ଅଭିଯୋଗର ଗୋଟିଏ ଦିନରେ ରାସ୍ତ ମରାମତି: ସିଟିଜେନ ଫୋରମଙ୍କୁ ଧନ୍ୟବାଦ

କେସିଙ୍ଗା,୧।୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାର କେସିଙ୍ଗା ଓ ବଲାଙ୍ଗିର ଜିଲାର ଟିଟଲାଗଡ଼କୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର ତ୍ରିମୂର୍ତ୍ତି ଛକରୁ ତେଲନଦୀ ବ୍ରିଜ ପ୍ରାୟ ୮୦୦ମିଟର ରାସ୍ତାରେ ଶହ ଶହ ଖାଲ ଢିପ ରହିଛି। ବର୍ଷା ଦିନରେ ଲୋକମାନେ ଗମନାଗମନ କ୍ଷେତ୍ରରେ ଘୋର ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହି ସମସ୍ୟାକୁ ଦୃଷ୍ଟିରେ ରଖି କେସିଙ୍ଗା ସିଟିଜେନ ଫୋରମର ସଭାପତି ଡ଼.ହେମସାଗର ସାହା ଗତକାଲି ମୁଖ୍ୟମନ୍ତ୍ରୀ ଓ ଚିଫ ଇଞ୍ଜିନିୟର ରୋଡ଼ ଏବଂ ବିଲ୍ଡିଂ ବିଭାଗ ଭୁବନେଶ୍ୱର ନିକଟରେ ଅଭିଯୋଗ କରିଥିଲେ।
ଅଭିଯୋଗ ପାଇବା ମାତ୍ରେ ଚିଫ ଇଞ୍ଜିନିୟରଙ୍କ ନିର୍ଦ୍ଦେଶକ୍ରମେ ଟିଟିଲାଗଡ ପିଡବ୍ଲୁଡି ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ରାସ୍ତା ମରାମତି କାମ ଚାଲି ଥିବାରୁ ସହରବାସୀ ମୁଖ୍ୟମନ୍ତ୍ରୀ ,ଚିଫ ଇଞ୍ଜିନିୟର ଓ କେସିଙ୍ଗା ସିଟିଜେନ ଫୋରମଙ୍କୁ ଧନ୍ୟବାଦ ଜଣାଇଛନ୍ତି । କେସିଙ୍ଗା ବ୍ଲକର ସୀମାନ୍ତ ଅଞ୍ଚଳରେ ତେଲ ନଦୀ ବ୍ରିଜ ସଂଯୋଗ ହୋଇଥିବାରୁ ସୀମାନ୍ତ ଅଞ୍ଚଳରେ ଥିବା, ଲୁଥୁର ବନ୍ଧ, ମହଦା, ଆଦି ଗ୍ରାମର ଚାଷୀମାନେ ସକାଳୁ କେସିଙ୍ଗା ସହରକୁ ପନିପରିବା ନେଇ ବିକ୍ରୟ କରିବାକୁ ଯାଇଥାନ୍ତି। ଲୁଥୁର ବନ୍ଧ, ମହଦା, ଓ ଟିଟିଲାଗଡରୁ ଦିନରାତି ଯାନବାହନ ଏହି ରାସ୍ତା ଦେଇଯିବା ଆସିବା କରୁଛନ୍ତି। ରାତ୍ରି ଦୁଇ ଚକିଆରେ ଯିବା ଆସିବାବେଳେ ଲୋକମାନେ ପଡି ଦୁର୍ଘଟଣାଗ୍ରସ୍ତ ହେଉଥିଲେ। ଏହି ରାସ୍ତା ଦେଇ ଦୈନିକ ଶହ ଶହ ହାଇବା ଗାଡି ମହଦା ବାଲିଘାଟରୁ ବାଲି ବୋଝେଇ କରି ଏହି ରାସ୍ତା ଦେଇ ବାଲି ନେଉ ଥିଲା ଟ୍ରକ,ହାଇୱା,ଦଶଚକିଆ ଓ ବାରଚକିଆ ଯାନବାହାନଗୁଡ଼ିକ ଅବିରତ ଭାବେ ଏହି ରାସ୍ତା ଦେଇ ଚାଲିବା ଫଳରେ ଅଳ୍ପ କେଇଦିନ ମଧ୍ୟରେ ରାସ୍ତାର ପିଚୁ ଉଠି ଯାଇ ଖାଲ ଢ଼ିପ ହୋଇଛି। ପୋଲ ଉପରେ ଏବଂ ଏହାର ଆଖପାଖ ରାସ୍ତାରେ ସୃଷ୍ଟି ହୋଇଥିବା ବଡ଼ ବଡ଼ ଖାଲଗୁଡ଼ିକ ମରାମତି କାରା ଯାଉନ ଥିଲା ଅଭିଯୋଗ ପରେ କଣ୍ଟାବାଞ୍ଜି ପିଡବ୍ଲୁଡି ଡିଭିଜନ ଅଧୀନସ୍ଥ ଟିଟିଲାଗଡ ସବଡିଭିଜନଙ୍କ ନେତୃତ୍ୱରେ ଯୁଦ୍ଧକାଳୀନ ଭିତ୍ତିରେ ଜେସିପି ଲଗାଇ ଖାଲଢ଼ିପ ମରାମତି କରାଯାଉଛି। ବର୍ତ୍ତମାନଠାରୁ ବର୍ଷା ଦିନରେ ଠିକ ଭାବେ ଗମନାଗମନ କରିପାରିବେ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟାଙ୍କ୍‌ ଆକାଉଣ୍ଟରେ ପୁରୁଣା ମୋବାଇଲ ନମ୍ୱର ଲିଙ୍କ୍‌ ଅଛି? ଘରେ ବସି ଏମିତି କରନ୍ତୁ ଅପଡେଟ୍‌

ନୂଆଦିଲ୍‌ଲୀ,୫।୯: ଆଜିକାଲି ବ୍ୟାଙ୍କ ଆକାଉଣ୍ଟ ସହିତ ମୋବାଇଲ ନମ୍ୱର ଲିଙ୍କ ରହିବା ଅତ୍ୟନ୍ତ ଜରୁରୀ। ଆକାଉଣ୍ଟରେ ଟଙ୍କା ଜମା ହେବାଠାରୁ ଆରମ୍ଭ କରି ଟଙ୍କା ଉଠାଇବା, ଅନଲାଇନ…

ସତ୍‌ସଙ୍ଗ ଚାଲିଥିବା ବେଳେ ଖଣ୍ଡାରେ ମରଣାନ୍ତକ ଆକ୍ରମଣ

ବାଙ୍କୀ, ୫।୯ (ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଥାନା ଅନ୍ତର୍ଗତ ବେଦପୁର ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ବଚସା ଓ ଗଣ୍ଡଗୋଳ ତୀବ୍ରତର…

ଗିରଫ ପରେ ସ୍ବତନ୍ତ୍ର ଭରଦ୍ୱାଜଙ୍କୁ କୋର୍ଟରେ ହାଜର କରାଗଲା; ଏବେ ଗୋଟିଏ ଦିନର ପୋଲିସ ହେପାଜତକୁ ପଠାଇ ଦିଆଯାଇଛି

ନୂଆଦିଲ୍ଲୀ,୫।୯: ଦିଲ୍ଲୀ ପୋଲିସ ସ୍ବତନ୍ତ୍ର ଭରଦ୍ୱାଜଙ୍କୁ ଗିରଫ କରିଛି। ତାଙ୍କୁ ପଟିଆଲା ହାଉସ କୋର୍ଟର ବିଚାରପତିଙ୍କ ବାସଭବନରେ ହାଜର କରାଯାଇଥିଲା, ଯାହା ପରେ କୋର୍ଟ ତାଙ୍କୁ ଗୋଟିଏ…

୧୦୦ ଫୁଟ ଘେରିବନ୍ଧ ଭୁଶୁଡ଼ିବା ପରେ ତରବରିଆ କାମ, ଯନ୍ତ୍ରୀଙ୍କ ଦେଖାନାହିଁ, ଯନ୍ତ୍ର କରୁଛି…

ମହାକାଳପଡ଼ା,୫ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ରଡ଼ିଆ-କଂସାର-ବଡ଼ ଦାଣ୍ଡୁଆ ଲୁଣା ଘେରିବନ୍ଧ ନିର୍ମାଣ କାର୍ଯ୍ୟରେ ବହୁ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।…

୩୧ ଅକ୍ଟୋବର ଯାଏ ୩ରାଶିଙ୍କ ଫିଟିଲା ଭାଗ୍ୟ; ଚାକିରିରେ ମିଳିବ ବଡ଼ ପ୍ରମୋଶନ, ହୁ ହୁ ହୋଇ ବଢିବ ଟଙ୍କା…

ବୈଦିକ ଜ୍ୟୋତିଷରେ ଦେବଗୁରୁ ବୃହସ୍ପତିଙ୍କୁ ଜ୍ଞାନ, ଧନ, ସୁଖ, ସନ୍ତାନ ଏବଂ ସୌଭାଗ୍ୟର କାରକ ଗ୍ରହ ଭାବେ ବିବେଚନା କରାଯାଏ। ଗୁରୁ ଯେତେବେଳେ ରାଶି ପରିବର୍ତ୍ତନ କରନ୍ତି,…

କେସିଙ୍ଗା ଅବକାରୀ ଥାନାରେ ନୂଆ ଓଆଇସିଙ୍କ ଯୋଗଦାନ

କେସିଙ୍ଗା,୫ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାରେ ନୂତନ ଭାବେ ମଳୟ ପ୍ରଧାନ ଓଆଇସି ଭାବେ ଯୋଗଦାନ କରିଛନ୍ତି। ସେ ଏହା ପୂର୍ବରୁ ବରଗଡ଼ରେ ଏଆଇସି…

ହୃଦୟ ଜିଣିଲେ ହାର୍ଦ୍ଦିକ ପାଣ୍ଡ୍ୟା: ଭାରତୀୟ ସୈନ୍ୟଙ୍କ ସହ…

ନୂଆଦିଲ୍ଲୀ,୫।୯: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫଟୋ BSF (ସୀମା ସୁରକ୍ଷା ବଳ) କର୍ମଚାରୀଙ୍କ ସହ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସେ…

ସ୍ତ୍ରୀ ପଛେ ପଛେ ସ୍ବାମୀଙ୍କ ମୃତ୍ୟୁ, ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳି ଆଣିଲେ ୨ ମୃତଦେହ, ସନ୍ଦେହରେ…

ଭଦ୍ରକ,୫ା୯(ସନାତନ ରାଉତ): ମୃତ୍ୟୁର ୨ ଦିନ ପରେ ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳା ହେଲା ଶବ। ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ସନ୍ଦେହ କରି ପରିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri