କ୍ଷତିପୂରଣ ନା ତୁଷ୍ଟୀକରଣ

ବିଧାନସଭାରେ ଗୃହୀତ ଅତିରିକ୍ତ ବ୍ୟୟମଞ୍ଜୁରୀ ବିଲ୍‌ରେ ଶ୍ରୀଗୁଣ୍ଡିଚା ଯାତ୍ରାରେ ରଥ ଉପରକୁ ଭକ୍ତଙ୍କୁ ବାରଣ ଯୋଗୁ ଦଇତା ସେବକମାନଙ୍କୁ କ୍ଷତିପୂରଣ ଦେବାର ବ୍ୟବସ୍ଥା ରହିଥିବା ଖବର ପ୍ରକାଶ ପାଇଛି। ପୂର୍ବ ସରକାର ସମୟରେ ଭକ୍ତବିହୀନ ରଥଯାତ୍ରାରେ ମଧ୍ୟ ଏପରି ଅର୍ଥ ଦିଆଯାଇଥିବାରୁ ଏହା କ୍ଷତିପୂରଣ ନାମରେ ତୁଷ୍ଟୀକରଣ ପାଇଁ ଅନୈତିକ ଦେୟ ମନେହୁଏ। ନୂଆ ସରକାର ଏହି ଅର୍ଥ ବରାଦ ପୂର୍ବରୁ ସରକାର ୨୦୧୪ ମସିହାରେ ମୁକ୍ତିମଣ୍ଡପ ପଣ୍ଡିତ ସଭା ଦ୍ବାରା ଅନୁଦାନ ଲବ୍ଧଅର୍ଥରେ ପ୍ରକାଶିତ ‘ରଥାରୂଢ଼ ମହାପ୍ରଭୁ ଶ୍ରୀଜଗନ୍ନାଥାଦିଙ୍କର ଦର୍ଶନ ଓ ସ୍ପର୍ଶ ନିର୍ଣ୍ଣୟ’ ପୁସ୍ତକଟିକୁ ପୁଙ୍ଖାନୁପୁଙ୍ଖ ତର୍ଜମା କରିବା ଆବଶ୍ୟକ ଥିଲା। ଏହା ସତ୍ୟ ଯେ ଶ୍ରୀମନ୍ଦିରରେ ସେବକକୃତ କିଛି ଅଘଟଣ ଯୋଗୁ ଶ୍ରୀଜୀଉମାନଙ୍କ ନୀତି ବିଳମ୍ବିତ ହେଲେ ସେମାନେ କୁହନ୍ତି ଯେ ସବୁ କାଳିଆର ଇଚ୍ଛା। ରଥାରୂଢ଼ ଶ୍ରୀଜୀଉମାନଙ୍କ ଦର୍ଶନ ଓ ସ୍ପର୍ଶ ନିଷେଧ ଯେ କାଳିଆର ସାଙ୍କେତିକ ନିର୍ଦ୍ଦେଶ ଥିଲା ଏହାକୁ କିନ୍ତୁ ସମ୍ପୃକ୍ତ ସେବକ ଗୋଷ୍ଠୀ ସ୍ବୀକାର ନ କରିବା ଦୁର୍ଭାଗ୍ୟଜନକ।
କିଛି ଦଶନ୍ଧି ପୂର୍ବରୁ କୌଣସିି ଭକ୍ତ ରଥାରୂଢ଼ ଶ୍ରୀଜୀଉମାନଙ୍କ ଦର୍ଶନ ପାଇଁ ରଥ ଉପରକୁ ଯାଉ ନ ଥିଲେ। ସମୟକ୍ରମେ ରଥାରୂଢ଼ ଶ୍ରୀଜୀଉମାନଙ୍କ ଦର୍ଶନ ସହ ସ୍ପର୍ଶ ମାନସିକତା ଯୋଗୁ ରଥ ଉପର ଲୋକାରଣ୍ୟ ହେଲା। ରଥରେ ନାନା ଅଭାବନୀୟ ପରିସ୍ଥିତି ସହ ଶ୍ରୀଜୀଉମାନଙ୍କ ଶ୍ରୀଅଙ୍ଗ ବିବର୍ଣ୍ଣ ଓ ବିଦୀର୍ଣ୍ଣ ହେଉଥିଲା। ଅପରପକ୍ଷରେ ରଥ ଉପରକୁ ଯାଇ ପାରୁ ନ ଥିବା ବା ଯିବାକୁ ଉଚିତ ମନେକରୁ ନ ଥିବା ଆବାଳ ବୃଦ୍ଧବନିତା ନିର୍ମିଶେଷ ନୟନରେ ଚାହିଁ ରହୁଥିଲେ ମଧ୍ୟ ଶ୍ରୀଜୀଉମାନଙ୍କ ଶ୍ରୀମୁଖ ଦର୍ଶନରୁ ବଞ୍ଚିତ ହେଉଥିଲେ। ରଥ ଉପରକୁ ଯିବା ପାଇଁ ଅଦମ୍ୟ ଇଚ୍ଛାରେ ଅନେକେ ରଥ ପାର୍ଶ୍ୱରେ ଥିବା ଦେବଦେବୀଙ୍କ ଉପରେ ଗୋଡ଼ ଦେବାକୁ ମଧ୍ୟ ପଛାଉ ନ ଥିଲେ।
ଜଣେ ପୂର୍ବତନ ପ୍ରଶାସନିକ ଅଧିକାରୀ ଭକ୍ତଙ୍କ ସୁବିଧା ଆଳରେ ସେବକଙ୍କ ଆର୍ଥିକ ଲାଭ ପାଇଁ ଧାର୍ମିକ ଦିଗକୁ ଅଣଦେଖା କରି ୨୦୦୬ରୁ ରଥ ଉପରକୁ ଯିବା ପାଇଁ ଲୁହା ଶିଡିର ବ୍ୟବସ୍ଥା କରିଦେଲେ। ୨୦୧୧ ମସିହା ରଥଯାତ୍ରା ବେଳେ କୌଣସି କାରଣରୁ ପୋଲିସ ଓ ସେବକଙ୍କ ମଧ୍ୟରେ ଗଣ୍ଡଗୋଳ ହେଲା। ରାଜ୍ୟ ଆଇନ ବିଭାଗ ତଦନ୍ତ ବିବରଣୀ ତର୍ଜମା କରି ତା୨୩ା୩ା୨୦୧୨ରିଖ ଚିଠି ଦ୍ବାରା ରଥରେ ଲୁହା ଶିଡି ନ ଲଗାଇବା ପାଇଁ ଶ୍ରୀମନ୍ଦିର ପ୍ରଶାସନକୁ ନିର୍ଦ୍ଦେଶ ଦେବାସହ ସମସ୍ତେ ରଥ ତଳେ ରହି ଶ୍ରୀଜୀଉମାନଙ୍କ ଦର୍ଶନ କରିବା ପାଇଁ ଜଣାଇଲେ। କିନ୍ତୁ ୧୩ା୬ା୨୦୧୨ରେ ଶ୍ରୀମନ୍ଦିର ପରିଚାଳନା କମିଟି ଆଇନ ବିଭାଗର ନିର୍ଦ୍ଦେଶ କାର୍ଯ୍ୟକାରୀ କରିବା ନିଷ୍ପତ୍ତିକୁ ସମ୍ପୃକ୍ତ ସେବକମାନେ ଅସହଯୋଗର ଧମକ ଦେଇ ରାତାରାତି ପ୍ରତ୍ୟାହାର କରାଇବାରେ ସକ୍ଷମ ହେଲେ। ସେମାନେ ବୋଧହୁଏ ଶ୍ରୀଜୀଉମାନଙ୍କ ସାଙ୍କେତିକ ନିର୍ଦ୍ଦେଶ ବୁଝିବାରେ ଅକ୍ଷମ ଥିଲେ। ଫଳତଃ ସେ ବର୍ଷ ରଥ ଉପରେ ଚଢିଥିବା ଜଣେ ବିଦେଶିନୀଙ୍କୁ ସେବକଙ୍କ ଅଶାଳୀନ ଆଚରଣ ଅନ୍ତର୍ଜାତୀୟ ଖବର ହୋଇଗଲା। ଏହା ଏକ ଧାର୍ମିକ ପ୍ରସଙ୍ଗ ହୋଇଥିବାରୁ ଶ୍ରୀମନ୍ଦିର ସ୍ବତ୍ୱଲିପି ଅନୁଯାୟୀ ଗୋର୍ଦ୍ଧନ ପୀଠାଧୀଶ ଶ୍ରୀମଦ୍‌ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଏ ସମ୍ପର୍କରେ ଠିକ୍‌ ନିର୍ଣ୍ଣୟ ପାଇଁ ପରିଚାଳନା କମିଟିର ନିଷ୍ପତ୍ତିରେ ଲିଖିତ ଅନୁରୋଧ କରାଗଲା। ପ୍ରସଙ୍ଗ ରହିଲା, ‘ବିଧର୍ମାବଲମ୍ବୀ/ଅଣହିନ୍ଦୁ ରଥ ଉପରକୁ ଯିବା ବିଷୟରେ କୌଣସି ଶାସ୍ତ୍ରୀୟ ପ୍ରତିବନ୍ଧକ ଅଛି ନା ନାହିଁ’। କିନ୍ତୁ ଗୁରୁଜୀଙ୍କ ଆମନ୍ତ୍ରଣରେ ମୁକ୍ତିମଣ୍ଡପ ପଣ୍ଡିତ ସଭାର କିଛି ସଭ୍ୟ, ଶ୍ରୀମନ୍ଦିର ପରିଚାଳନା କମିଟିର ସଭ୍ୟ, ଶ୍ରୀମନ୍ଦିର ସେବକ ନିଯୋଗ, ଶ୍ରୀମନ୍ଦିର ନୀତି ସହ ଜଡ଼ିତ ବ୍ୟକ୍ତିଙ୍କୁ ନେଇ ଯେଉଁ ବୈଠକ ହେଲା ସେଥିରେ ମତପ୍ରକାଶ ପାଇଲା ଯେ ଶାସ୍ତ୍ରୀୟ ବ୍ୟବସ୍ଥା ଏବଂ ପ୍ରତିଷ୍ଠିତ ପରମ୍ପରା ଅନୁସାରେ କେବଳ ଅଣହିନ୍ଦୁ କାହିଁକି, ରଥ ଉପରକୁ ସେବା ସମ୍ପୃକ୍ତ ସେବକ ଓ କର୍ମଚାରୀମାନଙ୍କ ବ୍ୟତୀତ ଅନ୍ୟ କେହି ଯିବାର ବିଧାନ ନାହିଁ। ତେଣୁ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ କ୍ରମେ ଶ୍ରୀମନ୍ଦିର ପ୍ରଶାସନ ମୂଳ ଚିଠିକୁ ପରିବର୍ତ୍ତନ କରି ରଥ ଉପରକୁ ଯିବାକୁ କେଉଁମାନେ ଅଧିକୃତ ଓ ଅନଧିକୃତ ତାର ନିର୍ଣ୍ଣୟ ଦେବାକୁ ତା୨୩ା୮ା୨୦୧୩ ରିଖର ପତ୍ର ମାଧ୍ୟମରେ ପୁନଃ ଅନୁରୋଧ କଲେ। ଶଙ୍କରାଚାର୍ଯ୍ୟ ପର୍ଯ୍ୟାୟକ୍ରମେ ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀ ବୃନ୍ଦ, ବିଭିନ୍ନ ସେବକ ନିଯୋଗର ପ୍ରତିନିଧି, ମୁକ୍ତିମଣ୍ଡପ ପଣ୍ଡିତ ସଭା, ରାଜ୍ୟ ଓ ରାଜ୍ୟ ବାହାରର ବିଭିନ୍ନ ସନ୍ଥ ପଣ୍ଡିତ, ଗବେଷକ, ଜିଲା ଏବଂ ଉଚ୍ଚ ନ୍ୟାୟାଳୟ ଅଧିବକ୍ତା ସଂଘର ପ୍ରତିନିଧିଙ୍କ ସହିତ ଆଲେଚନା ସହ ଶ୍ରୀମନ୍ଦିରର ଦୁଇଶହ ବର୍ଷର ଲିଖିତ ବିବରଣୀ ଏବଂ ନଥିପତ୍ର, ବିଭିନ୍ନ ଶାସ୍ତ୍ର ଆଧାରରେ ଏହାର ନିର୍ଯାସ ନିର୍ଣ୍ଣୟ ନେଇଥିଲେ ତାହା ସେହି ପୁସ୍ତକରେ ବିଭିନ୍ନ ଅଧ୍ୟାୟରେ ଦର୍ଶାଯାଇଛି।
ପ୍ରଥମ ଅଧ୍ୟାୟରେ ଶଙ୍କରାଚାର୍ଯ୍ୟଙ୍କ ନିଷ୍ପତ୍ତି, ଦ୍ୱିତୀୟ ଅଧ୍ୟାୟରେ ଶ୍ରୀଗୋର୍ଦ୍ଧନ ପୀଠ ଆନୁକୂଲ୍ୟରେ ବିଚାର ଗୋଷ୍ଠୀର ବିବରଣୀ, ତୃତୀୟ ଅଧ୍ୟାୟରେ ମୁକ୍ତିମଣ୍ଡପ ପଣ୍ଡିତ ସଭାର ମତ, ଚତୁର୍ଥ ଅଧ୍ୟାୟରେ ବିଶିଷ୍ଟ ସନ୍ଥ ଓ ପଣ୍ଡିତମାନଙ୍କର ମତ, ପଞ୍ଚମ ଅଧ୍ୟାୟରେ ଦେଉଳ ପୁରୋହିତ ଛତିଶା ନିଯୋଗର ମହାନାୟକ ଏବଂ ପୂଜାପଣ୍ଡା ପୁଷ୍ପାଳକ ପ୍ରତିହାରୀ ସେବକ ନିଯୋଗର ଲିଖିତ ମତ ରହିଛି। ସୂଚନାଯୋଗ୍ୟ ଯେ ଦଇତା ନିଯୋଗର କର୍ମକର୍ତ୍ତା ଗୋଟିଏ ବୈଠକରେ ରଥାରୂଢ଼ ଶ୍ରୀଜୀଉମାନଙ୍କ ଦର୍ଶନ ଓ ସ୍ପର୍ଶ ସପକ୍ଷରେ ମତ ରଖିଥିଲେ ବି ଲିଖିତ ଆକାରରେ କୌଣସି ମତ ନ ଦେଇ ବିଭିନ୍ନ ଖବରକାଗରେ ପ୍ରକାଶିତ ସେମାନଙ୍କର ମତ ଓ ମନ୍ତବ୍ୟ ଷଷ୍ଠ ଅଧ୍ୟାୟରେ ସନ୍ନିବେଶିତ ହୋଇଛି। ରଥ ଉପରେ ଶ୍ରୀଜୀଉମାନଙ୍କର ସ୍ପର୍ଶ ଓ ଦର୍ଶନରୁ କିଛି ଆୟ ହୁଏ ନାହିଁ ବରଂ ଭକ୍ତ ଓ ଭଗବାନଙ୍କୁ ସେମାନେ ମିଶାଇ ଥାଆନ୍ତି ବୋଲି ମତ ଦେବା ସହ ଏହାକୁ ବନ୍ଦ କଲେ ଭୟଙ୍କର ପରିଣାମର ଚେତାବନୀ ମଧ୍ୟ ଦେଇଥିଲେ। ସପ୍ତମ ଅଧ୍ୟାୟରେ ଭକ୍ତଙ୍କ ଭାବନା, ଅଷ୍ଟମ ଅଧ୍ୟାୟରେ ପ୍ରାମାଣିକ ତଥ୍ୟମାନଙ୍କର ଉଦ୍ଧୃତାଂଶ, ନବମ ଅଧ୍ୟାୟରେ ସର୍ବୋଚ୍ଚ ନ୍ୟାୟାଳୟ ନିଷ୍ପତ୍ତିର ଉଦ୍ଧୃତାଂଶ ଏଂ ଦଶମ ଅଧ୍ୟାୟରେ ଅଠତିରିଶଟି ଶାସ୍ତ୍ର ପୁରାଣର ନାମ ସହ ୧୮୦୫ ମସିହାର ଚାଲର୍‌ସ ଗ୍ରୋମଙ୍କ ବିବରଣୀ, ବେଙ୍ଗଲ ଜିଲା ଗେଜେଟିଅର ପୁରୀ ଏବଂ ଶ୍ରୀମନ୍ଦିର ଆଇନ ୧୯୫୨, ୧୯୫୫ ଆଦି ସହାୟକ ଗ୍ରନ୍ଥ ସୂଚୀର ତାଲିକା ରହିଛି। ସରକାର ସେମାନଙ୍କ ତୁଷ୍ଟୀକରଣ ପାଇଁ ରାଜ୍ୟବାସୀଙ୍କ ଟିକସ ବା ଭକ୍ତଙ୍କ ଦାନ ଅର୍ଥରୁ କ୍ଷତିପୂରଣ ଦେବା କେତେଦୂର ଯଥାର୍ଥ ତାହା ବିଚାରଯୋଗ୍ୟ।
୧୧୩ ଗୁଣ୍ଡିଚା ବିହାର ପୁରୀ
ମୋ: ୭୯୭୮୭୮୫୪୭୮


Enter your email to get our daily news in your inbox.

All Right Reserved By Dharitri.Com

West Bengal Election Results 2026: ଆସିଲା ପ୍ରଥମ ଟ୍ରେଣ୍ଡ୍‌, ଜାଣନ୍ତୁ କିଏ ଆଗରେ…

କୋଲକାତା,୪ା୫: ପଶ୍ଚିମବଙ୍ଗର ୨୯୩ ବିଧାନସଭା ଆସନ ପାଇଁ ଭୋଟ ଗଣତି ଆରମ୍ଭ ହୋଇଛି। ଇତିମଧ୍ୟରେ ପ୍ରଥମ ଟ୍ରେଣ୍ଡ୍‌ ସାମ୍ନାକୁ ଆସିଛି। ଟ୍ରେଣ୍ଡରେ କେଉଁ ଦଳ ଆଗୁଆ ଅଛି…

ଭବାନିପୁରରେ ମମତା ପଛରେ, ଆସାମରେ ହିମନ୍ତଙ୍କ ହ୍ୟାଟ୍ରିକ!

ନୂଆଦିଲ୍ଲୀ,୪।୫: ପଶ୍ଚିମବଙ୍ଗର ୨୯୪ ବିଧାନସଭା ଆସନ ମଧ୍ୟରୁ ୨୯୩ଟି ଆସନର ଫଳାଫଳ ଆଜି ଘୋଷଣା କରାଯିବ। ରାଜ୍ୟର ୭୭ଟି ଗଣତି କେନ୍ଦ୍ରରେ ସକାଳ ୮ଟାରେ ଅତ୍ୟନ୍ତ କଡ଼ା…

ଏଇ ଭାରତରେ

ଜଳବାୟୁ ପରିବର୍ତ୍ତନ ସଙ୍କଟ ଗମ୍ଭୀର ହେବାରେ ଲାଗିଛି। ପ୍ରାକୃତିକ ବିପର୍ଯ୍ୟୟର ତୀବ୍ରତା ବୃଦ୍ଧି ପାଉଥିବାବେଳେ କୃଷି ଓ ଜୀବନ ଜୀବିକା ପ୍ରଭାବିତ ହେଉଛି। ଏହାକୁ ନେଇ ଜାତୀୟ…

କାର୍‌ ରଖି ଚାହୁଁଚାହୁଁ ଟ୍ରେନ୍‌ ସାମ୍ନାକୁ ଦୌଡ଼ିଗଲେ କ୍ରୀଡ଼ା ଶିକ୍ଷକ, ଏବେ ଟ୍ରାକ୍‌ରେ ପଡ଼ିଛି ମୃତଦେହ

ବଲାଙ୍ଗୀର,୪ା୫(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ସୁଡ଼ପଡ଼ା ଗ୍ୟାସ ଗୋଦାମ ନିକଟ ରେଳ ଫାଟକ ନିକଟରେ ଜଣେ ବ୍ୟକ୍ତିଙ୍କ ମୃତଦେହ ପଡ଼ିଥିବା ସୋମବାର ସକାଳେ ଦେଖାଯାଇଛି। ମୃତ ବ୍ୟକ୍ତି ଜଣକ…

ପଶ୍ଚିମବଙ୍ଗ-ଆସାମରେ ଗେରୁଆର ସୂର୍ଯ୍ୟୋଦୟ; ଷ୍ଟାଲିନ ହୋଇପାରନ୍ତି ଷ୍ଟାର

ନୂଆଦିଲ୍ଲୀ,୪।୫: ହରିୟାଣା, ମହାରାଷ୍ଟ୍ର ଏବଂ ବିହାରରେ ବଡ଼ ବିଜୟ ପରେ, ଭାରତୀୟ ଜନତା ପାର୍ଟି (ଭାଜପା) ଏବେ ପଶ୍ଚିମବଙ୍ଗ ଉପରେ ନଜର ରଖିଛି। ସମସ୍ତଙ୍କ ନଜର ମମତା…

ଶେଷ ଧାଡ଼ିର ସ୍ବର

ଜଣେ ସରଳ, ଆଦିବାସୀ ମଣିଷର ବ୍ୟାଙ୍କକୁ ‘ଗୁହାରି’ ସାରା ବିଶ୍ୱକୁ ଚକିତ କଲା। ନିଜ ମୃତ ଭଉଣୀର ଖାତାରେ ଥିବା ଟଙ୍କା ଉଠାଣ ପାଇଁ କେତେଥର ବ୍ୟାଙ୍କକୁ…

ପରା ଓ ଅପରା ବିଦ୍ୟା

ବିଦ୍ୟା ୟା ବିମୁକ୍ତୟେ’ ଏମନ୍ତ ଆପ୍ତ ବାକ୍ୟ ସହିତ ସମସ୍ତେ ଊଣା ଅଧିକେ ଅବଗତ। ବିଷ୍ଣୁ ପୁରାଣରେ ଉଲ୍ଲିଖିତ ଏହି କଥାଟି ଏକ ଅବିସମ୍ବାଦିତ ସତ୍ୟ ଭାବରେ…

୩ ବର୍ଷ ପରେ ମଣିପୁର

ମଣିପୁରରେ ୨୦୨୩ ମେ’ ୩ରେ ଘଟିଥିବା ଜାତିଆଣ ହିଂସାକୁ ଏବେ ୩ ବର୍ଷ ପୂରିଛି। ଏହି ସମୟ ମଧ୍ୟରେ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଏନ୍‌. ବୀରେନ୍‌ ସିଂ ପଦବୀରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri