Posted inଫୁରସତ

ଏହି ମନ୍ଦିରରେ ବାଜେ ନାହିଁ ଶଙ୍ଖ, ଜାଣନ୍ତୁ ଏହା ପଛରେ ରହିଛି ଏକ ବଡ଼ ରହସ୍ୟ

ମନ୍ଦିର ନାଁ ଶୁଣିବା ମାତ୍ରେ ଘଣ୍ଟଘଣ୍ଟି ଏବଂ ଶଙ୍ଖ ବାଜିବାର ଶବ୍ଦ ମନକୁ ଆସେ। କିନ୍ତୁ ଏମିତି ଏକ ମନ୍ଦିର ଅଛି, ଯେଉଁଠି ଶଙ୍ଖ ଆଦୌ ବାଜେ ନାହିଁ। ଏମିତି ଏକ ଧାମ ହେଉଛି ବଦ୍ରିନାଥ। ଏହି ମନ୍ଦିରରେ ଆରତି ହୁଏ ବିନା କୌଣସି ଶବ୍ଦରେ। ଅନ୍‌ଲାଇନ୍‌ ପ୍ଲାଟ୍‌ଫର୍ମ ‘କୋରା’ରେ ଏହାର କାରଣ ଅନେକ ଲୋକ ପଚାରିଛନ୍ତି। ତେବେ ବଦ୍ରିନାଥ ଧାମରେ ଶଙ୍ଖ ଧ୍ୱନି ନ ବାଜିବା ପଛରେ ଏକ ବଡ଼ ରହସ୍ୟ ରହିଛି। ଏହାର ପ୍ରତ୍ୟେକ ଦିଗ ବୈଜ୍ଞାନିକ, ପୁରାଣ ଏବଂ ଧାର୍ମିକ ସହିତ ଜଡ଼ିତ।

ବିଜ୍ଞାନ ଅନୁଯାୟୀ, ଶୀତଦିନେ ଚାରିଆଡ଼େ ତୁଷାରପାତ ହୋଇଥାଏ। ଏପରି ପରିସ୍ଥିତିରେ, ଯଦି ଏଠାରେ ଶଙ୍ଖ ଫୁଙ୍କାଯାଏ ଏହାର ଶବ୍ଦ ପର୍ବତ ସହ ବାଜି ଆସି ଇକୋ ସୃଷ୍ଟି କରେ। ଏହି କାରଣରୁ ବରଫରେ ଫାଟ ସୃଷ୍ଟି ହେବାର ସମ୍ଭାବନା କିମ୍ବା ବରଫ ଝଡ଼ ଏପରିକି ଭୂସ୍ଖଳନ ମଧ୍ୟ ହେବାର ସମ୍ଭାବନା ରହିଥାଏ। କାରଣ ସମସ୍ତ ବାଦ୍ୟଯନ୍ତ୍ର ମଧ୍ୟରେ ଶଙ୍ଖର ଶବ୍ଦ ସବୁଠାରୁ ଉଚ୍ଚ ବୋଲି ବିବେଚନା କରାଯାଏ। ଏହା କମ୍ପନ ସୃଷ୍ଟି କରେ।

ସାଧୁମାନେ ଅସୁରମାନଙ୍କୁ ଭୟ କରୁଥିଲେ ଏବଂ ସେମାନଙ୍କର ଆଶ୍ରମରେ ମଧ୍ୟ ପୂଜା କରିପାରୁ ନ ଥିଲେ। ଥରେ ମା ଲକ୍ଷ୍ମୀ ଏଠାରେ ନିର୍ମିତ ତୁଳସୀ ଭବନରେ ଧ୍ୟାନ କରୁଥିଲେ। ସେହି ସମୟରେ ଭଗବାନ ବିଷ୍ଣୁ ଶଙ୍ଖଚୂର୍ଣ୍ଣ ନାମକ ଏକ ରାକ୍ଷସକୁ ବଧ କରିଥିଲେ। ଯୁଦ୍ଧ ଶେଷ ହେବା ପରେ ସାଧାରଣତଃ ଶଙ୍ଖ ବଜାଯାଏ। କିନ୍ତୁ ଭଗବାନ ବିଷ୍ଣୁ ମାତା ଲକ୍ଷ୍ମୀଙ୍କ ଧ୍ୟାନକୁ ବ୍ୟାହତ କରିବାକୁ ଚାହୁଁ ନ ଥିବାରୁ ଶଙ୍ଖ ବାଜି ନ ଥିଲା। ପୌରାଣିକ ବିଶ୍ୱାସ ଅନୁଯାୟୀ, ସେବେଠାରୁ ବଦ୍ରିନାଥ ଧାମରେ ଶଙ୍ଖ ବଜାଯାଏ ନାହିଁ।

ଏକ ବିଶ୍ୱାସ ମଧ୍ୟ ଅଛି ଯେ, ଏଠାରେ ସାଦ୍ଧେଶ୍ୱର ଜୀଉଙ୍କର ଏକ ମନ୍ଦିର ଥିଲା। ଯେଉଁଠାରେ ବ୍ରାହ୍ମଣମାନେ ପୂଜା କରିବା ପାଇଁ ଆସୁଥିଲେ। କିନ୍ତୁ ରାକ୍ଷସମାନେ ସେମାନଙ୍କୁ ପୂଜା କରିବାକୁ ଅନୁମତି ଦେଲେ ନାହିଁ। ଏହା ଦେଖି ସାଦ୍ଧେଶ୍ୱର ମହାରାଜ ତାଙ୍କ ଭାଇ ଅଗସ୍ତ୍ୟ ଋଷିଙ୍କ ସାହାଯ୍ୟ ଲୋଡ଼ିଥିଲେ। ଯେତେବେଳେ ଅଗସ୍ତ୍ୟ  ମନ୍ଦିରକୁ ପୂଜା କରିବାକୁ ଯାଇଥିଲେ, ରାକ୍ଷସମାନେ ତାଙ୍କ ସହ ଅସଦାଚରଣ କରିଥିଲେ। ତା’ପରେ ଋଷି ଅଗସ୍ତ୍ୟ ମାତା ଭଗବତୀଙ୍କୁ ମନେ ପକାଇଲେ। କୁହାଯାଏ, ଯେ ତାଙ୍କ ଡାକ ଶୁଣିବା ପରେ ମାତା କୁଷ୍ମାଣ୍ଡା ସେଠାରେ ଉପସ୍ଥିତ ଥିବା ସମସ୍ତ ରାକ୍ଷସଙ୍କୁ ହତ୍ୟା କରିଥିଲେ। କିନ୍ତୁ ଅଟପୀ ଏବଂ ବିଟପୀ ନାମକ ଦୁଇ ରାକ୍ଷସ ସେଠାରୁ ପଳାଇ ଯାଇଥିଲେ। ଅଟପୀ ମନ୍ଦାକିନୀ ନଦୀରେ ଲୁଚି ରହିଲେ ଏବଂ ବିଟପୀ ବଦ୍ରିନାଥ ଧାମକୁ ଯାଇ ଶଙ୍ଖରେ ଲୁଚି ରହିଲେ। କୁହାଯାଏ, ସେବେଠାରୁ ବଦ୍ରିନାଥ ଧାମରେ ଶଙ୍ଖ ବାଜିବା ନିଷେଧ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏହି କାରଣରୁ ଭାରତର ଅଧିନାୟକ ହୋଇପାରିଲେ ନାହିଁ…ପନ୍ତଙ୍କ ବର୍ଷିଲେ ରବିଚନ୍ଦ୍ରନ ଅଶ୍ୱିନ

ନୂଆଦିଲ୍ଲୀ,୨୮।୧୧: ଭାରତୀୟ ଟେଷ୍ଟ କ୍ରିକେଟରେ ଋଷଭ ପନ୍ତ ନିଜର ନିର୍ଭୀକ ଓ ଆକ୍ରାମକ ବ୍ୟାଟିଂ ପାଇଁ ବେଶ୍ ପରିଚିତ। ମାତ୍ର କ୍ରାଇଷ୍ଟଚର୍ଚ୍ଚରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯାଉଥିବା ଦ୍ୱିତୀୟ…

ସୀମା ପୁନଃନିର୍ଦ୍ଧାରଣ ବିଲ୍‌କୁ ନେଇ ଡିଏମ୍‌କେର ବଡ଼ ଘୋଷଣା, ଜାଣନ୍ତୁ…

ଚେନ୍ନାଇ,୨୮ା୧୧: କେନ୍ଦ୍ର ସରକାରଙ୍କ ପ୍ରସ୍ତାବିତ ନିର୍ବାଚନମଣ୍ଡଳୀ ସୀମା ପୁନଃ ନିର୍ଦ୍ଧାରଣ ବିଲ୍‌କୁ ସମର୍ଥନ କରିବ ବୋଲି ଡିଏମ୍‌କେ ସୋମବାର ଆନୁଷ୍ଠାନିକ ଭାବେ ଘୋଷଣା କରିଛି। ଦଳ ଅଧ୍ୟକ୍ଷ…

ନିଯୁକ୍ତି ଦାବିରେ ତାତିଲେ ସ୍ଥାନୀୟ ବାସିନ୍ଦା: ଧାରଣା ଯୋଗୁ ଅଟକି ରହିଛି ମାଇନିଂ ଗାଡ଼ି

ଛତ୍ରପୁର,୨୮।୧୧(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ମାଟିଖାଲସ୍ଥିତ ଆଇଆରଇଏଲ(IREL) ଡିସାଲିନେସନ ପ୍ଲାଣ୍ଟରେ ସ୍ଥାନୀୟ ଯୁବକଙ୍କୁ ପୁନଃ ନିଯୁକ୍ତି ଦାବିରେ ଆନ୍ଦୋଳନ ତୀବ୍ର ହୋଇଛି। ଗତ ୩…

ଜିଲାପାଳଙ୍କୁ ଭେଟିଲେ ଚାଷୀ: କଲେ ବଡ଼ ଅଭିଯୋଗ

ରୁପ୍ରାରୋଡ,୨୮ା୧୧(ସଞ୍ଜୀବ ଦାସ): ରୁପ୍ରାରୋଡ୍‌ ଧାନମଣ୍ଡିରେ ଚାଷୀ ଶୋଷଣର ଶିକାର ହେଉଥିବା ଅଭିଯୋଗ କରି କୃଷକ ନେତା ଦୁର୍ଯ୍ୟୋଧନ କୁମାରଙ୍କ ନେତୃତ୍ୱରେ ଚାଷୀମାନେ କଳାହାଣ୍ଡି ଜିଲାପାଳ ପାୱାର ସଚିନ…

ଖସୁଛି ପାରଦ: ଜି.ଉଦୟଗିରିରେ ୭.୬ ଡିଗ୍ରୀ

ଜି.ଉଦୟଗିରି,୨୮ା୧୧(ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲା ଜି.ଉଦୟଗିରି ଅଞ୍ଚଳରେ ପ୍ରବଳ ଥଣ୍ଡା ସହ ଜାଡ଼ ଅନୁଭୂତ ହେଉଛି। ସାରୁ ସକାଳ ୯ଟା ପର୍ଯ୍ୟନ୍ତ ସମଗ୍ର ଅଞ୍ଚଳ କୁହୁଡ଼ି…

ନଦୀରୁ ମୃତଦେହ ଉଦ୍ଧାର, ବଢ଼ିଲା ସନ୍ଦେହ

ନିରାକାରପୁର,୨୮।୧୧(ମାନସ ଚନ୍ଦ୍ର ପଟ୍ଟନାୟକ ): ଖୋର୍ଦ୍ଧା ଜିଲା ଜଙ୍କିଆ ଥାନା ଅଧୀନ ନୁଣିଆବର ଘାଟ ନିକଟ ନଦୀରୁ ଜଣେ ଅଚିହ୍ନା ବ୍ୟକ୍ତିଙ୍କ ଗଳିତ ମୃତଦେହ ଉଦ୍ଧାର କରାଯାଇଛି।…

କୋଟିଆ ସୀମାରେ ନୂଆ ବିବାଦ: ନାମାଙ୍କନ ପ୍ରତ୍ୟାହାର ପାଇଁ ଯାଉଥିବା ୱାର୍ଡ ସଭ୍ୟ ପ୍ରାର୍ଥୀଙ୍କୁ ଅଟକ ରଖିଲା ଆନ୍ଧ୍ର ପୋଲିସ, ବିଳମ୍ବିତ ରାତିରେ…

ପଟ୍ଟାଙ୍ଗି,୨୮/୧୧(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତକୁ ନେଇ ସୀମା ବିବାଦ ଥମିବାର ନାଁ ଧରୁନଥିବା ବେଳେ ଏବେ ଏକ ନୂଆ…

ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ରେ ରିଷଭ ପନ୍ତଙ୍କ ବଡ଼ ରେକର୍ଡ

ଖ୍ରୀଷ୍ଟଚର୍ଚ୍ଚ,୨୮ା୧୧: ଭାରତର ବିସ୍ଫୋରକ ଉଇକେଟକିପର-ବ୍ୟାଟର ରିଷଭ ପନ୍ତ ଶନିବାର ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌(ଡବ୍ଲ୍ୟୁଟିସି)ଇତିହାସରେ ସର୍ବାଧିକ ଛକା ମାରିବା ସହ ରେକର୍ଡର ଅଧିକାରୀ ହୋଇଛନ୍ତି। ସେ ୮୯ ଛକା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?