ରାସ୍ତା କାମ ନିମ୍ନମାନର ହେଉଥିବା ଅଭିଯୋଗ , ଅଭିଯୋଗ ପରେ ଘଟଣା ସ୍ଥଳକୁ ପହଞ୍ଚି ଯାଞ୍ଚ କଲେ ବ୍ଳକ ଅଧ୍ୟକ୍ଷ

ପାଟଣାଗଡ଼ ୧୫।୧୧( ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲା ପାଟଣାଗଡ଼ ବ୍ଳକ ଡାଙ୍ଗବାହାଳ ପଞ୍ଚାୟତ ଗଡିଆଯୋର ଗ୍ରାମରେ ବିଧାୟକଙ୍କ ନିଜସ୍ବ ପାଣ୍ଠିରୁ ୩ ଲକ୍ଷ ଟଙ୍କା ଅଟକଳ ମୂଲ୍ୟର ଚାଲିଥିବା ରାସ୍ତା କାମ ନିମ୍ନମାନର କାମ ହେଉଥିବା ନେଇ ପାଟଣାଗଡ଼ ବ୍ଳକ ଅଧ୍ୟକ୍ଷ ନିଲକାନ୍ତ ବାଗଙ୍କଠାରେ ସ୍ଥାନୀୟ ଲୋକେ ଅଭିଯୋଗ କରିଥିଲେ । ସ୍ଥାନୀୟ ଲୋକଙ୍କ ଅଭିଯୋଗ ପରେ ବ୍ଳକ ଅଧ୍ୟକ୍ଷ ଶ୍ରୀ ବାଗ ଶୁକ୍ରବାର ଉକ୍ତ ଗ୍ରାମକୁ ପହଞ୍ଚି ଜେଇଙ୍କ ଉପସ୍ଥିତିରେ ହେଉଥିବା ରାସ୍ତା କାମର ଯାଞ୍ଚ କରିଥିଲେ ।

ଯାଞ୍ଚ ପରେ ଉକ୍ତ ରାସ୍ତା କାମରେ ବାଲି , ସିମେଣ୍ଟ ଓ ମେଟାଲ ଠିକ ସେ ନ ଦେଉଥିବା ସହ ମାପଚୁପ ଠିକ ନଥିବାରୁ କାମଟି ନିମ୍ନମାନର ହେଉଥିବା ଜାଣିବାକୁ ପାଇଥିଲେ । ପରେ ଏହି ଘଟଣାକୁ ନେଇ ବ୍ଳକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ଜେଇ ଙ୍କୁ ତାଗିଦ କରି ଏହି କାମକୁ ବନ୍ଦ କରାଯାଉ ଓ ପୁନର୍ବାର ଏହି କାମକୁ ନୂତନ ଭାବେ ନିର୍ମାଣ କରାଯାଉ ବୋଲି କହିବା ସହ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ନିର୍ଦ୍ଦେଶ ଦେଇଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

‘ଦୟାକରି ସେମାନଙ୍କର କ୍ଷତି କରନ୍ତୁ ନାହିଁ…’ ୮ ମହିଳାଙ୍କ ମୁକ୍ତି ପାଇଁ ଇରାନକୁ ଟ୍ରମ୍ପଙ୍କ ଅପିଲ

ଓ୍ବାଶିଂଟନ,୨୨ା୪: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନରେ କଥିତ ଭାବରେ ବନ୍ଦୀ ଥିବା ଆଠ ଜଣ ମହିଳାଙ୍କୁ ମୁକ୍ତ କରିବାକୁ ନିବେଦନ କରିଛନ୍ତି । ଟ୍ରମ୍ପ ସୋସିଆଲ…

ଐତିହାସିକ ଶତକ ସହ ଅରେଞ୍ଜ କ୍ୟାପ ହାସଲ କଲେ ଅଭିଷେକ

ହାଇଦ୍ରାବାଦ୍‌,୨୨ା୪: ଅଭିଷେକ ଶର୍ମାଙ୍କ ବିସ୍ଫୋରକ ଅପରାଜିତ ଐତିହାସିକ ଶତକ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌ (ଏସ୍‌ଆର୍‌ଏଚ୍‌) ମଙ୍ଗଳବାର ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି)କୁ ୪୭ ରନରେ…

ସ୍କୁଲ ପାଇଁ ନୂଆ ଗାଇଡ୍‌ଲାଇନ୍‌ ଜାରିକଲେ ସରକାର

ନୂଆଦିଲ୍ଲୀ,୨୨ା୪: ପ୍ରବଳ ଗରମକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ସରକାର ସ୍କୁଲଗୁଡ଼ିକ ପାଇଁ ନୂଆ ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି। ପିଲାମାନଙ୍କ ସ୍ବାସ୍ଥ୍ୟକୁ…

ଏକର ପିଛା ୩୦ କୋଟି ଦିଅ: ପ୍ରସ୍ତାବିତ ମେଗା ଷ୍ଟିଲପ୍ଲାଣ୍ଟ ପାଇଁ ଦାବି ରଖିଲେ ଗ୍ରାମବାସୀ

ପାଟଣା,୨୨/୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଚେମେଣା ହାଇସ୍କୁଲ ପଡିଆରେ ମେଗା ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ବୁଧବାର ଗ୍ରାମସଭା ଗ୍ରାମରେ ଅନୁଷ୍ଠିତ ହୋଇଛି।…

ତମାଖୁ ବର୍ଜନ କଲେ ୨୦.୫ ନିୟୁତ ପରିବାରରେ ଆସିପାରେ ଆର୍ଥିକ ସୁଧାର

ନୂଆଦିଲ୍ଲୀ,୨୨ା୪(ପିଟି):ତମାଖୁ ସେବନ ସ୍ବାସ୍ଥ୍ୟ ପ୍ରତି ହାନିକାରକ ହୋଇଥାଏ ବୋଲି ସାଧାରଣରେ ବିଶ୍ୱାସ କରାଯାଏ। ହେଲେ ଏହା ପରିବାରର ଆର୍ଥିକ ସ୍ଥିତିକୁ ମଧ୍ୟ ବିଶେଷ ପ୍ରଭାବିତ କରିଥାଏ। ଏକ…

ଟ୍ରମ୍ପଙ୍କ ଅସ୍ତ୍ରବିରତି ବୃଦ୍ଧିରେ ଖୁସି ନାହିଁ ଇରାନ: କହିଲା- ଏହା ଏକ ଚାଲ୍‌…

ତେହରାନ୍‌,୨୨।୪: ଇରାନର ସଂସଦର ବାଚସ୍ପତି ଏବଂ ଶୀର୍ଷ ଆଲୋଚନାକାରୀ ମହମ୍ମଦ ବାଘେର ଗାଲିବାଫଙ୍କ ଜଣେ ପରାମର୍ଶଦାତା ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଯୁଦ୍ଧବିରତି ବୃଦ୍ଧି ଘୋଷଣାକୁ ଖାରଜ…

ଟ୍ରେନରୁ ଖସିପଡି ଯୁବକଙ୍କ ମୃତ୍ୟୁ: ମିଳିନି ପରିଚୟ, ଘଟଣାସ୍ଥଳରେ ପୋଲିସ

ନୂଆଗାଁ , ୨୨।୪ (ଧନେଶ୍ୱର ସାହୁ ): ନୟାଗଡ ଜିଲା ନୂଆଗାଁ ଥାନା ଆଛୁପଡା ନିକଟବର୍ତ୍ତୀ ସ୍ଥାନରେ ବୁଧବାର ଟ୍ରେନରୁ ଖସିପଡି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି…

ଅଭିଷେକଙ୍କୁ ‘ସାର୍‌’ ବୋଲି ଡାକିଲେ ଯୁବରାଜ, ଥରେ କହିଥିଲେ ଚପଲରେ ମାରିବା ବିଷୟରେ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୨।୪: ଅଭିଷେକ ଶର୍ମା ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ୧୩୫ ରନର ଏକ ଚମତ୍କାର ଇନିଂସ ଖେଳିଥିଲେ, ଯାହା ପରେ ତାଙ୍କ ପରାମର୍ଶଦାତା ଏବଂ ଗୁରୁ ଯୁବରାଜ ସିଂହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri