Advertisement
Posted inଖେଳ

ଗୁଣତିଲକାଙ୍କୁ ସର୍ତ୍ତମୂଳକ ଜାମିନ

ସିଡ୍‌ନୀ, ୧୮ା୧୧ (ପି.ଟି.): ଶ୍ରୀଲଙ୍କା କ୍ରିକେଟର ଦନୁଷ୍କା ଗୁଣତିଲକାଙ୍କୁ ଗୁରୁବାର ଜାମିନ ମଞ୍ଜୁର ହୋଇଛି। କିନ୍ତୁ ତାଙ୍କୁ ସୋସିଆଲ ମିଡିଆ ଆକାଉଣ୍ଟ ବ୍ୟବହାର ପାଇଁ ବାରଣ କରାଯାଇଛି। ଶ୍ରୀଲଙ୍କା କ୍ରିକେଟ ଦଳ ଅଷ୍ଟ୍ରେଲିଆକୁ ଟି୨୦ ବିଶ୍ୱକପ୍‌ ଖେଳିବାକୁ ଆସିଥିବା ବେଳେ ନଭେମ୍ବର ୨ରେ ଜଣେ ମହିଳାଙ୍କୁ ସେ ଯୌନ ନିଯର୍ର୍ାତନା ଦେଇଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ ନଭେମ୍ବର ୬ ବିଳମ୍ବିତ ରାତିରେ ଗିରଫ ପରେ ଜାମିନ ନ ମିଳିବାରୁ ସେ ନଭେମ୍ବର ୭ରୁ ପାର୍କଲେଆ କରେକଶନାଲ ସେଣ୍ଟରରେ ଅଟକ ଅଛନ୍ତି। ଗୁରୁବାର ସେଠାରୁ ଭିଡିଓ ଲିଙ୍କ୍‌ ଜରିଆରେ ସେ ସିଡ୍‌ନୀସ୍ଥିତ ଡାଉନିଂ ସେଣ୍ଟର କୋର୍ଟରେ ହାଜର ହୋଇଥିଲେ। ଅଭିଯୋଗକୁ ନେଇ ତଦନ୍ତ ଚାଲିଛି। କୋର୍ଟରେ ପୋଲିସ ପ୍ରସିକ୍ୟୁଟର କେରି-ଅନ୍‌ ମ୍ୟାକ୍‌କିନନ ଜାମିନକୁ ବିରୋଧ କରିଥିଲେ। ଜାମିନ ମିଳିଲେ ଅଭିଯୋଗକାରିଣୀଙ୍କ ସୁରକ୍ଷା ପ୍ରତି ସେ ବିପଦ ସୃଷ୍ଟି କରିପାରନ୍ତି। ସୋସିଆଲ ମିଡିଆରେ ବାରଣ ବ୍ୟତୀତ କୋର୍ଟ ଗୁଣତିଲକାଙ୍କୁ ୧,୫୦,୦୦୦ ଅଷ୍ଟ୍ରେଲୀୟ ଡଲାର (୧,୦୦,୬୨୦ ଆମେରିକୀୟ ଡଲାର) ମୁଚାଲିକାରେ ସର୍ତ୍ତମୂଳକ ଜାମିନ ମିଳିଛି। ତାଙ୍କୁ ପାସ୍‌ପୋର୍ଟ ଦାଖଲ କରିବାକୁ ହେବ। ଦୈନିକ ଦୁଇଥର ପୋଲିସ ନିକଟରେ ହାଜର ହେବାକୁ ପଡ଼ିବ। ରାତି ୯ଟାରୁ ୬ଟା ପର୍ଯ୍ୟନ୍ତ ତାଙ୍କୁ ଘରେ ରହିବାକୁ ପଡ଼ିବ। ଅଭିଯୋଗକାରିଣୀଙ୍କ ସହ ସେ ଯୋଗାଯୋଗ କରିପାରିବେ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମୁମ୍ବାଇ ଆକ୍ରମଣକୁ ମନେପକାଇଲେ କ୍ରିକେଟର୍‌

ମୁମ୍ବାଇ,୨୬।୧୧: ୨୬/୧୧ ମୁମ୍ବାଇ ଆକ୍ରମଣକୁ ଆଜି ୧୧ ବର୍ଷ ପୂରଣ ହୋଇଛି।ଏହି ଆକ୍ରମଣରେ ମୃତାହତ ହୋଇଥିବା ସମସ୍ତ ନିରୀହ ଲୋକଙ୍କୁ ଦେଶବାସୀ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଏଥିରେ...

ଆଟ୍‌ଲାଣ୍ଟାକୁ ଚାମ୍ପିୟନ୍ସ ଲିଗ୍‌ ଯୋଗ୍ୟତା

ରୋମ୍‌,୨୭।୫(ପିଟି)- ଆଟ୍‌ଲାଣ୍ଟା ବିଜୟ ସହ ପ୍ରଥମ ଥର ପାଇଁ ଚାମ୍ପିୟନ୍ସ ଲିଗ୍‌ ଖେଳିବା ଲାଗି ଯୋଗ୍ୟତା ଅର୍ଜନ କରିଛି। ରବିବାର ଅନୁଷ୍ଠିତ ସିରି ଏ’ ଲିଗ୍‌...

ଏହି କ୍ରିକେଟରଙ୍କ ବାଜିଛି ୩ ଥର ଶାହାନାଇ

ଦେଶ ବିଦେଶର କ୍ରିକେଟରଙ୍କ ପ୍ରେମ ଏବଂ ବିବାହକୁ ନେଇ ସର୍ବଦା ଚର୍ଚ୍ଚା ଲାଗି ରହିଥାଏ। କେବଳ ବିବାହ ନୁହେଁ ବ୍ରେକ୍‌ଅପ୍‌କୁ ନେଇ ମଧ୍ୟ ଆଲୋଚନା ହୋଇଥାଏ।...

ଦ୍ୱିତୀୟ ଟେଷ୍ଟ ପୂର୍ବରୁ ଭାରତୀୟ ଦଳ ପାଇଁ ଖୁସି ଖବର

ମେଲବର୍ନ,୨୩।୧୨: ଭାରତୀୟ ଦଳ ପାଇଁ ଏକ ଆଶ୍ୱସ୍ତିକର ଖବର ଆସିଛି। ଡିସେମ୍ବର ୩୦ରେ ଟିମ ଇଣ୍ଡିଆର ତାରକା ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ଭାରତୀୟ ଶିବିରରେ ଯୋଗଦେବେ।...

ଫ୍ରେଞ୍ଚ ଓପନ ଫାଇନାଲରେ ହାରିଲେ ସ୍ବସ୍ତିକ-ଚିରାଗ

ପ୍ୟାରିସ୍‌,୨୮।୧୦- ଭାରତୀୟ ପୁରୁଷ ଡବଲ୍ସ ଖେଳାଳି ସ୍ବସ୍ତିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀଙ୍କ ଯୋଡ଼ିକୁ ଏଠାରେ ଚାଲିଥିବା ଫ୍ରେଞ୍ଚ ଓପନ ସୁପର ୭୫୦ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟରେ...

ଅନ୍ତିମ ଓଭରରେ ସ୍ଥିତି ବଦଳି ଦେଲେ ଡି’ ଭିଲର୍ସ

ଅହମ୍ମଦାବାଦ,୨୭।୪ : ଦିଲ୍ଲୀ କ୍ୟାପିଟାଲ୍ସ ବୋଲରଙ୍କ ମାପଚୁପ ବୋଲିଂ ଯୋଗୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଚ୍ୟାଲେଞ୍ଜିଂ ସ୍କୋରରେ ପହଞ୍ଚି ପାରିବ ଲାଗୁ ନ ଥିଲା। କିନ୍ତୁ...

କରୋନା ଭାଇରସ: ମହିଳା ହକି ଖେଳାଳିଙ୍କୁ ବିମାନ ବନ୍ଦରରୁ ଫେରିବାକୁ କୁହାଗଲା

ବେଙ୍ଗାଲୁରୁ,୧୫।୩- କରୋନା ଭାଇରସ ଏବେ ଭାରତୀୟ କ୍ରୀଡ଼ାକୁ ଗୁରୁତର ଭାବେ ପ୍ରଭାବିତ କରିଛି। ଏପରିକି ଖେଳାଳିମାନଙ୍କୁ ନିଜ ଘରକୁ ଯିବାକୁ ମଧ୍ୟ ବାରଣ କରାଯାଇଛି। ସ୍ଥାନୀୟ...

ଶେଷ ମ୍ୟାଚରେ ଟସ୍‌ ଜିତିଲେ

ଦୁବାଇ,୮।୧୧: କ୍ୟାପଟେନ କୋହଲି ଟି୨୦ ଫର୍ମାଟର ଶେଷ ମ୍ୟାଚରେ ଟସ୍‌ ଜିତିଛନ୍ତି। ସ୍ଥାନୀୟ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମରେ ସୋମବାର ଖେଳାଯିବାକୁ ଥିବା ସୁପର-୧୨ର ଶେଷ ଲିଗ...

Advertisement
Archives

Model This Week