ପ୍ରତି ପଞ୍ଚାୟତରେ ବ୍ୟାଙ୍କ ଖୋଲିବାକୁ ନେଇ ଦ୍ୱନ୍ଦ୍ୱ

ରସୁଲପୁର,୧୭ା୯(ରଞ୍ଜିତ ରାଉତ) ପ୍ରତି ପଞ୍ଚାୟତରେ ବ୍ୟାଙ୍କିଙ୍ଗ ସେବା ଉପଲବ୍ଧ ହେବ। ଏହି କ୍ରମରେ ପ୍ରଥମ ପର୍ଯ୍ୟାୟରେ ଯାଜପୁର ଜିଲା ରସୁଲପୁର ବ୍ଲକର ୧୪ ପଞ୍ଚାୟତରେ ବ୍ୟାଙ୍କ ଖୋଲିବା ନେଇ ଭିତ୍ତିଭୂମି ସଜାଡିବା ଉପରେ ଗୁରୁତ୍ୱ ଦିଆଯାଉଛି। ପଞ୍ଚାୟତର ସରପଞ୍ଚମାନେ ବ୍ୟାଙ୍କ ଆଉଟଲେଟ୍‌ ଖୋଲିବା ନେଇ ଘର ଯୋଗାଇ ଦେଇଛନ୍ତି। ତେବେ ପଞ୍ଚାୟତରେ ଯେଉଁ ବ୍ୟାଙ୍କର ଶାଖା ଖୋଲିବ ତା’ର କାର୍ଯ୍ୟାଧାରା କ’ଣ ହେବ ସେ ନେଇ କାହାରିକୁ କିଛି ଜଣା ନାହିଁ। ଏବେ ବି ବ୍ୟାଙ୍କ ଶାଖାର ନିୟମାବଳୀ ସମ୍ପର୍କରେ ଅବଗତ ନାହାନ୍ତି ଜନପ୍ରତିନିଧି ଓ ଜନସାଧାରଣ। ଏଭଳି ସ୍ଥିତିରେ ପଞ୍ଚାୟତରେ ଯେଉଁ ବ୍ୟାଙ୍କ ଖୋଲିବ ସେ ବ୍ୟାଙ୍କ ଶାଖା ଜନସାଧାରଣଙ୍କୁ କିଭଳି ସେବା ଯୋଗାଇ ଦେବ ସେନେଇ କୌଣସି ସୂଚନା ଜନପ୍ରତିନିଧି, ପ୍ରଶାସନିକ ଅଧିକାରୀ, ବ୍ୟାଙ୍କର୍ସମାନଙ୍କ ପାଖରେ ପହଞ୍ଚତ୍ ନାହିଁ। ଏ ସଂକ୍ରାନ୍ତରେ କୌଣସି ଗାଇଡ୍‌ଲାଇନ ଜାରି କରାଯାଇ ନାହିଁ। ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ପକ୍ଷରୁ ପଞ୍ଚାୟତର ବ୍ୟାଙ୍କ ଶାଖାଗୁଡିକୁ ପରିଚାଳନା କରିବା ପାଇଁ ଯେଉଁ ନିୟମାବଳୀ ଘୋଷଣା କରାଯିବ ତାକୁ ଅନୁପାଳନ କରାଯାଇ ବ୍ୟାଙ୍କ ଚାଲୁ କରାଯିବ ବୋଲି ବ୍ୟାଙ୍କର୍ସମାନଙ୍କ ପକ୍ଷରୁ ସୂଚନା ମିଳିଛି।

ଆସନ୍ତା ଅକ୍ଟୋବର ୨ରେ ସମଗ୍ର ରାଜ୍ୟର ବ୍ୟାଙ୍କ ନ ଥିବା ବିଭିନ୍ନ ପଞ୍ଚାୟତରେ ସରକାରଙ୍କ ପକ୍ଷରୁ ନୂତନ ବ୍ୟାଙ୍କ ଶାଖା ଲୋକାର୍ପଣ କରାଯିବ ବୋଲି ଘୋଷଣା କରାଯାଇଛି। ବ୍ୟାଙ୍କିଙ୍ଗ ସେବାକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ସରକାରଙ୍କ ଏଭଳି ପ୍ରୟାସ ବୋଲି କୁହାଯାଉଥିଲେ ମଧ୍ୟ ଆରମ୍ଭରୁ ଦ୍ୱନ୍ଦ୍ୱ ଦେଖାଦେଇଛି।ବ୍ୟାଙ୍କ ସ୍ଥିତି ସମ୍ପର୍କରେ ଅବଗତ ନ କରାଇ ବ୍ୟାଙ୍କ ଖୋଲିବାକୁ ପଦକ୍ଷେପ ନିଆଯିବା ଘଟଣାକୁ ପଞ୍ଚାୟତର ପ୍ରତିନିଧିମାନେ ସହଜରେ ଗ୍ରହଣ କରିପାରୁ ନାହାନ୍ତି। ଏହା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ ହେଲେ ମଧ୍ୟ ବ୍ୟାଙ୍କର କାର୍ଯ୍ୟାଧାରାକୁ ଜନସାଧାରଣଙ୍କ ସମ୍ମୁଖରେ ସ୍ପଷ୍ଟ କରିବାକୁ ଦାବି ହେଉଛି। ଏହି କ୍ରମରେ ଦେଖିଲେ ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଏସ୍‌ବିଆଇ), ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ, ବ୍ୟାଙ୍କ ଅଫ୍‌ ବରୋଦା, ୟୁନିୟନ ବ୍ୟାଙ୍କ, ୟୁକୋ ବ୍ୟାଙ୍କ, ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଭଳି ୬ ରାଷ୍ଟ୍ରୟାତ ବ୍ୟାଙ୍କ ପକ୍ଷରୁ ବ୍ୟାଙ୍କ ନ ଥିବା ପଞ୍ଚାୟତରେ ଶାଖା ଖୋଲାଯିବ।ଏହି ଶାଖାର କଳେବର ସିଏସ୍‌ପି (କଷ୍ଟମର ସର୍ଭିସ୍‌ ପଏଣ୍ଟ) ପ୍ଲସ୍‌, ମିନି ବ୍ୟାଙ୍କ ଶାଖା, ନିୟମିତ ବ୍ୟାଙ୍କ ଶାଖା ଭଳି ହେବ ବୋଲି ଚର୍ଚ୍ଚା ହେଉଛି।ଏଥିପୂର୍ବରୁ ବିଭିନ୍ନ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ତରଫରୁ ପଞ୍ଚାୟତରେ ସିଏସ୍‌ପି କେନ୍ଦ୍ର ଖୋଲାଯାଇଛି। ସେଠାରେ ବ୍ୟାଙ୍କିଂ ସେବା ମିଳିବା ତ ଦୂରର କଥା ସେ ସବୁ କେନ୍ଦ୍ରରେ ଗ୍ରାହକମାନେ ଠକାମିର ଶିକାର ହେଉଥିବା ଅଭିଯୋଗ ହେଉଛି। ତେଣେ ବ୍ୟାଙ୍କ ଶାଖା ବଦଳରେ ସିଏସ୍‌ପି ପ୍ଲସ୍‌ କେନ୍ଦ୍ର ଖୋଲିବ ବୋଲି ଜାଣି ପଞ୍ଚାୟତର ସରପଞ୍ଚମାନେ ଏଥିପାଇଁ ଘର ଯୋଗାଇ ଦେବାକୁ ଅନିଚ୍ଛା ପ୍ରକାଶ କରୁଛନ୍ତି। ସରପଞ୍ଚମାନଙ୍କ ଯୁକ୍ତିହେଲା ପୂର୍ବରୁ ପଞ୍ଚାୟତରେ ସିଏସ୍‌ପି କେନ୍ଦ୍ର ଥାଇ ଲୋକମାନଙ୍କୁ ବ୍ୟାଙ୍କ ସେବା ମିଳିପାରୁ ନାହିଁ। ସିଏସ୍‌ପି ପ୍ଲସ୍‌ ଆଉ ଅଧିକ କ’ଣ ସେବା ଦେବ ଯେ ସେମାନେ ବ୍ୟାଙ୍କ ଖୋଲିବାକୁ ଗୃହ ଯୋଗାଇ ଦେବେ ବୋଲି ସରପଞ୍ଚମାନେ ପ୍ରଶ୍ନ କରିଛନ୍ତି। ପଞ୍ଚାୟତରେ ଖୋଲିବାକୁ ଥିବା ପ୍ରସ୍ତାବିତ ବ୍ୟାଙ୍କ ଶାଖାରୁ କେଉଁ ପ୍ରକାର ସେବା ମିଳିବ, ପଞ୍ଚାୟତରେ ବ୍ୟାଙ୍କ ନ ଥିବାରୁ କ’ଣ ଅସୁବିଧା ହେଉଛି। ସବୁ ବର୍ଗର ଲୋକଙ୍କୁ ବ୍ୟାଙ୍କ ସେବା ଉପଲବ୍ଧ ହେବ କି ନାହିଁ ତା’ଉପରେ ସରକାର ପ୍ରଥମେ ସ୍ପଷ୍ଟ କରନ୍ତୁ ବୋଲି ବିଭିନ୍ନ ମହଲରେ ଦାବି ହେଉଛି।

ପଞ୍ଚାୟତରେ ବ୍ୟାଙ୍କ ଶାଖା ଖୋଲିବାକୁ ନେଇ ସରପଞ୍ଚ ସର୍ବେଶ୍ୱର ସାହୁଙ୍କୁ ପଚାରିବାରୁ ସିଏସ୍‌ପି କେନ୍ଦ୍ରରେ ଜଣେ ଜମାଖାତାଧାରୀ ସର୍ବାଧିକ ୧୦ହଜାର ଟଙ୍କା ଉଠାଣ କରିପାରିବେ। ତେବେ ପ୍ରଧାନମନ୍ତ୍ରୀ ଆବାସ ହିତାଧିକାରୀ ଜମାଖାତାକୁ ପ୍ରଥମ କିସ୍ତିରେ ୪୦ହଜାର ଓ ଦ୍ୱିତୀୟ କିସ୍ତିରେ ୬୫ହଜାର ଲେଖାଏ ଟଙ୍କା ଯାଉଛି। ତେବେ ଖୋଲିବାକୁ ଥିବା ବ୍ୟାଙ୍କ ଶାଖାରୁ କେତେ ଟଙ୍କା ଉଠିପାରିବ ଓ କେଉଁ ସୁବିଧା ଉପଲବ୍ଧ ହେବ ସେ ନେଇ ପ୍ରଥମେ ପ୍ରତିନିଧିମାନଙ୍କୁ ସଚେତନ କରାଇବା ଉଚିତ ବୋଲି କହିଛନ୍ତି। ଏ ନେଇ ଏସ୍‌ବିଆଇ,କୁଆଖିଆ ଶାଖାର ପରିଚାଳିକା ଅନ୍ନଦା ସାହୁଙ୍କୁ ପଚାରିବାରୁ ପଞ୍ଚାୟତରେ ବ୍ୟାଙ୍କ ଶାଖା ଖୋଲିବାକୁ ନେଇ ସୂଚନା ରହିଛି। ତେବେ ବ୍ୟାଙ୍କର କାର୍ଯ୍ୟଧାରା କ’ଣ ହେବ ସେ ନେଇ ସେମାନଙ୍କ ନିକଟକୁ କୌଣସି ନିୟମାବଳୀ ଆସିନାହିଁ। ଏବେ ବ୍ୟାଙ୍କ ଖୋଲିବା ପାଇଁ ପ୍ରସ୍ତାବିତ ପଞ୍ଚାୟତରୁ ଦିଆଯାଇଥିବା ଘରର ଚାବିକାଠି ବ୍ୟାଙ୍କ ଶାଖାରେ ଦାଖଲ କରିବାକୁ କୁହାଯାଇଛି। ଏଯାଏ ବ୍ଲକରୁ କୌଣସି ପଞ୍ଚାୟତର ଚାବି ତାଙ୍କ ପାଖରେ ପହଞ୍ଚତ୍ ନାହିଁ ବୋଲି ସେ ସୂଚନା ଦେଇଛନ୍ତି। ରସୁଲପୁର ଏବିଡିଓ ଦିବ୍ୟକାନ୍ତି ମିଶ୍ରଙ୍କ ମତରେ, ବ୍ୟାଙ୍କ ଖୋଲିବା ପାଇଁ ପଞ୍ଚାୟତରୁ ଭିତ୍ତିଭୂମି ଯୋଗାଇଦେବା ଉପରେ ଗୁରୁତ୍ୱ ଦିଆଯାଉଛି।ଏହାଛଡା ଆଉ ଅନ୍ୟ କୌଣସି ବିଷୟରେ ସେମାନେ ଅବଗତି ନାହାନ୍ତି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?