ପ୍ରଚଣ୍ଡ ସାମ୍ୟବାଦୀରୁ ସମ୍ପୂର୍ଣ୍ଣ ଅଧ୍ୟାମତ୍ବାଦୀ

ପ୍ରସାଦ ତ୍ରିପାଠୀ

ଆମ୍ଭେମାନେ ଯେବେ ତରୁଣ ଥିଲୁ, ସେତେବେଳେ ମନୋଜ ଦାସ ଥିଲେ ସାମ୍ୟବାଦୀ ମନ୍ତ୍ରରେ ଅଭିମନ୍ତ୍ରିତ ଏକ ଅଗ୍ନିଶିଖା। ସ୍ବର୍ଗତ ମନମୋହନ ମିଶ୍ର, ରାମକୃଷ୍ଣ ପତି ପ୍ରମୁଖ ସାମ୍ୟବାଦୀ ନେତାମାନଙ୍କ ସହିତ ଏକା ମଞ୍ଚରେ ତାଙ୍କର ଅଗ୍ନିବର୍ଷୀ ଭାଷଣ ଆମେ ଶୁଣିଛୁ। କହିବା ବାହୁଲ୍ୟ, ସେତେବେଳେ ପ୍ରାୟତଃ ତରୁଣମାନଙ୍କ ଶିରାପ୍ରଶିରାରେ ଏକ ସାମ୍ୟବାଦୀ ଚିନ୍ତାଧାରାର ରକ୍ତ ପ୍ରବାହିତ ହେଉଥିଲା। ସେଥିପାଇଁ ମନୋଜ ଦାସ ହିଁ ମୁଖ୍ୟତଃ ପ୍ରେରଣାଦାୟୀ ଥିଲେ।
ପରବର୍ତ୍ତୀ ଅବସ୍ଥାରେ ସେ ସମ୍ପୂର୍ଣ୍ଣ ଅଧ୍ୟାମତ୍ବାଦୀ ଚିନ୍ତାଧାରା ମାର୍ଗର ଯାତ୍ରୀ ହୋଇଗଲେ। ପଣ୍ଡିଚେରୀ ଶ୍ରୀମାଶ୍ରୀଅରବିନ୍ଦଙ୍କ ଆଶ୍ରମରେ ସ୍ଥାୟୀ ଭାବରେ ରହିବା ଏବଂ ଶ୍ରୀମା’ଙ୍କ ଆଶ୍ରିତ ହେବା ତାଙ୍କ ଜୀବନର ଶ୍ରେଷ୍ଠତମ ସିଦ୍ଧାନ୍ତ ବୋଲି ମଧ୍ୟ ସେ ସ୍ବୀକାର କଲେ। କୌଣସି ଏକ ସାକ୍ଷାତ୍‌କାରରେ ତାଙ୍କୁ ବିଭିନ୍ନ ପ୍ରକାର ପ୍ରଶ୍ନ ପଚାରିବା ଅବସରରେ, ଯେତେବେଳେ ମୁଁ ପ୍ରଶ୍ନକଲି ଏକ ଅତ୍ୟନ୍ତ ତୁଙ୍ଗ ସାମ୍ୟବାଦୀ ମତବାଦରୁ ସମ୍ପୂର୍ଣ୍ଣ ଅଧ୍ୟାମତ୍ବାଦୀ ମତବାଦକୁ ମାର୍ଗ ପରିବର୍ତ୍ତନର କାରଣ କ’ଣ? ସେ ସମ୍ପୂର୍ଣ୍ଣ ସ୍ବାଭାବିକ ଭାବରେ କହିଲେ- ଉଭୟର କାରଣ ସମାନ, ମାତ୍ର ମାର୍ଗ ଭିନ୍ନ। ସାମ୍ୟବାଦୀ ଚିନ୍ତା କେବଳ ସମାଜରେ ଦାରିଦ୍ର୍ୟ ଦେଖିକରି ହିଁ ମୋତେ ଆଲୋଡିତ କରିଥିଲା ଏବଂ ଅଧ୍ୟାମତ୍ବାଦୀ ହେବାର ତାହା ହିଁ ଉଦ୍ଦେଶ୍ୟ। କାରଣ ପ୍ରକୃତରେ ସମାଜରୁ ଦାରିଦ୍ର୍ୟ ଦୂରୀକରଣ କେବେହେଲେ ଆର୍ଥତ୍କ ସମାନତା ମାଧ୍ୟମରେ ସମ୍ଭବ ନୁହେଁ। କେବଳ ଅଧ୍ୟାମତ୍ ମାର୍ଗରେ ଚେତନାର ପରିବର୍ତ୍ତନ ମାଧ୍ୟମରେ ହିଁ ସମାନତା ସ୍ଥାପନ କରିହେବ ଏବଂ ତାହାହିଁ ହେବ ଦାରିଦ୍ର୍ୟ ବିଲୋପର ଏକମାତ୍ର ସମାଧାନ। ଅନ୍ୟ କୌଣସି ମାଧ୍ୟମରେ ଦାରିଦ୍ର୍ୟ ବିଲୋପ କିମ୍ବା ଏକ ସାମାଜିକ ସମାନତା ସମ୍ଭବ ନୁହେଁ।
ଶ୍ରୀମାଶ୍ରୀଅରବିନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାପରେ ମନୋଜ ଦାସଙ୍କ ସମସ୍ତ ସାହିତ୍ୟକୃତି ସେହି ଆଦର୍ଶକୁ ହିଁ ଭିତ୍ତିକରି ଲିଖିତ। ତାଙ୍କର ଅନେକ ସାହିତ୍ୟକୃତି ପାଇଁ ସେ ଅଜସ୍ର ସମ୍ମାନ ମଧ୍ୟ ଲାଭ କରିଛନ୍ତି। ସେ ସବୁବେଳେ କୁହନ୍ତି, ସମ୍ମାନ ମୋର ନୁହେଁ, ପାଠକମାନଙ୍କର ପ୍ରାପ୍ୟ। ଥରେ ସେ କୌଣସି ସଭାରେ ଏକ ସମ୍ମାନ ଗ୍ରହଣ କଲାବେଳେ ଏକଥା ପ୍ରକାଶ କରିଥିଲେ ଯେ, ମୁଁ ସମ୍ମାନ ପାଇବାରେ କୃତଜ୍ଞ ହୁଏ ମାତ୍ର ପୁଲକିତ ହୁଏ ନାହିଁ। ଥରେ ମୋର ଜଣେ ବନ୍ଧୁ ମୋତେ ଖବର ଦେଲେ ଯେ, ମନୋଜ ଦାସଙ୍କ ନାମକୁ ପଦ୍ମଭୂଷଣ ପାଇଁ ରାଜ୍ୟ ସରକାର କେନ୍ଦ୍ରକୁ ପ୍ରସ୍ତାବ ପଠାଇଛନ୍ତି। ତୁମ୍ଭେମାନେ ଦିଲ୍ଲୀରେ କିଛି ଚେଷ୍ଟା କଲେ ଏହା ସଫଳ ହୋଇପାରନ୍ତା। ମୁଁ ଏକ ଅତ୍ୟନ୍ତ ନିରୋଳା ଏବଂ ସହଜ ମୁହୂର୍ତ୍ତରେ ଏହି କଥା ମନୋଜ ଦାସଙ୍କୁ ଜଣାଇବାରୁ ସେ ହସିଲେ ଏବଂ କହିଲେ- ସମ୍ମାନ, ପୁରସ୍କାର ସବୁକୁ କ’ଣ ଚେଷ୍ଟା କରି ଅଣାଯାଏ? ଏବଂ ପୁଣି କହିଲେ, ସେ ଦାୟିତ୍ୱ ଅନ୍ୟମାନେ ନିଅନ୍ତୁ। ଯଦି ସମ୍ପୂର୍ଣ୍ଣ ନ୍ୟାୟସଙ୍ଗତ ଭାବରେ ବିଚାର କରାଯାଏ ତେବେ ମନୋଜ ଦାସ ନୋବେଲ ପୁରସ୍କାର ପାଇଁ ଯୋଗ୍ୟ। ଯେତେବେଳେ କୌଣସି ଏକ ସମାବେଶରେ ଆମ୍ଭେମାନେ ଏ ମତ ଦେଲୁ କି ଆପଣ ନୋବେଲ ପାଇବା ପାଇଁ ଆମେ ଅପେକ୍ଷା ରଖିଛୁ, ମନୋଜ ଦାସ ସଙ୍ଗେ ସଙ୍ଗେ କହିଲେ ତୁମର ଏହି ମନ୍ତବ୍ୟ ତ ନୋବେଲଠାରୁ ଅଧିକ ମୂଲ୍ୟବାନ୍‌।
ବିବର୍ତ୍ତନ ଧାରାରେ ମନୁଷ୍ୟ ଯେ ସୃଷ୍ଟିର ଅନ୍ତିମ ପର୍ଯ୍ୟାୟ ନୁହେଁ ଶ୍ରୀଅରବିନ୍ଦଙ୍କର ଏହି ସିଦ୍ଧାନ୍ତକୁ ସେ ମର୍ମେ ମର୍ମେ ଅନୁଭବ କରିଥିଲେ ଏବଂ ମନୁଷ୍ୟ ପରେ ବିବର୍ତ୍ତନ ଧାରାରେ ହିଁ ମନୁଷ୍ୟ ତା’ର ପରବର୍ତ୍ତୀ ପାବଚ୍ଛ ଅତିମାନବକୁ ଉନ୍ନୀତ ହେବ ଏବଂ ତାହାହିଁ ମନୁଷ୍ୟର ସମସ୍ତ ଦୁଃଖ, ଦୈନ୍ୟ, ଯନ୍ତ୍ରଣା ପ୍ରଭୃତିର ଏକମାତ୍ର ସମାଧାନ ଏ କଥା ସେ ବାରମ୍ବାର ନିଜର ବକ୍ତୃତା ତଥା ରଚନା ମାଧ୍ୟମରେ ପ୍ରକାଶ କରୁଥିଲେ। ମନୋଜ ଦାସ ବାସ୍ତବରେ ସାଧାରଣ ମନୁଷ୍ୟ ସମାଜର ପ୍ରତିନିଧି ଭାବରେ ସେହି ସମାଜର ସମସ୍ତ ସମସ୍ୟାର ସମାଧାନ ଖୋଜି ଶେଷରେ ଶ୍ରୀମାଶ୍ରୀଅରବିନ୍ଦଙ୍କ ଆଦର୍ଶକୁ ଆନନ୍ଦରେ ଗ୍ରହଣ କରିଥିଲେ। ଗୋଟିଏ ସଚ୍ଚା ଅଧ୍ୟାମତ୍ବାଦୀ ହିଁ ସାମ୍ୟବାଦର ବାସ୍ତବ ରୂପାୟନ କରିପାରିବେ- ଏ କଥାକୁ ସେ ଖୁବ୍‌ ଦୃଢ଼ତାର ସହ ନିଜ ଜୀବନରେ ପ୍ରତିପାଦିତ କରିପାରିଥିଲେ। ସେଇ ପବିତ୍ର ଆମତ୍ାଙ୍କ ନିକଟରେ ମୋର କୃତଜ୍ଞତା।
– ମାତୃଭବନ,କଟକ


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

ଏକଲବ୍ୟ ଓ ଅଙ୍ଗୁଳିମାଳ

କଲବ୍ୟଙ୍କ କାହାଣୀ ହେଉଛି ଜଣେ ନିମ୍ନଜାତିର ବନବାସୀ ବାଳକଙ୍କ କଥା। ବ୍ରାହ୍ମଣ ଗୁରୁ ଦ୍ରୋଣ ତାଙ୍କୁ ଶିଷ୍ୟ ଭାବେ ଗ୍ରହଣ କରିବାକୁ ମନା କରିଥିଲେ। ଏହା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri