ବୁରାଙ୍ଗିଆ-ଡାବରବାନ୍ଦା ରାସ୍ତା ନିମ୍ନମାନର ଅଭିଯୋଗ: ୫ ବର୍ଷ ପରେ ପୁଣି…

ଦାରିଙ୍ଗବାଡି, ୨।୧୨ (ଅରୁଣ ସାହୁ ): ଆଶା ଥିଲା ଗାଁକୁ ପକ୍କା ରାସ୍ତା ନିର୍ମାଣ ହେବ ଆଉ ଗାଁ ର ଅନେକ ସମସ୍ୟା ସମାଧାନ ହୋଇପାରିବ। କିନ୍ତୁ ଲୋକଙ୍କ ସ୍ବପ୍ନ ପୁରଣ ହେଲା ପକ୍କା ରାସ୍ତା ନିର୍ମାଣ ହେଲା କିନ୍ତୁ ତାହା ନିମ୍ନମାନର କାର୍ଯ୍ୟ ଅଭିଯୋଗ କରି ଅଞ୍ଚଳରେ ଦେଖାଯାଇଛି ଅସନ୍ତୋଷ। ପ୍ରକାଶ ଯେ,କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ କିରିକୁଟି ପଞ୍ଚାୟତ ଦୁର୍ଗମ ବୁରାଙ୍ଗିଆ ଗ୍ରାମଠାରୁ ଡାବରବାନ୍ଦା ଗ୍ରାମକୁ ପ୍ରାୟ ୪ କିମି ଖରାପ ରାସ୍ତା୍‌କୁ ପୁନଃମରାମତି କରାଯାଉଛି। ମେଟେଲ ପକାଯିବା ସହ ଗୋଡି ସହ ପିଚୁ ମଧ୍ୟ ଦିଆଯାଇଛି। କିନ୍ତୁ ଅଞ୍ଚକବାସୀଙ୍କ ଅଭିଯୋଗ ପିଚୁ ପକାଯିବାର ଏକ ସପ୍ତାହ ହୋଇଗଲାଣି କିନ୍ତୁ ଏକାଧିକ ସ୍ଥାନରେ ପିଚୁ ଉଠିଯାଉଛି। ଏମିତି କି ହାତରେ ଛୁଇଁଲେ ମଧ୍ୟ ପିଚୁ ଉଠିଯାଉଛି ଟ୍ରାକ୍ଟର, ଅଟୋ ଏମିତି ଚାଲିକି ଯିବା ସମୟରେ ମଧ୍ୟ ମରାମତି ରାସ୍ତାରୁ ପିଚୁ ଉଠିଯାଉଥିବା ଗ୍ରାମର ପୂର୍ବତନ ସରପଞ୍ଚ ବାଳକୃଷ୍ଣ ମଲିକ, ସାଗର ପ୍ରଧାନ, ଅର୍ଜୁନ ପ୍ରଧାନ ପ୍ରମୁଖ କହିଛନ୍ତି।
ଏନେଇ ଜନ ଅସନ୍ତୋଷ ବୃଦ୍ଧି ପାଉଥିବାବେଳେ ଗ୍ରାମବାସୀ, ବିଭାଗ ଏବଂ ଠିକା ସଂସ୍ଥା ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ହୋଇଛି। ଗ୍ରାମ୍ୟ ଉନ୍ନୟନ ବିଭାଗର କନିଷ୍ଠ ଯନ୍ତ୍ରୀ ସଞ୍ଜୟ କୁମାର ବେହେରା କହିଛନ୍ତି ଯେ, ପିଚୁ ପଡିବାର ୧ ମାସ ପର୍ଯ୍ୟନ୍ତ ଉକ୍ତ ପିଚୁରେ ହାତରେ ଉଠାଇବା ଅନୁଚିତ କିନ୍ତୁ ଉକ୍ତ ଅଞ୍ଚଳରେ ଏହା ନିମ୍ନମାନର କାର୍ଯ୍ୟ କହିକି କିଛି ଲୋକ ପିଚୁ ଉଠାଇ ଦେଖୁଥିବା ସେ କହିଛନ୍ତି। ଗୋଟିଏ ମାସ ପରେ ଆଉ ପିଚୁ ଉଠିବନି ସେ ଷ୍ଟ୍ରଙ୍ଗ ହେବାକୁ ସମୟ ଲାଗିବ ବୋଲି କହିଛନ୍ତି। ସେପଟେ ବୁରାଙ୍ଗିଆ,ଡାବରବାନ୍ଦା ଏବଂ ଝାରୁମୁଣ୍ଡା ଗ୍ରାମବାସୀ ଅଭିଯୋଗ କରି କହିଛନ୍ତି ଯେ, ଗତ ୫ ବର୍ଷ ପୂର୍ବରୁ ଉକ୍ତ ରାସ୍ତା ପ୍ରଥମେ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ପ୍ରଧାନ ମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତା ସମ୍ପ୍ରସାରଣ କରାଯାଇଥିଲା, ମାତ୍ର ୬ ମାସ ମଧ୍ୟରେ ରାସ୍ତାରୁ ପିଚୁ ଉଠି ରାସ୍ତା ସମ୍ପୂର୍ଣ୍ଣ ମରଣଯନ୍ତା ପାଲଟିଥିଲା। ପୁଣି ବିଭାଗ ପଦକ୍ଷେପ ନେଇ ଦୀର୍ଘ ୫ ବର୍ଷ ପରେ ପ୍ରାୟ ୪୦ଲକ୍ଷ ଟଙ୍କା ବିନିମୟରେ ମରାମତି କାର୍ଯ୍ୟ ଚାଲିଛି। କିନ୍ତୁ ଅତି ନିମ୍ନମାନର କରାଯାଉଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ଆମେ କ’ଣ ଆଉ ଭଲ ରାସ୍ତାରେ ଯାତାୟାତ କରିପାରିବୁନି କି ବୋଲି ଅଞ୍ଚଳବାସୀ ପ୍ରଶ୍ନ କରିଛନ୍ତି। ରାସ୍ତା ମରାମତି କାର୍ଯ୍ୟ ଏବେ ଚାଲିଛି କୌଣସି ନିମ୍ନମାନର ହୋଇ ନ ଥିବା କନିଷ୍ଠ ଯନ୍ତ୍ରୀ ସଞ୍ଜୟ କୁମାର ବେହେରା କହିଛନ୍ତି । ଏନେଇ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଶ୍ୟାମସୁନ୍ଦର ସିଂ କହିଛନ୍ତି ଯେ, ସେ ଏବେ ଶୁଣିଲେ ଘଟଣାର ତଦନ୍ତ କରିବେ ଓ ଲୋକ କେଉଁ ପରିସ୍ଥିତିରେ ରାସ୍ତାରୁ ପିଚୁ ଉଠାଉଛନ୍ତି ତାଙ୍କୁ ସଚେତନ କରାଯିବ ବୋଲି ସେ କହିଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ବୈଭବଙ୍କ ଭବିଷ୍ୟତ ଉପରେ ଗମ୍ଭୀରଙ୍କ ଚମକାଇଦେବା ବୟାନ, ଜାଣନ୍ତୁ କ’ଣ କହିଲେ…

ନୂଆଦିଲ୍ଲୀ,୧୮।୯: ଭାରତ-ଆଫଗାନିସ୍ତାନ ଟି-୨୦ ସିରିଜ ଶେଷ ହୋଇଛି। ଭାରତୀୟ ଦଳ ୩-୦ରେ ସିରିଜ କ୍ଲିନ ସୁଇପ କରିଛି। ତେବେ ସିରିଜରେ ୧୫ ବର୍ଷୀୟ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀଙ୍କୁ…

ମାସେ ଯାଏ ସାବଧାନ ରୁହନ୍ତୁ ୩ ରାଶି! ଶନି-ସୂର୍ଯ୍ୟ ଏକାସାଙ୍ଗରେ କରିବେ କଲବଲ, ପାଖରୁ ପଳାଇବ ସବୁ ଟଙ୍କା!

ବୈଦିକ ଜ୍ୟୋତିଷରେ ସୂର୍ଯ୍ୟଙ୍କୁ ଗ୍ରହମାନଙ୍କ ଅଧିପତି ଏବଂ ଶନିଙ୍କୁ କର୍ମ ଓ ନ୍ୟାୟର କାରକ ବୋଲି ମନେ କରାଯାଏ। ଜ୍ୟୋତିଷୀୟ ମାନ୍ୟତା ଅନୁସାରେ ସୂର୍ଯ୍ୟ ଓ ଶନିଙ୍କ…

ଆସିଲା ବଡ଼ ଅପଡେଟ୍‌: ଏମାନଙ୍କୁ ମିଳିବନି ପେଟ୍ରୋଲ-ଡିଜେଲ! ଶୀଘ୍ର କରନ୍ତୁ ଏହି କାମ…

ନୂଆଦିଲ୍ଲୀ,୧୮।୯: ଗାଡ଼ି ଚଳାଉଥିବା ଲୋକଙ୍କ ପାଇଁ ଆସିଛି ବଡ଼ ଖବର। ଯଦି ଗାଡ଼ିର ବୈଧ ଥାର୍ଡ-ପାର୍ଟି ଇନ୍ସୁରାନ୍ସ ନଥାଏ, ତେବେ ଆଗାମୀ ଦିନରେ ପେଟ୍ରୋଲ ପମ୍ପରେ ଇନ୍ଧନ…

ଉପନିର୍ବାଚନ ପୂର୍ବରୁ ଦିଦିଙ୍କୁ ବଡ଼ ଝଟକା: ରାତାରାତି ଖେଳିଲେ ବଡ଼ ଗେମ୍‌, ECଙ୍କୁ ରାତିରେ ଦେଲେ…

କୋଲକାତା,୧୮।୯: ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର ନାମ ଓ ନିର୍ବାଚନୀ ଚିହ୍ନକୁ ନେଇ ବିବାଦ ମଧ୍ୟରେ ନୂଆ ମୋଡ଼ ଆସିଛି। ନିର୍ବାଚନ ଆୟୋଗଙ୍କ ଅନ୍ତରୀଣ ଆଦେଶର କିଛି ଘଣ୍ଟା…

ବ୍ରାହ୍ମଣୀଗାଁରେ ‘ଏକ୍‌ ପେଡ୍‌ ମା କେ ନାମ୍‌’ କାର୍ଯ୍ୟକ୍ରମ, ୭୬ କିସମର ଚାରା ରୋପଣ କରି…

ବ୍ରାହ୍ମଣୀଗାଁ,୧୮ା୯(ମନୋରଞ୍ଜନ ରଣା): କନ୍ଧମାଳ ଜିଲା ବାଲିଗୁଡ଼ା ବନଖଣ୍ଡ ଅନ୍ତର୍ଗତ ବ୍ରାହ୍ମଣୀଗାଁ ବନାଞ୍ଚଳ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିବସ ଉପଲକ୍ଷେ ‘ଏକ ପେଡ୍‌ ମା ’ କେ ନାମ୍‌’…

ସୁପ୍ରିମକୋର୍ଟଙ୍କ ପରାମର୍ଶ, ଆଗାମୀ ବର୍ଷଠାରୁ ୬ଷ୍ଠ ଶ୍ରେଣୀ ପାଇଁ ତ୍ରିଭାଷା ନୀତି ଲାଗୁ…

ନୂଆଦିଲ୍ଲୀ,୧୮।୯: ଛାତ୍ରୀଛାତ୍ରମାନଙ୍କୁ ଆଶ୍ୱସ୍ତି ଏବଂ ମାନସିକ ଚାପରୁ ମୁକ୍ତ ରଖିବା ଉଦ୍ଦେଶ୍ୟରେ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି । ଆଗାମୀ ୨୦୨୭ ଶିକ୍ଷାବର୍ଷ ଠାରୁ…

ଟ୍ରଫି ନେବା ସମୟରେ ଶ୍ରେୟସ କଲେ ଏମିତି କାମ, ଚାରିଆଡ଼େ ହେଉଛି ପ୍ରଶଂସା; ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୮।୯: ଆଫଗାନିସ୍ତାନ ବିପକ୍ଷ ତୃତୀୟ ତଥା ଶେଷ ଟି-୨୦ ମ୍ୟାଚରେ ୧୨୭ ରନର ବଡ଼ ବ୍ୟବଧାନରେ ବିଜୟୀ ହୋଇଛି ଭାରତ। ଅଭିଷେକ ଶର୍ମା ଓ ସଞ୍ଜୁ ସାମସନଙ୍କ…

ଶତକ ପରେ କାହିଁକି ‘ଓଁ ନମଃ ଶିବାୟ’ଜପିଲେ ଅଭିଷେକ? ବଡ଼ ରାଜ୍‌ ଖୋଲିଲେ ବାପା, କହିଲେ…

ନୂଆଦିଲ୍ଲୀ,୧୮।୯: ଆଫଗାନିସ୍ତାନ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚରେ ଭାରତ ୧୨୭ ରନରେ ବିଜୟୀ ହୋଇଥିବା ବେଳେ ଅଭିଷେକ ଶର୍ମାଙ୍କ ଐତିହାସିକ ଶତକ ସବୁଠୁ ଅଧିକ ଚର୍ଚ୍ଚାରେ ରହିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?