Posted inଜାତୀୟ

‘ଯଦି ଚମତ୍କାରୀ ଶକ୍ତି ଅଛି ତେବେ ପ୍ରମାଣ କରନ୍ତୁ ଧିରେନ୍ଦ୍ର ଶାସ୍ତ୍ରୀ’: କଂଗ୍ରେସ

ନୂଆଦିଲ୍ଲୀ,୨୧ ।୧: ବାଗେଶ୍ୱର ଧାମର ପୀଠାଧିସ୍ୱର ଧିରେନ୍ଦ୍ର କୃଷ୍ଣ ସ୍ୱାମୀ ଏବେ ବିବାଦରେ ଫସି ଯାଇଛନ୍ତି । ଧିରେନ୍ଦ୍ର ଶାସ୍ତ୍ରୀଙ୍କ ଉପରେ ଅବିଶ୍ୱାସର ପ୍ରଚାର ପ୍ରସାର କରିବା ଓ ଏହାକୁ ପ୍ରୋତ୍ସାହନ ଦେବାର ଅଭିଯୋଗ ହୋଇଛି । ତାଙ୍କ ବିରୋଧରେ ପୋଲିସରେ ଅଭିଯୋଗ ବି ହୋଇଛି । ଏବେ ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ କଂଗ୍ରେସ ନେତାମାନେ ଧିରେନ୍ଦ୍ର ଶାସ୍ତ୍ରୀଙ୍କୁ ଚ୍ୟାଲେଞ୍ଜ କରିଛନ୍ତି । ମଧ୍ୟପ୍ରଦେଶ ବିଧାନସଭାରେ ବିରୋଧି ଦଳ ନେତା ଡା. ଗୋବିନ୍ଦ ସିଂ କହିଛନ୍ତି, ଧିରେନ୍ଦ୍ର ସିଂଙ୍କୁ ତାଙ୍କ ଶକ୍ତିର ପ୍ରମାଣ ଦେବାକୁ ପଡିବ ।
ଗୋବିନ୍ଦ ସିଂ କହିଛନ୍ତି ଯେତେବେଳେ ବାଗେଶ୍ୱର ସରକାରଙ୍କ ବିରୋଧରେ ଅଭିଯୋଗ ହେଲା ସେତେବେଳେ ସେ ତାଙ୍କ ବେଡିଂ ଧରି କାହିଁକି ପଳାଇଲେ, ଯଦି ତାଙ୍କ ନିକଟରେ ଚମତ୍କାରୀ ଶକ୍ତି ରହିଛି ତେବେ ଏହାକୁ ପ୍ରମାଣ କରିବାକୁ ପଡିବ । ସେ କହିଛନ୍ତି, ମୁଁ ସନାତନ ଧର୍ମରେ ବିଶ୍ୱାସ କରେ, ହେଲେ ସେ କପଟ ଓ କପଟତାକୁ ବିଶ୍ୱାସ କରନ୍ତି ନାହିଁ । ଦେଶରେ ବହୁ ସଂଖ୍ୟାରେ ହିନ୍ଦୁ ରହିଛନ୍ତି, ସେମାନେ ବି କପଟତାକୁ ବିଶ୍ୱାସ କରନ୍ତି ନାହିଁ ।
ସୂଚନାଯୋଗ୍ୟ, ଧିରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ ୧୮ ଜାନୁୟାରୀରେ ରାୟପୁରରେ ଏକ ପ୍ରେସ କନଫରେନ୍ସ କରି ଧର୍ମାନ୍ତରଣକୁ ନେଇ ବୟାନ ଦେଇଥିଲେ । ସେ କହିଥିଲେଯେଉଁଠାରେ ଧର୍ମାନ୍ତରଣ ହେଉଛି ସେ ସେଠାରେ ରାମକଥା ଶୁଣାଇବାକୁ ଯାଉଛନ୍ତି । ଶାସ୍ତ୍ରୀ ଦାବି କରିଥିଲେ କି ସେ ଧର୍ମାନ୍ତରଣ ବନ୍ଦ କରିବାକୁ ସଂକଳ୍ପ ନେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ କରାଯିବ କାମ: ଛତ୍ରପୁର ବିଧାୟକ ଦେଲେ କଡ଼ା ନିର୍ଦ୍ଦେଶ

ଛତ୍ରପୁର,୧୭।୮(ଦିଲ୍ଲୀପ ସାମଲ): ଆର୍ଯ୍ୟପଲ୍ଲୀ ପ୍ରଭାବିତ ଅଞ୍ଚଳରେ ସମୁଦ୍ର କୂଳ ସୁରକ୍ଷା ଓ କ୍ଷୟ ରୋକିବା ଦାବିରେ ଚାଲିଥିବା ଆନ୍ଦୋଳନ ମଧ୍ୟରେ ସୋମବାର ସନ୍ଧ୍ୟାରେ ଗଞ୍ଜାମ ଜିଲାପାଳଙ୍କ ସମ୍ମିଳନୀ…

ଶୋଇଥିଲେ ୭ ବର୍ଷର ଶିଶୁ, କାମୁଡ଼ିଲା ସାପ: ଆଉ ତା’ପରେ…

ନର୍ଲା,୧୭।୮(ସନ୍ତୋଷ ପାତ୍ର)-କଳାହାଣ୍ଡି ଜିଲା ନର୍ଲା ଥାନା ଅନ୍ତର୍ଗତ କମର୍ଦ୍ଧା ପଞ୍ଚାୟତ ଉଲିଗୁଞ୍ଜେର ଗାଁରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏଠାରେ ସାପ କାମୁଡାରେ ଜଣେ ୭…

JSSC CGL ପରୀକ୍ଷା ବାତିଲ: ଶେଷରେ ଛାତ୍ରଙ୍କ ଆଗରେ ନଇଁଲେ ମୁଖ୍ୟମନ୍ତ୍ରୀ

ରାଞ୍ଚି,୧୭।୮: ରାଞ୍ଚିରେ ଛାତ୍ର ବିରୋଧ ମଧ୍ୟରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏକ ବଡ଼ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, କ୍ୟାବିନେଟ JSSC-CGL ପରୀକ୍ଷା ବାତିଲ କରିବାକୁ…

ଘାଟିରେ ଡାଳିମ୍ବ ବୋଝେଇ ମିନିଟ୍ରକ ଦୁର୍ଘଟଣାଗ୍ରସ୍ତ: ବୁଲାଣିରେ ଘଟିଲା…

ଦାରିଙ୍ଗବାଡି, ୧୭।୮(ଅରୁଣ ସାହୁ): କନ୍ଧମାଳ-ଗଞ୍ଜାମ ଜିଲା ସିମା ଗାଜଲବାଡି ଘାଟିରେ ଏକ ଡାଳିମ୍ବ ବୋଝେଇ ମିନିଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ ଏହି ଦୁର୍ଘଟଣାରେ କାହାର କିଛି କ୍ଷତି…

କେନାଲ ପାର ହୋଇ ମୃତଦେହ ଦାହ ପ୍ରସଙ୍ଗ, ଗାଁରେ ପହଞ୍ଚିଲା କଂଗ୍ରେସ ଟିମ୍‌

ଗଞ୍ଜାମ,୧୭ା୮(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ଛତ୍ରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହୁମା ପଞ୍ଚାୟତ ବାଉଁଶିଆପଡା ଗ୍ରାମ ଶ୍ମଶାନକୁ ରାସ୍ତା ନ ଥିବାରୁ ଲୋକେ ମୃତଦେହ ଦାହ ପାଇଁ…

ଭାରତ-ଆମେରିକା ମଧ୍ୟରେ ବଡ଼ ଡିଲ୍‌: ଟେନ୍‌ସନ୍‌ରେ ଚାଇନା

ନୂଆଦିଲ୍ଲୀ,୧୭।୮:ଇରାନ ସହିତ ସଂଘର୍ଷ ମଧ୍ୟରେ ଭାରତ ପୁଣି ଥରେ ଦୁଇଟି MQ-9 ସି ଗାର୍ଡିଆନ ଡ୍ରୋନ ଲିଜ କରିବା ପାଇଁ ଆମେରିକା ସହିତ ଏକ ଚୁକ୍ତି ସ୍ବାକ୍ଷର…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, କ୍ଷତିପୂରଣ ଦାବିରେ ତେଜିଲା ଆନ୍ଦୋଳନ

ପୁରୁଷୋତ୍ତମପୁର,୧୭ା୮(ସବିତା ମିଶ୍ର): ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବାଇଧର ମନ୍ଦିର ନିକଟରେ ସୋମବାର ସନ୍ଧ୍ୟାରେ ଏକ ଡାଲାଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ…

ଇତିହାସ ରଚିଲେ ରବୀନ୍ଦ୍ର ଜାଡେଜା, ଏପରି କରିବାରେ ହେଲେ ଦ୍ୱିତୀୟ ଭାରତୀୟ

ନୂଆଦିଲ୍ଲୀ, ୧୭।୮: ଶ୍ରୀଲଙ୍କା ବିପକ୍ଷରେ ଗଲ୍‌ରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତୀୟ ସ୍ପିନ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜ ନାମରେ ଏକ ବଡ଼ ରେକର୍ଡ କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri