ବିରୋଧୀଙ୍କ ଅଭିଯୋଗ

ନିକଟରେ ନିର୍ବାଚନ ଆୟୋଗ ଜାରି କରିଥିବା ନିର୍ଦ୍ଦେଶନାମାକୁ ନେଇ ହରିୟାଣାରେ ବିବାଦର ଝଡ଼ ବହୁଛି। ରାଜ୍ୟରେ ଜଣେ ଭାଜପା ସାଂସଦଙ୍କ ସ୍ବାମୀ ତଥା ବରିଷ୍ଠ ଆଇପିଏସ୍‌ ଅଧିକାରୀଙ୍କୁ ବଦଳି କରିବା ପାଇଁ ନିର୍ବାଚନ କମିଟି ନିଷ୍ପତ୍ତି ନେବାର କିଛିଦିନ ପରେ ବିରୋଧୀ ଦଳଗୁଡ଼ିକ ହରିୟାଣା ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପ୍ରମୁଖ ସଚିବ ରାଜେଶ କୁମାର ଖୁଲ୍ଲାରଙ୍କୁ ହଟାଇବାକୁ ସ୍ଥିର କରିଛନ୍ତି। ସୂତ୍ରରୁ ପ୍ରକାଶ ଯେ, ପୂର୍ବତନ ବରିଷ୍ଠ ଆଇଏଏସ୍‌ ଅଧିକାରୀ ଖୁଲ୍ଲାରଙ୍କ ବିରୋଧରେ ନିୟମର ‘ଖୋଲା ଉଲ୍ଲଂଘନ’ ଅଭିଯୋଗ ଆୟୋଗଙ୍କ ନିକଟରେ ଓପଚାରିକ ଭାବେ ଦାଖଲ କରାଯାଇଛି। ଆୟୋଗର ନିଜସ୍ବ ନିର୍ଦ୍ଦେଶାବଳୀ ଅନୁଯାୟୀ, ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ବ୍ୟକ୍ତିଙ୍କ ବ୍ୟତୀତ ସେବା ବା କାର୍ଯ୍ୟକାଳ ସମ୍ପ୍ରସାରଣ କରାଯାଇଥିବା କିମ୍ବା ବିଭିନ୍ନ ବିଭାଗରେ ପୁନଃ ନିଯୁକ୍ତ ଅଧିକାରୀମାନେ କୌଣସି ନିର୍ବାଚନ ସମ୍ବନ୍ଧୀୟ କାର୍ଯ୍ୟରେ ଜଡ଼ିତ ହେବା ଉଚିତ ନୁହେଁ ବୋଲି ଅଭିଯୋଗରେ ଦର୍ଶାଯାଇଛି। ତେବେ ପ୍ରଶାସନରେ ଖୁଲ୍ଲାରଙ୍କ ଲଗାତର ଉପସ୍ଥିତିକୁ ରାଜ୍ୟ ସରକାର ଯୁକ୍ତିଯୁକ୍ତ ଦର୍ଶାଇ ଆସୁଛନ୍ତି ଏବଂ ସୂଚାଇ ଦେଉଛନ୍ତି ଯେ, ଏଥିପାଇଁ ସମସ୍ତ ପ୍ରକ୍ରିୟା ପାଳନ କରାଯାଉଛି। ବର୍ତ୍ତମାନ ପ୍ରମୁଖ ସଚିବ (ଏକ୍ସାଇଜ୍‌ ଏବଂ ଟ୍ୟାକ୍ସେଶନ) ଭାବେ କାର୍ଯ୍ୟ କରୁଥିବା ଆଇଆର୍‌ଏସ୍‌ ଅଧିକାରୀ ଦେବୀନ୍ଦର ସିଂ କଲ୍ୟାଣଙ୍କ କାର୍ଯ୍ୟକାଳ ଉପରେ ବିରୋଧୀ ଦଳ ମଧ୍ୟ ଆପତ୍ତି ଉଠାଇଛନ୍ତି। ତାଙ୍କ ଭାଇ ହରବିନ୍ଦର ସିଂ କଲ୍ୟାଣ ହେଉଛନ୍ତି ରାଜ୍ୟର ଜଣେ ଭାଜପା ବିଧାୟକ। ସୂତ୍ରରୁ ପ୍ରକାଶ, ଗତବର୍ଷ ଫେବୃଆରୀରେ ଦେବୀନ୍ଦରଙ୍କୁ ଡେପୁଟେଶନରେ ହରିୟାଣାକୁ ପଠାଯାଇଥିଲା ଏବଂ ଏକ୍ସାଇଜ୍‌ ବିଭାଗରେ ନିଯୁକ୍ତିର ମାତ୍ର ୨ ମାସ ମଧ୍ୟରେ ତାଙ୍କୁ ପ୍ରମୁଖ ସଚିବ ପଦକୁ ପଦୋନ୍ନତି ଦିଆଯିବାରୁ ବିବାଦ ଉଠିଥିଲା। ନିର୍ବାଚନ ଯୁଦ୍ଧ ଆରମ୍ଭ ହୋଇଯାଇଛି ଓ ଅଭିଯୋଗର ଫର୍ଦ୍ଦ ଲମ୍ବି ଚାଲିଥିବାରୁ ଆଗକୁ ବିରୋଧୀଙ୍କ ଅଭିଯୋଗ ଆହୁରି ଜୋର୍‌ଦାର ହେବ।

କାର୍ଯ୍ୟକାଳ ବଢ଼ିଲା

ନୀତିନ କରିର୍‌ ମହାରାଷ୍ଟ୍ରର ମୁଖ୍ୟ ଶାସନ ସଚିବ ଭାବେ ଆଉ ୩ ମାସ ଅର୍ଥାତ୍‌ ନିର୍ବାଚନ ଶେଷହେବା ପର୍ଯ୍ୟନ୍ତ ରହିବେ। ଏହି ନିଷ୍ପତ୍ତି ରାଜ୍ୟର ପ୍ରଥମ ମହିଳା ମୁଖ୍ୟ ସଚିବ ହେବାକୁ ଥିବା ସୁଜାତା ସୌନିକଙ୍କ ପଥରୋଧ କରିଛି। ସୁଜାତା ଦକ୍ଷ ଓ ଯୋଗ୍ୟ ହୋଇଥିଲେ ମଧ୍ୟ ଏହି ପଦବୀ ପାଇଁ ତାଙ୍କ ପ୍ରାର୍ଥିତ୍ୱକୁ ପ୍ରତ୍ୟାଖ୍ୟାନ କରାଯାଇଛି। କାରଣ ତାଙ୍କ ସ୍ବାମୀ ମନୋଜ ସୌନିକ ଏବେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ମୁଖ୍ୟ ପରାମର୍ଶଦାତା ଭାବେ କାର୍ଯ୍ୟ କରିବା ସହ ନିର୍ବାଚନ କାର୍ଯ୍ୟରେ ସିଧାସଳଖ ଜଡ଼ିତ ରହିଛନ୍ତି। ମୁଖ୍ୟ ଶାସନ ସଚିବ ପଦ ପାଇଁ ରାଜ୍ୟ ସରକାର ପ୍ରଥମେ ସୌନିକଙ୍କ ନାମ ପ୍ରସ୍ତାବ ଦେଇଥିଲେ । କିନ୍ତୁ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ପରେ ଅତିରିକ୍ତ ନାମ ବିଚାର ପାଇଁ ଦାଖଲ କରାଯାଇଥିଲା। ସେମାନଙ୍କ ମଧ୍ୟରେ ଥିଲେ ରାଜସ୍ବ ସଚିବ ରାଜେଶ କୁମାର ଏବଂ ମୁଖ୍ୟମନ୍ତ୍ରୀଙ୍କ ସଚିବ ଇକ୍‌ବାଲ ସିଂ ଚହଲ। ରାଜେଶ କୁମାରଙ୍କ ପରିବାରର ରାଜନୈତିକ ସମ୍ପୃକ୍ତି ଥିବା ହେତୁ ସେ ଏହି ପଦବୀ ଲାଗି ଯୋଗ୍ୟ ହୋଇ ନ ଥିଲେ। ଅନ୍ୟପଟେ ପୂର୍ବରୁ ବିଏମ୍‌ସି କମିଶନର ଥିବା ଚହଲ ବର୍ତ୍ତମାନ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ(ସିଏମ୍‌ଓ)ରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅଛନ୍ତି। ନିର୍ବାଚନ ଆୟୋଗ କରିର୍‌ଙ୍କ କାର୍ଯ୍ୟକାଳ ବଢ଼ାଇବା ସପକ୍ଷରେ ଥିଲେ ଓ ଏଥିପାଇଁ ରାଜ୍ୟ ସରକାରଙ୍କୁ ଏକ ପ୍ରସ୍ତାବ ପଠାଇବାକୁ କହିଥିଲେ, ଯାହା ପରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ(ପିଏମ୍‌ଓ)କୁ ଅନୁମୋଦନ ପାଇଁ ପଠାଯାଇଥିଲା ବୋଲି ଜଣାପଡ଼ିଛି। ସୁଜାତା ହୁଏତ ରାଜ୍ୟର ଆଉ ଏକ ସର୍ବୋଚ୍ଚ ପଦବୀରେ ଅବସ୍ଥାପିତ ହୋଇପାରନ୍ତି।

ଏନ୍‌ଆଇଏ ମୁଖ୍ୟ

ଏବେ ଉତ୍ତେଜନାପୂର୍ଣ୍ଣ ରାଜନୈତିକ ପରିବେଶରେ ୧୯୯୦ ବ୍ୟାଚ୍‌ ମହାରାଷ୍ଟ୍ର କ୍ୟାଡର ଆଇପିଏସ୍‌ ଅଧିକାରୀ ସଦାନନ୍ଦ ବସନ୍ତ ଡାଟେ ଜାତୀୟ ଅନୁସନ୍ଧାନ ଏଜେନ୍ସି(ଏନ୍‌ଆଇଏ)ର ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ୨ ବର୍ଷର କାର୍ଯ୍ୟକାଳ ସାରି ଡିଙ୍କର ଗୁପ୍ତା ଅବସର ନେବା ପରେ ଡାଟେ ଏହି ପଦବୀରେ ନିଯୁକ୍ତ ହୋଇଛନ୍ତି। ଗୁପ୍ତା ପଞ୍ଜାବ ପୋଲିସ ମହାନିର୍ଦ୍ଦେଶକ ସହ ଗୃହ ମନ୍ତ୍ରଣାଳୟରେ ୮ ବର୍ଷ ମଧ୍ୟରେ ପ୍ରମୁଖ ଦାୟିତ୍ୱ ନିର୍ବାହ କରିବାର ପ୍ରଭାବଶାଳୀ ସଫଳତା ହାସଲ କରିଥିଲେ। ସରକାରରେ ଡାଟେଙ୍କର ମଧ୍ୟ ଏକ ଉଲ୍ଲେଖନୀୟ କ୍ୟାରିୟର ଅଛି। ସେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)ର ଡେପୁଟି ଇନ୍ସପେକ୍ଟର ଜେନେରାଲ ଏବଂ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (ସିଆର୍‌ପିଏଫ୍‌)ରେ ଇନ୍ସପେକ୍ଟର ଜେନେରାଲ ଭାବେ ଦକ୍ଷତାର ସହ କାର୍ଯ୍ୟ କରିଛନ୍ତି। ଉଲ୍ଲେଖଯୋଗ୍ୟ, ୨୬/୧୧ ମୁମ୍ବାଇ ଆକ୍ରମଣରେ ଲୋକଙ୍କ ଜୀବନ ରକ୍ଷା ତଥା ସନ୍ତ୍ରାସବାଦୀଙ୍କ ମୁକାବିଲା କରିବାରେ ଡାଟେଙ୍କ ବୀରତ୍ୱ ପାଇଁ ତାଙ୍କୁ ରାଷ୍ଟ୍ରପତି ପଦକ ପ୍ରଦାନ କରାଯାଇଥିଲା। ଏହି ନିଯୁକ୍ତି ପୂର୍ବରୁ ସେ ମହାରାଷ୍ଟ୍ର ଆତଙ୍କବାଦ ବିରୋଧୀ ସ୍କ୍ବାଡ୍‌ (ଏଟିଏସ୍‌)ର ନେତୃତ୍ୱ ନେଇଥିଲେ। ଡାଟେଙ୍କ ସହ ଅନ୍ୟ ଜଣେ ୧୯୯୦ ବ୍ୟାଚ୍‌ ରାଜସ୍ଥାନ କ୍ୟାଡର ଆଇପିଏସ୍‌ ଅଧିକାରୀ ରାଜୀବ କୁମାର ଶର୍ମାଙ୍କୁ ବ୍ୟୁରୋ ଅଫ୍‌ ପୋଲିସ ରିସର୍ଚ୍ଚ ଆଣ୍ଡ ଡେଭେଲପ୍‌ମେଣ୍ଟ(ବିପିଆର୍‌ଡି)ର ମହାନିର୍ଦ୍ଦେଶକ ଭାବେ କେନ୍ଦ୍ର ନିଯୁକ୍ତ କରିଛି। ଉତ୍ତରପ୍ରଦେଶ କ୍ୟାଡର ୧୯୯୧ ବ୍ୟାଚ୍‌ ଆଇପିଏସ୍‌ ଅଧିକାରୀ ପୀୟୂଷ ଆନନ୍ଦ ଏନ୍‌ଡିଆର୍‌ଏଫ୍‌ର ନୂଆ ମହାନିର୍ଦ୍ଦେଶକ ହୋଇଛନ୍ତି। ଜଣାପଡ଼ିଛି ଯେ, ଡାଟେଙ୍କ କାର୍ଯ୍ୟକାଳ ୨୦୨୬ର ଶେଷଭାଗରେ ସମାସ୍ତ ହେବାକୁ ଥିବାବେଳେ ରାଜୀବ ଶର୍ମା ବିପିଆର୍‌ଡି ମହାନିର୍ଦ୍ଦେଶକ ଭାବେ ୨୦୨୬ ଜୁନ୍‌ ପର୍ଯ୍ୟନ୍ତ ରହିବେ।

  • ଦିଲୀପ ଚେରିଏନ୍‌
    Email: dilipcherian@gmail.com

Enter your email to get our daily news in your inbox.

All Right Reserved By Dharitri.Com

ତିନି ଚିରଞ୍ଜୀବୀଙ୍କ ବିଚାର

ଶହୀଦ ଭଗତ ସିଂ, ସୁଖଦେବ ଓ ଶିବରାମ ରାଜଗୁରୁଙ୍କ ଅପରାଧଜନିତ ବିଚାରକୁ କଦାପି ବିଚାର କୁହାଯାଇ ପାରିବ ନାହିଁ। ତାହା ଅନ୍ୟାୟ, ଅବିବେକିତା ଓ ଅସଭ୍ୟତାର ଏକ…

ପରମାଣୁ ଅସ୍ତ୍ର ଛାୟାରୁ ମୁକ୍ତି

ବର୍ତ୍ତମାନର ବିଶ୍ୱରେ ଲାଗିରହିଛି ତିନୋଟି ମହାସମର। ତନ୍ମଧ୍ୟରୁ ରୁଷିଆ-ୟୁକ୍ରେନ୍‌ ଏବଂ ଇସ୍ରାଏଲ-ପାଲେଷ୍ଟାଇନ୍‌ ଯୁଦ୍ଧ ବର୍ଷ ବର୍ଷ ଧରି ଚାଲିଥିଲା ବେଳେ ନିକଟରେ ଆରମ୍ଭ ହୋଇଛି ଅତୀବ ଭୟଙ୍କର…

ଭାରତ ଦେବ ୟୁଆନ୍‌

ଇରାନ୍‌ ସହିତ ଆମେରିକା ଓ ଇସ୍ରାଏଲ ଯୁଦ୍ଧ ଚତୁର୍ଥ ସପ୍ତାହରେ ପହଞ୍ଚିଛି। ସଦ୍ୟ ଘଟଣା ଦେଖିଲେ ଗୋଟିଏ ପଟେ ନତାଞ୍ଜ ଆଣବିକ କେନ୍ଦ୍ର ଉପରେ ଆମେରିକା ଓ…

ଜଳ ନୋବେଲ ବିଜେତା

ବର୍ତ୍ତମାନର ଭୂରାଜନୈତିକ ଓ ଅର୍ଥନୈତିକ ସ୍ଥିତି ଇରାନ୍‌ ଓ ଆମେରିକା-ଇସ୍ରାଏଲ ଯୁଦ୍ଧ ଯୋଗୁ ଘୋର ପ୍ରଭାବିତ। ଏହାକୁ ନେଇ ପୃଥିବୀ ସନ୍ତ୍ରସ୍ତ। ଏଭଳି ସ୍ଥଳେ ୨୨ ମାର୍ଚ୍ଚରେ…

ପ୍ରକୃତ ଖଳନାୟକ

ଚାହେଁ ଇରାନ ବିଜୟୀ ହେଉ। ବିଜୟର ଅର୍ଥକୁ ଇରାନ ଏହିପରି ପରିଭାଷିତ କରେ: ଇରାନ ଉପରେ ଅନେକ ଦଶନ୍ଧି ଧରି ଆମେରିକା ଲାଗୁକରିଥିବା କଟକଣାକୁ ହଟାଇବା ଦରକାର;…

ପରୀକ୍ଷା ଋତୁ ଓ କୁତୁକୁତୁ

ମଣିଷ ଜୀବନଟା ଗୋଟେ ପରୀକ୍ଷା। ସେ ପରୀକ୍ଷାରେ କିଏ ବହୁତ ପଢିଲା ପରେ ବାରମ୍ବାର ଫେଲ୍‌ ହେଉଥାଏ ତ ଆଉ କିଏ ଆଦୌ ନ ପଢି କପିକୁପା…

ଆକାଶ ଛାତ

ଘର ତିଆରି କରିବାବେଳେ ଆମେ ଖରା, ବର୍ଷା, ଶୀତ ଓ ଅନ୍ୟାନ୍ୟ ଆପଦ ବିପଦରୁ ରକ୍ଷା ପାଇବା ପାଇଁ ଛାତଟିଏ ନିର୍ମାଣ କରୁ। ଘର ପାଇଁ ଛାତ…

ପ୍ରସ୍ତାବ ପ୍ରତ୍ୟାହାର

ବେଳେବେଳେ ସରକାରୀ ନୀତିର ରହସ୍ୟମୟ ତଥା ବାଧାସୃଷ୍ଟିକାରୀ ନିଷ୍ପତ୍ତି ସମ୍ପର୍କିତ ଖବର ଦେଖିବାକୁ ମିଳେ। ତିନି ମାସ ମଧ୍ୟରେ ଭାରତର ସଂଶୋଧିତ ଭୂମିକମ୍ପ ଅଞ୍ଚଳ ନିର୍ଦ୍ଧାରଣ ବ୍ୟବସ୍ଥା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri