପଦର ଗାଁ ନିକଟ ତେଲନଦୀ ପାର୍ଶ୍ୱରୁ ଶୁକ୍ରବାର ଅପରାହ୍ନ…

ବିଭାଜନ ବିଭୀଷିକା ସ୍ମୃତି ସଭାରେ ଯୋଗଦେଲେ ଆଇନ ମନ୍ତ୍ରୀ

ଛତ୍ରପୁର, ୧୪।୮ (ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ୧୯୪୭ ମସିହାରେ ଭାରତ ସ୍ୱାଧୀନତା ପାଇବା ପୂର୍ବରୁ ଦେଶ ବିଭାଜନ ସମୟରେ ଘଟିଥିବା ବିଭୀଷିକା ଓ ଦୁଃଖଦ ଘଟଣାଗୁଡ଼ିକର ସ୍ମୃତିରେ…

ଛାତ୍ର କଂଗ୍ରେସର ରାଜ୍ୟ ସାଧାରଣ ସମ୍ପାଦକଙ୍କୁ ଆକ୍ରମଣ ଅଭିଯୋଗ

ଛତ୍ରପୁର, ୧୪ା୮ (ଦିଲ୍ଲୀପ ସାମଲ): ଛାତ୍ର କଂଗ୍ରେସର ରାଜ୍ୟ ସାଧାରଣ ସମ୍ପାଦକ ଚକ୍ରପାଣି ପୋଲାଇଙ୍କୁ ଆକ୍ରମଣର ଧମକ ମିଳିଥିବା ଅଭିଯୋଗ ହୋଇଛି। ଏନେଇ ଚକ୍ରମଣିଙ୍କ କହିବା ଅନୁସାରେ,…

ନିଜ ଝିଅ ବୟସର ଯୁବତୀଙ୍କୁ ଧରି ବୁଲୁଛନ୍ତି ଗୋବିନ୍ଦା, ସ୍ତ୍ରୀ କହିଲେ-ଲଜ୍ଜା ଲାଗିବା କଥା

ମୁମ୍ବାଇ: ଦିନ ଥିଲା ବଲିଉଡ ଅଭିନେତା ଗୋବିନ୍ଦା ନିଜର ଫିଲ୍ମକୁ ନେଇ ବେଶ ଚର୍ଚ୍ଚାରେ ରହୁଥିଲେ। ହେଲେ ଆଜିକାଲି ସିନେମାକୁ ନେଇ କମ୍‌ ହେଲେ ବ୍ୟକ୍ତିଗତ ଜୀବନକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri