Posted inଜାତୀୟ

ନିର୍ବାଚନ ଫଳାଫଳ ପୂର୍ବରୁ କଂଗ୍ରେସକୁ ଘୋଡା ବେପାର ଡର, ଡିକେ ଶିବକୁମାରଙ୍କୁ ବଡ ଦାୟିତ୍ୱ

ନୂଆଦିଲ୍ଲୀ,୨।୧୨: ଦିନକ ପରେ ୫ରାଜ୍ୟର ବିଧାନସଭା ନିର୍ବାଚନର ଫଳାଫଳ ଆସିବ। ଲୋକସଭା ନିର୍ବାଚନ ପୂର୍ବରୁ ସେମିଫାଇନାଲ ମ୍ୟାଚ କୁହାଯାଉଥିବା ଏହି ନିର୍ବାଚନରେ କିଏ ସରକାର ଗଢିବ ଆଉ କାହାର ଆଶା ମଉଳିବ ତାହା ଜଣାପଡିବ। ନଭେମ୍ବର ୩୦ ସାରେ ୫ରାଜ୍ୟର ଏକଜିଟ୍‌ ପୋଲ ବାହାରିବା ପରେ କଂଗ୍ରେସ ଶିବିରରେ ଆତଙ୍କ ଖେଳି ଯାଇଛି। ଏହାରି ଭିତରେ କର୍ନାଟକ ଉପ ମୁଖ୍ୟମନ୍ତ୍ରୀ ଡି.କେ ଶିବକୁମାର ସକ୍ରିୟ ହୋଇଯାଇଛନ୍ତି। କଂଗ୍ରେସ ହାଇକମାଣ୍ଡ ତାଙ୍କୁ ବଡ ଦାୟିତ୍ୱ ଦେଇଛନ୍ତି। ଆପଣଙ୍କୁ କହି ରଖୁଛୁ କି, ଶାସନ କ୍ଷମତାରେ ଥିବା ଭାଜପା ଉପରେ କଂଗ୍ରେସ ସବୁବେଳେ ହର୍ସ ଟ୍ରେଡିଙ୍ଗ ବା ଘୋଡା ବେପାର ନେଇ ଅଭିଯୋଗ ଆଣୁଛି। ତେବେ ତାହା କାଳେ ଓଲଟା ସେମାନଙ୍କ କ୍ଷେତ୍ରରେ ଦେଖାଯିବ ଏନେଇ କଂଗ୍ରେସର ବଡ ବଡ ନେତା ଘାବରେଇ ଯାଇଛନ୍ତି।

କହିରଖୁଛୁ କି, ୫ରାଜ୍ୟର ବିଧାନସଭା ନିର୍ବାଚନ ଏକଜିଟ୍‌ ପୋଲ ଅନୁସାରେ ରାଜସ୍ଥାନର ମଙ୍ଗ ପରିବର୍ତ୍ତନ ହେବାର ଅନୁମାନ କରାଯାଉଛି। ଅନ୍ୟପଟେ ଛତିଗଡରେ କଂଗ୍ରେସ କ୍ଷମତାରେ ରହିବ ବୋଲି ପୋଲ୍‌ କହିଛି। ମଧ୍ୟ ପ୍ରଦେଶରେ କଡା ଟକ୍କର ହୋଇଥିବାବେଳେ ସେଠାରେ ଭାଜାପା ପୁଣି ଫେରିବାର ଆଶା ରହିଛି। ଯେତେବେଳେ କି କଂଗ୍ରେସ ପ୍ରଥମ ଥର ପାଇଁ ତେଲଙ୍ଗାନାରେ ସରକାର ଗଢିବା ନେଇ ଦେଖାଯାଉଛି। ସେହିପରି ମିଜୋରାମରେ ଝୁଲା ବିଧାନସଭା ରହିପାରେ ବୋଲି ଅନୁମାନ କରାଯାଉଛି। ଏସବୁ ଭିତରେ ସମସ୍ତଙ୍କ ନଜର ଡିସେମ୍ବର ୩ର ଫଳାଫଳ ଉପରେ ରହିଛି।

କିନ୍ତୁ ଏହାରି ଭିତରେ କଂଗ୍ରେସର ଘନଘନ ବୈଠକ ହେବା ସହ ଦଳର ହାଇକମାଣ୍ଡ ଶିବକୁମାରଙ୍କୁ ଗୁରୁଦାୟିତ୍ୱ ଦେଇଛନ୍ତି। ଶିବକୁମାର ୫ରାଜ୍ୟର ସବୁ ବିଧାୟକଙ୍କୁ ନେଇ କଂଗ୍ରେସ ଶାସିତ ରାଜ୍ୟ କର୍ନାଟକରେ ପହଞ୍ଚିଛନ୍ତି। ସେଠାରେ ହୋଟେଲ ବୁକ୍‌ କରି ସବୁ ବିଧାୟକଙ୍କୁ ରଖିବାର ବ୍ୟବସ୍ଥା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘୂର୍ଣ୍ଣିବଳୟ ସକ୍ରିୟ: ଘଡ଼ଘଡି ସହ ବର୍ଷା ସମ୍ଭାବନା, ୟେଲୋ ୱାର୍ନିଂ

ଭୁବନେଶ୍ୱର,୧।୧୦(ସୌମ୍ୟରଞ୍ଜନ ରାଉତ):ଉତ୍ତର ମ୍ୟାନ୍‌ମାର, ବାଂଲାଦେଶ ଓ ବଙ୍ଗୋପସାଗର ଉପରେ ରହିଥିବା ସୁସ୍ପଷ୍ଟ ଲଘୁଚାପ କ୍ଷେତ୍ର ମିଜୋରାମ, ତ୍ରିପୁରା ଓ ଦକ୍ଷିଣ-ପୂର୍ବ ବାଂଲାଦେଶ ଆଡ଼କୁ ଗତି କରିବା ସହ…

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ଗିଲ୍‌ଙ୍କ ଦ୍ୱିଶତକ, ରୋହିତଙ୍କ ଶତକ: ୱେଷ୍ଟଇଣ୍ଡିଜକୁ ଧୂଳି ଚଟାଇଲା ଭାରତ

ଗୁଆହାଟୀ,୩୦ା୯: ଶୁବମନ ଗିଲଙ୍କ ଦ୍ୱିଶତକ ଏବଂ ରୋହିତ ଶର୍ମାଙ୍କ ଧମାକାଦାର ଶତକ ବଳରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତ ୮ ୱିକେଟ୍‌ରେ ବଡ଼ ବିଜୟ ହାସଲ…

ଖେଳୁ ଖେଳୁ ହଠାତ୍ ପଡ଼ିଆ ମଝିରେ ନାଚିଲେ ହିଟମ୍ୟାନ, ଭିଡିଓ ଦେଖିଲେ….

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ‘ହିଟମ୍ୟାନ୍’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଧମାକାଦାର ଶତକ । ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ପିଛା କରୁଥିବା…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

ବିମାନକୁ କ୍ରାଶ କରିବାକୁ….ବଡ଼ ବୟାନ ଦେଲେ ପ୍ରଧାନମନ୍ତ୍ରୀ, ବିଶ୍ବରେ ହଇଚଇ!

ଦୁବାଇରୁ ଇସ୍ରାଏଲ ଯାଉଥିବା ଏକ ଫ୍ଲାଇଦୁବାଇ ବିମାନରେ ହୋଇଥିବା ଅଘଟଣକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ । ବିମାନ ଇସ୍ରାଏଲ ନିକଟରେ ପହଞ୍ଚିବା…

କାଗଜପତ୍ରରେ ବଦଳିଲା, ନାମଫଳକରେ ନାହିଁ: ବରଗଡ଼ର ଇଂରାଜୀ ବନାନକୁ ନେଇ ଦ୍ୱନ୍ଦ୍ୱରେ ଜିଲାବାସୀ

ବରଗଡ଼, ୩୦ା୯(ପ୍ରେମାନନ୍ଦ ଖମାରୀ): ରାଜ୍ୟର ବିଭିନ୍ନ ଜିଲା, ଉପଖଣ୍ଡ, ତହସିଲ, ବ୍ଲକ ଏବଂ ସହରାଞ୍ଚଳଗୁଡ଼ିକର ଅଶୁଦ୍ଧ ତଥା ଅପଭ୍ରଂଶ ଇଂରାଜୀ ବନାନକୁ ସଂଶୋଧନ କରି ଓଡ଼ିଶାର ଭାଷାଗତ…

ବିଶ୍ୱ ରେକର୍ଡ ଭାଙ୍ଗିଲେ ଗିଲ୍, ଏହି ଖେଳାଳିଙ୍କୁ ପଛରେ ପକାଇ କଲେ…

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ୍ ନିଜ ନାମରେ ଆଉ ଏକ ବଡ଼ ବିଶ୍ୱ ରେକର୍ଡ ଯୋଡ଼ିଛନ୍ତି । ଗୁଆହାଟୀର ବାରସାପାରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?