ବର୍ଷା ପାଇଁ ଚିନ୍ତା ବଢ଼ାଉଛି କଳିଙ୍ଗା ଘାଟି ରାସ୍ତା ମରାମତି:ବିଧାୟକ ସମୀକ୍ଷା କଲେ

ଭଞ୍ଜନଗର,୨।୧୦(ବାବୁଲା ପ୍ରଧାନ): ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ବୁଧବାର ଅପରାହ୍ନରେ ଅଚାନକ କଳିଙ୍ଗା ଘାଟି ପରିଦର୍ଶନ କରି ଚାଲିଥିବା ରାସ୍ତା କାମର ଅଗ୍ରଗତି ସମୀକ୍ଷା କରିଥିଲେ। ଏଥିସହ ସେଠାରେ ଉପସ୍ଥିତ ଥିବା ଠିକାଦାରଙ୍କୁ କାମ ତ୍ରାନିତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ବିଧାୟକଙ୍କ ଗସ୍ତ ସମୟରେ ଭାଜପା ଭଞ୍ଜନଗର ସାଂଗଠନିକ ଜିଲା ସଭାପତି ନୀଳ ମାଧବ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। କାମ ସରିବା ପରେ ଘାଟି ରାସ୍ତାର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରାଯିବ। ଏହାପରେ ପ୍ରଥମେ ଚାରି ଚକିଆ ଏବଂ ଦୁଇ ଚକିଆ ଯାନକୁ ଚଳାଚଳ ପାଇଁ ଛଡାଯିବ। ଏହାପରେ ଭାରିଯାନକୁ ଛଡ଼ା ଯିବା ଯୋଜନା ଅଛି। କିନ୍ତୁ ଘାଟିରେ ଯାନବାହାନ ଚଳାଚଳ କେବେ ସ୍ବାଭାବିକ ହେବ ସେନେଇ ଜାତୀୟ ରାଜପଥ କର୍ତ୍ତୃପକ୍ଷ ସଠିକ ଭାବେ କହି ପାରୁନାହାଁନ୍ତି। କାମ ବିଳମ୍ବ ଯୋଗୁ ସାଧାରଣରେ ମଧ୍ୟ ଦିନକୁ ଦିନ ଅସନ୍ତୋଷ ବୃଦ୍ଧି ପାଉଛି।
ଅନ୍ୟପଟେ ଜି ଉଦୟଗିରି ବିଧାୟକ ପ୍ରଫୁଲ୍ଲ ପ୍ରଧାନ କିଛି ଦିନ ପୂର୍ବେ କଳିଙ୍ଗା ଘାଟି ପରିଦର୍ଶନ କରିବା ସମୟରେ କଳିଙ୍ଗା ଘାଟି ରାସ୍ତା ସୁରକ୍ଷିତ ନୁହେଁ ବୋଲି ଗଣମାଧ୍ୟମ ଆଗରେ କହିଥିଲେ। ତେଣୁ ଭବିଷ୍ୟତକୁ ଦେଖି ବିକଳ୍ପ ରାସ୍ତା କରିବା ପାଇଁ ସେ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି। ଏଥିସହ ସେ ଭାଲିଆପଟାଠାରୁ ଦୁର୍ଗାପ୍ରସାଦ ପର୍ଯ୍ୟନ୍ତ ବର୍ତ୍ତମାନ ଥିବା ରାସ୍ତାଟିକୁ ବିକଳ୍ପ ରାସ୍ତା ଭାବେ ନିର୍ମାଣ କରିବା ପାଇଁ ପରାମର୍ଶ ଦେଇଛନ୍ତି। ଘାଟି ରାସ୍ତା ଏକ ଗୁରୁତ୍ୱପୂର୍ଣ୍ଣ ରାସ୍ତା। କାମ ବିଳମ୍ବ ଦ୍ୱାରା ଅନେକ ଏହାଦ୍ବାରା ପ୍ରଭାବିତ ହେଉଛନ୍ତି। ତେଣୁ ଭବିଷ୍ୟତକୁ ଦେଖି ଘାଟିରେ ଦୁଇଟି ରାସ୍ତା ଆବଶ୍ୟକତା ଅଛି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।
ସୂଚନା ଯୋଗ୍ୟ ଯେ, ଗଞ୍ଜାମ କନ୍ଧମାଳ ଜିଲା ସୀମାରେ ଥିବା କଳିଙ୍ଗା ଘାଟିର ଦୁଇଟି ଝରଣା
ସ୍ଥାନରେ ଗତ ମାସ ୧୬ ତାରିଖରେ ବିରାଟ ବିରାଟ ପଥର ଖସି ଆସିବା ସହ ମାଟି ଅତଡା ଧସିଥିଲା। ଫଳରେ ଉକ୍ତ ଦୁଇ ସ୍ଥାନରେ ରାସ୍ତା ଧୋଇ ହୋଇଯାଇଥିଲା। ଫଳରେ ଉକ୍ତ ଦିନଠୁ ଘାଟି ରାସ୍ତାରେ ଯାନବାହାନ ଚଳାଚଳ ବନ୍ଦ ହୋଇଯାଇଛି। ଜାତୀୟ ରାଜପଥ କର୍ତ୍ତୃପକ୍ଷ ରାସ୍ତାଟିକୁ ଯେତିକି ଗୁରୁତ୍ୱ ଦେଇ ମରାମତି କରିବା କଥା କରୁନାହାନ୍ତି। ତେଣୁ ପୁନରୁଦ୍ଧାର କାର୍ଯ୍ୟ ମନ୍ଥର ଗତିରେ ଚାଲିଛି। କାମ ମନ୍ଥର ଗତିରେ ଚାଲିବା ଯୋଗୁ ଉକ୍ତ ରାସ୍ତାରେ ସମସ୍ତ ଯାନବାହାନ ସ୍ବାଭାବିକ ଭାବେ ଚଳାଚଳ କରିବାକୁ ବହୁ ଦିନ ଲାଗିଯିବ।

ଝରଣା ଉପରେ ଏବେ ବି ବହୁ ବଡ ବଡ ପଥର ବିପଦ ସଙ୍କୁଳ ଅବସ୍ଥାରେ ଝୁଲି ଅଛି। ଉକ୍ତ ପଥରକୁ ବାହାର କରାନଯିବା ପର୍ଯ୍ୟନ୍ତ ଉକ୍ତ ରାସ୍ତାରେ ଯାନବାହାନ ଚଳାଚଳ କରିବା ବିପଦ। ବର୍ତ୍ତମାନ ବର୍ଷା ଯୋଗୁ କାମ କରିବା ଆହୁରି ଜଟିଳ ହୋଇପଡିଛି। ତେଣୁ ପ୍ରଶାସନ ପକ୍ଷରୁ ୩୦ ତାରିଖ ପର୍ଯ୍ୟନ୍ତ ଘାଟି ରାସ୍ତା ଯେଉଁ ବନ୍ଦ ରଖାଯାଇଥିଲା ତାହାକୁ ବଢାଇ ଦିଆଯାଇଛି। ବର୍ଷା ଛାଡ଼ିଲେ ପଥର ବାହାର କରାଯିବ। ବର୍ତ୍ତମାନ ବାଇକ ଏବଂ କାର ଯିବା ପାଇଁ ରାସ୍ତା ତିଆରି ହୋଇଛି। କିନ୍ତୁ ଝରଣା ଉପରେ ବିପଦପୂର୍ଣ୍ଣ ଭାବେ ଅଟକି ରହିଥିବା ପଥର ଗୁଡ଼ିକୁ ବାହାର କରାଯାଇ ନଥିବା ଯୋଗୁ କୌଣସି ଯାନବାହାନ ଛଡ଼ା ଯାଉନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ପଞ୍ଚାୟତ ନିର୍ବାଚନ ପାଇଁ ରଣନୀତି : ବୁଥ୍‌ରୁ ଗାଁ ଯାଏ ସଂଗଠନ ମଜବୁତ କରିବ ଭାଜପା

ଭଞ୍ଜନଗର, ୧୫/୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବିଡେକା ସମ୍ମିଳନୀ କକ୍ଷରେ ମଙ୍ଗଳବାର ଭାଜପା ଭଞ୍ଜନଗର ସାଂଗଠନିକ ଜିଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲା…

ରହସ୍ୟଜନକ ପାରା ଥାନାରେ ଅଟକ: ବାଂଲାଦେଶରୁ ଆସିଥିବା ସନ୍ଦେହ

ବୈଶିଙ୍ଗା, ୧୫/୯ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ କଷିପଦା ଗ୍ରାମରୁ ମଙ୍ଗଳବାର ଦ୍ୱିପ୍ରହର ସମୟରେ ଏକ ରହସ୍ୟଜନକ ପାରା ଉଦ୍ଧାର କରାଯାଇଛି। ଗ୍ରାମର…

କଳାହାଣ୍ଡିରେ ଧୁମ୍‌ଧାମ୍‌ରେ ପାଳିତ ହେଲା ନୂଆଁଖାଇ, ଖିରି, ପିଠାରେ ମହକିଲା ଗାଁ ଦାଣ୍ଡ

ଭବାନୀପାଟଣା,୧୫ା୯(ଉତ୍ତମ କୁମାର ଦାଶ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ମଙ୍ଗଳବାର କଳାହାଣ୍ଡି ଜିଲାରେ ଧୁମ୍‌ଧାମରେ ପାଳିତ ହୋଇଯାଇଛି। ଜିଲାର ସର୍ବପୁରାତନ ଜୁନାଗଡ଼ ସହରସ୍ଥିତ ଦଧିବାମନ ମନ୍ଦିରରେ ସକାଳ…

ମଦ ବିକ୍ରିକୁ ନେଇ ତାତିଲେ ମହିଳା, ପ୍ରଶାସନ ନିକଟରେ ଦାବି

ପାଟଣା, ୧୪/୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ବଡ଼ପାଟଣା ପଞ୍ଚାୟତ ମଙ୍ଗଳପୁର, କୁଆପଶି, ଲେଖେନା ଓ ଡିଆନାଳି ଅଞ୍ଚଳରେ ବେଆଇନ ଭାବେ…

୧୯ ବର୍ଷ ହେଲା ବଜାୟ ରହିଛି ପରମ୍ପରା: ନୂଆଁଖାଇରେ ଶିରାବାହାଲ ଗ୍ରାମବାସୀ ଏକାଠି ଖାଇଲେ

ବଲାଙ୍ଗୀର ଅଫିସ, ୧୫।୯ (ସୁନିଲ କୁମାର ମହାନ୍ତି): ଯେଉଁ ମହାନ ଉଦ୍ଦେଶ୍ୟ ନେଇ ନୂଆଁଖାଇ ତିହାରର ପରିକଳ୍ପନା କରାଯାଇଥିଲା, ତାହାକୁ ସାକାର ରୂପ ଦେଉଛନ୍ତି ବଲାଙ୍ଗୀର ଜିଲା…

ବିଜ୍ଞାନକୁ ବାଦ୍‌ ଦେଇ ଦେଶର ପ୍ରଗତି ପରିକଳ୍ପନା ଅସମ୍ଭବ

ଦିଗପହଣ୍ଡି, ୧୫।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଜ୍ଞାନଶ୍ରୀ ପବ୍ଲିକ୍‌ ସ୍କୁଲର ଷଷ୍ଠତମ ଜ୍ଞାନବିଜ୍ଞାନ ମେଳା ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ହରିବନ୍ଧୁ ଦୋରା, କାଳୁଚରଣ…

ଗାଡ଼ି ଲାଇଟ୍‌ ଉପରେ ସରକାର ଆଣୁଛନ୍ତିି ବଡ଼ ନିୟମ, ଜାଣନ୍ତୁ କ’ଣ ହେବ ପରିବର୍ତ୍ତନ

ନୂଆଦିଲ୍‌ଲୀ,୧୫।୯: ରାତି ସମୟରେ ରାସ୍ତାରେ ଗାଡ଼ିଗୁଡ଼ିକର ହାଇ ବିମ (High Beam) ହେଡଲାଇଟ ଆଖି ଝଲସାଇ ଦେବା ସଡ଼କ ଦୁର୍ଘଟଣାର ଏକ ବଡ଼ କାରଣ ପାଲଟିଛି। ଏହି…

୨୦୨୭ ଯାଏ ୩ ରାଶିଙ୍କର ଚାଲିବ ଭଲ ସମୟ, କେତୁଙ୍କ ପ୍ରଭାବରେ ପ୍ରଚୁର ଧନ ଲାଭ ସହ ଚାକିରିରେ ପଦୋନ୍ନତି!

ଜ୍ୟୋତିଷ ଶାସ୍ତ୍ରରେ ଛାୟା ଗ୍ରହ କେତୁଙ୍କ ଗୋଚରକୁ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରାଯାଏ। ଜ୍ୟୋତିଷୀଙ୍କ ମତ ଅନୁସାରେ, କେତୁ ପ୍ରାୟ ୧୮ ମାସ ପରେ ରାଶି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?