କମ୍ପ୍ୟୁଟରଜନିତ ତ୍ରୁଟି ଯୋଗୁ ଭିନ୍ନକ୍ଷମ ପରୀକ୍ଷାର୍ଥୀ ହଟହଟା

କଟକ,୧୬।୭ (କାର୍ତ୍ତିକ ସାହୁ)ମେଡିକାଲ ପ୍ରବେଶିକା ପରୀକ୍ଷା (ନିଟ୍‌)ରେ ଜଣେ ଭିନ୍ନକ୍ଷମ ଛାତ୍ରଙ୍କୁ କମ୍‌ ମାର୍କ ମିଳିଛି। ସେ ଓଏମ୍‌ଆର୍‌ ସିଟ୍‌ରେ ଯେତିକି ଠିକ୍‌ ଉତ୍ତର ଦେଇଛନ୍ତି ତାଙ୍କୁ ସେତିକି ମାର୍କ ମିଳିନାହିଁ। କମ୍ପ୍ୟୁଟରରେ ମୂଲ୍ୟାୟନଜନିତ ତ୍ରୁଟି ପାଇଁ ତାଙ୍କର ନମ୍ବର କମ୍‌ ହୋଇଛି। ଯାହାଦ୍ୱାରା ସେ ମେଡିକାଲ ପାଠ୍ୟକ୍ରମରେ ନାମଲେଖା ନିମନ୍ତେ ହେବାକୁ ଥିବା କାଉନ୍‌ସେଲିଂ ପ୍ରକ୍ରିୟାରେ ଭାଗ ନେବାରୁ ବଞ୍ଚତ୍ତ ହେବେ। ଏହାକୁ ନେଇ ଆବେଦନକାରୀ ରିଶିରାଜ ଦାଶଙ୍କ ପକ୍ଷରୁ ହାଇକୋର୍ଟରେ ଆଗତ ମାମଲାର ଶୁଣାଣି ଶୁକ୍ରବାର ହୋଇଛି। ବିଚାରପତି ଡ. ବିଦ୍ୟୁତ୍‌ ରଞ୍ଜନ ଷଡ଼ଙ୍ଗୀ ଓ ବିଚାରପତି ମୁରାହରି ଶ୍ରୀ ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଉକ୍ତ ମାମଲାର ଶୁଣାଣି କରି ପରୀକ୍ଷା ପରିଚାଳନା କରୁଥିବା ନୂଆଦିଲ୍ଲୀସ୍ଥିତ ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ)ର ଚେୟାରପର୍ସନ୍‌ଙ୍କୁ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
ମାମଲାର ବିବରଣୀ ଅନୁଯାୟୀ, ଆବେଦନକାରୀ ରିଶିରାଜ ଜଣେ ଭିନ୍ନକ୍ଷମ ପରୀକ୍ଷାର୍ଥୀ। ୨୦୨୩ ମେ’ ୭ରେ ନିଟ୍‌ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଜୁନ୍‌ ୧୩ରେ ଫଳ ପ୍ରକାଶନ ପରେ ରିଶିରାଜଙ୍କୁ ୭୬ ମାର୍କ ମିଳିଥିବା ସେ ଜାଣିବାକୁ ପାଇଥିଲେ। ଏଥିରେ ଅସନ୍ତୁଷ୍ଟ ହୋଇ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟ ମାମଲାର ଶୁଣାଣି କରି ତାଙ୍କୁ ଓଏମ୍‌ଆର୍‌ ସିଟ୍‌ର ନକଲ ସହିତ ରିଚେକିଂ କରି ତଥ୍ୟ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ତାଙ୍କୁ ଏନ୍‌ଟିଏ ପକ୍ଷରୁ ଓଏମ୍‌ଆର୍‌ ସିଟ୍‌ର ନକଲ ଇ-ମେଲ ଜରିଆରେ ଯୋଗାଇ ଦିଆଯାଇଥିଲା। ଏନ୍‌ଟିଏ ପକ୍ଷରୁ ତାଙ୍କୁ ସୂଚିତ କରାଯାଇଥିଲା ଯେ, ସେ ୧୭୯ଟି ପ୍ରଶ୍ନର ଉତ୍ତର ଦେଇଛନ୍ତି। ତନ୍ମଧ୍ୟରୁ ୫୧ଟି ଉତ୍ତର ଠିକ୍‌ ହୋଇଥିବାବେଳେ ୧୨୮ଟି ଉତ୍ତର ଭୁଲ୍‌ ରହିଛି ଏବଂ ସେ ମୋଟ ୭୬ ନମ୍ବର ପାଇଛନ୍ତି। ହେଲେ ଏନ୍‌ଟିଏ ଓ୍ବେବ୍‌ସାଇଟ୍‌ରେ ଉପଲବ୍ଧ ଆନ୍ସର କି’ ସହିତ ଇ-ମେଲ୍‌ ଯୋଗେ ପାଇଥିବା ଓଏମ୍‌ଆର୍‌ ସିଟ୍‌ରେ ଦେଇଥିବା ଉତ୍ତରଗୁଡ଼ିକୁ ରିଶିରାଜ ମିଳାଇଥିଲେ। ଏଥିରେ ସେ ୧୭୪ଟି ଉତ୍ତର ଠିକ୍‌ ଦେଇଥିବା ଅବଗତ ହୋଇଥିଲେ। କମ୍ପ୍ୟୁଟରରେ ଓଏମ୍‌ଆର୍‌ ସିଟ୍‌ଗୁଡ଼ିକୁ ମୂଲ୍ୟାୟନବେଳେ ତ୍ରୁଟି ପାଇଁ ରିଶିରାଜ ଏଭଳି ପରିସ୍ଥିତିରେ ପଡ଼ିଥିବା ସ୍ପଷ୍ଟ ହୋଇଥିଲା। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ରାଜୀବ ରଥ ମାମଲା ପରିଚାଳନା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୬୫ ବର୍ଷ ବିଦ୍ୟାଳୟରେ ପାଇଖାନା କି ମୌଳିକ ସୁବିଧା ନାହିଁ:  ପିଲାଙ୍କ ପାଇଁ ପାହାଡ ଜଙ୍ଗଲ ହିଁ ଭରସା 

ଦାରିଙ୍ଗବାଡି,୮।୧୨ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ପର୍ତ୍ତମାହା ପଞ୍ଚାୟତ ସୁଜାମାଜୁ ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟ ସ୍ଥାପନ ହେବାର ଏହାରି ମଧ୍ୟରେ...

ଭୁବନେଶ୍ୱରରେ ଖୋଲିବ ଆଉ ଦୁଇ ତହସିଲ୍, ଜମି କିଣାବିକା ପାଇଁ…

ଭୁବନେଶ୍ୱର,୭ା୧୨: ଭୁବନେଶ୍ବରରେ ଆଉ ୨ ନୂଆ ତହସିଲ ଅଫିସ୍‌ ପ୍ରସ୍ତୁତ ହେବାକୁ ଯାଉଛି । ପୁରୁଣା ଭୁବନେଶ୍ବରରେ ଥିବା ତହସିଲ ଅଫିସ୍‌ରେ କ୍ରମାଗତ ଭାବେ ଚାପ ବଢ଼ିବାରେ...

ମୋବାଇଲ ଆପ ସତର୍କ ସଙ୍କେତରେ ଛାତ୍ରଙ୍କ ସଫଳତା

ନୂଆପଡ଼ା,୮ା୧୨ (ମକାରୁ ବେମାଲ): ଭାରତ ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ଦ୍ୱାରା ପରିଚାଳିତ ଅଟଳ ଟିଙ୍କରୀଙ୍କ ଲ୍ୟାବମାନଙ୍କର ଅନ୍‌ଲାଇନ ମାଧ୍ୟମରେ ଓସିଏସି ଦ୍ୱାରା...

Featured Video Play Icon

ଧରିତ୍ରୀ, ଆଦିତ୍ୟ ବିର୍ଲା ସନ୍‌ଲାଇଫ୍‌ ମ୍ୟୁଚୁଆଲ ଫଣ୍ଡ୍‌ର ‘ଶିକ୍ଷିତ ନିବେଶକ ବିକଶିତ ଭାରତ’ କର୍ମଶାଳା

କଟକ,୭ା୧୨(କାର୍ତ୍ତିକ ସାହୁ): ଭବିଷ୍ୟତ ଆବଶ୍ୟକତାକୁ ଦୃଷ୍ଟିରେ ରଖି ନିଜର ଅର୍ଜିତ ଅର୍ଥକୁ ଖର୍ଚ୍ଚ କରିବା ଜରୁରୀ। ବିଶେଷକରି ପ୍ରଥମେ ସଞ୍ଚୟ ଏବଂ ପରେ ଖର୍ଚ୍ଚ କରିବା...

ସ୍ତ୍ରୀଙ୍କ ମୁଣ୍ଡରେ ଟ୍ୟୁମର: ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ

ନୂଆପଡ଼ା,୮ା୧୨(ମକାରୁ ବେମାଲ): ସ୍ତ୍ରୀଙ୍କ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ଶେଷରେ ଅସହାୟ ହୋଇ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ସ୍ବାମୀ । ଏଭଳି ଘଟଣା...

ନାଇଟ୍ କ୍ଲବରେ ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ୨୫ଜଣ

ଗୋଆ,୭।୧୨: ଗୋଆର ପ୍ରସିଦ୍ଧ ନାଇଟ୍ କ୍ଲବରେ ବଡ଼ ଧରଣର ଅଗ୍ନିକାଣ୍ଡ। ଗୋଆ ଆର୍ପୋରା ସ୍ଥିତ ରୋମିଓ ଲେନ୍ ରେ ଥିବା ବ୍ରିଚ୍ ନାଇଟ୍ କ୍ଲବରେ ନିଆଁ...

ଏଇ ଭାରତରେ

ଭାରତର ଗ୍ରାମାଞ୍ଚଳର ବହୁ ମେଡିକାଲରେ ଏବେ ମଧ୍ୟ ଆଇସିୟୁର ଅଭାବ ରହିଛି। ଫଳରେ ଗ୍ରାମାଞ୍ଚଳ ଲୋକମାନେ ଉନ୍ନତ ଚିକିତ୍ସା ସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ଆବଶ୍ୟକ...

ଜଣଙ୍କାକୁ ନୁହେଁ ଏକାବେଳକେ ଚାରି ଚାରି ଜଣଙ୍କୁ ଧକ୍କା ଦେଲା କାର :୨ ମୃତ, ୨ ଗୁରୁତର

ଖଜୁରୀପଡ଼ା,୮ା୧୨(ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରୀପଡ଼ା ଥାନା ଅନ୍ତର୍ଗତ ସମ୍ବେପଦରଠାରେ ଏକ ଅଜଣା ଗାଡ଼ି ଧକ୍କାରେ ୨ଜଣଙ୍କ ମୃତ୍ୟୁ ହୋଇଛି। ଜଣେ ସମ୍ବେପଦର ଗ୍ରାମର ବିଦ୍ୟାଧର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri