Posted inଜାତୀୟ

ଉତ୍ତୋଳନ ବେଳେ ସୋନିଆଙ୍କ ହାତରେ ଖସିପଡିଲା ଦଳୀୟ ପତାକା

ନୂଆଦିଲ୍ଲୀ,୨୮।୧୨: କଂଗ୍ରେସର ୧୩୭ ତମ ଫାଉଣ୍ଡେସନ ଦିବସ ପାଳନ ଅବସରରେ ଏକ ଅଜବ ଘଟଣା ସାମ୍ନାକୁ ଆସିଥିଲା। ପାର୍ଟି କାର୍ଯ୍ୟାଳୟରେ ସ୍ଥାପନ ସମାରୋହ ଆୟୋଜିତ ହୋଇଥିଲା। ଏଥିରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସହିତ କଂଗ୍ରେସର ଅନେକ ବଡ଼ ନେତା ମଧ୍ୟ ଅଂଶଗ୍ରହଣ କରିଥିଲେ। ଏହି ସମାରୋହରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ପତାକା ଉତ୍ତୋଳନ କରୁଥିଲେ। ଉତ୍ତୋଳନ ପୂର୍ବରୁ କଂଗ୍ରେସ ପତାକା ଖସି ପଡ଼ିଥିଲା। ଏହି ଘଟଣାର ଏକ ଭିଡିଓ ମଧ୍ୟ ଭାଇରାଲ ହୋଇଛି।
ସୋନିଆ ଯେତେବେଳେ ପତାକା ଉତ୍ତୋଳନ କରିବାକୁ ଦଉ ଜୋରରେ ଟାଣିଥିଲେ ସେତେବେଳେ ପତାକାଟି ଖସିପଡିଥିଲା। ଏହା ପରେ ସୋନିଆ ଗାନ୍ଧି, ଦଳର କୋଷାଧ୍ୟକ୍ଷ ପବନ ବଂଶଲ ଓ ଏଆଇସିସି ସାଧାରଣ ସମ୍ପାଦକ କେସି ଭେନୁଗୋପାଳ ପତାକାଟିକୁ ଖୋଲି ହାତରେ ଧରିଥିଲେ। ପରେ ଜଣେ ଦଳୀୟ କର୍ମୀ ଖୁଣ୍ଟରେ ଚଢି ପତାକାଟିକୁ ଉପରେ ଲଗାଇଥିଲେ।
ସ୍ଥାପନା ଦିବସରେ ସୋନିଆ ଗାନ୍ଧୀ ଭାଜପାକୁ ଟାର୍ଗେଟ କରିଛନ୍ତି। ଦେଶର ସାଧାରଣ ନାଗରିକ ଅସୁରକ୍ଷିତ ଅନୁଭବ କରୁଛନ୍ତି। ଲୋକତନ୍ତ୍ର ଏବଂ ସମ୍ବିଧାନ ବିପଦରେ ରହିଛି। ଏହି ସମୟରେ କଂଗ୍ରେସ ଚୁପ୍‌ ରହିପାରିବ ନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାହୁଲଙ୍କ ପରେ ଖର୍ଗେଙ୍କ ଭାଷଣର ହେଲା ‘ସେଂସର’, ବାଜପେୟୀଙ୍କ ଉଦାହରଣ ଦେଲେ କଂଗ୍ରେସ ଅଧ୍ୟକ୍ଷ

ନୂଆଦିଲ୍ଲୀ,୯ ।୨: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖର୍ଗେ ଗୁରୁବାର(୯ ଫେବୃୟାରୀ)ରେ ରାଜ୍ୟ ସଭାର ସଭାପତି, ଉପରାଷ୍ଟ୍ରପତି ଜଗଦିପ ଧନଖଡଙ୍କୁ ପ୍ରଶ୍ନ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦଙ୍କ...

ସରକାରଙ୍କ ନୂଆ ରେକର୍ଡ: ୧୮ ଘଣ୍ଟାରୁ କମ୍‌ ସମୟରେ ୨୫.୫୪ କିଲୋମିଟର ରାଜରାସ୍ତା ନିର୍ମାଣ ଶେଷ

ହାଇଦ୍ରାବାଦ୍‌,୨୮।୨: ସଡ଼କ ନିର୍ମାଣ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ନୂଆ ରେକର୍ଡ କରିଛନ୍ତି। ମାତ୍ର ୧୭ ଘଣ୍ଟା ୪୫ ମିନିଟରେ ୨୫,୫୪ କିଲୋମିଟର ଜାତୀୟ ରାଜପଥ...

ସୁପ୍ରିମକୋର୍ଟ ପହଞ୍ଚିଲା ଜୁନିୟର ଡାକ୍ତରଙ୍କ ଆନ୍ଦୋଳନ ମାମଲା: ମଙ୍ଗଳବାର ହେବ ଶୁଣାଣି

ନୂଆଦିଲ୍ଲୀ,୧୭।୬: ପଶ୍ଚିମବଙ୍ଗରେ ଜୁନିୟର ଡାକ୍ତରଙ୍କ ଉପରକୁ ହୋଇଥିବା ଆକ୍ରମଣକୁ ନେଇ ଆରମ୍ଭ ହୋଇଛି ଆନ୍ଦୋଳନ। ଗତ ମଙ୍ଗଳବାରଠାରୁ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନ ଏବେ ତୀବ୍ର...

ସଂକ୍ରମଣ ପୁଣି ବଢ଼ିବା ଆଶଙ୍କା

ନୂଆଦିଲ୍ଲୀ, ୨ା୬: କୋଭିଡ୍‌ ମୁକାବିଲା ପାଇଁ ବିଭିନ୍ନ ରାଜ୍ୟ ପକ୍ଷରୁ ନିଆଯାଇଥିବା ପଦକ୍ଷେପର ସୁଫଳ ଦେଖିବାକୁ ମିଳିଛି। ୨୪ ଘଣ୍ଟାରେ ଦେଶରେ ୧,୨୭,୫୧୦ ଜଣ କରୋନା...

ଯୋଗୀ କ୍ୟାବିନେଟର ମନ୍ତ୍ରୀଙ୍କ ତାଲିକା ପ୍ରସ୍ତୁତ

ଲକ୍ଷ୍ନୌ,୨୫।୩: ଉତ୍ତରପ୍ରଦେଶର ଇକାନା ଷ୍ଟାଡିୟମ୍‌ରେ ଶୁକ୍ରବାର ଅପରାହ୍ନ ୪ଟାରେ ମୁଖ୍ୟମନ୍ତ୍ରୀ ଭାବେ ଯୋଗୀ ଆଦିତ୍ୟନାଥ ଶପଥ ଗ୍ରହଣ କରିବେ। ତାଙ୍କ ସହିତ ୪୮ଜଣ ମନ୍ତ୍ରୀ ମଧ୍ୟ...

ୟୁପି ମନ୍ତ୍ରୀଙ୍କ ‘ସୁପ୍ରିମକୋର୍ଟ ଆମର’ ମନ୍ତବ୍ୟକୁ ନିନ୍ଦା

ନୂଆଦିଲ୍ଲୀ,୧୩-୯: ‘ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ହେବ, କାରଣ ସୁପ୍ରିମକୋର୍ଟ ଆମର। ଏ ଦେଶ, ନ୍ୟାୟପାଳିକା ଓ ମନ୍ଦିର ସବୁ ଆମର।’ ୨୦୧୮ ସେପ୍ଟେମ୍ବରରେ ଉତ୍ତରପ୍ରଦେଶର ମନ୍ତ୍ରୀ...

୨୦ରେ ବିଏମ୍‌ଏସ୍‌ର ଦେଶବ୍ୟାପୀ ଆନ୍ଦୋଳନ

ନୂଆଦିଲ୍ଲୀ,୧୬ା୫: କରୋନା ଭାଇରସ୍‌ ଯୋଗୁ ଜାରି ଲକ୍‌ଡାଉନ୍‌ ଫଳରେ ସୃଷ୍ଟି ହୋଇଥିବା ଅଚଳାବସ୍ଥା ପରିପ୍ରେକ୍ଷୀରେ ୯ ରାଜ୍ୟ ସେମାନଙ୍କ ଶ୍ରମ ଆଇନରେ ସଂଶୋଧନ ଆଣିଛନ୍ତି। ଭାଜପାର...

ରେକର୍ଡ ଭାଙ୍ଗିଲା ଭାରତ, ଏକ ସପ୍ତାହରେ ୪ କୋଟିଙ୍କୁ ଭାକ୍ସିନ୍‌ ଡୋଜ୍‌…

ନୂଆଦିଲ୍ଲୀ ,୨୬।୬: ଦେଶରେ କରୋନା ମହାମାରୀ ବିରୋଧରେ ଲଢ଼େଇ ଜାରି ରହିଛି। ସଂକ୍ରମଣରୁ ଦୂରେଇ ରହିବା ଲାଗି ସାର୍ବଜନୀକ ଟିକାକରଣ ଅଭିଯାନ ଦ୍ରୁତବେଗରେ କରାଯାଉଛି। ଭାରତ...

Advertisement
Archives

Model This Week