ସମ୍‌ରେ ଜଟିଳ କ୍ୟାନ୍‌ସର ଅସ୍ତ୍ରୋପଚାର

ଭୁବନେଶ୍ୱର,୩୦।୩: ରାଜ୍ୟର ପ୍ରମୁଖ ଘରୋଇ ଚିକିତ୍ସାଳୟ ‘ସମ୍‌ ହସ୍ପିଟାଲ’ରେ ଆଉ ଏକ ବିରଳ ଅସ୍ତ୍ରୋପଚାର ସଫଳତାର ସହ ଶେଷ ହୋଇଛି। ଏପରିକି ଏକ ଜଟିଳ କ୍ୟାନ୍‌ସର ରୋଗୀଙ୍କର କଷ୍ଟ ଦୂର କରାଯାଇପାରିଛି ବୋଲି ହସ୍ପିଟାଲ ପକ୍ଷରୁ କୁହାଯାଇଛି। ବିଶେଷକରି ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍‌ସେସ୍‌ ଆଣ୍ଡ ସମ୍‌ ହସ୍ପିଟାଲର ଯୁବ ସର୍ଜନମାନଙ୍କର ଏକ ମିଳିତ ଟିମ୍‌ ଦ୍ୱାରା ଅଗ୍ନ୍ୟାଶୟ (ପାନ୍‌କ୍ରିଆସ୍‌) କର୍କଟ ରୋଗରେ ପୀଡ଼ିତ ଥିବା ଜଣେ ୫୫ ବର୍ଷୀୟ କ୍ୟାନ୍‌ସର ରୋଗୀଙ୍କର ଜଟିଳ ଅସ୍ତ୍ରୋପଚାରକୁ ସମ୍‌ ହସ୍ପିଟାଲର ସର୍ଜିକାଲ ଟିମ୍‌ ଜରିଆରେ ସଫଳତାର ସହ ସମ୍ପନ୍ନ କରାଯାଇଛି।

ସେହିଭଳି ରୋଗୀଙ୍କ ଶରୀରରେ ସୃଷ୍ଟି ହୋଇଥିବା ଟ୍ୟୁମରଟି ପ୍ରମୁଖ ରକ୍ତ ଧମନୀ ସିଲିଆକ୍‌ ଟ୍ରଙ୍କ୍‌କୁ ଆକ୍ରାନ୍ତ କରିଥିଲା, ଯାହାକି ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ସହ ମଧ୍ୟ ଜଡ଼ିତ ହୋଇ ରହିଥିଲା। ସର୍ଜିକାଲ ଗ୍ୟାଷ୍ଟ୍ରୋଏଣ୍ଟେରୋଲଜି ବିଭାଗର ଆସୋସିଏଟ୍‌ ପ୍ରଫେସର ଡା. ଜ୍ୟୋତିର୍ମୟ ଜେନାଙ୍କ ନେତୃତ୍ୱରେ ଏକ ମିଳିତ ଟିମ୍‌ ଉକ୍ତ ସମସ୍ୟାକୁ ନେଇ ଅନେକ ବିଚାରବିମର୍ଶ କରିବା ପରେ ଅସ୍ତ୍ରୋପଚାର ନିମନ୍ତେ ନିଷ୍ପତ୍ତି ନେଇଥିଲେ। ଉକ୍ତ ଟ୍ୟୁମରଟି ଶରୀରର ଗୁରୁତ୍ୱପୂର୍ଣ୍ଣ ଅଂଶ ଯେପରିକି ସିଲିଆକ୍‌ ଟ୍ରଙ୍କ୍‌, ଯକୃତକୁ ରକ୍ତବାହୀ ଧମନୀ, ପାକସ୍ଥଳୀ ଏବଂ ପ୍ଲିହାକୁ ପ୍ରଭାବିତ କରିଥିଲା। ସିଲିଆକ୍‌ ଟ୍ରଙ୍କ୍‌ (ସିଲିଆକ୍‌ ଧମନୀ) ଯାହାକି ୩ ଭାଗ ହୋଇ ପାକସ୍ଥଳୀ, ଯକୃତ ଏବଂ ପ୍ଲିହାକୁ ରକ୍ତ ଯୋଗାଇଥାଏ। ତାହାକୁ ବାହାର କରିବାର ଆବଶ୍ୟକତା ପଡ଼ିଥିଲା। ତେବେ ଏଭଳି କରିବା ଦ୍ୱାରା ଯକୃତକୁ ରକ୍ତ ସଞ୍ଚାଳନ ବନ୍ଦ ହୋଇ ରୋଗୀର ମୃତ୍ୟୁ ହେବାର ଯଥେଷ୍ଟ ସମ୍ଭାବନା ଥିଲା ବୋଲି ଜେନା ନିକଟରେ ଆୟୋଜିତ ଖବରଦାତା ସମ୍ମିଳନୀରେ ବିସ୍ତୃତ ଆଲୋକପାତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କ ସହ କଥା ହେବା ପରେ ପାକିସ୍ତାନକୁ ଜୋରଦାର ଝଟ୍‌କା ଦେଲା ଆମେରିକା, ବିଶ୍ୱରେ ଚହଳ!

ଓ଼୍ବାଶିଂଟନ,୧୫।୪: ଆମେରିକା ହର୍ମୁଜ ପ୍ରଣାଳୀ ଦେଇ ଯିବାକୁ ଚେଷ୍ଟା କରୁଥିବା ଦୁଇଟି ପାକିସ୍ତାନୀ ଜାହାଜକୁ ଫେରାଇ ଦେଇଛି। ଏହାକୁ ପାକିସ୍ତାନ ପାଇଁ ଏକ ବଡ଼ ବିପର୍ଯ୍ୟୟ ଭାବରେ…

ଏକର ପ୍ରତି ଏତେ କୋଟି ଟଙ୍କା ଦାବି କଲେ ଗ୍ରାମବାସୀ, ଶୁଣିକି ଆଶ୍ଚର୍ଯ୍ୟ ହୋଇଗଲେ…

ପାଟଣା,୧୫।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ଅଞ୍ଚଳରେ ପ୍ରସ୍ତାବିତ ମେଗାଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ବୁଧବାର ସକାଳ ୯ଟାରେ ଚେମଣା ପଞ୍ଚାୟତ ବଳିଆ ପଶି…

ରାଘବ ଚଢାଙ୍କୁ ପୁଣି ଆଉ ଏକ ଝଟ୍‌କା, ପଞ୍ଜାବ ସରକାର ନେଲେ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୧୫।୪: ଆମ ଆଦମୀ ପାର୍ଟି ନେତା ଏବଂ ରାଜ୍ୟ ସଭାର ଉପନେତା ଅଶୋକ ମିତ୍ତଲଙ୍କ ଘର ଏବଂ କାର୍ଯ୍ୟାଳୟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା ଚଢାଉ ମଧ୍ୟରେ, ପଞ୍ଜାବ…

ଡିଜେ ବଜେଇ ପ୍ରସେଶନ କରିବାରୁ ୨ ସାହି ମଧ୍ୟରେ ମାରପିଟ: ୧୫ ରୁ ଊର୍ଦ୍ଧ୍ୱ ଆହତ

ଆନନ୍ଦପୁର,୧୫।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଘସିପୁରା ଥାନା ଅନ୍ତର୍ଗତ କେଶଦୁରାପାଳ ଗାଁରେ ଗୋଷ୍ଠୀ ସଂଘର୍ଷ ଦେଖିବାକୁ ମିଳିଛି। ମଙ୍ଗଳବାର ରାତିରେ କଣ୍ଟାଫୋଡା…

ପବନ ଖେରାଙ୍କୁ ବଡ଼ ଝଟ୍‌କା: ଆଗୁଆ ଜାମିନ ଆଦେଶ ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୫।୪: କଂଗ୍ରେସ ନେତା ପବନ ଖେରାଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଝଟକା ଲାଗିଛି। ସୁପ୍ରିମକୋର୍ଟ ତେଲଙ୍ଗାନା ହାଇକୋର୍ଟଙ୍କ ଅନ୍ତରୀଣ ଜାମିନ ପ୍ରଦାନ ଆଦେଶ ଉପରେ ସ୍ଥଗିତାଦେଶ ଲଗାଇଛନ୍ତି। କୋର୍ଟ…

ଜଗା ଦର୍ଶନ କରି ଫେରୁଥିଲେ ହେଲା ଦୁର୍ଘଟଣା: ଶେଷରେ ଆଖିବୁଜିଲେ…

ପାରଳାଖେମୁଣ୍ଡି, ୧୫ା୪(ଗିରିଧାରୀ ପରିଚ୍ଛା): ଆନ୍ଧ୍ର ପ୍ରଦେଶର ପଲାସା ସହର ନିକଟରେ ଗତ ୯ ଦିନ ତଳେ ଘଟିଥିବା ସଡକ ଦୁର୍ଘଟଣାରେ ଚିକିତ୍ସିତ ହେଉଥିବା ଗଜପତି ଜିଲା ସଦର…

ଯୁଦ୍ଧ ମଧ୍ୟରେ ଟ୍ରମ୍ପକୁ ଅପମାନିତ କଲା ଏହି ମୁସଲିମ ଦେଶ

ଓ୍ବାଶିଂଟନ୍‌,୧୫।୪: ଇରାନ ବିରୁଦ୍ଧରେ ଯୁଦ୍ଧ ଘୋଷଣା କରିଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସାମ୍ନାରେ ଲଜ୍ଜା କମିବାର କୌଣସି ଲକ୍ଷଣ ଦେଖାଯାଉନାହିଁ। ୟୁରୋପୀୟ ଦେଶଗୁଡ଼ିକ ଗ୍ରୀନଲ୍ୟାଣ୍ଡର ତାଙ୍କ…

ସ୍କର୍ପିଓ ଗାଡ଼ିରେ ଚାଲାଣ ହେଉଥିଲା ଗଞ୍ଜେଇ, ବାଟରେ ଛକି ରହିଥିଲା ପୋଲିସ, ଫେରାର୍‌ ଉଦ୍ୟମବେଳେ…

ବଲାଙ୍ଗୀର ୧୫।୪ (ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଏନଏଚ ୫୭ ସୋନପୁର ବଲାଙ୍ଗୀର ପୁଇନ୍ତଳା ବାଏପାସ ରାସ୍ତା ନିକଟରେ ବୁଧବାର ଏକ ଗଞ୍ଜେଇ ଭର୍ତ୍ତି ସ୍କର୍ପିଓ ଗାଡ଼ିକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri