ଏଇ ଭାରତରେ

ଅନାଥଙ୍କ ସାହାରା ପାଲଟିଛନ୍ତି ଲାମା ଥୁପଟେନ ଫୁନଷ୍ଟୋକ। ଅରୁଣାଚଳ ପ୍ରଦେଶରେ ସେ ମଞ୍ଜୁଶ୍ରୀ ବିଦ୍ୟାପୀଠ ପ୍ରତିଷ୍ଠା କରି ୩୦୦ ଅନାଥ ପିଲାଙ୍କୁ ମାଗଣାରେ ପଢ଼ାଉଛନ୍ତି। ସେଠାରେ ପିଲାମାନେ ରହୁଛନ୍ତି, ଖାଉଛନ୍ତି ଓ ପଢୁଛନ୍ତି। ତାଓ୍ବାଙ୍ଗ ଜିଲାର ପାହାଡ଼ିଆ ଅଞ୍ଚଳର ଏକ ଛୋଟ ଗାଁରେ ଏହି ସ୍କୁଲ ଚାଲିଛି। ସେ ୧୯୮୮ରେ ଏକ ଝୁପୁଡ଼ିରେ ୧୭ ଜଣ ଅନାଥ ପିଲାଙ୍କୁ ନେଇ ଏହି ସ୍କୁଲ ଆରମ୍ଭ କରିଥିଲେ। ଏବେ ଏହି ସଂଖ୍ୟା ବୃଦ୍ଧିପାଇ ୩୦୦ରେ ପହଞ୍ଚିଲାଣି। ସ୍କୁଲଟି ସିବିଏସ୍‌ଇରେ ପଞ୍ଜୀକୃତ ହୋଇଛି । ଏଠାରେ ୧୦ ଶ୍ରେଣୀ ଯାଏ ପିଲା ପଢୁଛନ୍ତି। ଏମାନେ ଅରୁଣାଚଳ ପ୍ରଦେଶର ବିଭିନ୍ନ ଜିଲାରୁ ଆସିଛନ୍ତି। ସ୍କୁଲରେ ୩୭ ଜଣ ଷ୍ଟାଫ୍‌ ଅଛନ୍ତି । ଲାମା ନିଜେ ପିଲାଙ୍କୁ ବି ପଢ଼ାଉଛନ୍ତି। ଲାମା ଜଣେ ମେଧାବୀ । ସେ ତିବ୍ବତୀୟ ଭାଷରେ ପିଏଚ୍‌.ଡି କରିଛନ୍ତି। ସେ ପ୍ରଥମେ ଏକ ପବ୍ଲିକ ସ୍କୁଲରେ ଶିକ୍ଷକ ଭାବେ କାମ କରୁଥିଲେ। ସେଥିରୁ ଅର୍ଥ ସଞ୍ଚୟ କରି ଅନାଥଙ୍କ ପାଇଁ ସ୍କୁଲ ଆରମ୍ଭ କରିଥିଲେ। ସବୁ ବିଷୟ ସହିତ ବୁଦ୍ଧିଷ୍ଟ ଫିଲୋଶଫି ସହ ସ୍ଥାନୀୟ ଭାଷା ମଧ୍ୟ ପଢ଼ାଯାଉଛି। ଏହି ସ୍କୁଲରୁ ପିଲା ପାସ୍‌ କରି ଆଇନଜୀବୀ, ଆଇଏଏସ୍‌ ଅଧିକାରୀ ହୋଇ ସାରିଲେଣି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଆଇଏଏସ୍‌ ଅଧିକାରୀ ସୁଶାନ୍ତ ଗୌରବଙ୍କ ଉଦ୍ୟମରେ ଝାଡ଼ଖଣ୍ଡର ଏକ ଜିଲାରେ ମାଣ୍ଡିଆ ଉପତ୍ାଦନ ୩୦୦ ପ୍ରତିଶତ ବୃଦ୍ଧି ହୋଇପାରିଛି। ଆଇଏଏସ୍‌ ଅଧିକାରୀ ଗୌରବ ଝାଡ଼ଖଣ୍ଡର ଗୁମଲା...

ଦୟାର ଦୟନୀୟ ଅବସ୍ଥା

ଯେଉଁ ନଦୀଜଳରେ କପିଳମୁନି ସ୍ନାନକରିବା ସହ ତପସ୍ୟାକରି ମୋକ୍ଷପ୍ରାପ୍ତି ହୋଇଥିଲେ,ଉକ୍ତ ନଦୀରେ ଅବଗାହନକରି ପଞ୍ଚପାଣ୍ଡବ ପାପମୁକ୍ତ ହୋଇଥିଲେ ଏବଂ ଯେଉଁ ନଦୀ ଦିନେ ଦୟାପରବଶ ହୋଇ...

ଦକ୍ଷତା ବିକାଶରେ ପାଠାଗାର

ନିକଟରେ ପ୍ରାଥମିକ ଶିକ୍ଷକଙ୍କ ନିମନ୍ତେ ପାଠାଗାରର ବ୍ୟବହାର ସମ୍ପର୍କରେ ଏକ ତାଲିମରେ ଯୋଗଦାନ କରିବାର ସୁଯୋଗ ପାଇଥିଲି। ତାଲିମ ଥିଲା ବିଦ୍ୟାଳୟରେ ପାଠାଗାରର ସୃଜନାତ୍ମକ ବ୍ୟବହାରକୁ...

ମେଳା ବି ଡିଜି

ଉତ୍ତରପ୍ରଦେଶ ପ୍ରୟାଗରାଜରେ ଆୟୋଜିତ ମହାକୁମ୍ଭମେଳାର ସେକ୍ଟର ୧୯ ଅଞ୍ଚଳରେ ଅଗ୍ନିକାଣ୍ଡ ଘଟି ୧୮ଟି ତମ୍ବୁ ପୋଡ଼ି ପାଉଁଶ ହୋଇଯାଇଛି। ଦେଖିବାକୁ ଗଲେ ଏହି ଘଟଣାକୁ ଏକ...

ଟ୍ରମ୍ପ୍‌ଙ୍କ ଆରମ୍ଭ

ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ୨୦ ଜାନୁଆରୀ ୨୦୨୫ରେ ଡୋନାଲ୍ଡ ଟ୍ରମ୍ପ୍‌ ଶପଥ ନେବେ। ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧବିରତି ସକାଶେ ଚୁକ୍ତି ହୋଇଯାଇଥିବାରୁ...

ଏଇ ଭାରତରେ

ପ୍ଲାଷ୍ଟିକ ପ୍ରଦୂଷଣ ଏବେ ପରିବେଶ ପାଇଁ ବିପଦ ସୃଷ୍ଟି କରିଛି ଓ ଭବିଷ୍ୟତରେ ଏହା ଜୀବଜଗତ ପ୍ରତି ଘାତକ ହେବ ବୋଲି ବୈଜ୍ଞାନିକମାନେ ସତର୍କ କରିଦେଇଛନ୍ତି।...

ପଟ ପରିବର୍ତ୍ତନ

ତାସ ଖେଳୁଛନ୍ତି ଯଦି ପଟ ପରିବର୍ତ୍ତନ ହୋଇଗଲା, ଜାଣ ଆପଣଙ୍କ ଖରାପ ବେଳା ଆସିଗଲା। ନିଜର ଆବଶ୍ୟକତା ଥତ୍ବା ପଟ ତୁମ ବିରୋଧୀ ଖେଳାଳି ପାଖକୁ...

ରାଜାଙ୍କ ଘୋଡ଼ା ଓ ସନ୍ନ୍ୟାସୀଙ୍କ ଦାଢ଼ି

ହହୁ ପୁରାକାଳରେ ଜଣେ ରାଜା ଥତ୍ଲେ ଯେ ତାଙ୍କ ପ୍ରତିଷ୍ଠା, ପ୍ରତିପତ୍ତି ଓ ପ୍ରତାପ ପରାକ୍ରମରେ ଖଣ୍ଡମଣ୍ଡଳ ଥରହର ହେଉଥତ୍ଲା। ଦିନେ ରାଜା ଘୋଡ଼ାରେ ବସି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri