ଚିନ୍ତା ବଢ଼ାଇଲା ନୂଆ ରୂପ

ଲଣ୍ଡନ, ୨୨।୧୨: ବ୍ରିଟେନରେ କରୋନା ଭୂତାଣୁର ଏକ ପରିବର୍ତ୍ତିତ ସଂସ୍କରଣ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଏହାକୁ ନେଇ ସାରା ବିଶ୍ୱରେ ଚିନ୍ତା ବଢ଼ିଯାଇଛି। ନୂଆ ସଂକ୍ରମଣକୁ ଦୃଷ୍ଟିରେ ରଖି ବ୍ରିଟିଶ ସରକାର କଡ଼ା ଲକ୍‌ଡାଉନ କଟକଣା ଜାରି କରିଛନ୍ତି। ସରକାର ସୋମବାର ଏକ ଜରୁରୀ ବୈଠକ ଡାକି ସ୍ଥିତି ସମୀକ୍ଷା କରିଛନ୍ତି। ପୂର୍ବ ଭୂତାଣୁ ତୁଳନାରେ ଏହାର ନୂଆ ସଂସ୍କରଣ ୭୦ ପ୍ରତିଶତ ଅଧିକ ସଂକ୍ରାମକ ବୋଲି ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ ଖବରଦାତା ସମ୍ମିଳନୀରେ କହିଛନ୍ତି। ଏହା ଅତି ଦ୍ରୁତ ଗତିରେ ବ୍ୟାପିଚାଲିଛି। ସେଥିପାଇଁ ସେଠାରେ ସମସ୍ତ ସ୍ଥାନୀୟ ଓ ଅନ୍ତର୍ଜାତୀୟ ଯାତାୟାତକୁ ନିଷିଦ୍ଧ କରାଯାଇଛି। ଲୋକଙ୍କୁ ଘରୁ ନ ବାହାରିବାକୁ ଏବଂ ଖ୍ରୀଷ୍ଟମାସରେ ଏକାଠି ନ ହେବାକୁ ପରାମର୍ଶ ଦିଆଯାଇଛି। ଓ୍ବେଲ୍ସ ଓ ସ୍କଟଲାଣ୍ଡରେ ମଧ୍ୟ କଟକଣାକୁ କଡ଼ାକଡ଼ି କରାଯାଇଛି। ବାଣିଜ୍ୟ ଓ ପରିବହନ ଉପରେ କଟକଣା ଲାଗିଥିବାରୁ ଖ୍ରୀଷ୍ଟମାସରେ ବ୍ରିଟେନରେ ଖାଦ୍ୟ ସଙ୍କଟ ଦେଖାଦେବା ଆଶଙ୍କା ପ୍ରକାଶ ପାଇଛି।
ବ୍ରିଟେନରେ କରୋନା ଭୂତାଣୁର ଦ୍ୱିତୀୟ ଓ ତୃତୀୟ ଲହର ଚାଲିଥିବାରୁ ଅନେକ ଦେଶ ସାମାଜିକ ଦୂରତ୍ୱ କଟକଣାକୁ ପୁଣିଥରେ କଡ଼ାକଡ଼ି କରିଛନ୍ତି। ଭୂତାଣୁର ନୂଆ ସଂସ୍କରଣ ସମ୍ପର୍କରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ)କୁ ଜଣାଇଦିଆଯାଇଛି ଏବଂ ଉପଲବ୍ଧ ତଥ୍ୟ ଉପରେ ତର୍ଜମା ଚାଲିଛି ବୋଲି ଇଂଲଣ୍ଡର ମୁଖ୍ୟ ମେଡିକାଲ ଉପଦେଷ୍ଟା କ୍ରିସ୍‌ ହ୍ବିଟି କହିଛନ୍ତି। ତେବେ ନୂଆ ଭୂତାଣୁ ବ୍ରିଟେନ୍‌ ବାହାରକୁ ଯାଇଛି କି ନାହିଁ ଜଣାପଡ଼ିନାହିଁ। ଏହି ଭୂତାଣୁ ଦ୍ରୁତଗତିରେ ସଂକ୍ରମିତ ହେଉଥିବାରୁ ବହୁସଂଖ୍ୟାରେ ଲୋକେ ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି। ଏଭଳି ସମୟରେ ନୂଆ କଟକଣା ଲଗାଇବାର ଆବଶ୍ୟକତା ଥିବା ମୁଖ୍ୟ ବିଜ୍ଞାନ ଉପଦେଷ୍ଟା ପାଟ୍ରିକ୍‌ ଭାଲାନ୍ସ କହିଛନ୍ତି।
ବ୍ରିଟେନକୁ ଇତିମଧ୍ୟରେ ଭାରତ ସମେତ ଜର୍ମାନୀ, ଇଟାଲୀ, ବେଲ୍‌ଜିୟମ, ଫ୍ରାନ୍ସ, ଡେନ୍‌ମାର୍କ, ବୁଲଗେରିଆ, ଆଇରିଶ୍‌ ରିପବ୍ଳିକ୍‌, ତୁର୍କୀ ଏବଂ କାନାଡା ବିମାନ ଚଳାଚଳ ବନ୍ଦ କରିସାରିଲେଣି। ହଂକଂ, ଇସ୍ରାଏଲ୍‌, ଇରାନ, କ୍ରୋଏସିଆ, ଆର୍ଜେଣ୍ଟିନା, ଚିଲି, ମରକୋ ଏବଂ କୁଏତ୍‌ ମଧ୍ୟ ବ୍ରିଟେନକୁ ଟ୍ରାଭେଲ କଟକଣା ଲଗାଇଛନ୍ତି। ବ୍ରିଟେନରେ ରବିବାର ୩୫,୯୨୮ ନୂଆ ସଂକ୍ରମଣ ସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୦,୪୦,୧୪୭ରେ ପହଞ୍ଚତ୍ଛି। ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୬୭,୪୦୧ରେ ପହଞ୍ଚତ୍ଲାଣି। ୟୁରୋପୀୟ ସଂଘର ସଦସ୍ୟ ରାଷ୍ଟ୍ରଗୁଡ଼ିକ ବ୍ରୁସେଲ୍ସଠାରେ ଏକ ବୈଠକରେ ମିଳିତ ପଦକ୍ଷେପ ସମ୍ପର୍କରେ ଆଲୋଚନା କରୁଛନ୍ତି।
ଭୂତାଣୁର ଏହି ପରିବର୍ତ୍ତିତ ସଂସ୍କରଣ ପ୍ରଥମେ ଦକ୍ଷିଣପୂର୍ବ ଇଂଲଣ୍ଡରେ ସେପ୍ଟେମ୍ବର ମାସରେ ଚିହ୍ନଟ ହୋଇଥିଲା। କ୍ରମେ ଏହା ଦ୍ରୁତ ଗତିରେ ମାଡ଼ିଚାଲି ସମଗ୍ର ଲଣ୍ଡନ ଓ ବ୍ରିଟେନର ଅନ୍ୟ ଅଞ୍ଚଳକୁ ବ୍ୟାପିଗଲାଣି। ବ୍ରିଟେନ୍‌ ପ୍ରଥମ ରାଷ୍ଟ୍ର ଭାବେ ଫାଇଜର ଟିକାକୁ ବ୍ୟବହାର ପାଇଁ ଅନୁମତି ଦେଇଥିଲା। ସେଠାରେ ଟିକାକରଣ ଚାଲିଥିବାବେଳେ ଏହା ଟିକାର ପ୍ରତିରୋଧୀ ପ୍ରଭାବ ବୋଲି ସନ୍ଦେହ କରାଯାଉଥିବାବେଳେ ବିଶେଷଜ୍ଞମାନେ ଏହାକୁ ଖଣ୍ଡନ କରିଛନ୍ତି। ଏହା ଅଧିକ ବିପଜ୍ଜନକ କିମ୍ବା ଟିକାର ପ୍ରତିରୋଧୀ ଭଳି ଲାଗୁ ନ ଥିବା ସେମାନେ କହିଛନ୍ତି।

୩୧ ଯାଏ ଭାରତକୁ ବିମାନ ବାତିଲ

ବ୍ରିଟେନରେ ନୂଆ ଭୂତାଣୁ ସଂକ୍ରମଣକୁ ନେଇ ଆତଙ୍କ ସୃଷ୍ଟି ହୋଇଥିବାବେଳେ ଭାରତ ସରକାର ବୁଧବାରଠାରୁ ଡିସେମ୍ବର ୩୧ ପର୍ଯ୍ୟନ୍ତ ସେଠାକୁ ବିମାନ ଚଳାଚଳ ବନ୍ଦ କରିଛନ୍ତି। ଏହା ପୂର୍ବରୁ ଯେଉଁ ଯାତ୍ରୀମାନେ ବ୍ରିଟେନରୁ ଭାରତ ଆସିବେ ବିମାନ ବନ୍ଦରରେ ସେମାନଙ୍କର କୋଭିଡ୍‌ ପରୀକ୍ଷାକୁ ବାଧ୍ୟତାମୂଳକ କରାଯାଇଛି। ଡିସେମ୍ବର ୨୨ ରାତି ୧୧ଟା ୫୯ରୁ ବ୍ରିଟେନକୁ ବିମାନ ଚଳାଚଳ ବନ୍ଦ ରହିବ ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଟୁଇଟ୍‌ କରାଯାଇଛି। ବ୍ରିଟେନରେ ନୂଆ ସଂକ୍ରମଣକୁ ନେଇ ସରକାର ସତର୍କ ରହିଛନ୍ତି। ଭୟ କରିବାର କୌଣସି କାରଣ ନାହିଁ ବୋଲି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ. ହର୍ଷ ବର୍ଦ୍ଧନ ସୋମବାର କହିଛନ୍ତି। ସଂକ୍ରମଣ ରୋକିବାକୁ ସରକାର ବର୍ଷେ ହେଲା ସମସ୍ତ ପଦକ୍ଷେପ ନେଉଛନ୍ତି। ବ୍ରିଟେନକୁ ତୁରନ୍ତ ବିମାନ ବାତିଲ କରିବା ଲାଗି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଦାବି କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓରାକଲ୍‌ରୁ ଆମାଜନ୍‌ ଯାଏ ଛଟେଇ: ନିଯୁକ୍ତି ହରାଇଲେଣି ୧୨୦୦୦ ଭାରତୀୟ

ନୂଆଦିଲ୍ଲୀ , ୨ା୪:ଆଇଟି କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀ ଏବଂ ପେସାଦାରଙ୍କ ପାଇଁ ଏବେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସବୁଠୁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ବର୍ତ୍ତମାନ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ଇରାନ ଉପରେ ବଡ଼ ଆକ୍ରମଣ କରିବ ଆମେରିକା: ସମୟ କହିଦେଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁରୁବାର ଜାତି ଉଦ୍ଦେଶ୍ୟରେ ଏକ ଭାଷଣ ଦେଇଛନ୍ତି। ଟ୍ରମ୍ପ ସ୍ପଷ୍ଟ ଭାବରେ କହିଛନ୍ତି,ଯୁଦ୍ଧ ଏପର୍ଯ୍ୟନ୍ତ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

ଓଡ଼ିଆକୁ ଜାଣ, ଓଡ଼ିଶାକୁ ଜାଣ: କାଶୀ ବିଶ୍ୱବିଦ୍ୟାଳୟରେ ଶୁଭିଲା ଓଡ଼ିଆଙ୍କ ସ୍ବର

ଭୁବନେଶ୍ୱର,୨।୪(ସୌମ୍ୟରଞ୍ଜନ ରାଉତ):ଓଡ଼ିଶା ଦିବସ ପାଳନ ଅବସରରେ ‘ଓଡ଼ିଆକୁ ଜାଣ, ଓଡ଼ିଶାକୁ ଜାଣ’ ଶୀର୍ଷକ ୨ଦିନିଆ ଜାତୀୟ ସମ୍ମିଳନୀର ୨ୟ ସଂସ୍କରଣ କାଶୀ ହିନ୍ଦୁ ବିଶ୍ବବିଦ୍ୟାଳୟ ବାରାଣସୀରେ ଉଦ୍‌ଘାଟିତ…

ଓଜନ ହ୍ରାସ ଔଷଧ ବେଆଇନ ବିକ୍ରିକଲେ ଲାଇସେନ୍ସ ରଦ୍ଦ: କେନ୍ଦ୍ରର ଚେତାବନୀ

ନୂଆଦିଲ୍ଲୀ,୨ା୪:ଓଜନ ହ୍ରାସ ପାଇଁ ଉଦ୍ଦିଷ୍ଟ ଔଷଧଗୁଡ଼ିକ ଭାରତୀୟ ବଜାରରେ ସହଜରେ ଉପଲବ୍ଧ ହେଉଥିବାରୁ ଏହାର ଅପବ୍ୟବହାର ବଢ଼ିବାରେ ଲାଗିଛି। ଏଭଳି ଡ୍ରଗ୍ସ ବିକ୍ରେତାଙ୍କ ଲାଇସେନ୍ସ ରଦ୍ଦ କରାଯିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri