ବିବାହ କରିବା ପରେ ଅନ୍ନପ୍ରାସନ କରାଇବ କଂଗ୍ରେସ

ଭୁବନେଶ୍ୱର,୮।୩: ବିଜେଡି ଭାଜପା ମେଣ୍ଟ ଚର୍ଚ୍ଚା ଥମି ନ ଥିବାବେଳେ ଦୁଇ ଦଳକୁ ଘେରିବାକୁ ନୂଆ ରଣନୀତି ଆପଣାଉଛି କଂଗ୍ରେସ । କିଛି ଦିନ ପୂର୍ବରୁ ଦୁଇ ଦଳର ବିବାହ କରାଇଥିଲା କଂଗ୍ରେସ । ଏବେ ଦୁଇ ଦଳର ଭାଗିଦାରୀରୁ ଚିଟଫଣ୍ଡ ଓ ଖଣି ଦୁର୍ନୀତି ସହ ଶୋଷଣ ଓ ଦରଦାମ ବୃଦ୍ଧି ଜନ୍ମ ନେଇଥିବା ଅଭିଯୋଗ କରି ଅନ୍ନପ୍ରାସନ୍ନ କରିବାକୁ ଘୋଷଣା କରିଛି କଂଗ୍ରେସ ।

ଉଭୟ ଦଳ ମଧ୍ୟରେ ଘନିଷ୍ଠ ସଂପର୍କ ଥିବା ଅଭିଯୋଗ କରି, ଦୁଇ ଦଳ ମଧ୍ୟରେ ପ୍ରତିକାତ୍ମକ ବାହାଘର କରାଇଥିଲା କଂଗ୍ରେସ । ସାରା ରାଜ୍ୟରେ ଏଭଲି ବିବାହ ଉତ୍ସବ ଆୟୋଜନ କରି ଦୁଇ ଦଳକୁ କଟାକ୍ଷ କରିଥିଲା କଂଗ୍ରେସ । ଆଉ ଏବେ ଯେତେବେଳେ ଦୁଇ ଦଳ ମଧ୍ୟରେ ବିଧିବଦ୍ଧ ମେଣ୍ଟ ହେବା ଏକପ୍ରକାର ସ୍ପଷ୍ଟ ହୋଇଗଲାଣି, ପୁଣି ଆଉପାଦେ ଆଗେଇଛି କଂଗ୍ରେସ । ଅଭିଯୋଗ କରିଛି, ଉଭୟ ଭାଜପା ଓ ବିଜେଡିର ଭାଗିଦାରୀରେ ଜନ୍ମ ନେଇଛନ୍ତି ଚିଟଫଣ୍ଡ ଦୁର୍ନୀତି, ଖଣି ଦୁର୍ନୀତି, ଦାଦନ ସମସ୍ୟା, ଚାକିରି ବିକ୍ରି, ଚୋରା ମଦ ବେପାର ଭଳି ସମସ୍ୟା । ଆଗାମୀ ୧୧ ତାରିଖରେ ଏମାନଙ୍କର ପ୍ରତିକାତ୍ମକ ଅନ୍ନପ୍ରାସନ କରାଇବ ରାଜ୍ୟ କଂଗ୍ରେସ । କଂଗ୍ରେସ ଭବନ ପରିସରରେ ଏଭଳି ରାଜନୈତିକ କଟାକ୍ଷର ଆୟୋଜନ କରିଛି ଦଳ ।

କଂଗ୍ରେସର ଆୟୋଜନ ଅନୁସାରେ ପୂଜାରୀ ଆସିବେ, ଖିରି ଖୁଆଇବେ ଓ ନାମକରଣ କରିବେ । ଠିକ ଯେମିତି ବାହାଘର ସମୟରେ କରାଯାଇଥିଲା ସେହିଭଳି, କଂଗ୍ରେସ ଭବନରେ ଟେଣ୍ଟ ବନ୍ଧାଯିବ, ବିଧି ଅନୁଯାୟୀ ପୂଜାର୍ଚ୍ଚନା ହେବ, ସବୁ ବରିଷ୍ଠ ନେତା ଯୋଗଦେବେ, ଅନ୍ନପ୍ରାସନ ପରେ ଭୋଜି ଖାଇବେ ଲୋକ । ଏପରିକି ଏହି କାର୍ଯ୍ୟକ୍ରମରେ ସାମିଲ ହେବାକୁ ସାଧାରଣ ଲୋକଙ୍କୁ ଅନୁରୋଧ କରିଛି ରାଜ୍ୟ କଂଗ୍ରେସ । ଏଥିପାଇଁ ଏକ ନିମନ୍ତ୍ରଣ ପତ୍ର କରାଯାଇଥିବାବେଳେ ଏହାକୁ ଶନିବାରଠାରୁ ବାଣ୍ଟିବେ ଦଳୀୟ ନେତା ଓ କର୍ମୀ ।

 


Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଆଧାର ନିଷ୍କ୍ରିୟ; ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ…

ମୋହନା,୨୧।୭(ମନ୍ମଥ ମିଶ୍ର): ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଗଜପତି ଜିଲା ଆର୍. ଉଦୟଗିରି ବ୍ଲକ ରଣାଲଇ ଗ୍ରାମରେ ଦେଖିବାକୁ…

ରାଜ୍ୟ ରାଜନୀତିରେ ଚହଳ: ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବି କଲେ ନବୀନ

ନୂଆଦିଲ୍ଲୀ/ ଭୁବନେଶ୍ୱର:୨୧।୭: ଓଡ଼ିଶା ତଥା ଜାତୀୟ ରାଜନୀତିରେ ଏକ ବଡ଼ ଧରଣର ହଟଚମଟ ସୃଷ୍ଟି ହୋଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ, ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ନବୀନ…

ପୋଲିସ ଟେକିନେବାରୁ ରାଗିଗଲେ ରାହୁଲ, ଏମିତି କହିଲେ ରାଜନୀତିରେ ଚହଳ!

ନୂଆଦିଲ୍ଲୀ,୨୧।୭: ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ ମଙ୍ଗଳବାର ବିକ୍ଷୋଭ ପ୍ରଦର୍ଶନରେ ବସିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ସମାଜବାଦୀ ପାର୍ଟି (SP) ମୁଖିଆ ଅଖିଲେଶ ଯାଦବ…

ଅଧିନାୟଙ୍କ ବଡ଼ ଦାବି , ଜିମ୍ବାଓ୍ବେ ପାଖରେ ସିରିଜ୍‌ ଜିତିବାର ସୁଯୋଗ ରହିଛି

ହରାରେ,୨୧ା୭: ଆସନ୍ତା ଗୁରୁବାର ଭାରତ ଓ ଜିମ୍ବାଓ୍ବେ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଜିମ୍ବାଓ୍ବେ ଅଧିନାୟକ ଶିକନ୍ଦର ରାଜାଙ୍କ ମତରେ…

ପୁଣି ଆନ୍ଦୋଳନ ଡାକରା ଦେଲା CJP! ଆଜି ରାତି ୮ଟାରେ ଦିଲ୍ଲୀରେ ହେବ…

ନୂଆଦିଲ୍ଲୀ,୨୧।୭: ନିଟ୍ (NEET) ପେପର ଲିକ୍, କୃଷକଙ୍କ ଆନ୍ଦୋଳନ ଏବଂ ପୋଲିସର ବଳପ୍ରୟୋଗ ବିରୋଧରେ ଦିଲ୍ଲୀରେ ରାଜନୈତିକ ସରଗରମ ବୃଦ୍ଧି ପାଇବାରେ ଲାଗିଛି। ଏହି କ୍ରମରେ କକରୋଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri