ପ୍ରଶ୍ନୋପନିଷଦ୍‌ର ପ୍ରତିପାଦ୍ୟ ସିଦ୍ଧାନ୍ତ

ଡା. ଗୋପାଳ ଚନ୍ଦ୍ର ଦାଶ

ଛଅଜଣ ଜିଜ୍ଞାସୁ ଋଷିପୁତ୍ର-ସୁକେଶା, ସତ୍ୟକାମ, ସୌର୍ଯ୍ୟାୟଣୀ, କୌଶଲ୍ୟ, ବୈଦର୍ଭି ଓ କବନ୍ଧୀ- ମହର୍ଷି ପିପ୍ପଳାଦଙ୍କ ଆଶ୍ରମକୁ ଆସି ବ୍ରହ୍ମ ସମ୍ବନ୍ଧରେ ଛଅଗୋଟି ପ୍ରଶ୍ନ ପଚାରିଛନ୍ତି। ଋଷି ପିପ୍ପଳାଦଙ୍କ ପ୍ରଶ୍ନୋତ୍ତର ମାଧ୍ୟମରେ ସେମାନଙ୍କର ଶଙ୍କା ସମାଧାନ କରିଛନ୍ତି, ଯାହା ପ୍ରଶ୍ନୋପନିଷଦ୍‌ର ବିଷୟବସ୍ତୁ। ଏହି ଉପନିଷଦ୍‌ଟି ଅଥର୍ବ ବେଦର ପିପ୍ପଳାଦ ଶାଖା ଅନ୍ତର୍ଗତ। ଏହା ଛଅଗୋଟି ବିଭାଗ ଓ ସତଷଠି ମନ୍ତ୍ରକୁ ନେଇ ରଚିତ।
ପ୍ରଥମ ପ୍ରଶ୍ନରେ ଶିଷ୍ୟ କବନ୍ଧୀ ସମସ୍ତ ପ୍ରଜାଗଣ କାହାଠାରୁ ଓ କିପରି ଭାବରେ ସୃଷ୍ଟି ସମ୍ବନ୍ଧରେ ଜିଜ୍ଞାସା କରିଛନ୍ତି। ଉତ୍ତରରେ ମହର୍ଷି ପିପ୍ପଳାଦ କହିଛନ୍ତି ଯେ, ପରମାତ୍ମା ପ୍ରଜାପତି ନିଜର ତପ ବଳରେ ସର୍ବ ପ୍ରଥମେ ଯେଉଁ ଦୁଇଗୋଟି ତତ୍ତ୍ୱ ନିର୍ମାଣ କଲେ, ତାହା ହେଉଛି- ପ୍ରାଣ ଓ ରୟି। ଋଷିଙ୍କ ମତରେ ସୃଷ୍ଟି ଏକତ୍ୱରୁ ନୁହେଁ, ଦ୍ୱୀତ ବା ମିଥୁନରୁ ଜାତ। ତେଣୁ ସୃଷ୍ଟିର ପ୍ରତ୍ୟେକ କ୍ଷେତ୍ରରେ ପ୍ରାଣ ଓ ରୟି ଏହି ଦୁଇଗୋଟି ତତ୍ତ୍ୱ ଦେଖାଯାଏ। ଋଷି ପିପ୍ପଳାଦ ସୃଷ୍ଟି ବିଦ୍ୟାରେ ପ୍ରଜାପତି, ପ୍ରାଣ ଓ ରୟି ବିଷୟକ ତଥ୍ୟ ପ୍ରଦାନ କରି ପ୍ରଜାପତି ଶବ୍ଦକୁ ପରମେଶ୍ୱରଙ୍କ ଭିନ୍ନ ବ୍ୟାପକ ଭାବରେ ସମ୍ବତ୍ସର, ମାସ, ଅହୋରାତ୍ର ଓ ଅନ୍ନ ସହିତ ପ୍ରଯୁକ୍ତ କରି ଉତ୍ତରାୟଣ-ଦକ୍ଷିଣାୟନ, ଶୁକ୍ଳପକ୍ଷ-କୃଷ୍ଣପକ୍ଷ, ସୂର୍ଯ୍ୟ-ଚନ୍ଦ୍ର, ଦିବା-ରାତ୍ର, ପୁରୁଷ-ନାରୀ, ବୀର୍ଯ୍ୟ-ରଜକୁ ଦ୍ୱୈତ ଭାବରେ ପ୍ରତିପାଦନ କରି, ଯଥାକ୍ରମେ ପ୍ରାଣ ଓ ରୟିର ସଂଜ୍ଞା ପ୍ରଦାନ କରିଛନ୍ତି। ତାଙ୍କ ମତରେ ପ୍ରାଣ ଭୋକ୍ତା ଓ ରୟି ଭୋଜ୍ୟ। ପ୍ରାଣ ଚେତନ, ପୁରୁଷତତ୍ତ୍ୱ ଓ ରୟି ଜଡ଼ ପ୍ରକୃତି ତତ୍ତ୍ୱ। ପ୍ରାଣ ପ୍ରକାଶମୟ ଓ ମୁକ୍ତି (ନିର୍ବାଣ)ର ପ୍ରତୀକ। ରୟି ଧୁମ୍ରମୟ ଓ ବନ୍ଧନ (ପୁନର୍ଜନ୍ମ)ର ପ୍ରତୀକ। ସଂକ୍ଷେପରେ କହିବାକୁ ଗଲେ ଈଶ୍ୱରଙ୍କର ଇଚ୍ଛାଶକ୍ତି ଦ୍ୱାରା ଜଡ଼ ଓ ଚେତନର ମିଳନ ଦ୍ୱାରା ସମଗ୍ର ଜୀବଜଗତର ସୃଷ୍ଟି।
ଦ୍ୱିତୀୟ ପ୍ରଶ୍ନରେ ଶିଷ୍ୟ ବୈଦର୍ଭି କେଉଁ ଦେବତାମାନେ ସୃଷ୍ଟିର ଧାରଣ କର୍ତ୍ତା ଓ ସେମାନଙ୍କ ମଧ୍ୟରେ ଶ୍ରେଷ୍ଠ ଦେବତା ଭାବରେ କାହାକୁ ଓ କାହିଁକି ମାନ୍ୟତା ପ୍ରଦାନ କରାଯାଇଛି ବୋଲି ଜିଜ୍ଞାସା କରିଛନ୍ତି।
ଉତ୍ତରରେ ମହର୍ଷି ପିପ୍ପଳାଦ ପଞ୍ଜଭୂତ, (ଆକାଶ, ବାୟୁ, ଅଗ୍ନି, ଜଳ, ପୃଥିବୀ), ପଞ୍ଚପ୍ରାଣ (ପ୍ରାଣ, ଅପାନ, ସମାନ, ବ୍ୟାନ, ଉଦାନ) ଏକାଦଶ ଇନ୍ଦ୍ରିୟ (ପଞ୍ଚ ବିକେନ୍ଦ୍ରିୟ, ପଞ୍ଚ କର୍ମେନ୍ଦ୍ରିୟ, ମନ)କୁ ସୃଷ୍ଟି ତଥା ଶରୀରର ଦେବତା ଭାବରେ ପ୍ରତିପାଦନ କରିଛନ୍ତି। କାରଣ ଏମାନେ ପିଣ୍ଡ ଓ ବ୍ରହ୍ମାଣ୍ଡକୁ ଧାରଣ କରିଛନ୍ତି। ପ୍ରାଣ ସକଳ ଇନ୍ଦ୍ରିୟର ଆଧାର ହୋଇଥିବାରୁ ପ୍ରାଣକୁ ସର୍ବଶ୍ରେଷ୍ଠ ଦେବତା ଭାବରେ ଦର୍ଶାଯାଇଛି। ରାଣୀ ମହୁମାଛି ପରି ପ୍ରାଣ ସମସ୍ତ ଇନ୍ଦ୍ରିୟକୁ ଆକର୍ଷିତ କରି ନିଜ ଅଧୀନରେ ରଖିଥାଏ। ସୂର୍ଯ୍ୟ-ଚନ୍ଦ୍ରଠାରୁ ପ୍ରାଣଶକ୍ତି ବିଚ୍ଛିନ୍ନ ହେଲେ ସୃଷ୍ଟି ନିଷ୍କ୍ରିୟ ହୁଏ ଓ ଶରୀରରୁ ପ୍ରାଣଶକ୍ତି ପ୍ରୟାଣ ହେଲେ ଇନ୍ଦ୍ରିୟ ନିଷ୍କ୍ରିୟ ହୋଇଯାଏ। ମାତା ପୁତ୍ରର ରକ୍ଷାକର୍ତ୍ତା ଭଳି ପ୍ରାଣ ଇନ୍ଦ୍ରିୟଗୁଡ଼ିକର ରକ୍ଷାକର୍ତ୍ତା। ତେଣୁ ପ୍ରାଣ ସର୍ବଶ୍ରେଷ୍ଠ।
ତୃତୀୟ ପ୍ରଶ୍ନରେ ଶିଷ୍ୟ କୌଶଲ୍ୟ ପ୍ରାଣ ସମ୍ବନ୍ଧରେ ଅଧିକ ଜିଜ୍ଞାସା କରି, ପ୍ରାଣର ଉତ୍ପତ୍ତି, ଆଗମନ (ଶରୀର ମଧ୍ୟରେ ପ୍ରବେଶ) ବିଭକ୍ତୀକରଣ, ଉତ୍‌କ୍ରମଣ (ବହିର୍ଗମନ) ତଥା ବାହ୍ୟ ଓ ଅନ୍ତଃ ଜଗତର ଶାସନ ସମ୍ବନ୍ଧରେ ପ୍ରଶ୍ନ କରିଛନ୍ତି। ଉତ୍ତରରେ ମହର୍ଷି ପିପ୍ପଳାଦ କହିଛନ୍ତି ଯେ, ପରମେଶ୍ୱର ପ୍ରାଣର ଉତ୍ପନ୍ନକର୍ତ୍ତା। ମହାପ୍ରାଣ ଆତ୍ମାରୁ ଉତ୍ପନ୍ନ ହୋଇ ମନର ସଂକଳ୍ପ ଦ୍ୱାରା ଶରୀରରେ ପ୍ରବେଶ କଲା ପରେ ନିଜକୁ ପାଞ୍ଚଭାଗ (ପ୍ରାଣ, ଅପାନ, ସମାନ, ବ୍ୟାନ, ଉଦାନ)ରେ ବିଭକ୍ତ କରି ଶରୀରର ବିଭିନ୍ନ ଅଂଶରେ ଅବସ୍ଥାପନ କରି କାର୍ଯ୍ୟ ସମ୍ପାଦନ କରିଥାଏ। ଆତ୍ମା ଶରୀରର ହୃଦୟ କ୍ଷେତ୍ରରେ ଅବସ୍ଥିତ। ହୃଦୟରୁ ଅଂସଖ୍ୟ ସୂକ୍ଷ୍ମ ପ୍ରବାହ ଧାରା ନାଡ଼ି ଭାବରେ ସମଗ୍ର ଶରୀରରେ ବିଛୁରିତ ହୋଇଥାଏ। ଚେତନ ପ୍ରାଣ ଏହି ନାଡ଼ି ମଧ୍ୟରେ ପ୍ରବାହିତ ହୋଇଥାଏ। ରାଜା ନିଜର ଅଧିକାରୀମାନଙ୍କୁ ରାଜ୍ୟ ଶାସନ ପାଇଁ ବିଭିନ୍ନ କ୍ଷେତ୍ରରେ ସ୍ଥାପିତ କରିବା ପରି ମୁଖ୍ୟପ୍ରାଣ ପଞ୍ଚ ପ୍ରାଣକୁ ଶରୀରର ବିଭିନ୍ନ ଅଙ୍ଗରେ ସ୍ଥାପିତ କରି ଶରୀରକୁ କ୍ରିୟାଶୀଳ କରାଇଥାଏ। ପ୍ରାଣବାୟୁ ଶରୀରର ଉପରିଭାଗ ଆଖି, ନାକ, ମୁଖ ଓ କର୍ଣ୍ଣରେ ଅବସ୍ଥାନ କରି ଅନ୍ୟପ୍ରାଣଗୁଡ଼ିକର କାର୍ଯ୍ୟକୁ ନିୟନ୍ତ୍ରଣ କରିଥାଏ। ଅପାନବାୟୁ ଶରୀରର ନିମ୍ନଭାଗ ଉତ୍ସଜନ ଓ ପ୍ରଜନନ ଅଙ୍ଗରେ ଅବସ୍ଥାନ କରି ନିଷ୍କାସନ ପ୍ରକ୍ରିୟା, ଉଦାନ ବାୟୁ ଶରୀରର ମଧ୍ୟଭାଗ ଉଦରରେ ଅବସ୍ଥାନ କରି ଜଠରାଗ୍ନି ଭାବରେ ପାଚନ କ୍ରିୟା, ବ୍ୟାନବାୟୁ ହୃଦୟରେ ଅବସ୍ଥାନ କରି ରକ୍ତ ସଂଚାଳନ କାର୍ଯ୍ୟ ଆଦି ସମ୍ପାଦନ କରିଥାଆନ୍ତି। ହୃଦୟରୁ ମସ୍ତିଷ୍କକୁ ସଂଯୋଗ କରୁଥିବା ସୁଷୁମ୍ନା ନାଡ଼ିରେ ଉଦାନ ବାୟୁ ପ୍ରବାହିତ ହୋଇ ଜୀବର କର୍ମଫଳ ଅନୁସାରେ ଉଚ୍ଚ, ନୀଚ ଓ ମନୁଷ୍ୟ ଯୋନୀ ପ୍ରଦାନରେ ସାହାଯ୍ୟ କରିଥାଏ। ଏହା ପଞ୍ଚ ପ୍ରାଣର ଅନ୍ତଃ ଜଗତ (ଆଧ୍ୟାତ୍ମିକ ଜଗତ)ର ଶାସନ ପ୍ରକ୍ରିୟା। ଶରୀର ବାହାରେ ସୂର୍ଯ୍ୟ, ପୃଥିବୀ, ଆକାଶ, ବାୟୁ ଓ ଅଗ୍ନି ଯଥାକ୍ରମେ ପ୍ରାଣ, ଅପାନ, ସମାନ, ବ୍ୟାନ ଓ ଉଦାନ ରୂପରେ ଦ୍ୱୈଲୋକ, ଅନ୍ତରୀକ୍ଷ ଲୋକ ଓ ପୃଥିବୀ ଲୋକକୁ ଶାସନ କରିଥାଏ। ଏହା ହେଉଛି ପଞ୍ଚପ୍ରାଣ ଶକ୍ତିର ବାହାର ଜଗତର ରୂପ। ଏହି ପ୍ରାଣ ବିଦ୍ୟା ଦ୍ୱାରା ଚେତନ ଓ ଜଡ଼ ଜଗତର ଭେଦକୁ ଜ୍ଞାତ ହେଲେ ବ୍ୟକ୍ତି ସାଂସାରିକ ଦୁଃଖରୁ ଉଦ୍ଧାର ପାଇ ଅଜୟ ପ୍ରାପ୍ତ କରିଥାଏ। ଏଣୁ ପ୍ରାଣ ବିଦ୍ୟା ମୁକ୍ତିଲାଭର ମାର୍ଗ ଅଟେ। (କ୍ରମଶଃ)
ମୋ: ୭୮୪୮୮୫୦୯୫୦


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri