ଘରୋଇକରଣ ଚିନ୍ତା

Dillip Cherian

ଏୟାର ଇଣ୍ଡିଆର ଘରୋଇକରଣ ପ୍ରକିୟାକୁ ସରକାରୀ ସ୍ତରରେ ଏବଂ ବାହାରେ ଲୋକେ ଉତ୍ସୁକତାର ସହ ଲକ୍ଷ୍ୟ ରଖିଛନ୍ତି। ଜଣେ ଦକ୍ଷ ଅଧିକାରୀ ଭାବେ ବେସାମରିକ ବିମାନ ଚଳାଚଳ ସଚିବ ପ୍ରଦୀପ ସିଂ ଖରୋଲା ବିନିବେଶ ପ୍ରକ୍ରିୟା କିଭଳି ଶୀଘ୍ର ସମ୍ପାଦିତ ହେବ ସେଥିପାଇଁ ବ୍ୟସ୍ତ ରହିଛନ୍ତି। ତେବେ ସରକାରୀ କାଗଜପତ୍ର କାମରେ ହେଳା ଓ କୋଭିଡ୍‌ ମହାମାରୀ ଯୋଗୁ ଘରୋଇକରଣ ବିଳମ୍ବ ହୋଇଛି ବୋଲି ବିଭାଗୀୟ କର୍ମଚାରୀମାନେ ଏକମତ। ଏହା ସହ ଏବେ ନୂଆ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ବୋର୍ଡକୁ ଆସିଛନ୍ତି। ପୂର୍ବତନ ଇନ୍‌ଭେଷ୍ଟମେଣ୍ଟ ବ୍ୟାଙ୍କର ସିନ୍ଧିଆଙ୍କ ଦ୍ୱାରା ଏୟାର ଇଣ୍ଡିଆ ବିକ୍ରି ପ୍ରକ୍ରିୟା ଖୁବ୍‌ ଶୀଘ୍ର ଶେଷ ହେବ ବୋଲି କେତେକେ ବିଶ୍ୱାସ କରୁଛନ୍ତି। ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟରେ କାର୍ଯ୍ୟରତ ବାବୁମାନଙ୍କୁ ସରକାର ସ୍ପଷ୍ଟ କରି ଦେଇଛନ୍ତି ଯେ ଚଳିତ ବର୍ଷ ଏୟାର ଇଣ୍ଡିଆର ବିନିବେଶ ପ୍ରକ୍ରିୟାକୁ ବେଶି ପ୍ରାଥମିକତା ଦିଆଯାଇଛି। ଏଥିତ୍ପାଇଁ ଖରୋଲା ତାଙ୍କ ବିଭାଗୀୟ ମନ୍ତ୍ରୀଙ୍କ କାର୍ଯ୍ୟ ଉପରେ ସମ୍ପୂର୍ଣ୍ଣ ଧ୍ୟାନ ରଖିଛନ୍ତି। ଏବେ ଗୋଟିଏ ମନ୍ତ୍ରଣାଳୟ ଉପରେ ସମସ୍ତଙ୍କ ଦୃଷ୍ଟି ରହିଥିବାବେଳେ ବାବୁମାନେ ବି ନିଜକୁ ଖୁବ୍‌ ସଶକ୍ତ ମନେକରୁଥିବା ଦେଖିବାକୁ ପାଉଛୁ। ସ୍ପଷ୍ଟତଃ, ରାଜୀବ ଗାନ୍ଧୀ ଭବନରେ ଥିବା ଖରୋଲା ଏବଂ ତାଙ୍କ ସାଥୀ ବାବୁମାନେ ଘରୋଇକରଣ ପ୍ରକ୍ରିୟାକୁ ଶୀଘ୍ର ଆଗକୁ ବଢାଇବାକୁ ଚାହୁଁଛନ୍ତି। ସରକାର ଏୟାର ଇଣ୍ଡିଆର ମାଲିକ ହୋଇଥିବାରୁ ଘରୋଇକରଣ ପର୍ଯ୍ୟନ୍ତ ଏହାର କର୍ମଚାରୀଙ୍କର ସୁବିଧା ସୁଯୋଗକୁ ନେଇ ଅତିରିକ୍ତ ବିକଳ୍ପ ଉପରେ ଆଲୋଚନା କରି ଏହା କରିବା ପାଇଁ ଚାହଁୁଛନ୍ତି। ଏହା ଘରୋଇ ନିଲାମଧାରୀଙ୍କୁ ଏୟାରଲାଇନ ପ୍ରତି ଆକର୍ଷିତ କରିବାକୁ କରାଯାଉଛି, ଯେଉଁଥିରେ ସେମାନେ କର୍ମଚାରୀଙ୍କ ପାଇଁ ନୂଆ ସର୍ତ୍ତ ବା କାର୍ଯ୍ୟ ବ୍ୟବସ୍ଥା ରଖିପାରିବେ ଏବଂ କ୍ଷତିପୂରଣ ପ୍ୟାକେଜକୁ ଠିକ୍‌ କରିପାରିବେ। ଏବେ ଏୟାର ଇଣ୍ଡିଆର ଘରୋଇକରଣ ପ୍ରକ୍ରିିୟା ଉପରେ ସଭିଙ୍କ ନଜର। କାରଣ ସରକାର ଅନ୍ୟ ଯେଉଁ ରାଷ୍ଟ୍ରାୟତ୍ତ କମ୍ପାନୀଗୁଡ଼ିକର ଘରୋଇକରଣ ପାଇଁ ଯୋଜନା କରୁଛନ୍ତି ସେଥିପାଇଁ ଏହା ପଥ ପ୍ରଦର୍ଶନ କରିବ ବୋଲି ବିଶ୍ୱାସ କରାଯାଉଛି।
ବାବୁଙ୍କୁ ଚେତାବନୀ
ହରିୟାଣାରେ ମନୋହର ଲାଲ ଖଟ୍ଟର ସରକାର ତାଙ୍କ ଭାବମୂର୍ତ୍ତି ବଢ଼ାଇବା ଲାଗି ସରକାରୀ ଅଧିକାରୀମାନଙ୍କ ଉପରେ କଠୋର ପଦକ୍ଷେପ ନେଇଛନ୍ତି। ସିବିଆଇ ତଦନ୍ତର ସମ୍ମୁଖୀନ ହେଉଥିବା ଆଇଏଏସ୍‌, ଆଇପିଏସ୍‌ ଅଧିକାରୀଙ୍କ ସମେତ ଅନ୍ୟମାନଙ୍କୁ ଫିଲ୍ଡ ଆସାଇନ୍‌ମେଣ୍ଟ ବା କ୍ଷେତ୍ର କାର୍ଯ୍ୟଭାର କିମ୍ବା ଲୋକମାନଙ୍କ ସହ କାର୍ଯ୍ୟ କରିବାର ସୁଯୋଗ ଥିବା ଭଳି ପଦବୀରେ ଅବସ୍ଥାପିତ ନ କରିିବାକୁ ନିଷ୍ପତ୍ତି ନେଇଛନ୍ତି। ହରିୟାଣା ମୁଖ୍ୟ ଶାସନ ସଚିବ ବିଜୟ ବର୍ଦ୍ଧନ ଏକ ନିର୍ଦ୍ଦେଶ ଜାରି କରି କହିଛନ୍ତି ଯେ, ଯେଉଁମାନଙ୍କ ବିରୋଧରେ ଯୋଗ୍ୟ ଅଧିକାରୀ ମକଦ୍ଦମା ଚଳାଇବାକୁ ଅନୁମତି ଦେଇଛନ୍ତି କିମ୍ବା ଆପରାଧିକ ମାମଲାରେ ଅଦାଲତ ଅଭିଯୋଗ ପ୍ରସ୍ତୁତ କରିଛନ୍ତି, ସେମାନଙ୍କୁ ଫିଲ୍ଡ ପୋଷ୍ଟିଂ ବା କ୍ଷେତ୍ର ନିଯୁକ୍ତିରୁ ବଞ୍ଚିତ କରାଯିବ। ସରକାର ତାଙ୍କ ଉଦ୍ଦେଶ୍ୟର ପ୍ରମାଣ ଦେବାକୁ ଯାଇ ଏବେ ଦୁର୍ନୀତି ପାଇଁ ୧୯୧୯ ବ୍ୟାଚ୍‌ ଆଇଏଏସ୍‌ ଅଧିକାରୀ ସନ୍ଦିପ ଗର୍ଗଙ୍କୁ ଚାକିରିରୁ ବିଦା କରିଛନ୍ତି। ବେଆଇନ ଭାବେ ଆୟ ବହିର୍ଭୂତ ସମ୍ପତ୍ତିି ଠୁଳ କରିବା ଅଭିଯୋଗରେ ସିବିଆଇ କୋର୍ଟ ଗର୍ଗଙ୍କୁ ଦୋଷୀ ସାବ୍ୟସ୍ତ କରିବା ପରେ ୨୦୧୬ରୁ ତାଙ୍କୁ ନିଲମ୍ବନ କରାଯାଇଥିତ୍ଲା। ପରେ କେନ୍ଦ୍ର କାର୍ମିକ ଓ ପ୍ରଶିକ୍ଷଣ ବିଭାଗ ଅନୁମୋଦନ କ୍ରମେ ତାଙ୍କୁ ଚାକିରିରୁ ବରଖାସ୍ତ କରାଯାଇଛି। ଦୁର୍ନୀତି ପାଇଁ ଚାକିରି ହରାଇବାରେ ଗର୍ଗ ହେଉଛନ୍ତି ରାଜ୍ୟର ଦ୍ୱିତୀୟ ଆଇଏଏସ୍‌ ଅଧିକାରୀ। ନିଃସନ୍ଦେହ ଯେ, ଗର୍ଗଙ୍କ ମାମଲା ଦୁର୍ନୀତିଗ୍ରସ୍ତ ବାବୁମାନଙ୍କ ପାଇଁ ଏକ ଶକ୍ତ ଚେତାବନୀ ଏବଂ ଦୁର୍ନୀତି ପଦା କରିବାରେ ସରକାର ବେଶ୍‌ ଗମ୍ଭୀର ବୋଲି ଜଣାଇ ଦେଇଛନ୍ତି।
ଇଡି ଉପରେ ନଜର
ନିକଟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ସ୍ବତନ୍ତ୍ର ନିର୍ଦ୍ଦେଶକ ସୁଶୀଲ କୁମାର ତାଙ୍କ ମୂଳ କ୍ୟାଡର ସେଣ୍ଟ୍ରାଲ ବୋର୍ଡ ଅଫ୍‌ ଡାଇରେକ୍ଟ ଟ୍ୟାକ୍ସେସନ (ସିବିଡିଟି)କୁ ପ୍ରତ୍ୟାବର୍ତ୍ତନ କରିବାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଏହି ନିର୍ଦ୍ଦେଶ ରାଜସ୍ବ ବିଭାଗରୁ ଆସିଥିଲା। ସୁଶୀଲ କୁମାର ଇଡି ମୁଖ୍ୟଙ୍କର ଜଣେ ବିଶ୍ୱସ୍ତ ଅଧିକାରୀ ବୋଲି ବିଶ୍ୱାସ କରାଯାଉଥିତ୍ଲେ ମଧ୍ୟ ତାଙ୍କୁ ମୂଳ କ୍ୟାଡର୍‌କୁ ପଠାଇ ଦିଆଯିବା ସମସ୍ତଙ୍କୁ ବିସ୍ମିିତ କରିଛି। ଅର୍ଥ ମନ୍ତ୍ରଣାଳୟ ଏହି ପ୍ରତ୍ୟାବର୍ତ୍ତନ ଅର୍ଡର ଦେବାକୁ ନିର୍ଦ୍ଦେଶ ଦେଇଥିଲା ଏବଂ ଇଣ୍ଟେଲିଜେନ୍ସ ରିପୋର୍ଟ ଆଧାରରେ ଓ ଇଡିର ଶୀର୍ଷ ପଦାଧିକାରୀଙ୍କ ନିଷ୍ପତ୍ତି ବିରୋଧରେ ଏହା କରାଯାଇଥିଲା। ପେଗାସସ୍‌ ସ୍ପାଏଓ୍ବେର ରହସ୍ୟ ପ୍ରକାଶ ପାଇବା ସମୟରେ ଇଡି ସମେତ ବିଧି ପ୍ରବର୍ତ୍ତନରେ ଯେଉଁମାନେ ରହିଛନ୍ତି ସେମାନେ ନିଶ୍ଚିତ ନୁହନ୍ତି ଯେ କିଏ କହା ଉପରେ ଗୁପ୍ତଚରୀ କାର୍ଯ୍ୟ କରୁଛନ୍ତି। ଜଣାପଡୁଛି, ଆର୍ଥିକ ଅପରାଧର ତଦନ୍ତ କରୁଥିବା ଦେଶର ଏହି ପ୍ରମୁଖ ସଂସ୍ଥାର ଅବସ୍ଥା ଭଲ ନାହିଁ। ଏହାର ଅଧିକାରୀମାନେ ଦୁଃଖ ଓ ନୈରାଶ୍ୟରେ କହିପାରନ୍ତି ଯେ ସେମାନଙ୍କ କାର୍ଯ୍ୟଚାପ ବଢିଯାଇଛି, କିନ୍ତୁ ସେମାନଙ୍କର ଏହି ଅଭିଯୋଗ ଘଟିଥିବା କିଛି ତ୍ରୁଟିପୂର୍ଣ୍ଣ କାମକୁ ଘୋଡ଼ାଇବା ଲାଗି ଅଭିପ୍ରେତ। ଏହାର କିଛି ଦିନ ପୂର୍ବରୁ ବ୍ୟାଙ୍କ ଘୋଟାଲାରେ ସମ୍ପୃକ୍ତ ଗୁଜରାଟର ଏକ କମ୍ପାନୀର ମାଲିକଙ୍କଠାରୁ ଲାଞ୍ଚ ଦାବି କରିବା ଅଭିଯୋଗରେ ଇଡିର ଉପ ନିର୍ଦ୍ଦେଶକ ପି.କେ.ସିଂ ଏବଂ ସହକାରୀ ନିର୍ଦ୍ଦେଶକ ଭୁବନେଶ କୁମାର ସିବିଆଇ ଦ୍ୱାରା ଗିରଫ ହେବା ଘଟଣା ଉକ୍ତ ସଂସ୍ଥା ପାଇଁ ଅତ୍ୟନ୍ତ ଲଜ୍ଜାଜନକ ଘଟଣା। ଇଡିର ଗୁରୁତର କ୍ଷତି ହେବା ପୂର୍ବରୁ ଶୀଘ୍ର ତା’ର ଖ୍ୟାତି ଫେରାଇ ଆଣିବା ପାଇଁ ଚେଷ୍ଟାକରି ସରକାର ଏହି ସବୁ ପଦକ୍ଷେପ ଗ୍ରହଣ କରୁଥିତ୍ବା ଜଣାପଡୁଛି।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଉତ୍ତରପ୍ରଦେଶର ଧୀରଜ ବର୍ମା ବିନା ମାଟି ଅର୍ଥାତ୍‌ କେବଳ ପାଣି (ହାଇଡ୍ରୋପୋନିକ୍ସ ପଦ୍ଧତି)ରେ ଚାଷକରି ପ୍ରଥମ ପର୍ଯ୍ୟାୟରେ ୫ ଟନ୍‌ ଷ୍ଟ୍ରବେରି ଉତ୍ପାଦନ କରିବାକୁ ସକ୍ଷମ ହୋଇଛନ୍ତି।…

ବିଶ୍ୱାସ ଅଛି, ଭରସା ନାହିଁ

ଆଗକୁ ଅନ୍ଧାରପକ୍ଷ ଆସୁଛି। କୁଞ୍ଜବଦଳିଆ, ଦାଆଗେଣ୍ଡାଳିଆ, ସାରସ, ପାତିହଂସ, ଜଡ଼ାହଂସ ସମସ୍ତଙ୍କ ମଧ୍ୟରେ ଭାଳେଣି, ମାଫିଆଙ୍କ ହାତରୁ ଏଥର ନିସ୍ତାର ନାହିଁ। କାକଟପୁର, ଅସ୍ତରଙ୍ଗ, ଦେବୀନଦୀ ମୁହାଣ,…

ଆତଙ୍କବାଦର ପୃଷ୍ଠପୋଷକ କିଏ

ୟୁରୋପୀୟ ପାର୍ଲାମେଣ୍ଟରେ ରୁଷିଆକୁ ‘ଆତଙ୍କବାଦ ପୃଷ୍ଠପୋଷକ ରାଷ୍ଟ୍ର’ ବୋଲି ଘୋଷଣା କରିଥିଲା ବେଳେ ଆମେରିକା ପାକିସ୍ତାନକୁ ସହଯୋଗର ହାତ ବଢ଼ାଇ ନିଜର ମିତ୍ର ରାଷ୍ଟ୍ରର ପରିଚୟ ଦେଇଥିଲା।…

ଆତ୍ମସମର୍ପଣ

ସାର୍ବଭୌମତ୍ୱ ଉଲ୍ଲଂଘନକୁ ଏକ ଦେଶର ଆଞ୍ଚଳିକ ଅଖଣ୍ଡତାର ଉଲ୍ଲଂଘନ କିମ୍ବା ସରକାରୀ କାର୍ଯ୍ୟରେ ହସ୍ତକ୍ଷେପ ବୋଲି କୁହାଯାଏ। ଜଣେ ଆତ୍ମସମର୍ପଣ କରେ ଯେତେବେଳେ ସେ ବିନା ପ୍ରତିରୋଧରେ…

ଶେଷାନ ଓ ଗାଈଆଳ ପିଲା

ଆଲେଖ୍ୟଟିକୁ ଆରମ୍ଭ କରିବା ସ୍ବର୍ଗତଃ ଶେଷାନଙ୍କ ଅଙ୍ଗେଲିଭା ଏକ ଘଟଣାରୁ। ତିରୁନେଲାଇ ନାରାୟଣ ଆୟାର ଶେଷାନ ହେଉଛନ୍ତି ସେହି ଭାରତୀୟ ପ୍ରଶାସନିକ ଅଧିକାରୀ, ଯିଏକି ମୁଖ୍ୟ ନିର୍ବାଚନ…

କର୍ପୋରେଟ୍‌ଙ୍କ ସ୍ବାର୍ଥରେ

ଦେଶର ଦୁର୍ବଳ ହେଉଥିବା ଅର୍ଥନୀତି ଓ ବିଶେଷକରି ଆମେରିକା ପରି ପାଶ୍ଚାତ୍ୟ ସାମ୍ରାଜ୍ୟବାଦୀ ଶକ୍ତିମାନଙ୍କ ଭାରି ଚାପ ମଧ୍ୟରେ କେନ୍ଦ୍ର ସରକାର ବଜେଟ ଆଗତ କରିଛନ୍ତି। ୨୦୨୪…

କଡ଼ା ନିୟମ

ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ସଦ୍ୟ ନିର୍ଦ୍ଦେଶନାମା ଜାରି କରିଛି ଯେ, ୨୦୧୧ ଓ ତା’ପର ବ୍ୟାଚ୍‌ ଆଇପିଏସ୍‌ ଅଧିକାରୀଙ୍କୁ କେନ୍ଦ୍ରରେ ଇନ୍ସପେକ୍ଟର ଜେନେରାଲ ପଦବୀ ପାଇଁ ତାଲିକାଭୁକ୍ତ ହେବା…

ବହି କଥା

ଦିନ ଥିଲା ବହି ସହିତ ଅନ୍ତରଙ୍ଗ ହେବାପାଇଁ ନିଭୃତ କକ୍ଷଟିଏ ଲୋଡ଼ା ହେଉଥିଲା। ଯାହାର ନାଁ ଥିଲା ପଢ଼ା ଘର। ସେଇ ପଢ଼ାଘର ସବୁ ଆଜି ବି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri