କାରିଗରଙ୍କୁ ଘାରିଛି ମୂର୍ତ୍ତି ବିକ୍ରି ଚିନ୍ତା

ଖୋର୍ଦ୍ଧା ଅଫିସ,୨୧।୮: ଖୋର୍ଦ୍ଧା ଜିଲାର ଜଟଣୀରେ ପ୍ରତିବର୍ଷ ଗଣେଶ ପୂଜା ଧୁମ୍‌ଧାମ୍‌ରେ ପାଳନ କରାଯାଇଥାଏ। ୧୨ଦିନ ଧରି ଏଠାରେ ୨ଶହରୁ ଊର୍ଦ୍ଧ୍ୱ ଛୋଟ ବଡ ମଣ୍ଡପରେ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ, ବଜାର କମିଟି ଏବଂ ସଙ୍ଗଠନ ପକ୍ଷରୁ ଗଣେଶ ପୂଜା ପାଳନ ହୋଇଥାଏ। ତେବେ ଏଥର କରୋନା ଯୋଗୁ ସାର୍ବଜନୀନ ମଣ୍ଡପରେ ପୂଜା ବନ୍ଦ ଲାଗି ଜିଲା ପ୍ରଶାସନ ନିର୍ଦ୍ଦେଶ ଜାରି କରିଛନ୍ତି। ଫଳରେ ସବୁଠି ନିରାଶା ଭାବ ଛାଇଯାଇଛି। ଏଇ ସମୟରେ ବେଶ୍‌ ଭଲ ଦି’ ପଇସା ରୋଜଗାର କରୁଥିବା ମୂର୍ତ୍ତି କାରିଗରମାନେ ନିଜ ବୃତ୍ତିକୁ ନେଇ ଚିନ୍ତାରେ ପଡ଼ିଛନ୍ତି। ସେମାନେ ବହୁ ପରିଶ୍ରମ କରି ଗଢିଥିବା ଗଣେଶ ମୂର୍ତ୍ତି ସବୁ କ’ଣ କରିବେ ଏବଂ ପରିବାର କିପରି ଚଳାଇବେ ସେଇ ଚିନ୍ତା ସେମାନଙ୍କୁ ଘାରିଛି।
ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ମୂର୍ତ୍ତି କାରିଗରମାନେ ପ୍ରାୟ ୩ମାସ ପୂର୍ବରୁ ଆବଶ୍ୟକ ସାମଗ୍ରୀ ସଂଗ୍ରହ କରି ମୂର୍ତ୍ତି ଗଢିବାରେ ଲାଗିପଡ଼ିଥିଲେ। ଏଥର ଗଣେଶ ପୂଜାରେ ଆଶାଜନକ ରୋଜଗାର କରିବେ ବୋଲି ଆଶା ବାନ୍ଧିଥିଲେ। ମାତ୍ର ପ୍ରଶାସନର କଟକଣା ପରେ ସମସ୍ତଙ୍କ ମନ ଫିକା ପଡ଼ିଛି। ବିଶେଷକରି ନଡ଼ାରେ ବଡ ବଡ଼ ମୂତ୍ତି ଗଢି ବିଭିନ୍ନ ଅନୁଷ୍ଠାନକୁ ଯୋଗାଉଥିବା କାରଗର ଅଧିକ ନିରାଶ ହୋଇଛନ୍ତି। କାରିଗର ସୁକାନ୍ତ ବେହେରା କହିଛନ୍ତି, ଏଥର ଅନେକ ମୂର୍ତ୍ତି ଗଢିଥିଲି। ଭାବିଥିଲି ହାତକୁ ଦି’ ପଇସା ଆସିବ, ମୋ ପରିବାର କିଛିଦିନ ଭଲରେ ଚଳିଯିବ। କିନ୍ତୁ ଏବେ ସବୁ ଆଶା ମଉଳିଗଲା। ସେହିପରି ଚନ୍ଦ୍ରକାନ୍ତ ବେହେରା କହିଛନ୍ତି, କେତୋଟି ଅନୁଷ୍ଠାନରୁ ବଡ ମୂର୍ତ୍ତି ପାଇଁ ଅର୍ଡର ପାଇଥିଲି। ମାତ୍ର ଏବେ ସବୁ ବେକାର ହୋଇଗଲା। ଏଭଳି ସମୟରେ ଆମ ପରି ଗରିବ କାରିଗରମାନଙ୍କୁ ପ୍ରଶାସନ ସହାୟତା ଯୋଗାଇଦେବା ଦରକାର। ଅନ୍ୟପକ୍ଷରେ ଏ ନେଇ ଜିଲାପାଳ ସନତ ମହାନ୍ତିଙ୍କୁ ପଚାରିବାରେ କହିଛନ୍ତି, କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ପୂଜା ବନ୍ଦ ଲାଗି ନିଷ୍ପତ୍ତି ହୋଇଛି। ସେହିପରି ଦୁଃସ୍ଥ କାରିଗରଙ୍କୁ ସରକାରୀ ସହାୟତା ଦେବା ନେଇ କୌଣସି ଅଭିଯୋଗ କିମ୍ବା ଆବେଦନ ଆସିଲେ ତା’ ଉପରେ ବିଚାର କରାଯିବ।

 


Enter your email to get our daily news in your inbox.

All Right Reserved By Dharitri.Com

ତାମିଲନାଡୁ ଗ୍ୟାସ ଦୁର୍ଘଟଣା: ମୃତକଙ୍କ ପରିବାରକୁ ଭେଟିଲା ବିଜେଡି ପ୍ରତିନିଧି ଦଳ, ସରକାରଙ୍କୁ କଡ଼ା ସମାଲୋଚନା

କେନ୍ଦୁଝର, ୯।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ତାମିଲନାଡୁ ଗ୍ୟାସ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା କେନ୍ଦୁଝର ଜିଲ୍ଲାର ୧୫ ଜଣ ଆଦିବାସୀ ଶ୍ରମିକଙ୍କ ପରିବାରକୁ ରାଜ୍ୟ ବିଜୁ ଜନତା ଦଳ…

ଅଡବା ପୋଲିସକୁ ବଡ଼ ସଫଳତା: ୭୨.୫ ଲିଟର ବେଆଇନ ମଦ ଜବତ, ଜଣେ ଗିରଫ

ମୋହନା, ୯।୭(ମନ୍ମଥ ମିଶ୍ର): ଗଜପତି ଜିଲା ଅଡବା ଥାନା ପୋଲିସକୁ ବେଆଇନ ମଦ କାରବାର ବିରୋଧରେ ଏକ ବଡ଼ ସଫଳତା ମିଳିଛି। ଥାନା ଅନ୍ତର୍ଗତ ପଟୁମା ଗାଁରେ…

ମମତାଙ୍କୁ ଝଟକା ଦେଇଥିବା ୩ ନେତାଙ୍କୁ BJP ଦେଲା ବଡ଼ ଉପହାର

କୋଲକାତା,୯।୭: ପଶ୍ଚିମବଙ୍ଗରେ ହେବାକୁ ଥିବା ରାଜ୍ୟ ସଭା ଉପନିର୍ବାଚନ ପାଇଁ BJP ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି। ଦଳ ସୁସ୍ମିତା ଦେବ, ସୁଖେନ୍ଦୁ ଶେଖର ରାୟ ଏବଂ…

ମୁଖ୍ୟମନ୍ତ୍ରୀଙ୍କୁ ନିଜ ଜିଲାରେ ବଦନାମ କରୁଛନ୍ତି ତାଙ୍କ ଦଳର ଲୋକ: ବିଜେଡି ବିଧାୟକ

ହାଟଡିହୀ, ୯।୭(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରର ରାଜନୀତି ଏବେ ଏକ ରୋଚକ ମୋଡ଼ରେ ପହଞ୍ଚିଛି। ‘ବୈତରଣୀ ବଞ୍ଚାଅ ଅଭିଯାନ’ ପ୍ରସଙ୍ଗକୁ ନେଇ ଆନନ୍ଦପୁରରୁ…

ମହିଳା କର୍ମଚାରୀଙ୍କୁ ଅଶ୍ଲୀଳ ଇଙ୍ଗିତ କରିବା ପଡ଼ିଲା ମହଙ୍ଗା: ବଦଳିଲେ ବିବାଦୀୟ ପ୍ରଧାନ ଶିକ୍ଷକ, ଥାନାରେ ଏତଲା

ଭବାନୀପାଟଣା, ୯।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ମଦନପୁର ସରକାରୀ ଏସଏସଡି (SSD) ସ୍କୁଲର ପ୍ରଧାନଶିକ୍ଷକ ଶାନ୍ତନୁ କୁମାର ମେହେରଙ୍କୁ ମହିଳା କର୍ମଚାରୀଙ୍କୁ ଅଶ୍ଲୀଳ ଇଙ୍ଗିତ କରିବା…

କେମିତି ପାତାଳଗଙ୍ଗା ନଦୀରେ ଭାସିଗଲା ହଜାର ହଜାର LPG ସିଲିଣ୍ଡର, ଜାଣନ୍ତୁ ଏହା ପଛର ବଡ଼ କାରଣ

ମୁମ୍ବାଇ,୯।୭: ମହାରାଷ୍ଟ୍ରରେ ନିରନ୍ତର ମୁଷଳଧାରାରେ ବର୍ଷା ଏବେ ଦୈନନ୍ଦିନ ଜୀବନ ଏବଂ ଶିଳ୍ପ ପ୍ରତିଷ୍ଠାନ ଉଭୟ ଉପରେ ଖୁବ୍‌ ପ୍ରଭାବ ପକାଇଛି। ଚାଭନେ (ପାନଭେଲ ତାଲୁକା, ରାୟଗଡ…

ବେଆଇନ ବିସ୍ଫୋରକ ବିରୋଧରେ ଗଞ୍ଜାମ ପୋଲିସର ସ୍ୱତନ୍ତ୍ର ଅଭିଯାନ: ୧୮ ମାମଲା ରୁଜୁ, ୨୪ ଗିରଫ

ଛତ୍ରପୁର,୯।୭ (ଦିଲ୍ଲୀପ ସାମଲ): ଜନସାଧାରଣଙ୍କ ସୁରକ୍ଷା ନିଶ୍ଚିତ କରିବା ଏବଂ ବିସ୍ଫୋରକ ପଦାର୍ଥର ବେଆଇନ ମହଜୁଦ, ପରିବହନ ଓ ଦୁରୁପଯୋଗକୁ ରୋକିବା ଲକ୍ଷ୍ୟରେ ଗଞ୍ଜାମ ପୋଲିସ ପକ୍ଷରୁ…

ଜୋତା ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ, ଜୀବନ୍ତ ଜଳିଗଲେ ୨୮ ଜଣ, ଆସିଲା ଛାତିଥରା Video

ବେଜିଂ,୯।୭: ଗୁରୁବାର (ଜୁଲାଇ ୯, ୨୦୨୬) ଦିନ ଚାଇନାର ଜିନଜିଆଙ୍ଗରେ ଏକ ଜୋତା କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା, ଯାହା ଫଳରେ ୨୮ ଜଣଙ୍କର ମୃତ୍ୟୁ ହୋଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri