ନେପାଳ ପ୍ରଧାନମନ୍ତ୍ରୀଙ୍କୁ ଝଟ୍‌କା: ସମର୍ଥନ ପ୍ରତ୍ୟାହାର କଲା ଓଲିଙ୍କ ଦଳ

କାଠମାଣ୍ଡୁ,୨୭।୨: ନେପାଳର ଦ୍ୱିତୀୟ ବୃହତ୍‌ ରାଜନୈତିକ ଦଳ ପୂର୍ବତନ ପ୍ରଧାନମନ୍ତ୍ରୀ କେ.ପି.ଶର୍ମା ଓଲିଙ୍କ ସିପିଏନ୍‌-ୟୁଏମ୍‌ଏଲ୍‌ ପୁଷ୍ପ କୁମାର ଦହଲ ‘ପ୍ରଚଣ୍ଡ’ଙ୍କ ନେତୃତ୍ୱାଧୀନ ସରକାରରୁ ସମର୍ଥନ ପ୍ରତ୍ୟାହାର କରିନେଇଛି। ଫଳରେ ନେପାଳରେ ଦୁଇ ମାସ ହେଲା ଗଢ଼ା ହୋଇଥିବା ମେଣ୍ଟ ସରକାର ଏବେ ସଙ୍କଟରେ ପଡ଼ିଯାଇଛି। ରାଷ୍ଟ୍ରପତି ନିର୍ବାଚନ ବେଳେ ରାଜନୈତିକ ସମୀକରଣରେ ପରିବର୍ତ୍ତନକୁ ନେଇ ଓଲିଙ୍କ ଦଳ ଏଭଳି ନିଷ୍ପତ୍ତି ନେଇଛି। ୭ଦଳକୁ ନେଇ ମେଣ୍ଟ ସରକାର ଗଢ଼ା ହୋଇଥିବା ବେଳେ ଡିସେମ୍ବର ୨୫ରେ କରାଯାଇଥିବା ଚୁକ୍ତିନାମାକୁ ପ୍ରଧାନମନ୍ତ୍ରୀ ପ୍ରଚଣ୍ଡ ଉଲ୍ଲଂଘନ କରିଥିବା ସିପିଏନ୍‌-ୟୁଏମ୍‌ଏଲ୍‌ ଅଭିଯୋଗ କରିଛି। ସୋମବାର ଓଲିଙ୍କ ଅଧ୍ୟକ୍ଷତାରେ ସିପିଏନ୍‌-ୟୁଏମ୍‌ଏଲ୍‌ର ଉଚ୍ଚସ୍ତରୀୟ ବୈଠକ ବସି ସରକାରରୁ ଓହରିଯିବା ସହ ସମର୍ଥନ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନିଆଯାଇଥିଲା ବୋଲି ଦଳର ଉପମୁଖ୍ୟ ବିଷ୍ଣୁ ରାଜାଲ କହିଛନ୍ତି। ପ୍ରଚଣ୍ଡ ଏବଂ ଓଲିଙ୍କ ଦଳ ମଧ୍ୟରେ ମେଣ୍ଟ ଭାଙ୍ଗିବାର ମୁଖ୍ୟ କାରଣ ହେଲା ମାଓବାଦୀ ନେତା ରାଷ୍ଟ୍ରପତି ପଦ ନିମନ୍ତେ ନେପାଳୀ କଂଗ୍ରେସ(ଏନ୍‌ସି)ର ବରିଷ୍ଠ ନେତା ରାମଚନ୍ଦ୍ର ପୌଡେଲଙ୍କ ପ୍ରାର୍ଥତ୍ତ୍ୱକୁ ସମର୍ଥନ ଜଣାଇବା। ମାର୍ଚ୍ଚ ୯ରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ଲାଗି ପୌଡେଲ ବିରୋଧୀ ଦଳ ଏନ୍‌ସି ପ୍ରାର୍ଥୀ ହୋଇଥିବା ବେଳେ ତାଙ୍କୁ ପ୍ରଧାନମନ୍ତ୍ରୀ ସମର୍ଥନ ଜଣାଇ ଡିସେମ୍ବର ୨୫ ଚୁକ୍ତିନାମାର ଉଲ୍ଲଂଘନ କରିବା ସହ ସିପିଏନ୍‌-ୟୁଏମ୍‌ଏଲ୍‌କୁ ପ୍ରତାରିତ କରିଛନ୍ତି। ସେଥିପାଇଁ ସରକାରରୁ ଓହରିଯିବାକୁ ବାଧ୍ୟ ହେଲୁ ବୋଲି ସିପିଏନ୍‌-ୟୁଏମ୍‌ଏଲ୍‌ ଉପମୁଖ୍ୟ କହିଛନ୍ତି। ସରକାରରେ ଉପପ୍ରଧାନମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ଥିବା ବିଷ୍ଣୁ ପୌଡ୍ୟାଲ ଏବଂ ବହିର୍ବ୍ୟାପାର ମନ୍ତ୍ରୀ ମିବଳ ରାୟ ପୌଡ୍ୟାଲ୍‌ ଇସ୍ତଫା ଦେବାକୁ ଯାଉଛନ୍ତି। ପ୍ରଚଣ୍ଡ ସରକାରରେ ଉପପ୍ରଧାନମନ୍ତ୍ରୀଙ୍କ ସମେତ ୮ ମନ୍ତ୍ରୀ ରହିଥିଲେ। ସେମାନେ ସମୂହ ଇସ୍ତଫା ପ୍ରଦାନ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?