‘ସରକାରୀ ଅଫିସ୍‌, ଜନପ୍ରତିନିଧିଙ୍କ ଘର ଆଗରେ ଧାନ ଗଦାକରିବୁ’

ବରଗଡ଼,୩୦।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଚାଷୀମାନେ ଖରିଫ ଧାନ ଅମଳ କଲେଣି। ଅଥଚ ଧାନ କିଣାବିକା ଆରମ୍ଭ ହେବା ତ ଦୂରର କଥା, ଏପର୍ଯ୍ୟନ୍ତ ଧାନ ସଂଗ୍ରହ କମିଟିର ନୀତି ନିର୍ଦ୍ଧାରଣ ତଥା ପ୍ରସ୍ତୁତି ବୈଠକ ବସି ପାରି ନାହିଁ। ସେହିପରି ଜିଲାର ଅନେକ ଚାଷୀ ଧାନବିକ୍ରି ପଞ୍ଜୀକରଣରୁ ବାଦ୍‌ ପଡ଼ିଥିବାବେଳେ ଗୋଦାମରେ ଭର୍ତ୍ତି ହୋଇଥିବା ଚାଉଳ ଖାଲି କରିବା ସହିତ ସେମାନଙ୍କ ଦାବି ସମୂହ ପୂରଣ କରା ନଗଲେ ଆସନ୍ତା ଧାନ ସଂଗ୍ରହ ପ୍ରକ୍ରିୟାରେ ସହଯୋଗ କରିବେ ନାହିଁ ବୋଲି ୩ଦିନତଳେ ବରଗଡ଼ରେ ଅନୁଷ୍ଠିତ ଏକ ଖବରଦାତା ସମ୍ମଳନୀରେ ଅଲ୍‌ ଓଡ଼ିଶା ମିଲର୍ସ ଆସୋସିଏଶନ ସୂଚାଇ ଦେଇଛି। ଏଭଳି ସ୍ଥିତିରେ ଏଥର ଅନ୍ୟବର୍ଷ ତୁଳନାରେ ଧାନ କିଣାବିକା ସମସ୍ୟା ଅଧିକରୁ ଅଧିକତର ଜଟିଳ ହେବ ବୋଲି ଆଶଙ୍କା ଦେଖାଯାଇଛି। ଅନ୍ୟପଟେ ବିକ୍ରିଯୋଗ୍ୟ ଅମଳ ଧାନକୁ ଠିକ୍‌ଭାବେ କିଣା ନଗଲେ ଚାଷୀମାନେ ସେହି ଧାନକୁ ରାଜସ୍ବ ନିରୀକ୍ଷକ, ପ୍ରାଥମିକ କୃଷି ସମବାୟ ସମିତି, ତହସିଲ ଅଫିସଠାରୁ ଆରମ୍ଭ କରି ଜିଲାପାଳଙ୍କ କାର୍ଯ୍ୟାଳୟ ଏବଂ ସ୍ଥାନୀୟ ଜନ ପ୍ରତିନିଧିଙ୍କ ଘର ସମ୍ମୁଖରେ ଗଦା କରି ଆନ୍ଦୋଳନକୁ ଓହ୍ଲାଇବେ ବୋଲି ବୁଧବାର ସନ୍ଧ୍ୟାରେ ବରଗଡ଼ ଅଗ୍ରଗାମୀ ଯୁବକ ସଂଘ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଚେତାବନୀ ଦେଇଛନ୍ତି।

ଖବରଦାତା ସମ୍ମିଳନୀରେ ସଙ୍ଗଠନର ଉପଦେଷ୍ଟା ରମେଶ ମହାପାତ୍ର କହିଥିଲେ, କୃଷି ବିଭାଗର ସୂଚନା ଅନୁଯାୟୀ, ବରଗଡ଼ ଜିଲାରେ ମୋଟ୍‌ ୫ଲକ୍ଷ ୧୦ହଜାର ହେକ୍ଟର ଜମି ରହିଛି। ସେଥିରୁ ୩ଲକ୍ଷ ୬୦ହଜାର ହେକ୍ଟର ଜମି ଚାଷୋପଯୋଗୀ ରହିଛି। ଜିଲାରେ ୨ଲକ୍ଷ ୩୦ହଜାର ହେକ୍ଟରରେ ଧାନ ଏବଂ ୧ଲକ୍ଷ ୧୧ହଜାର ହେକ୍ଟର ଜମିରେ ଅଣଧାନ ଚାଷ କରାଯାଇଥାଏ। ସେହିପରି ଏଥର ଜିଲାରେ ମୋଟ୍‌ ଧାନ ଉପତ୍ାଦନ ଲକ୍ଷ୍ୟ ୧୧ଲକ୍ଷ ୧୯ହଜାର ୩୩୪ କୁଇଣ୍ଟାଲ ତଥା ହେକ୍ଟର ପ୍ରତି ୪୮କୁଇଣ୍ଟାଲ ରହିଛି। ସେହିପରି ଅଣଧାନ ମଧ୍ୟରେ ୨୯ହଜାର ୫୦୦ ହେକ୍ଟର ଜମିରେ ମୁଗ, ୭୫୦୦ ହେକ୍ଟର ଜମିରେ ବିରି, ୩୩୫୦ ହେକ୍ଟର ଜମିରେ ଅମୃତଭଣ୍ଡା, ୨୬୦୦ ହେକ୍ଟର ଜମିରେ ହରଡ଼, ୧୪ହଜାର ୮୦୦ହେକ୍ଟର ଜମିରେ ଚିନାବାଦ, ୧୨୫୦ ହେକ୍ଟରର ଜମିରେ ରାଶି, ୫୮୫୦ ହେକ୍ଟର ଜମିରେ କପା, ୨୭ହଜାର ୯୫୦ ହେକ୍ଟର ଜମିରେ ପନିପରିବା, ୩୧୬୦ ହେକ୍ଟର ଜମିରେ ହଲଦୀ, ୧୪୦୦ ହେକ୍ଟର ଜମିରେ ଅଦା, ୩୪୦୦ ହେକ୍ଟର ଜମିରେ ରାଗି, ୨ହଜାର ହେକ୍ଟର ଜମିରେ ମିଲେଟ୍‌ ଏବଂ ୬ହଜାର ହେକ୍ଟର ଜମିରେ ପାମ୍‌ ଚାଷ ହୋଇଛି ଏହା ସହିତ ଆମ୍ବ, ପିଜୁଳି, କଦଳୀ ଆଦି ଫଳ ଚାଷ ମଧ୍ୟ ବହୁ ପରିମାଣରେ ହୋଇଛି। ତେବେ ଜିଲାରେ ରେକର୍ଡ଼ ପରିମାଣ ଜମିରେ ଉଭୟ ଧାନ ଏବଂ ଅଣଧାନ ଚାଷ ହେଉଥିଲେ ସୁଦ୍ଧା ଚାଷୀଙ୍କ ସମସ୍ୟା ଅସମାହିତ ରହି ଯାଉଥିବା ସେ କ୍ଷୋଭ ପ୍ରକାଶ କରିଥିଲେ। ସରକାର ବଦଳିଛି, ମାତ୍ର ବ୍ୟବସ୍ଥା ବଦଳିନି, ବରଂ ପୂର୍ବାପେକ୍ଷା ଅଧିକ ଜଟିଳ ହୋଇଯାଇଥିବା ମହାପାତ୍ର କହିଥିଲେ।

ସଂଗଠନର ଅନ୍ୟତମ ଉପଦେଷ୍ଟା ଉପତ୍ନ କୁମାର ଭୋଇ ଅବ୍ୟବସ୍ଥିତ ଧାନବିକ୍ରି ପଞ୍ଜୀକରଣ ବ୍ୟବସ୍ଥା ନେଇ ଉଦ୍‌ବେଗ ପ୍ରକାଶ କରିଥିଲେ। ଅନେକ ଚାଷୀ ପଞ୍ଜୀକରଣରୁ ବାଦ୍‌ ପଡ଼ିଛନ୍ତି। ଆବଶ୍ୟକ କାଗଜାତ୍‌ ସହିତ ବାରମ୍ବାର ବିଭାଗୀୟ ଅଧିକାରୀଙ୍କ ଫେରାଦ ହୋଇଥିବା ସତ୍ତ୍ୱେ କୌଣସି ସୁଫଳ ମିଳିପାରି ନାହିଁ। ତେବେ ସମସ୍ତ ଚାଷୀଙ୍କ ଅମଳ ଧାନକୁ କିଣା ନଗଲେ ସେହିଧାନକୁ ସରକାରୀ କାର୍ଯ୍ୟାଳୟ ଏବଂ ଜନ ପ୍ରତିନିଧିଙ୍କ ଘର ସମ୍ମୁଖରେ ଗଦା କରି ଆନ୍ଦୋଳନ କରାଯିବ ବୋଲି ଭୋଇ କହିଥିଲେ। ଉପଦେଷ୍ଟା ଅଜିତ ଶତପଥୀ କହିଥିଲେ, ଧାନ ସଂଗ୍ରହ ପାଇଁ ଭିତ୍ତିଭୂମି ନଥିବାରୁ ସରକାର ମିଲର୍ସମାନଙ୍କ ଉପରେ ନିର୍ଭର କରୁଛନ୍ତି। ଅଲ୍‌ ଓଡ଼ିଶା ମିଲର୍ସ ଆସୋସିଏଶନ ଖବରଦାତା ସମ୍ମିଳନୀରେ ଧାନ ସଂଗ୍ରହ ପ୍ରକ୍ରିୟାରେ ସରକାରଙ୍କ ଅପାରଗତାକୁ ପ୍ରତିପାଦିତ କରି ଦେଇଛନ୍ତି। ସରକାର ଚାଉଳ ଉଠାଇ ପାରୁ ନାହାନ୍ତି। ମିଲର୍ସ ଆସୋସିଏଶନ ସରକାରଙ୍କ ଉପରେ ଚାପ ପକାଉଛି। ତେବେ ତାହା ଭିନ୍ନ କଥା। ରାଜ୍ୟରେ ସରକାର ପରିବର୍ତ୍ତନରେ ଚାଷୀଙ୍କ ପ୍ରମୁଖ ଭୂମିକା ରହିଛି, ଏଭଳି ସ୍ଥଳେ ସରକାର ନିଜେ ଧାନ କିଣିବାକୁ ସେ ଆହ୍ବାନ କରିଛନ୍ତି। ସେହିପରି ଶାସନକୁ ଆସିବା ପୂର୍ବରୁ ଭାଜପା ଚାଷୀଙ୍କୁ କୁଇଣ୍ଟାଲ ପ୍ରତି ୮୦୦ ଟଙ୍କା ଲେଖାଏ ବୋନସ୍‌ ଦେବାକୁ କହିଥିଲା। ସେହି କ୍ରମରେ ଏଥର କୁଇଣ୍ଟାଲ ପ୍ରତି ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୩୦୦ ଟଙ୍କା ସହିତ ୮୦୦ ଟଙ୍କା ବୋନସ୍‌ ମିଶାଇ ୩୧୦୦ ଟଙ୍କା ଲେଖାଏ ଦିଆଯାଇଥିଲା। ତେବେ ଇତିମଧ୍ୟରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟରେ ୬୯ଟଙ୍କା ବୃଦ୍ଧି ପାଇଥିବାରୁ ଏଥର ଧାନ କୁଇଣ୍ଟାଲ ପ୍ରତି ୩୧୦୦ ଟଙ୍କା ବଦଳରେ ୩୧୬୯ଟଙ୍କା ଦିଆଯାଉ ବୋଲି ସେ ଦାବି ଉପସ୍ଥାପନ କରିଥିଲେ।

ସେହିପରି ବରଗଡ଼ ଜିଲାରେ ମଧ୍ୟ ବାତ୍ୟା ମୋନ୍ଥାର ପ୍ରଭାବରେ ଚାଷୀଙ୍କ ଧାନ ଫସଲକ୍ଷତି ହୋଇଥିବାରୁ କ୍ଷତିପୂରଣ ଦାବି, ଦୁର୍ବୃତ୍ତମାନେ ଲଟାମରା ପ୍ରୟୋଗ ସହିତ ବିଭିନ୍ନ ଉପାୟରେ ପରିବା ଫସଲ ନଷ୍ଟ କରୁଥିବାରୁ ସେ ଦିଗରେ କଠୋର କାର୍ଯ୍ୟାନୁଷ୍ଠାନ, କ୍ଷତିପୂରଣ ପ୍ରଦାନ, ଅତାବିରା ଆରଏମସିରେ ପଡ଼ି ରହିଥିବା ୧୦୨କୋଟି, ବରଗଡ଼ ଆରଏମସିରେ ପଡ଼ି ରହିଥିବା ୮୫କୋଟି ଏବଂ ପଦ୍ମପୁରରେ ପଡ଼ି ରହିଥିବା ୩୩କୋଟି ଟଙ୍କାର ଠିକ୍‌ ବିନିଯୋଗ କରି ଧାନବିକ୍ରି ପାଇଁ ଭିତ୍ତିଭୂମି ନିର୍ମାଣ, ମଣ୍ଡିକୁ ଦଲାଲମୁକ୍ତ କରାଯିବା, ଅଣଜଳସେଚିତ ଅଞ୍ଚଳକୁ ତୁରନ୍ତ ଜଳସେଚନ ବ୍ୟବସ୍ଥା ଆଦି ଉପରେ ସଙ୍ଗଠନର ପ୍ରତିନିଧିମାନେ ମତ ରଖିଥିଲେ। ଖବରଦାତା ସମ୍ମିଳନୀରେ ଜିଲାର ବିଭିନ୍ନ କୃଷକ ସଙ୍ଗଠନର ପ୍ରତିନଧିବୃନ୍ଦ ଉପସ୍ଥିତ ଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

ରାଜସ୍ବ ନିରୀକ୍ଷକଙ୍କୁ କାର୍ଯ୍ୟାଳୟରୁ ଘୋଷାଡି ଆକ୍ରମଣ: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଧାରଣା

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ରାଜସ୍ବ ନିରୀକ୍ଷକ ଇନ୍ଦ୍ର କୁମାର ବାଦିଙ୍କୁ ସୋମବାର ତାଙ୍କ କାର୍ଯ୍ୟାଳୟ ଭିତରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?