କୁମ୍ଭୀର ବଂଶ ବୃଦ୍ଧିକୁ ନେଇ ଚିନ୍ତା

କେନ୍ଦ୍ରାପଡ଼ା ଅଫିସ,୨୯ା୮: ବେଲୁନରେ ଅତ୍ୟଧିକ ପବନ ଭରିଲେ ଫାଟିଯାଏ। ଏହି ପରିସ୍ଥିତି ଜାତୀୟଉଦ୍ୟାନ ଭିତରକନିକା ଅଞ୍ଚଳରେ କୁମ୍ଭୀର ବଂଶ ବୃଦ୍ଧି କ୍ଷେତ୍ରରେ ଦେଖାଯାଇଛି। ଭିତରକନିକାର ସୀମିତ ଅଞ୍ଚଳରେ ଅତ୍ୟଧିକ କୁମ୍ଭୀର ପ୍ରଜନନ କେନ୍ଦ୍ରାପଡ଼ା ଜିଲା ସମେତ ନିକଟସ୍ଥ ଯାଜପୁର ଓ ଭଦ୍ରକ ଜିଲାରେ ଆତଙ୍କ ଖେଳାଇଛି।ପ୍ରତିମାସରେ କୁମ୍ଭୀର ଓ ମଣିଷ ଲଢ଼େଇ ଦେଖିବାକୁ ମିଳୁଛି। ସାଇନ୍‌ବୋର୍ଡରେ ସଚେତନତା କାର୍ଯ୍ୟକ୍ରମ ସୀମିତ ରହିଥିବା ବେଳେ ନଦୀ ନାଳ ଅଞ୍ଚଳରେ ଥିବା କୁମ୍ଭୀରକୁ ବାର୍ଷିକ ଗଣନାରେ ସାମିଲ କରାଯାଉନାହିଁ। ୧୯୯୧ରେ ଜାତୀୟଉଦ୍ୟାନରେ କୁମ୍ଭୀର ବଂଶବୃଦ୍ଧି ରୋକିବାକୁ କେନ୍ଦ୍ର ସରକାରଙ୍କ ବନ୍ୟ ଓ ପର୍ଯ୍ୟବରଣ ମନ୍ତ୍ରଣାଳୟରୁ ଚିଠି ଆସିଥିଲା। ଏହାକୁ କାର୍ଯ୍ୟକାରୀ କରିବା ପାଇଁ ସ୍ଥାନୀୟ ଅଞ୍ଚଳବାସୀ ଓ ପରିବେଶବିତ୍‌ମାନେ ମତ ଦେଇଛନ୍ତି।
ଏସମ୍ପର୍କରେ ପରିବେଶବିତ୍‌ ତଥା କଇଁଛ ସୁରକ୍ଷା ସମିତିର ସମ୍ପାଦକ ହେମନ୍ତ କୁମାର ରାଉତ କହିଛନ୍ତି, ଲୁଣା କୁମ୍ଭୀର ପାଇଁ ଭିତରକନିକା ପ୍ରସିଦ୍ଧ। ଗତ ଜାନୁୟାରୀ ଗଣନା ଅନୁଯାୟୀ ଭିତରକନିକାରେ ୧୭୮୪ କୁମ୍ଭୀର ଅଛନ୍ତି। ସେଠାରେ ଧଳା କୁମ୍ଭୀର ସହ ଅନ୍ୟ ୨ ପ୍ରଜାତି କୁମ୍ଭୀର ମଧ୍ୟ ଦେଖାଗଲାଣି। ତେବେ ଜାତୀୟ ଉଦ୍ୟାନର ସୀମିତ ଅଞ୍ଚଳରେ ଏହି ସଂରକ୍ଷିତ ପ୍ରାଣୀଙ୍କ ବଂଶ ବୃଦ୍ଧି ଜିଲା ଓ ଅନ୍ୟ ଜିଲାରେ ଆତଙ୍କ ଖେଳାଇଛି। ଗତ ୧୦ ବର୍ଷର ହିସାବକୁ ନିଆଗଲେ ପ୍ରାୟ ଶତାଧିକ ଲୋକ କୁମ୍ଭୀର ଆକ୍ରମଣରେ ମୃତାହତ ହେଲେଣି। ସେହିପରି ଜାଲ ଓ ଅନ୍ୟ କାରଣରୁ ୨୫ରୁ ଊର୍ଦ୍ଧ୍ୱ କୁମ୍ଭୀରଙ୍କ ଜୀବନ ଗଲାଣି। ଗତ ୪ ମାସ ମଧ୍ୟରେ ୩ ଜଣଙ୍କ ଏହି କାରଣରୁ ମୃତ୍ୟୁ ଘଟିଛି। ସଂଖ୍ୟା ଗଣନାରେ ସାମିଲ ନ ଥିବା ନଦୀ ନାଳରେ କୁମ୍ଭୀର ବୁଲୁଥିବା ଦେଖି ସ୍ଥାନୀୟ ଅଞ୍ଚଳବାସୀଙ୍କ ସହିତ ଯାଜପୁରର କୟଁାଗୋଲା, ଦଶରଥପୁର, ଭଦ୍ରକର ବିଭିନ୍ନ ନଦୀକୂଳବାସୀ ଆତଙ୍କିତ ହେଉଛନ୍ତି। ଜାତୀୟ ଉଦ୍ୟାନ ବାହାରେ ଥିବା ଆଳି, ରାଜକନିକା, ପଟ୍ଟାମୁଣ୍ଡାଇ, ମହାକାଳପଡ଼ା ଓ ରାଜନଗରରେ କୁମ୍ଭୀର ପ୍ରତି ସାବଧାନ ସାଇନ୍‌ବୋର୍ଡରେ ସଚେତନତା କାର୍ଯ୍ୟକ୍ରମ ସୀମିତ ରହୁଥିବା ସେ କ୍ଷୋଭ ପ୍ରକାଶ କରିଛନ୍ତି। ଡେରାଡୁନସ୍ଥ ୱାଇଲ୍‌ଡଲାଇଫ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆର ପୂର୍ବତନ ବନ୍ୟପ୍ରାଣୀ ବିଶେଷଜ୍ଞ ବି.ସି. ଚୌଧୁରୀ କହିଛନ୍ତି, ସୀମିତ ଅଞ୍ଚଳରେ ଏହି ପ୍ରଜାତିର କୁମ୍ଭୀରଙ୍କ ଅତ୍ୟଧିକ ବଂଶବୃଦ୍ଧି ଚିନ୍ତାର କାରଣ ହେବା ସ୍ବାଭାବିକ କଥା। ଖାଦ୍ୟ, ପ୍ରଜନନ ପାଇଁ ପାର୍ଟନର, ବସା ସ୍ଥାପନ ସହିତ ଅନ୍ୟ ସମସ୍ୟା ରହିବ। ଯାହା କଳହର ସୂତ୍ରପାତ କରିବା ସହିତ ବଂଶବୃଦ୍ଧି ପାଇଁ ନିକଟସ୍ଥ ଅଞ୍ଚଳକୁ ବ୍ୟବହାର କରିବେ। ଏଠାରେ ଅତ୍ୟାଧିକ ବଂଶବୃଦ୍ଧିକୁ ରୋକିବା ପାଇଁ ୧୯୯୧ରେ କେନ୍ଦ୍ର ସରକାରଙ୍କ ବନ୍ୟ ଓ ପର୍ଯ୍ୟାବରଣ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା। କୁମ୍ଭୀରର ଅତ୍ୟଧିକ ବଂଶବୃଦ୍ଧି ଯୋଗୁ ବର୍ଷା ଓ ବନ୍ୟା ସମୟରେ ବାହାର ଅଞ୍ଚଳକୁ ପଳାଇବା ସାଧାରଣ କଥା। ଫଳରେ ମଣିଷ ଓ କୁମ୍ଭୀର ଲଢ଼େଇ ବଢ଼ିବ। ଏହାକୁ ରୋକିବା ସହିତ ଲୁଣା ଅଞ୍ଚଳରେ ମାଛ ବଂଶ ବୃଦ୍ଧି ପ୍ରତି ଧ୍ୟାନ ଦିଆଯିବା ଆବଶ୍ୟକ ବୋଲି ସେ ମତ ଦେଇଛନ୍ତି। ବିଶେଷଜ୍ଞ ଡ. ସୁଧାକର କର କହିଛନ୍ତି, ୧୯୭୫ରେ ଭିତରକନିକାରେ କୁମ୍ଭୀର ସଂରକ୍ଷଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ସେତେବେଳେ ସଂରକ୍ଷଣ ଜରୁରୀ ଥିଲା। ୧୯୯୧ରେ ମନ୍ତ୍ରଣାଳୟର ନିର୍ଦ୍ଦେଶ ପରେ ୧୯୯୫ରେ ସଂରକ୍ଷଣ କାର୍ଯ୍ୟକ୍ରମକୁ ବନ୍ଦ ରଖାଗଲା। ଆରମ୍ଭ ସମୟରେ ମାତ୍ର ୯୪ଟି କୁମ୍ଭୀର ଥିବାବେଳେ ୨୦ ବର୍ଷରେ ଏହା ୧୦୦୦କୁ ବୃଦ୍ଧି ପାଇ ସାରିଥିଲା। ଏହାସତ୍ତ୍ୱେ ଏବେ ମଧ୍ୟ କୁମ୍ଭୀର ଅଣ୍ଡା ସଂଗ୍ରହ ଓ ହାଚେରୀରେ ସଂରକ୍ଷଣ କରାଯାଉଛି। ସୀମିତ ଅଞ୍ଚଳରେ କୁମ୍ଭୀରଙ୍କ ଅତ୍ୟଧିକ ବଂଶ ବୃଦ୍ଧି ସ୍ଥାନୀୟ ଅଞ୍ଚଳବାସୀଙ୍କ ପାଇଁ ଘାତକ ହେବ ବୋଲି ଡ. କର ମତ ରଖିଛନ୍ତି। ଏସମ୍ପର୍କରେ ଡିଏଫ୍‌ଓ ଡ. ଯଜ୍ଞଦତ୍ତ ପତି ଗତ ଦୁଇ ଦଶନ୍ଦୀ ପୂର୍ବେ କୁମ୍ଭୀର ସଂରକ୍ଷଣ କାର୍ଯ୍ୟକ୍ରମ ବନ୍ଦ ହୋଇଥିବା ସୂଚନା ଦେଇଛନ୍ତିି।


Enter your email to get our daily news in your inbox.

All Right Reserved By Dharitri.Com

ଅଂଶୁଘାତ ନେଲା ଚାଷୀଙ୍କ ଜୀବନ!

ବେଲଗୁଣ୍ଠା,୨୧ା୫(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଳକ୍‌ ଗାଙ୍ଗପୁର ଥାନା ଅନ୍ତର୍ଗତ ପାଇଲିପଡ଼ା ପଞ୍ଚାୟତର ଧାନପୁଞ୍ଜା ଗ୍ରାମରେ ଜଣେ ଭାଗ ଚାଷୀଙ୍କ ଅଂଶୁଘାତରେ ମୃତ୍ୟୁ ହୋଇଥିବା…

ବିଶ୍ୱବିଦ୍ୟାଳୟରେ ବିନା ଅନୁମୋଦନରେ ନିଯୁକ୍ତ କର୍ମଚାରୀ ଛଟେଇ ହେବେ

ଭୁବନେଶ୍ୱର,୨୧ା୫(ସୁଚିସ୍ମିତା ସାହୁ): ରାଜ୍ୟ ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକରେ ବେଆଇନ ଭାବେ ନିଯୁକ୍ତ କର୍ମଚାରୀଙ୍କୁ ଛଟେଇ କରାଯିବ। ସେମାନଙ୍କ ନିୟମିତକରଣ ଦାବିକୁ ବିଚାର କରାଯିବ ନାହିଁ। ଏପରି ନିଯୁକ୍ତି ଫଳରେ…

ନାବାଳିକାଙ୍କୁ ବଳାତ୍କାର

ହିଞ୍ଜିଳିକାଟୁ ୨୧।୫(ଦ୍ୱିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଶାସନ ଆମ୍ୱଗାଁ ପଞ୍ଚାୟତ ଅଧୀନ ଏକ ଗାଁର ଜଣେ ନାବାଳିକାଙ୍କୁ ପ୍ରଲୋଭନ ଦେଖାଇ ବଳାତ୍କାର ଅଭିଯୋଗରେ ଜଣେ…

ପ୍ଲେଅଫ୍‌ ରେସରୁ ବାଦ୍‌ ପଡ଼ିଲା ଚେନ୍ନାଇ

ଅହମଦାବାଦ, ୨୧ା୫: ଅଧିନାୟକ ଶୁବମନ ଗିଲ୍‌ ଏବଂ ସାଇ ସୁଦର୍ଶନଙ୍କ ଶତକୀୟ ଭାଗୀଦାରି ବଳରେ ଗୁରୁବାର ଅନୁଷ୍ଠିତ ଆଇପିଏଲ୍‌ ମ୍ୟାଚ୍‌ରେ ଗୁଜରାଟ ଜାଏଣ୍ଟ୍ସ ୮୯ ରନରେ ଚେନ୍ନାଇ…

ଷ୍ଟାଡିୟମ ପାଇଁ ହେଲା ଜାଗା ଚିହ୍ନଟ

କର୍ଲାମୁଣ୍ଡା,୨୧ା୫(ପ୍ରଦୀପ କୁମାର ସାହୁ): ରାଜ୍ୟ ସରକାର ପ୍ରତ୍ୟେକ ବ୍ଲକ୍‌ରେ ଷ୍ଟାଡିୟମ ନିର୍ମାଣ ପାଇଁ ଅର୍ଥ ମଞ୍ଜୁର କରିଥିବା ବେଳେ କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ୍‌ରେ ଜାଗା ଚିହ୍ନଟରେ…

ପ୍ରବଳ ଗ୍ରୀଷ୍ମ ପ୍ରବାହ: ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ୨ ଦିନ ବନ୍ଦ

କଟକ, ୨୧।୫ (କାର୍ତ୍ତିକ ସାହୁ): ସାରା ରାଜ୍ୟ ସମେତ କଟକ ଜିଲାରେ ମଧ୍ୟ ଗ୍ରୀଷ୍ମ ପ୍ରବାହ ଓ ପ୍ରବଳ ଖରା ପାଇଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଏହି…

ଛତ୍ରପୁରରେ ବେଆଇନ ମୋରମ ଚାଲାଣ ଉପରେ ପୋଲିସର ଚଢ଼ାଉ: ୧୦ ଟିପ୍ପର ସହ ଜେସିବି ଜବତ

ଛତ୍ରପୁର, ୨୧।୫ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲ୍ଲା ଛତ୍ରପୁର ଅଞ୍ଚଳରେ ବେଆଇନ ଖଣିଜ ସମ୍ପଦ ଚୋରା ଚାଲାଣ ଉପରେ ଚମାଖଣ୍ଡି ଥାନା ପୋଲିସ ଏକ ବଡ଼ଧରଣର କାର୍ଯ୍ୟାନୁଷ୍ଠାନ…

ନ୍‌କଆଉଟ୍‌ କ୍ରିକେଟ ପ୍ରତିଯୋଗିତା: ଚଣାଲିମା ଚାମ୍ପିୟନ

ଲାଞ୍ଜିଗଡ଼,୨୧।୫(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ ନିୟମଗିରି ବେଦାନ୍ତନଗର ଖେଳପଡିଆରେ ଗୋଲଡେନ ସ୍ପୋଟର୍‌ସ କ୍ଳବ ଏବଂ ଲାଞ୍ଜିଗଡ଼ ବେଦାନ୍ତ ଲିମିଟେଡ଼ ମିଳିତ ଆନୁକୂଲ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri